Excuse Me Odisha

ଯାହା କହିବୁ ସତ କହିବୁ

ଓଜନ ବଢେଇବାର ଘରୋଇ ଉପାୟ, ଆଜି ହିଁ ପ୍ରୟୋଗ କରନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ଅଳ୍ପ ଦିନରେ ଓଜନ ବଢ଼େଇବାର ଘରୋଇ ପ୍ରାକୃତିକ ଉପଚାର ବିଷୟରେ। ଅଧିକ ପତଳା ହେବା ଆପଣଙ୍କ ବ୍ୟକ୍ତିତ୍ଵ ଏବଂ ଆତ୍ମବିଶ୍ବାସ ଉପରେ ପ୍ରଭାବ ପକାଇ ଥାଏ। କହିବାକୁ ଗଲେ ବଜାରରେ ଓଜନ ବଢେଇବା ପାଇଁ ଅନେକ ଔଷଧ ଉପଲବ୍ଧ ହେଉଛି। ଏହାଦ୍ବାରା ଶରୀରରେ ଅନେକ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥାଏ। ଆଜି ଜାଣିବା ଓଜନ ବଢେଇବା ପାଇଁ ଘରୋଇ ପ୍ରାକୃତିକ ଉପଚାର କଣ କରିବା ଆବଶ୍ୟକ।

କିଛି ଲୋକେ ନିଜର ଓଜନ ବଢେଇବା ପାଇଁ ଅଧିକ ଖାଇବା ଆରମ୍ଭ କରି ଦେଇଥାନ୍ତି କିନ୍ତୁ ଓଜନ ବଢ଼ି ନଥାଏ। ଅଧିକାଂଶ ସମୟରେ ଦେଖାଯାଉଛି ଯେ ଲୋକେ ଓଜନ ବଢେଇବା ପାଇଁ ଫାଷ୍ଟ ଫୁଡର ସେବନ କରୁଛନ୍ତି। ଯାହା ଶରୀରରେ ଚର୍ବି ସୃଷ୍ଟି କରିଥାଏ। ଅଧିକ ଜଙ୍କ ଫୁଡ଼ ସେବନ କରିବା ଉଚିତ ନୁହେଁ। ଓଜନ ବୃଦ୍ଧି କରିବା ପାଇଁ ଆପଣଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟର ସେବନ କରିବା ଉଚିତ। ଏମିତିକଲେ ଆମ ଶରୀରର ମାଂସପେଶୀ ବିକଶିତ ହୋଇଥାଏ । ଅଦରକାରୀ ସ୍ଥାନରେ ଚର୍ବି ବଢ଼ି ନଥାଏ। ଏହାସହିତ ଚର୍ମ ଉଜ୍ବଳ ଦେଖା ଯାଇଥାଏ। ଆଜି ମୁଁ ଆପଣଙ୍କୁ କିଛି ଉପାୟ କହିବି ଆପଣ କିପରି ଅଳ୍ପଦିନରେ ଓଜନ ବଢେଇ ପାରିବେ।

ପ୍ରଥମ ହେଉଛି କଦଳୀ ଯୁସର ସେବନ। ଓଜନ ବଢେଇବା ପାଇଁ। ପ୍ରତ୍ୟେକଦିନ ଦୁଇ ଗ୍ଲାସ କ୍ଷୀର ପିଇବା ଉଚିତ । କ୍ଷୀର ଏବଂ କଦଳୀ ଅଲଗା ଅଲଗା ସେବନ କଲେ ସେତେଟା ପ୍ରଭାବ ପକାଇ ନଥାଏ। ତେଣୁ ଏହାର ମିଶ୍ରଣ ପ୍ରସ୍ତୁତ କରିବା ଉଚିତ। ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ଗୋଟେ ଗ୍ଲାସ କ୍ଷୀର ନେଇ ଦୁଇଟି କଦଳୀ , ଅଧା ଚାମୋଚ ଗୁଜୁରାତି ଗୁଣ୍ଡ ,ଏକ ଚାମୋଚ ଘିଅ ମିଶେଇ ଗ୍ରାଇଣ୍ଡିଂ କରି ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ସକାଳ ଜଳଖିଆ ସେବନ କରିବା ପୂର୍ବରୁ ସେବନ କରନ୍ତୁ। ଏହାର ସେବନ କରିବା ଦ୍ଵାରା ଆମ ଶରୀରକୁ ୪୫୦ ରୁ ୫୦୦ କ୍ୟାଲୋରୀ ଶକ୍ତି ମିଳିଥାଏ।ଏଥିରେ ଗୁଆ ଘିଅ ପକାଇଲେ ଅଧିକ ଲାଭକାରୀ ହୋଇଥାଏ। କାରଣ ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏଥିରେ ଥିବା ଗୁଜୁରାତି ଗୁଣ୍ଡ ଶରୀରରେ ହଜମ ଶକ୍ତି ବୃଦ୍ଧି କରିଥାଏ। କଦଳୀ ଏବଂ କ୍ଷୀରରେ ଥିବା ସମ୍ପୂର୍ଣ୍ଣ ପୋଷକ ତତ୍ତ୍ଵ ଶରୀରକୁ ମିଳିଥାଏ।

Google

ଦ୍ଵିତୀୟଟି ହେଉଛି ଖଜୁରୀ ରସର ସେବନ କରିବା। ଖଜୁରୀ ରସର ସେବନ କରିବା ପାଇଁ ସକାଳୁ ଗୋଟେ ଗ୍ଲାସ କ୍ଷୀରରେ ପାଞ୍ଚରୁ ଛଅଟି ଖଜୁରୀ କୋଷା ଭିଜେଇ ରଖନ୍ତୁ। ରାତିରେ ଅଧା ଚାମୋଚ ଗୁଜୁରାତି ଗୁଣ୍ଡ ମିଶେଇ ଏହାକୁ ଉଷୁମ କରି ସେବନ କରନ୍ତୁ। ଖଜୁରୀ ର ସେବନ ଦ୍ୱାରା ଆମ ଶରୀରକୁ ଏକାଧିକ ଫାଇଦା ଦେଇଥାଏ। ଏହା ଶରୀରରେ ଶକ୍ତି ବଢେଇବା ସହିତ ରକ୍ତ ଓ ଧାତୁରେ ବୃଦ୍ଧି କରିଥାଏ। ଯଦି ଶରୀରରେ ଦୁର୍ବଳତା ବା ଶୁକ୍ରାଣୁର ଅଭାବ ରହିଥାଏ, ତେବେ ଖଜୁରୀ ର ସେବନ କରିବା ଆବଶ୍ୟକ। ଖଜୁରୀ ମହିଳା ମାନଙ୍କ ଶରୀରରେ ଇଷ୍ଟ୍ରୋଜେନ ନାମକ ହର୍ମୋନକୁ ବଢେଇ ଥାଏ। ଯାହାଦ୍ଵାରା ମାସିକ ଋତୁସ୍ରାବ ସମୟରେ କଷ୍ଟରୁ ମୁକ୍ତି ମିଳିଥାଏ। ଯଦି ଏହି ଦୁଇଟି ସେକ ଆପଣ ପ୍ରତ୍ୟେକଦିନ ସକାଳେ ଏବଂ ରାତିରେ ସେବନ କରିବେ ତାହେଲେ ଆପଣ ଗୋଟିଏ ସପ୍ତାହ ମଧ୍ୟରେ ଓଜନ ଏବଂ ଶକ୍ତି ମଧ୍ୟରେ ପାର୍ଥକ୍ୟ ଅନୁଭବ କରି ପାରିବେ।

ତୃତୀୟଟି ହେଉଛି ବାଦାମ ସେବନ କରିବା। ପ୍ରତ୍ୟେକଦିନ ଦୁଇ ମୁଠା ଚିନାବାଦାମର ସେବନ କରିବା ଉଚିତ । ଗୋଟିଏ ମୁଠା ବାଦାମରେ ୧୦୦ ରୁ ୨୦୦ କ୍ୟାଲୋରୀ ରହିଛି। ଏହାବ୍ୟତୀତ ପିନଟ ବଟର ମଧ୍ୟ ଖାଇବା ଉଚିତ। ଏହା ଶରୀର ପାଇଁ ଲାଭକାରୀ ହୋଇଥାଏ । ଯାହା ପ୍ରାକୃତିକ ଉପାୟରେ ଓଜନ ବଢେଇ ଥାଏ।

Google

ଚତୁର୍ଥରେ ହେଉଛି ଅଣ୍ଡା ଏବଂ ଡାଲିର ସେବନ କରିବା। ଓଜନ ବଢେଇବା, ମାଂସପେଶୀ ବୃଦ୍ଧି ପାଇଁ ପ୍ରୋଟିନ ଜାତୀୟ ଖାଦ୍ୟ ସେବନ କରିବା ଉଚିତ। ଯେପରି କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ, ଡାଲି ଖାଇବା ଜରୁରୀ ହୋଇଥାଏ। ଗୋଟିଏ ଦିନରେ ଦୁଇଟି ଅଣ୍ଡା ଖାଇବା ଉଚିତ। କାରଣ ଅଣ୍ଡା, ପ୍ରୋଟିନ ପ୍ରାକୃତିକ ଉପାୟରେ ଓଜନ ବଢ଼ାଇବାରେ ସହାୟକ ହୋଇଥାଏ । ଯଦି ଆପଣ ଅଣ୍ଡା ଖାଇ ନପାରିବେ, ତାହେଲେ ଭୋଜନ ସମୟରେ ଡାଲିର ସେବନ କରନ୍ତୁ। ଡାଲି ଆମ ଶରୀରକୁ ପ୍ରୋଟିନ ସହିତ ଫାଇବର ଯୋଗାଇ ଥାଏ। ଯାହା ଓଜନ ବଢ଼େଇବାରେ ସହାୟକ ହୋଇଥାଏ।

ପଞ୍ଚମ ହେଉଛି କିସମିସ ସେବନ କରିବା। କିସମିସରେ ପଟାସୀୟମ ଓ କପର ପ୍ରଚୁର ପରିମାଣରେ ରହିଛି। ଏହାଦ୍ବାରା ମସ୍ତିଷ୍କର ମଧ୍ୟ ବିକାଶ ହୋଇଥାଏ। ଏଥିପାଇଁ କିସମିସ ଖାଇବା ଉଚିତ। ରାତିରେ ଗୋଟେ ମୁଠା ପାଣିରେ ଭିଜେଇ ରଖି ଦିଅନ୍ତୁ। ଏହାକୁ ସକାଳେ ସେବନ କରନ୍ତୁ।

ଷଷ୍ଠ ହେଉଛି ଆମ୍ବର ସେବନ କରିବା। ଆମ୍ବ ଓଜନ ବଢେଇବାରେ ବହୁତ ସହାୟକ ହୋଇଥାଏ। ଏଥିରେ ୧୩୫ କ୍ୟାଲୋରୀ ଶକ୍ତି ରହିଥାଏ। ତେଣୁ ଆମ୍ବର ସେବନ କରିବା ଆବଶ୍ୟକ।

Google

ଶେଷରୁ ହେଉଛି ଅଶ୍ଵଗନ୍ଧା ଏବଂ ସ୍ୱେତାବରୀର ସେବନ। ଓଜନ ବଢେଇବା ପାଇଁ ଆୟୁର୍ବେଦ ଔଷଧ ମଧ୍ୟ ସହାୟକ ହୋଇଥାଏ। ଏହାକୁ ଆପଣ କ୍ଷୀରରେ ମିଶେଇ ସେବନ କରିବା ଦ୍ୱାରା ଏହା ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇପାରେ। ଏହା ବ୍ଲଡ଼ ପ୍ରେସର, କଲେଷ୍ଟ୍ରଲ , ମଧୁମେହ ରୋଗ ଆଦିକୁ ନିୟନ୍ତ୍ରଣରେ ରଖିଥାଏ। ଆପଣଙ୍କୁ ଏହା ସର୍ବଦା ଧ୍ୟାନ ରଖିବାକୁ ପଡ଼ିବ ଯେ ସଠିକ ସମୟରେ ଆପଣ ନିଜର ଭୋଜନ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *