Excuse Me Odisha

ଯାହା କହିବୁ ସତ କହିବୁ

ପବିତ୍ରତା ନାରୀଙ୍କୁ କିପରି ଚିହ୍ନିବେ,ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ପବିତ୍ରତା ସ୍ତ୍ରୀ ବିଷୟରେ ଯାହାଙ୍କ ଆଗରେ ଭଗବାନ ମଧ୍ୟ ହାତ ଯୋଡ଼ି ଦିଅନ୍ତି। ଗୋଟିଏ ପତ୍ନୀ ଗୋଟିଏ ପତିର ଅର୍ଦ୍ଧାଙ୍ଗିନୀ ହୋଇଥାଏ। ବାମାଙ୍ଗୀ ହୋଇଥାଏ। ଅର୍ଥାତ ପତିର ବାମ ଭାଗ ହୋଇଥାଏ। ଗୋଟିଏ ପତିବ୍ରତା ପତ୍ନୀ ନିଜର ପତିର ସବୁଠାରୁ ବଡ଼ ସୁରକ୍ଷା ଅଟେ। ମା ତୁଳସୀଙ୍କ ବିଷୟରେ ଆପଣ ଜାଣନ୍ତି। ଯାହାଙ୍କ ପତିବ୍ରତା ଆଗରେ ଭଗବାନ ନାରାୟଣ ମଧ୍ୟ ଶକ୍ତିହୀନ ହୋଇଯାନ୍ତି। ତୁଳସୀଙ୍କ ପତିବ୍ରତା ଯୋଗୁ ହିଁ ଭଗବାନ ବିଷ୍ଣୁ ତୁଳସୀଙ୍କ ପତି ଜଳଦ୍ଧରର ବୋଧ କରିପାରି ନଥିଲେ। ତାଙ୍କର ପତିବ୍ରତା ଭାଙ୍ଗିବା ପାଇଁ ଭଗବାନ ବିଷ୍ଣୁ ମଧ୍ୟ ଅସଫଳ ହୋଇଯାଇଥିଲେ। ସତୀ ସାବିତ୍ରୀ ତ ମଧ୍ୟ ପତିବ୍ରତାର ଶକ୍ତି ବଳରେ ନିଜର ପତି ସତ୍ୟବାନଙ୍କ ପ୍ରାଣକୁ ଯମରାଜଙ୍କ ଠାରୁ ଫେରାଇ ଆଣିଥିଲେ। ଭଗବାନ ଶିବ ଏବଂ ପାର୍ବତୀଙ୍କ ବିବାହ ସମାପ୍ତି ପରେ ଦେବୀ ପାର୍ବତୀଙ୍କ ବିଦାୟ ସମୟରେ ତାଙ୍କର ମାତା ମଇନାବତୀ ଦେବୀ ପାର୍ବତୀଙ୍କୁ ପତିବ୍ରତା ଧର୍ମ ପାଳନ କରିବାକୁ ଉପଦେଶ ଦେଇଥିଲେ। ଅନୁସୟାଙ୍କ ପତିବ୍ରତା ଶକ୍ତି ବଳରେ ହିଁ ଭଗବାନ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତାଙ୍କର ପୁତ୍ର ରୂପରେ ଜନ୍ମ ନେଇଥିଲେ। ଶାସ୍ତ୍ରରେ କୁହାଯାଇଛି କି ଯଦି ଆପଣ କୌଣସି ପତିବ୍ରତା ସ୍ତ୍ରୀର ଦର୍ଶନ ପାଇଯାନ୍ତି ତ ତା ସାକ୍ଷତ ଇଶ୍ଵରଙ୍କ ଦର୍ଶନ ଅଟେ। ଏହାକୁ ପତିବ୍ରତାର ଶକ୍ତି ଥିଲା। ଆମେ ଏବେ ଜାଣିବା ପତିବ୍ରତା ପତ୍ନୀର ଲକ୍ଷଣ ବିଷୟରେ।

Google

ଶାସ୍ତ୍ରରେ କୁହାଯାଇଛି କି ଗୋଟିଏ ପତିବ୍ରତା ପତ୍ନୀର ପରୀକ୍ଷା ସେତେବେଳେ ହୋଇଥାଏ ଯେତେବେଳେ ତାର ପତିର ପରିସ୍ଥିତି ବିଗିଡି ଯାଇଥାଏ। ଯେତେବେଳେ ପତି ନିର୍ଦ୍ଧନ ହୋଇଯାଇଥାଏ ଏବଂ ଯେତେବେଳେ ପତିର ଶରୀର ଦୁର୍ବଳ କାରଣରୁ ସାଥ ଦେଇନଥାଏ। ସେତେବେଳେ ଏକ ମାତ୍ର ପତ୍ନୀ ହିଁ ତାହାର ସାହାରା ହୋଇଥାଏ। ଗୋଟିଏ ପତିବ୍ରତା ପତ୍ନୀ ସେହି ସମୟରେ ମଧ୍ୟ ନିଜର ପତିର ସମ୍ପୂର୍ଣ ପ୍ରେମ, ସମ୍ମାନର ସହିତ ସେବା କରିଥାଏ। ଗୋଟିଏ ପତ୍ନୀ ନିଜର ପତିର ଆଶାର କିରଣ ହୋଇଥାଏ। ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛି କି ଗୋଟିଏ ପତ୍ନୀକୁ ସବୁବେଳେ ନିଜର ପତିର ଆଦେଶ ଏବଂ ନିର୍ଣ୍ଣୟର ସମ୍ମାନ କରିବା ଉଚିତ। ଯେଉଁ ପତ୍ନୀ ନିଜର ପତିଙ୍କ ସମ୍ମାନ କରିନଥାଏ ନିଜର ପତିଙ୍କ ସ୍ୱୀକୃତିଙ୍କ ବିନା ମନ ଇଛା କାମ କରିଥାଏ ତାହାର ସବୁକାର୍ଯ୍ୟ ଏବଂ ଉପାସନା ବ୍ୟର୍ଥ ଏବଂ ଅସଫଳ ହୋଇଥାଏ। ଯେଉଁ ପତ୍ନୀ ଉପରେ ଗୋଟିଏ ପତିର ଅନୁରାଗ ନଥାଏ ସେହି ପତ୍ନୀ ଯେତେବି ସୁନ୍ଦର ଏବଂ ଗୁଣବାନ ହୋଇଥାଉନା କାହିଁକି ତାହା ସବୁକିଛି ବ୍ୟର୍ଥ ହୋଇଥାଏ। ଗୋଟିଏ ପତିବ୍ରତା ନାରୀ କୌଣସି ଅନ୍ୟ ପୁରୁଷଙ୍କ ବିଷୟରେ ସ୍ୱପ୍ନରେ ସୁଦ୍ଧା ଭାବି ନଥାଏ। ସେତ ସଦେବ ନିଜର ପତିଙ୍କୁ ହିଁ ଧ୍ୟାନ କରିଥାଏ। ଗୋଟିଏ ପତିବ୍ରତା ନାରୀ କେବେବି ନିଜର ପତିଙ୍କ ପୂର୍ବରୁ ଭୋଜନ କରେ ନାହିଁ। ସେ ନିଜର ପତିଙ୍କ ଭକ୍ତି ଏବଂ ସେବା ହିଁ ତାହାର ସର୍ବ ପ୍ରଥମ ଧର୍ମ ହୋଇଥାଏ। ସ୍ୱୟଂ ଇଶ୍ଵର ମଧ୍ୟ ଗୋଟିଏ ପତୀବ୍ରତା ସ୍ତ୍ରୀର କଲ୍ୟାଣ ପାଇଁ ତତ୍ପର ରହିଥାନ୍ତି।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *