Excuse Me Odisha

ଯାହା କହିବୁ ସତ କହିବୁ

ସମୟ ପୂର୍ବରୁ ପ୍ରସବ ହେବାର କାରଣ ଓ ଏହାର ନିରାକରଣ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କହିବି ସମୟ ପୂର୍ବରୁ ପ୍ରସବ ହେବାର କାରଣ କଣ ଏବଂ ସମୟ ପୂର୍ବରୁ ପ୍ରସବରୁ ବଞ୍ଚିବାର ଉପାୟ ବିଷୟରେ। ଗର୍ଭାବସ୍ଥା ପ୍ରତ୍ୟେକ ମହିଳାଙ୍କ ଜୀବନରେ ଏକ ମହତ୍ୱପୂର୍ଣ୍ଣ ସମୟ ହୋଇଥାଏ। ପ୍ରତ୍ୟେକ ମହିଳା ଚାହିଁ ଥାନ୍ତି ଯେ ତାଙ୍କ ଶିଶୁ ସାଧାରଣ ଉପରେ ଜନ୍ମ ନିଅନ୍ତୁ। କିନ୍ତୁ ବେଳେବେଳେ କିଛି କାରଣ ଯୋଗୁଁ ମହିଳାଙ୍କର ସମୟ ପୂର୍ବରୁ ପ୍ରସବ ହୋଇ ଯାଇଥାଏ। ଏମିତି କ୍ଷେତ୍ରରେ ଜନ୍ମ ହୋଇଥିବା ଶିଶୁ ମାନସିକ ରୂପରେ ସୁଦୃଢ ହୋଇ ନଥାନ୍ତି। ଆଜି ଆମେ ଜାଣିବା କାହିଁକି ହୋଇଥାଏ ସମୟ ପୂର୍ବରୁ ପ୍ରସବ। ଗର୍ଭରେ ଶିଶୁ ପାଖାପାଖି ୪୦ ସପ୍ତାହ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଯଦି ଶିଶୁର ଜନ୍ମ ୩୭ ସପ୍ତାହ ପୂର୍ବରୁ ହୋଇ ଯାଏ,ତାହେଲେ ତାକୁ ସମୟ ପୂର୍ବରୁ ପ୍ରସବ କୁହାଯାଏ। ସମୟ ପୂର୍ବରୁ ପ୍ରସବ ହେବାର ଅନେକ ଗୁଡ଼ିଏ କାରଣ ରହିଥାଏ

ପ୍ରଥମ ହେଉଛି ସମୟ ପୂର୍ବରୁ ଗର୍ଭାଶୟରେ ସଙ୍କୋଚନ ହେବା। ସମୟ ପୂର୍ବରୁ ଗର୍ଭାଶୟରେ ସଙ୍କୋଚନ ହେଲେ ଗର୍ଭାଶୟ ଦ୍ଵାର ସମୟ ପୂର୍ବରୁ ଖୋଲି ଯାଇ ଥାଏ। ଶିଶୁ ଯଦି ସମୟ ପୂର୍ବରୁ ଜନ୍ମ ହୁଏ ତାହେଲେ ଶିଶୁର ସ୍ବାସ୍ଥ୍ୟ ଓ ମାନସିକ ସମସ୍ୟା ଦେଖା ଦେଇ ଥାଏ। ଫଳରେ ଶିଶୁ ଦୁର୍ବଳ ହୋଇ ଯାଇଥାଏ

ଦ୍ଵିତୀୟଟି ହେଉଛି ପେଟରେ ଯାଆଁଳା ଛୁଆ ରହିବା। ଯଦି ମହିଳାଙ୍କ ଗର୍ଭାଶୟରେ ଯାଆଁଳା ଛୁଆ ରହିଛି ତାହେଲେ ଏମିତି କ୍ଷେତ୍ରରେ ମଧ୍ୟ ସମୟ ପୂର୍ବରୁ ପ୍ରସବ ହୋଇପାରେ। ନଚେତ ମାଆ କିମ୍ବା ଶିଶୁକୁ କୌଣସି ସଂକ୍ରମଣ ହୋଇ ଯାଇଥାଏ, ତାହେଲେ ସେମିତି କ୍ଷେତ୍ରରେ ମଧ୍ୟ ସମୟ ପୂର୍ବରୁ ପ୍ରସବ ହୋଇପାରେ।

ତୃତୀୟଟି ହେଉଛି କମ କିମ୍ବା ଅଧିକ ବୟସରେ ଗର୍ଭବତୀ ହେବା। ସମୟ ପୂର୍ବରୁ ପ୍ରସବ ହେବାର ଅନ୍ୟ ଏକ କାରଣ ହେଲା ଅଳ୍ପ ବୟସରେ ବା ଅଧିକ ବୟସରେ ଗର୍ଭ ଧାରଣ କରିବା। ଯଦି ଗର୍ଭବତୀଙ୍କ ବୟସ ୧୭ ବର୍ଷରୁ କମ୍ କିମ୍ବା ୩୫ ବର୍ଷରୁ ଅଧିକ ଥାଏ, ଏମିତି କ୍ଷେତ୍ରରେ ମଧ୍ୟ ସମୟ ପୂର୍ବରୁ ପ୍ରସବ ହୋଇପାରେ। ଯଦି ଗର୍ଭବତୀ ସମୟରେ ମହିଳାଙ୍କର ଓଜନ କମ୍ ଥାଏ ବା ସେ ଦୁର୍ବଳ ଥାନ୍ତି , ତାହେଲେ ମଧ୍ୟ ସମୟ ପୂର୍ବରୁ ପ୍ରସବ ହୋଇପାରେ।

Google

ଚତୁର୍ଥ ହେଉଛି ଉଚ୍ଚ ରକ୍ତଚାପ ରହିବା। ଯଦି ଗର୍ଭବତୀ ମହିଳାଙ୍କୁ ଉଚ୍ଚ ରକ୍ତଚାପର ସମସ୍ୟା ଥାଏ, ତାହେଲେ ଏମିତି କ୍ଷେତ୍ରରେ ମଧ୍ୟ ସମୟ ପୂର୍ବରୁ ପ୍ରସବ ହୋଇପାରେ।

ପଞ୍ଚମଟି ହେଉଛି ଗର୍ଭବତୀ ମହିଳା ନିଶା ସେବନ କରିବା। ଯଦି ଗର୍ଭବତୀ ମହିଳା ମଦ, ସିଗାରେଟ ଆଦି କୌଣସି ନିଶା ଦ୍ରବ୍ୟର ସେବନ କରୁ ଥାନ୍ତି ତାହେଲେ ସମୟ ପୂର୍ବରୁ ପ୍ରସବ ହୋଇପାରେ। ଏହାବ୍ୟତୀତ ଯଦି ଜଣେ ମହିଳାଙ୍କର ପୂର୍ବରୁ ସମୟ ପୂର୍ବରୁ ପ୍ରସବ ହୋଇଥାଏ, ତାହେଲେ ଏବେ ମଧ୍ୟ ତାହା ହୋଇପାରେ।

ଷଷ୍ଠ ହେଉଛି ପରିସ୍ରା ନଳୀରେ ସଂକ୍ରମଣ ହେବା। ଯଦି ଗର୍ଭାବସ୍ଥା ସମୟରେ ଗର୍ଭାଶୟରେ ସଂକ୍ରମଣ ହୋଇ ଯାଇଥାଏ, ତେବେ ମଧ୍ୟ ସମୟ ପୂର୍ବରୁ ପ୍ରସବ ହେବାର ସମ୍ଭାବନା ଥାଏ। ଯଦି ଗର୍ଭବତୀ ସମୟରେ ମହିଳାଙ୍କୁ ଅଧିକ ବ୍ଲିଡିଂ ହେଉଥାଏ, ଏହି କ୍ଷେତ୍ରରେ ମଧ୍ୟ ସମୟ ପୂର୍ବରୁ ପ୍ରସବ ହୋଇପାରେ। ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ସପ୍ତମ ହେଉଛି ଭାରୀ ଜିନିଷ ଉଠାଇବା। ଗର୍ଭବତୀ ସମୟରେ ମହିଳା ମାନେ ଅଜାଣତରେ କୌଣସି ଓଜନିଆ ଜିନିଷ ଉଠାଇ ଦେଉଛନ୍ତି, ତାହେଲେ ମଧ୍ୟ ସମୟ ପୂର୍ବରୁ ପ୍ରସବ ହେବାର ସମ୍ଭାବନା ରହିଛି। କାରଣ ଏମିତି କରିବା ଦ୍ୱାରା ପେଟ ଉପରେ ଅଧିକ ଚାପ ପଡ଼ିଥାଏ।

ଅଷ୍ଟମ ହେଉଛି ଅଧିକ ମାନସିକ ଚାପ। ଯଦି ଗର୍ଭବତୀ ମହିଳା ଅଧିକ ମାନସିକ ଚାପରେ ରହିଥାନ୍ତି ବା କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି , ତେବେ ମଧ୍ୟ ସମୟ ପୂର୍ବରୁ ଗର୍ଭବତୀ ହୋଇ ପାରନ୍ତି। ତେଣୁ ଗର୍ଭବତୀ ହୋଇଥିଲେ ସର୍ବଦା ଖୁସି ରହିବା ଉଚିତ।

ନବମ ହେଉଛି ନିଦ୍ରା କମ୍ ହେବା। ଯଦି ଗର୍ଭବତୀ ସମୟରେ ମହିଳା ମାନେ ଅଧିକ ମାନସିକ ଚାପ ବା ଷ୍ଟ୍ରେସ ରେ ରୁହନ୍ତି ତାହେଲେ ଏହି କାରଣ ଯୋଗୁଁ ନିଦ କମ୍ ଆସିଥାଏ। ଡାକ୍ତରଙ୍କ କହିବା ଅନୁସାରେ ଯେଉଁ ମହିଳା ମାନେ ୮ ଘଣ୍ଟାର ନିଦ୍ରା ନେଉ ନାହାନ୍ତି, ତେବେ ଏଥିପାଇଁ ମଧ୍ୟ ସମୟ ପୂର୍ବରୁ ପ୍ରସବ ହେବାର ସମ୍ଭାବନା ରହିଥାଏ।

ବର୍ତମାନ ଜାଣିବା ସମୟ ପୂର୍ବରୁ ପ୍ରସବ ନହେବାର ଉପାୟ କଣ ଅଟେ:-

୧- ପ୍ରଥମ ଟି ହେଉଛି ଉଚିତ ସମୟରେ ଆପଣଙ୍କୁ ଭୋଜନ କରିବା ଦରକାର। ନିଜ ଭୋଜନରେ ସବୁଜ ପନିପରିବା , ପୁଷ୍ଟିକର ଖାଦ୍ୟ ସାମିଲ କରନ୍ତୁ।

୨ –  ଦ୍ଵିତୀୟ ହେଉଛି ସକାଳେ ଏବଂ ସନ୍ଧ୍ୟାରେ ୩୦ ମିନିଟ ପର୍ଯ୍ୟନ୍ତ ବୁଲାବୁଲି କରିବା ଉଚିତ।

Google

୩ – ତୃତୀୟଟି ହେଉଛି ୟୁରିନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।

୪- ଚତୁର୍ଥଟି ହେଉଛି ଗର୍ଭାବସ୍ଥା ସମୟରେ କୌଣସି ଭାରୀ ଜିନିଷ ଉଠାଇବା ଉଚିତ ନୁହେଁ। ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହାଦ୍ଵାରା ଆପଣ ପଡି ଯିବେ

୫- ପଞ୍ଚମଟି ହେଉଛି ଗର୍ଭାବସ୍ଥା ସମୟରେ ଦିନକୁ ସାତରୁ ଆଠ ଗ୍ଲାସ ଜଳ ସେବନ କରନ୍ତୁ।

୬- ଷଷ୍ଠ ହେଉଛି ଧୁମ୍ରପାନ ଏବଂ ମଦିରା ସେବନ କରନ୍ତୁ ନାହିଁ।

୭- ସପ୍ତମଟି ହେଉଛି ଗର୍ଭାବସ୍ଥା ସମୟରେ ଯଦି ପେଟରେ ଦରଜ ହୁଏ ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *