Excuse Me Odisha

ଯାହା କହିବୁ ସତ କହିବୁ

ଅର୍ଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ, ନିଶ୍ଚିତ ଆରାମ ପାଇବେ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ପାଇଲସ ବା ଅର୍ଶ ରୋଗରୁ ମୁକ୍ତି ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛି। ଏହି ପ୍ରାକୃତିକ ଘରୋଇ ଉପଚାରକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ ଅଟେ। ଆଜି ମୁଁ ଆପଣଙ୍କୁ ଦୁଇଟି ଘରୋଇ ଉପଚାର ଶିଖେଇବି। ଯେଉଁ କାରଣରୁ ଆପଣଙ୍କର ଅର୍ଶ ଭଳି ସମସ୍ୟା ସୃଷ୍ଟି ହୋଇଥାଏ, ସେହି ବିଷୟରେ ଜାଣିବା। ଦ୍ଵିତୀୟ ଉପଚାରରେ ଆମେ ଜାଣିବା ପୁରୁଣାରୁ ପୁରୁଣା ରକ୍ତ ସମସ୍ୟା କିପରି ଦୂର କରିବା। ଅର୍ଶରେ ରକ୍ତ ପଡୁ ବା ନପଡୁ, ସମସ୍ତ ଅର୍ଶ ଉପଚାର ପାଇଁ ଏହି ଉପାୟ ଲାଭକାରୀ ଅଟେ। ତେବେ ଆସନ୍ତୁ ଜାଣିବା ଅର୍ଶ ହେବାର କାରଣ ଏବଂ ନିରାକରଣ ବିଷୟରେ।

ଯଦି ଆପଣଙ୍କ ପେଟ ଠିକ୍ ଭାବରେ ସଫା ହେଉ ନଥାଏ , ତେବେ ଆପଣଙ୍କୁ ଅର୍ଶ ଭଳି ସମସ୍ୟା ଭୋଗିବାକୁ ପଡିପାରେ। ପୋରଥମା ଉପାୟରେ ମୁଁ ଆପଣଙ୍କୁ କବଜ ଭଳି ସମସ୍ୟାକୁ ପ୍ରାକୃତିକ ଉପରେ ଭଲ କରିବା ପାଇଁ ଉପାୟ କହିବି। ଯାହା କବଜ ଭଳି ସମସ୍ୟା ଭଲ କରିବା ସହିତ ପେଟରେ କଷ୍ଟ ବା ପାକସ୍ଥଳୀରେ ଷ୍ଟୋନ ଭଳି ସମସ୍ୟା, ଗ୍ୟାସ , ହଜମ ହେଉ ନଥିଲେ ଏହି ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ। ଏହି ଉପଚାର ବନେଇବା ପାଇଁ ଆପଣ ଏକ ଗ୍ଲାସ ପାଣି ନିଅନ୍ତୁ। ଏବେ ଆପଣ ସେଥିରେ ଫାଳେ କେମ୍ବୁରସକୁ ମିଶାଇ ଦିଅନ୍ତୁ। ଏବେ ବନ୍ଧୁଗଣ ଏଥିରେ ଅଧା ଚାମୋଚ ଜୁଆଣି ଗୁଣ୍ଡ ମିଶେଇ ଦିଅନ୍ତୁ। ଏବେ ବନ୍ଧୁଗଣ ଆପଣ ଏଥିରେ ଚିମୁଟିଏ ଲୁଣ ମିଶେଇ ଦିଅନ୍ତୁ। ଏବେ ଆପଣ ଏହାକୁ ଭଲଭାବରେ ମିଶେଇ ଦିଅନ୍ତୁ। କବଜ ଭଳି ସମସ୍ୟା ପାଇଁ ସଙ୍ଗେ ସଙ୍ଗେ ଏକ ଉପଚାର ପ୍ରସ୍ତୁତ ହୋଇଗଲା। ଏହାକୁ ଆପଣ ପ୍ରତିଦିନ ଥରେ ମାତ୍ର ସେବନ କରନ୍ତୁ। ଏହାକୁ ଆପଣ କୌଣସି ସମୟରେ ସେବନ କରି ପାରିବେ। ଲେମ୍ବୁ, ଲୁଣ ଏବଂ ଜୁଆଣୀର ଏହି ମିଶ୍ରଣ ପେଟ ଏବଂ ଅନ୍ତରେ ଥିବା ସମସ୍ତ ମଇଳା ଗୁଡ଼ିକୁ ସଫା କରିବାରେ ସହାୟକ ହୋଇଥାଏ। ଏହାର ସେବନ ଦ୍ୱାରା ଆପଣଙ୍କ ପେଟରେ ଥିବା ମଳକୁ ପତଳା କରି ବାହାରକୁ କାଢି ଥାଏ। ଏହା ଧୀରେ ଧୀରେ ଆପଣଙ୍କ ହଜମ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ। ଯାହାଦ୍ଵାରା ମଳ ଶୁଖି ଯାଇ ଅନ୍ତରେ ଜମା ହୋଇ ନଥାଏ। ଫଳରେ କବାଜ ଭଳି ସମସ୍ୟା ଦୂର ହୋଇଥାଏ ଏବଂ ଜୀବନରେ ଆପଣଙ୍କୁ ଅର୍ଶ ଭଳି ସମସ୍ୟା ହୋଇ ନଥାଏ। କବଜ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଏହା ସାତରୁ ଦଶ ଦିନ ପର୍ଯ୍ୟନ୍ତ ସେବନ କରିବାକୁ ପଡ଼ିବ। ଯଦି ବହୁତ ଦିନଧରି ଏହି ସମସ୍ୟା ଆପଣଙ୍କର ରହିଛି ତାହେଲେ ଆପଣ ଏହାକୁ ସବୁଦିନ ବ୍ୟବହାର କରି ପାରିବେ।

ଦ୍ଵିତୀୟ ଉପାୟ ହେଉଛି ଯଦି ଆପଣଙ୍କୁ ଅର୍ଶ ସମସ୍ୟା ହୋଇ ସାରିଛି ତାହେଲେ ଏହି ଉପଚାରକୁ ନିଶ୍ଚିତ ରୂପରେ ପ୍ରୟୋଗ କରି ପାରିବେ। ଏହି ଉପଚାର ଦ୍ୱାରା ଆପଣଙ୍କର ଅର୍ଶ ସମସ୍ୟା ଏକ ସପ୍ତାହ ମଧ୍ୟରେ ଠିକ ହୋଇଯିବ। ରାତିରେ ଆପଣ ଏକ ଗ୍ଲାସ ପାଣିରେ ୧୦ ଟି କିସମିସ ପକାଇ ଭିଜେଇ ଦିଅନ୍ତୁ। ସକାଳେ ସେହି କିସମିସ ଭଲଭାବରେ ଫୁଲି ଯିବ। ସେହି କିସମିସକୁ ଆପଣ ପାଣିରେ ଭଲଭାବରେ ମିଶେଇ ଦିଅନ୍ତୁ। କିସମିସର ଏହି ପାଣିକୁ ସକାଳେ ଆପଣ ଖାଲି ପେଟରେ ସେବନ କରନ୍ତୁ ଏବଂ କିସମିସକୁ ଆପଣ ଚୋବେଇ ଚୋବେଇ ଖାଇ ନିଅନ୍ତୁ। ଏହା ସେବନ କରିବାର କିଛି ଘଣ୍ଟା ପର୍ଯ୍ୟନ୍ତ ଆପଣ କିଛି ଖାଆନ୍ତୁ ନାହିଁ। ବନ୍ଧୁଗଣ କିସମିସ ଅଙ୍ଗୁରରୁ ପ୍ରସ୍ତୁତ ହୋଇଥାଏ। ଅଙ୍ଗୁରରୁ ପ୍ରସ୍ତୁତ ଜିନିଷ ଆପଣଙ୍କ ପଚନତନ୍ତ୍ର ପାଇଁ ଅମୃତ ସମାନ ଅଟେ। ଏଥିପାଇଁ ଅର୍ଶ ସମସ୍ୟାକୁ ଭଲ କରିବା ପାଇଁ ଏହା ଅତ୍ୟନ୍ତ ଲାଭକାରୀ ଅଟେ। ଏହା ବାହାରକୁ ବାହାରୁଥିବା ଅର୍ଶକୁ ତୁରନ୍ତ ଠିକ୍ କରିଥାଏ। ଫଳରେ କଷ୍ଟ ଏବଂ ଜ୍ଵଳନରୁ ଆପଣଙ୍କୁ ପ୍ରଥମେ ବହୁତ ଆରମ ମିଳିଥାଏ। ଏହାର ସେବନ କରିବା ଦ୍ଵାରା ଅର୍ଶରୁ ରକ୍ତ ପଡିବା ମଧ୍ୟ ବନ୍ଦ ହୋଇ ଯାଇଥାଏ। ପ୍ରତ୍ୟେକଦିନ ଏହାର ସେବନ କଲେ ଗୋଟେ ସପ୍ତାହ ମଧ୍ୟରେ ଆପଣଙ୍କର ଅର୍ଶ ସମସ୍ୟା ଠିକ ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *