Excuse Me Odisha

ଯାହା କହିବୁ ସତ କହିବୁ

ରକ୍ତ ହୀନତା ଦୂର କରିବାର ଘରୋଇ ଉପାୟ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କହିବି ରକ୍ତହୀନତା ଏବଂ ଏନିମିଆର କିଛି ଘରୋଇ ଉପଚାର ବିଷୟରେ। ଆମର ରକ୍ତ ମୁଖ୍ୟତଃ ଚାରୋଟି ଉପାଦାନକୁ ନେଇ ଗଠିତ, ଯଥା ପ୍ଲାଜମା, ଲୋହିତ ରକ୍ତ କଣିକା, ଧଳା ରକ୍ତ କଣିକା ଓ ପ୍ଲେଟ ସ୍ଲେଟ। ଲୋହିତ ରକ୍ତ କଣିକାରେ ଥିବା ହିମୋଗ୍ଲୋବିନ ହିଁ ଏକମାତ୍ର ଉପାଦାନ ଯାହା ଆମ ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ବହନ କରିବାର କାର୍ଯ୍ୟ କରିଥାଏ। ପ୍ରତ୍ୟେକଦିନ ଆମେ ଯାହାବି ସେବନ କରିଥାଉ, ତାହା ବିଭିନ୍ନ ପ୍ରକ୍ରିୟା ଦେଇ ଶେଷରେ ରକ୍ତରେ ପରିଣତ ହୋଇଥାଏ। ଯଦି ଆମ ଶରୀରରେ ଆଇରନର ମାତ୍ରା କମିଯାଏ, ତାହେଲେ ଆମ ଶରୀର ହେମୋଗ୍ଲୋବିନ ପ୍ରସ୍ତୁତ କରି ପାରି ନଥାଏ। ତେଣୁ ରକ୍ତରେ ହେମୋଗ୍ଲୋବିନର ଅଭାବ ହୋଇଯାଏ। ଏହାକୁ ରକ୍ତହୀନତା କୁହାଯାଏ। ରକ୍ତହୀନତା ହେଲେ କିଛି ଲକ୍ଷଣ ଦେଖା ଯାଇଥାଏ। ରକ୍ତରେ ହେମୋଗ୍ଲୋବିନ ଏବଂ ଆଇରନର ଅଭାବକୁ ହିଁ ରକ୍ତହୀନତା କୁହାଯାଏ। ଏହାବ୍ୟତୀତ ଯଦି ଶରୀରରେ ଭିଟାମିନ ବି୧୨ ଏବଂ ଫଲିକ ଏସିଡର ଅଭାବ ଦେଖା ଦିଏ ତେବେ ମଧ୍ୟ ରକ୍ତହୀନତା ଦେଖା ଦେଇଥାଏ। ଚାଲନ୍ତୁ ଜାଣିବା ରକ୍ତହୀନତା ଦୂର କରିବାର ଘରୋଇ ଉପଚାର।

ରକ୍ତହୀନତା ଦୂର କରିବା ପାଇଁ ମୁଖ୍ୟତଃ ସେହିସବୁ ଖାଦ୍ୟର ସେବନ କରିବା ଉଚିତ ଯେଉଁଥିରେ ଆଇରନ, ହେମୋଗ୍ଲୋବିନ, କ୍ୟାଲସିୟମ, ଭିଟାମିନ ସି,  ଭିଟାମିନ ବି ୧୨ ଓ ଫଲିକ ଏସିଡର ମାତ୍ରା ଅଧିକ ରହିଥିବ।

Google

ପ୍ରଥମଟି ହେଉଛି ଗହମ ଘାସର ରସ ଏବଂ ଅଁଳା ରସର ସେବନ। ଗହମ ଗଛରୁ ତିଆରି ରସରେ ଆଇରନ, ଭିଟାମିନ ସି, କ୍ଲୋରଫିଲ, କ୍ୟାଲସିୟମ , ମ୍ୟଗ୍ନେଶୀୟମ ପ୍ରଚୁର ମାତ୍ରାରେ ରହିଥାଏ। ଏହାର ସେବନ କରିବା ଦ୍ଵାରା ଶରୀରରେ ଆଇରନ, ହେମୋଗ୍ଲୋବିନର ମାତ୍ରା ବଢ଼ିଥାଏ। ଏହାବ୍ୟତୀତ ଅଧିକାଂଶ ଡାକ୍ତର ରକ୍ତହୀନତା ଦୂର କରିବା ପାଇଁ ଅଁଳା ରସ ସେବନ କରିବା ପାଇଁ କହିଥାନ୍ତି। କାରଣ ଅଁଳା ରସରେ ଭିଟାମିନ ସି ରହିଥାଏ। ଯାହା ରକ୍ତହୀନତା ଦୂର କରିବା ସହିତ ତ୍ଵଚା ଓ କେଶ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ରକ୍ତହୀନତା ଦୂର କରିବା ପାଇଁ ୩୦ ମିଲି ଗହମ ଘାସର ରସ ସହିତ ୩୦ ମିଳି ଅଁଳା ରସ ମିଶେଇ ଏହାକୁ ସକାଳେ ଖାଇଲା ବେଳେ ସେବନ କରନ୍ତୁ। ଏହାକୁ ସପ୍ତାହରେ ତିନିଦିନ ସେବନ କରନ୍ତୁ। ଏହାର ସେବନ ଦୁଇ ସପ୍ତାହରେ କରିବା ପରେ ରକ୍ତରେ ହେମୋଗ୍ଲୋବିନର ସ୍ତର ବଢ଼ିବାକୁ ଲାଗିବ। ଗହମ ଘାସର ରସ ଏବଂ ଅଁଳା ରସ ଆପଣଙ୍କୁ ମାର୍କେଟରେ ମିଳିଯିବ। କିନ୍ତୁ ଉତ୍ତମ ପରିଣାମ ପାଇବା ପାଇଁ ଏହାକୁ ଘରେ ତାଜା ବନେଇ ତିଆରି କରନ୍ତୁ।

ଦ୍ୱିତୀୟଟି ସାଲଗମ ରସର ସେବନ କରିବା। ସାଲଗମ ଖାଇଲେ ବା ଏହାର ରସ ସେବନ କଲେ ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ଏଥିରେ ଥିବା ଆଇରନ ଶରୀରରେ ଭଲଭାବରେ ମିଶିବା ପାଇଁ ଏହାକୁ ଲେମ୍ବୁ ରସ ସହିତ ସେବନ କରନ୍ତୁ। ଶରୀରରେ ରକ୍ତର ମାତ୍ରା ବୃଦ୍ଧି କରିବା ପାଇଁ ଏହାର ପତ୍ରର ରସ ସେବନ କରିବା ଆବଶ୍ୟକ। ସାଲଗମ ରସ ପ୍ରସ୍ତୁତ କରିବା ପାଇଁ ସାଲଗମ ଓ ଏହାର ପତ୍ରକୁ ସଫା କରି ଗ୍ରାଇଣ୍ଡର ସାହାଯ୍ୟରେ ଏହାର ରସ ପ୍ରସ୍ତୁତ କରନ୍ତୁ। ସକାଳେ ଖାଦ୍ୟ ଖାଇବା ସମୟରେ ଏଥିରେ ଅଳ୍ପ ଲେମ୍ବୁ ରସ ମିଶେଇ ସେବନ କରନ୍ତୁ। ଯେଉଁମାନଙ୍କର ରକ୍ତହୀନତା ଯୋଗୁଁ ମୁଣ୍ଡ ଭାରୀ ଲାଗୁଥାଏ ବା ଥକା ଅନୁଭବ ହୋଇଥାଏ, ସେମାନେ ତାଙ୍କର ଦିନର ଆରମ୍ଭ ସାଲଗମ ଖାଇ କରନ୍ତୁ। କାରଣ ଏହା ଶରୀରର ଉର୍ଜା ଶକ୍ତି ବଢେଇ ଥାଏ। ଏହାବ୍ୟତୀତ ଶରୀରର ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

ତୃତୀୟଟି ହେଉଛି ପଶୁଙ୍କ ଯକୃତ ବା ଆନିମଲ ଲିଭର ର ସେବନ କରିବା। ଶାକାହାରୀ ଲୋକଙ୍କ ଅପେକ୍ଷା ମାଂସାହାରୀ ଲୋକଙ୍କର ରକ୍ତହୀନତା ରୋଗ ଦେଖା ଦେଇ ନଥାଏ। କାରଣ ରକ୍ତରେ ଥିବା ଆଇରନ, ହେମୋଗ୍ଲୋବିନ, ଫଲିକ ଏସିଡର ଅଭାବ ମାଂସ, ଅଣ୍ଡା, ମାଛର ସେବନ ଦ୍ୱାରା ଶୀଘ୍ର ପୂର୍ଣ୍ଣ ହୋଇଥାଏ। ଖାସ୍ କରି ପଶୁଙ୍କ ଲିଭର ଏହି ରୋଗକୁ ଭଲ କରି ଦେଇଥାଏ। କାରଣ ପନିପରିବା ଅପେକ୍ଷା ପଶୁଙ୍କ ଲିଭର ରେ ୧୦ ଗୁଣ ଆଇରନ, ଭିଟାମିନ ବି ୧୨ ରହିଥାଏ। ସାଧାରଣତଃ ଯେଉଁମାନେ ମଂଶାହାରୀ ଅଟନ୍ତି, ସେମାନଙ୍କ ଠାରେ ରକ୍ତହୀନତା ଦେଖା ଯାଇ ନଥାଏ। ରକ୍ତହୀନତା ଦୂର କରିବା ପାଇଁ ଆପଣଙ୍କୁ

Google

ଚତୁର୍ଥ ହେଉଛି ଡ୍ରାୟ ଫ୍ରୁଟସ ଶୁଷ୍କ ଫଳର ସେବନ କରିବା। ରକ୍ତହୀନତା ରୋଗ ହୋଇଥିବା ସମୟରେ ଡ୍ରାୟ ଫ୍ରୁଟସ ର ସେବନ କରିବା ଆବଶ୍ୟକ। କାରଣ ଏହା ଆଇରନ, ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର ହୋଇଥାଏ। କିସମିସ ଏବଂ ଖଜୁରୀ ଖାଇଲେ ଏହା ଶୀଘ୍ର ଶରୀରରେ ରକ୍ତ ବୃଦ୍ଧି କରିଥାଏ। ଏହାସହିତ ଥକା ହେବା, ଦୁର୍ବଳତା ଭଳି ସମସ୍ୟା ମଧ୍ୟ ଖୁବ୍ ଶୀଘ୍ର ଭଲ ହୋଇ ଯାଇଥାଏ। ପ୍ରତ୍ୟେକଦିନ ରାତିରେ କିସମିସ ଓ ଖଜୁରୀକୁ କ୍ଷୀରରେ ଭିଜେଇ ରଖନ୍ତୁ ଏବଂ ଏହାର ସେବନ କରନ୍ତୁ। ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ କି ଏହାର ସେବନ କରିବାର ଗୋଟେ ସପ୍ତାହ ମଧ୍ୟରେ ଶରୀରରେ ଶକ୍ତିର ବୃଦ୍ଧି ହୋଇଥାଏ ଏବଂ ଧୀରେ ଧୀରେ ରକ୍ତହୀନତା ମଧ୍ୟ ବୃଦ୍ଧି ହୋଇଯିବ।

ପଞ୍ଚମ ହେଉଛି ସେଓର ସିର୍କା ସେବନ। ଯଦି ଆପଣ ରକ୍ତ ବଢେଇବା ପାଇଁ ପ୍ରଥମରୁ ହିଁ ସବୁକିଛି କରି ସାରିଛନ୍ତି ବା ଆପଣଙ୍କର ହଜମକ୍ରିୟା ଦୁର୍ବଳ ରହିଛି। ଯାହାଦ୍ଵାରା ରକ୍ତ ବୃଦ୍ଧି କରିବା ପାଇଁ ଆପଣ ଖାଉଥିବା ଖାଦ୍ୟର ସମ୍ପୂର୍ଣ୍ଣ ଫାଇଦା ଆପଣଙ୍କ ଶରୀରକୁ ମିଳୁନାହିଁ। ଏମିତି କ୍ଷେତ୍ରରେ ପ୍ରତ୍ୟେକଦିନ ଖାଦ୍ୟ ଖାଇବାର ୩୦ ମିନିଟ ପୂର୍ବରୁ ଏପୁଲ ସାଇଡ଼ର ଭିନେଗାର ବା ସେଓ ସିର୍କାର ସେବନ କରନ୍ତୁ।ଏହା ଆମ ଶରୀରର ଥିବା ଭଲ ବ୍ୟାକ୍ଟେରିଆର ମାତ୍ରା ବଢେଇ ଥାଏ ଏବଂ ଭୋଜନରୁ ଆଇରନ ଶୋଷଣ କରିବାର ଶକ୍ତିରୁ ଆଇରନ ଶୋଷଣ କରିଥାଏ।

ଷଷ୍ଠ ହେଉଛି ସିଲାଜିତ ଶୁଦ୍ଧ ସେବନ କରିବା। ଏହା ଶରୀରର ସମସ୍ତ ପ୍ରକାରର ଦୁର୍ବଳତାକୁ ଦୂର କରି ଦେଇଥାଏ।ପ୍ରତ୍ୟେକଦିନ ସିଲାଜିତର ସେବନ କରିବା ଦ୍ୱାରା  ରକ୍ତହୀନତା ଯୋଗୁଁ ହେଉଥିବା ମୁଣ୍ଡବ୍ୟଥା ଦୂର ହୋଇଥାଏ। ଏହା ଅସ୍ଥି, କେଶ , ତ୍ଵଚାକୁ ସୁସ୍ଥ ରଖିଥାଏ।

ସପ୍ତମ ହେଉଛି ପାଳଙ୍ଗ ଶାଗ ସେବନ କରିବା। ରକ୍ତହୀନତା ଦୂର କରିବା ପାଇଁ ପାଳଙ୍ଗ ଶାଗର ସେବନ କରିବା ଆବଶ୍ୟକ। ପାଳଙ୍ଗ ଶାଗରେ ଭିଟାମିନ ଏ, ଭିଟାମିନ ବି ୧୨, ଭିଟାମିନ ସି ପ୍ରଚୁର ପରିମାଣରେ ରହିଥାଏ। ଏହାସହିତ ପ୍ରୋଟିନ, ସୋଡ଼ିୟମ, କ୍ୟାଲସିୟମ ପ୍ରଚୁର ମାତ୍ରାରେ ରହିଛି। ପାଳଙ୍ଗ ଶାଗକୁ ସୁପ ବା ଶାଗ କରି ଖାଇବା ଆବଶ୍ୟକ।

Google

ଅଷ୍ଟମ ହେଉଛି ଡାଳିମ୍ବ ରସର ସେବନ କରିବା। ଡାଳିମ୍ବ ପୁରାତନ ଯୁଗରୁ ରକ୍ତ ବଢେଇବା ପାଇଁ ମାନା ଯାଇଛି। ଡାଳିମ୍ବ ଖାଇବା ଦ୍ବାରା ଶରୀରରେ ରକ୍ତ ବୃଦ୍ଧି ହୋଇଥାଏ।ଏଥିରେ କ୍ୟାଲସିୟମ, ସୋଡ଼ିୟମ, ମ୍ୟାଗ୍ନେଶିୟମ, ପଟାସୀୟମ, ଆଇରନ ପ୍ରଚୁର ପରିମାଣରେ ରହିଥାଏ। ଏହା ଆମ ଶରୀରର ରକ୍ତରେ ହେମୋଗ୍ଲୋବିନର ମାତ୍ରାକୁ ବଢେଇ ଥାଏ। ଗୋଟେ ଡାଳିମ୍ବ କୁ ଚୋପା ଛଡ଼ାଇ ଏହାକୁ ଗ୍ରାଇଣ୍ଡରରେ ପେଶି ରସ ବାହାର କରନ୍ତୁ ଏବଂ ଏହି ରସର ସେବନ ସକାଳେ କରନ୍ତୁ।

ଏହିସବୁ ଘରୋଇ ଉପଚାର ବ୍ୟତୀତ ଅନ୍ୟ କେତୋଟି ଦିଗ ପ୍ରତି ଧ୍ୟାନ ଦେଲେ ରକ୍ତହୀନତା ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ମିଳିବ। ସବୁ ରୋଗର ସମ୍ବନ୍ଧ ଆମ ଖାଦ୍ୟ ସହିତ ହୋଇଥାଏ। ରକ୍ତହୀନତା ହୋଇଥିଲେ ଅଧିକରୁ ଅଧିକ ଘରୋଇ ଖାଦ୍ୟ ସେବନ କରନ୍ତୁ। ବାହାରେ ବିକ୍ରି ହେଉଥିବା ଖାଦ୍ୟ ବା ଜଙ୍କ ଫୁଡ଼ର ସେବନ କରନ୍ତୁ ନାହିଁ। ଭୋଜନରେ ସର୍ବଦା ସବୁଜ ପନିପରିବା ଯେପରି ପାଳଙ୍ଗ ଶାଗ, ଶିମଲା ଲଙ୍କା, ବ୍ରୋକଲି ଭଳି ସବୁଜ ପନିପରିବା ସେବନ କରନ୍ତୁ। କଫି ଚାହା ଆଦି ସେବନ କରନ୍ତୁ ନାହିଁ , ଏହା ଆମ ଶରୀର ଖରାପ କରିଥାଏ। ଅଧିକ ଚକୋଲେଟ ଏବଂ ସଫ୍ଟ ଡ୍ରିଙ୍କର ସେବନ କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।  ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *