Excuse Me Odisha

ଯାହା କହିବୁ ସତ କହିବୁ

ସଫଳତାର ମନ୍ତ୍ର, ଏହା ଆପଣଙ୍କୁ ଅସଫଳ ହେବାକୁ ଦେବ ନାହିଁ

ସେୟାର୍ କରନ୍ତୁ

ବନ୍ଧୁଗଣ ଦୁନିଆରେ ସମସ୍ତେ ସର୍ବଦା ସଫଳତା ଚାହିଁଥାନ୍ତି ଏବଂ ସଫଳତା ପାଇବା ପାଇଁ ସାହସର ସହିତ ଆଗକୁ ବଢ଼ିଥାନ୍ତି। ତେଣୁ ସର୍ବଦା ତାଙ୍କ ମନରେ ସକାରାତ୍ମକ ଚିନ୍ତା ରହିଥାଏ। ବନ୍ଧୁଗଣ ସଫଳତା ପାଇବା ପାଇଁ ଆପଣଙ୍କୁ ନିଜ ଭୟକୁ ଦୂର କରନ୍ତୁ। ମନରୁ ଭୟ ଦୂର ହେଲେ ଜୀବନୀ ଶକ୍ତି ବୃଦ୍ଧି ପାଇଥାଏ। କିନ୍ତୁ ଜୀବନୀ ଶକ୍ତିକୁ ବୃଦ୍ଧି କରିବା ପାଇଁ ନିଜ ମନରେ ଆତ୍ମବିଶ୍ବାସ, ସତଭାବନା, ଶାନ୍ତି ରହିବା ଦ୍ୱାରା ଜୀବନୀ ଶକ୍ତିକୁ ପୋଷଣ ମିଲି ଥାଏ। ଏହାଦ୍ବାରା ନିଜ ମଧ୍ୟରେ ଥିବା ଭୟ ଦୂର ହୋଇଥାଏ ଏବଂ ନିଜ ଭିତରେ ଥିବା ଆତ୍ମବିଶ୍ବାସ, ଶ୍ରଦ୍ଧା, ଭକ୍ତି , ସକାରାତ୍ମକ ଭାବନାକୁ ଦ୍ଵିଗୁଣିତ କରିବା ପାଇଁ ଭାରତରେ ରହିଥିବା ମନ୍ତ୍ରବିଜ୍ଞାନର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ମନ୍ତ୍ରରେ ଶକ୍ତି ଲୁଚି ରହିଛି। ଯାହା ଆତ୍ମବିଶ୍ବାସକୁ ବୃଦ୍ଧି କରିଥାଏ ଏବଂ ସଫଳତା ଆଡକୁ ଅଗ୍ରଗତି କରିଥାଏ। ବନ୍ଧୁଗଣ ଆଜି ଆମେ ଜାଣିବା ଭାଗବତ ଗୀତାର ଅଠରତମ ଅଧ୍ୟାୟର ଶ୍ଳୋକ ବିଷୟରେ।

ଯତ୍ର ଯୋଗେଶ୍ୱରଃ କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧରଃ।

ଚତ୍ର ଶ୍ରୀବିଜୟୋ ରୁଡ଼ିଧ୍ରୁବା ନିତିମର୍ଡିମମ।।

Google

ଯେଉଁଠାରେ ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣ ଓ ଧନୁର୍ଦ୍ଧାରୀ ପାର୍ଥ ଅଛନ୍ତି, ସେଠାରେ ବିଜୟ ସୁନିଶ୍ଚିତ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ବନ୍ଧୁଗଣ ଆପଣ ଯେତେବେଳେ ବାହାରକୁ କୌଣସି କାମରେ ଯାଉଛନ୍ତି, ସେତେବେଳେ ସଫଳତା ପାଇବା ପାଇଁ ଏହି ଶ୍ଲୋକର ୨୧ ଥର ଜପ କରନ୍ତୁ। ଯାହା ବ୍ୟକ୍ତିର ସକାରାତ୍ମକ ଉର୍ଜା ବୃଦ୍ଧି କରିଥାଏ। ବନ୍ଧୁଗଣ ଏହା ନୁହେଁ ଯେ ବିନା ପ୍ରୟାସରେ ଆପଣ ସବୁକିଛି ହାସଲ କରି ପାରିବେ। ସେଥିପାଇଁ ଆପଣଙ୍କୁ ଦରକାର ପ୍ରୟାସ ଏବଂ କାର୍ଯ୍ୟ କୁଶଳତା। ଏହି ଶ୍ଳୋକ ଜପ କରିବା ଦ୍ଵାରା ମନରେ ସକାରାତ୍ମକ ଉର୍ଜା ବୃଦ୍ଧି ହେବା ସହିତ ବ୍ୟକ୍ତିର ମନ ପବିତ୍ର ରହେ। ଯେକୌଣସି କାର୍ଯ୍ୟ ପାଇଁ ବାହାରକୁ ଯିବା ପୂର୍ବରୁ ଏହି ଶ୍ଳୋକର ୨୧ ଥର ଜପ କରନ୍ତୁ। ଏହାଦ୍ବାରା ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବା ସହିତ ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *