Excuse Me Odisha

ଯାହା କହିବୁ ସତ କହିବୁ

ଏହି ୩ଟି ଜିନିଷ ପଛରେ ପଡ଼ନ୍ତୁ ନାହିଁ,ସବୁବେଳେ ପରିତ୍ୟାଗ କରନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ବିଦ୍ୱାନ ଚାଣକ୍ୟ କହିଯାଇଥିବା କଥା ବାସ୍ତୁବରେ ସତ୍ୟ ହିଁ ହୋଇଥାଏ। ତେଣୁ ସେ କହିଯାଇଥିବା ନିୟମାବଳୀକୁ ଆମେ ଦୈନନ୍ଦିନ ଜୀବନରେ ପାଳନ କରିଥାଉ। ଏବଂ ଜୀବନ ବିଞ୍ଚାଇ ଥାଉ। ଆଜି ଆମେ ଜାଣିବା ୩ ଟି ଜିନିଷକୁ ସବୁବେଳେ ଛାଡିଦେବା ଉଚିତ। ନଚେତ ଆପଣ ପରେ ଏପରି ଅସୁବିଧାରେ ପଡ଼ିଥାନ୍ତି ସେଥିରୁ ମୁକୁଳିବା ମୁସକିଲ ହୋଇଯାଇଥାଏ। ଭବିଷ୍ୟତରେ ଜୀବନ କାଟିବା କାଠିକର ପାଠ ହୋଇଯାଏ।

ପର ନାରୀ:-

ପର ନାରୀ କିମ୍ବା ପର ସ୍ତ୍ରୀକୁ ସର୍ବଦା ତ୍ୟାଗ କରିଦେବା ଉଚିତ। ଶାସ୍ତ୍ରରେ କୁହାଯାଇଛି ପର ସ୍ତ୍ରୀ ସହ ସହବାସ କଲେ ତା ଶରୀରରେ ଯେତିକି ଲୋମକୂପ ଥାଏ ସେତିକି ହଜାର ବର୍ଷ ପର୍ଯ୍ୟନ୍ତ କୁନ୍ତଳିନୀ ନାମକ ନର୍କରେ ନର୍କ ଯନ୍ତ୍ରଣା ଭୋଗିବାକୁ ପଡିଥାଏ। ପରନାରୀ ସହ ଅଧିକ ମିଳାମିଶା ଯୋଗୁ ସେମାନଙ୍କ ପରିବାରରେ ଏବଂ ନିଜର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ। ଏହାକୁ ଶାସ୍ତ୍ରରେ ମଧ୍ୟ ପାପ ବୋଲି କୁହାଯାଇଛି। ଅତଃ ପରନାରୀ ପ୍ରତି ଆସକ୍ତ ନହୋଇ ସର୍ବଦା ତ୍ୟାଗ କରିଦେବା ଉଚିତ।

ପରଧନ କିମ୍ବା ପର ଦ୍ରବ୍ୟ:-

ଯଦି ଅନ୍ୟର ଧନ କିମ୍ବା ଦ୍ରବ୍ୟ ପ୍ରତି ଲୋଭ କରାଯାଏ ଅଥବା ଚୋରି କରାଯାଏ ତାହେଲେ ମଣିଷକୁ ତାର ଭୁଲ କାମର ଫଳ ନିଶ୍ଚୟ ମିଳିଥାଏ। ଏବଂ ଏଥିରେ ବ୍ୟକ୍ତିର ସ୍ଵଭାବ ମଧ୍ୟ ନଷ୍ଟ ହୋଇଯାଇଥାଏ। ଯେତେବେଳେ ଦ୍ରବ୍ୟ କିମ୍ବା ଧନର ଆଶା ରଖି ଶେଷରେ ମିଳିନଥାଏ, ଶେଷରେ ମନରେ ଅସନ୍ତୋଷ ଜାତ ହୋଇଥାଏ ଆଉ ଯାହା ପାଖରେ ସନ୍ତୋଷ ନଥାଏ ସେ ସବୁଠାରୁ ବଡ଼ ଦାରିଦ୍ର୍ୟ ହୋଇଥାଏ। ତେଣୁ ପର ଧନ, ପର ଦ୍ରବ୍ୟକୁ ତ୍ୟାଗ କରିଦେବା ଉଚିତ।

ପର ଅପବାଦ:-

ବନ୍ଧୁଗଣ ପର ଅପବାଦରେ କଦାପି ମୁଣ୍ଡ ପୁରାନ୍ତୁ ନାହିଁ। ପର ଅପବାଦରେ କିଏ ଦୋଷୀ କିଏ ନିର୍ଦୋଷ ଆପଣ ଜାଣିପାରିବେ ନାହିଁ। ଯଦି ଆପଣ ସେହି ଅପବାଦରେ ହସ୍ତକ୍ଷେପ କରନ୍ତି ଆପଣ ଅସୁବିଧାରେ ପଡିଯାଇପାରନ୍ତି। ସେଥିପାଇଁ କୁହାଯାଇଛି ପରନାରୀ ପରଧନ ପର ଅପବାଦ ଛାଡିବ ନିଶ୍ଚୟ ଏହା ନହିଲେ ପ୍ରମାଦ। ଏବଂ ଗୁରୁଜନ ମାନଙ୍କୁ କେବେବି ମଧ୍ୟ ଉପହାସ କରନ୍ତୁ ନାହିଁ। ନହେଲେ ଦୁନିଆ ଆପଣଙ୍କୁ ଉପହାସ କରିବ। ସେଥିପାଇଁ ଚାଣକ୍ୟ ନୀତିରେ ଆସେ ପରଦ୍ରାନଂ ପର୍ବାଦୟଂ ପ୍ରଶ୍ଚୁଚ, ପରହାସ୍ୟ ଗୁରୁସ୍ଥାନେ ଚପୂଜ୍ୟଙ୍ଗ ବିବର୍ଯ୍ୟତେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *