Excuse Me Odisha

ଯାହା କହିବୁ ସତ କହିବୁ

ଘଣ୍ଟା, କ୍ୟାଲଣ୍ଡାର, ଆଉ ଦର୍ପଣକୁ ଯଦି ଆପଣ ଏହି ଦିଗରେ ଲଗେଇଛନ୍ତି ତାହେଲେ ଆଜି ହିଁ ବାହାର କରିଦିଅନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମର ଜୀବନରେ ସମୟର ବହୁତ ମହତ୍ତ୍ୱପୁର୍ଣ ଭୂମିକା ଥାଏ। ଏହି କଥାତ ସତ୍ୟ ଅଟେ। କାରଣ ଏହା ଚାଲିଗଲେ ଆମ ଜୀବନରେ ପୁଣି ଥରେ ଫେରିକି ଆସେନାହିଁ। ଏହି କାରଣରୁ ଆମେ ସମୟର ସଠିକ ବ୍ୟବହାର କରିବା ଉଚିତ। ବନ୍ଧୁଗଣ ସମୟର ବ୍ୟବହାର କରିବା ପାଇଁ ସମୟ ଜାଣିବା ଆବଶ୍ୟକ। ସମୟ ଜାଣିବା ଦ୍ୱାରା ଆମେ ଆମର ଘଣ୍ଟାରେ ଯେମିତି କେତେକ ଲୋକ ନିଜର ସବୁ କାମ ସମୟ ଅନୁସାରେ କରିଥାନ୍ତି ସେମାନେ ବାରମ୍ବାର ଘଣ୍ଟାକୁ ଦେଖିବା ଅଭ୍ୟାସ ରଖିଥାନ୍ତି। ଖାସ କରି ସବୁଦିନେ କିଛି କାମ ଏମିତି ହୋଇଥାଏ ଯାହା ଆମେ ଘଣ୍ଟାକୁ ଦେଖି କରିଥାଉ। ଖାସ କରି ଘରର ମହିଳା ସମସ୍ତଙ୍କୁ ଖାଇବାକୁ ଦେବା,ଠିକ ସମୟରେ ଔଷଧ ଦେବା ଏହି ସବୁର ଧ୍ୟାନ ରଖିବାକୁ ପଡିଥାଏ। ଦିନସାରା ସେମାନଙ୍କର କେତେ କାମଥାଏ। ଆମେ ଆମର ଘରେ ରଖାଯାଇଥିବା ଘଣ୍ଟକୁ କେବଳ ମାତ୍ର ଗୋଟିଏ ମେସିନ ବୋଲି ଭାବିଥାନ୍ତି। କିନ୍ତୁ ଏହି ମେସିନରେ ଆମର ଭାଗ୍ୟ ଲୁଚି ରହିଥାଏ। ହଁ ବନ୍ଧୁଗଣ ଆମେ ବାରମ୍ବାର ସମୟକୁ ଦେଖି ଆମେ ସମୟ ସହିତ ଚାଲିଥାଉ। ଆଉ ସମୟ ସହିତ ବଦଳିଥାଉ। ବନ୍ଧୁଗଣ ଆପଣ କଣ ଜାଣିଛନ୍ତି ଯେପରି ଆମର ଶାସ୍ତ୍ରରେ ମାନେ ମୁଖ୍ୟତଃ ବାସ୍ତୁଶାସ୍ତ୍ରରେ ଆମର ଉପଯୋଗୀ ସମସ୍ତ ବସ୍ତୁ ରଖିବାର ଗୋଟିଏ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନ ନିର୍ଦ୍ଧାରଣ ହୋଇଥାଏ ସେହି ବସ୍ତୁକୁ ସେହି ଜାଗାରେ ରଖିବା ଦ୍ୱାରା ଆମକୁ ଶୁଭ ଫଳ ମିଳିଥାଏ। ସେହି ପକାର ସମୟ ଦେଖୁଥିବା କୌଣସି ବି ଉପକରଣକୁ ରଖିବା ପାଇଁ ସ୍ଥାନ ନିର୍ଦ୍ଧାରଣ ହୋଇଥାଏ। ଆମେ କହିଥିଲୁ ଯେ ସେହି ଘଣ୍ଟାରେ ଆମର ଭାଗ୍ୟ ଲୁଚିକି ରହିଥାଏ। ଏଥିପାଇଁ ଘଣ୍ଟାକୁ କେବଳ ମାତ୍ର ଗୋଟିଏ ମେସିନ ବୋଲି ଭାବନ୍ତୁ ନାହିଁ। ଏହାକୁ ମଧ୍ୟ ବାସ୍ତୁ ଦୃଷ୍ଟି କୋଣରୁ ଆମର ଭାଗ୍ୟ ବଦଳେଇବାର କାଳଚକ୍ର ରଖିଥାଏ। ବାସ୍ତୁଶାସ୍ତ୍ରରେ ଦିଗ ମାନଙ୍କର ବହୁତ ମହତ୍ୱପୂର୍ଣ ରହିଛି। ପ୍ରତ୍ୟକ ଦିଗ ମହତ୍ୱପୂର୍ଣ ଅଟନ୍ତି। ଏବଂ ପ୍ରତ୍ୟକ ଦିଗର କିଛି ନାଁ କିଛି ଦୋଷ ରହିଛି। ଏଥିପାଇଁ ଆପଣ ପ୍ରତ୍ୟକ ବସ୍ତୁକୁ ନୁହଁ କିନ୍ତୁ ପ୍ରତିଦିନ ବ୍ୟବହାର କରୁଥିବା କିଛି ମହତ୍ୱପୂର୍ଣ ବସ୍ତୁକୁ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଠିକ ଜାଗାରେ ରଖନ୍ତୁ। ତ ସେହି ବସ୍ତୁରେ ଥିବା ନକାରାତ୍ମକ ଉର୍ଜା ଆପଣଙ୍କର ଜୀବନରେ ସକାରାତ୍ମକତା ନେଇ ଆସିଥାଏ। ଆପଣଙ୍କ ଜୀବନରେ ଥିବା ଆର୍ଥିକ ପରିସ୍ଥିତିକୁ ସମାପ୍ତ କରିବା ପାଇଁ ଆପଣଙ୍କର ସହାୟତା କରିବ ଏବଂ ଆପଣଙ୍କର ଜୀବନକୁ ସୁଖ, ସମୃଦ୍ଧି,ଧନ ସମ୍ପତିରେ ଭରିଦେବ। ବାସ୍ତୁ ଅନୁସାରେ କାନ୍ଥରେ ଲାଗିଥିବା ଘଣ୍ଟା ଯଦି ଭୁଲ ଦିଗରେ ଲାଗିଛି ତ ବହୁତ ଖରାପ ପରିଣାମ ଭୋଗିବାକୁ ପଡ଼ିଥାଏ। ଏଥିପାଇଁ ଆପଣ ମଧ୍ୟ ଆପଣଙ୍କର ଘରେ କାନ୍ଥରେ ଘଡିକୁ ଲଗେଇବା ସମୟରେ ବାସ୍ତୁଶାସ୍ତ୍ରର ଏହି ନିୟମକୁ ପାଳନ କରନ୍ତୁ। ତ ଚାଲନ୍ତୁ ଜାଣିନେବା ଘଡି ଏବଂ କ୍ୟାଲଣ୍ଡାର ସହିତ ଜଡିତ କିଛି ନିୟମ ବିଷୟରେ।

Google

ସର୍ବ ପ୍ରଥମେ ଘଡି ସହିତ ସମ୍ବଦ୍ଧିତ ଗୋଟେ ପ୍ରମୁଖ ଭୁଲ ଆମେ କରିଥାଉ। ଯାହା ଘଡିର ସମୟକୁ ଆମେ ଆମର ସୁବିଧା ଅନୁଯାୟୀ ଆଗ କିମ୍ବା ପଛ କରିଥାନ୍ତି। ଘଡିକୁ ସବୁବେଳେ ସମୟ ଅନୁଯାୟୀ ସେଟ କରି ରଖିବା ଉଚିତ। ଯଦି ଆବଶ୍ୟକ ଘଡିର ସମୟକୁ ଦୁଇ ତିନି ମିନିଟ ଆଗୁଆ ରଖନ୍ତୁ। କିନ୍ତୁ ଭୁଲରେ ମଧ୍ୟ ଘଡିର ସମୟକୁ ପଛକୁ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଖରାପ ପରିସ୍ଥିତି ଆସେ। ଆମକୁ ଆମର ପରିଶ୍ରମ ଅନୁଯାୟୀ ଉଚିତ ଫଳ ମିଳେ ନାହିଁ। ଆମର ପ୍ରତ୍ୟକ କାମ ଡେରିରେ ହେବାକୁ ଲାଗିଥାଏ।

ଘରେ ବନ୍ଦ ହୋଇ ପଡିଥିବା ଘଡି, ଭାଙ୍ଗି ଯାଇଥିବା ଘଡି କିମ୍ବା ଏପରି ଘଡି ଯେପରି କାଚ ଭାଙ୍ଗିଯାଇଥିବ କିମ୍ବା କଣ୍ଟା ବାହାରି ପଡିଥିବ ଅଧିକ ଆବାଜ ହେଉଥିବା ଘଡି କିମ୍ବା କର୍କଶ ଶବ୍ଦ କରୁଥିବା ଘଡି ଘରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ। ତା ସହିତ ଏପରି ଘଡି ମଧ୍ୟ ଘରେ ରଖନ୍ତୁ ନାହିଁ ଯେଉଁଥିରେ ଧୂଳି ଜମି ଯାଇଥିବ। ଘଡିକୁ ନିୟମିତ ରୂପେ ସଫା ରଖନ୍ତୁ। ଏହି କଥାକୁ ଅଣଦେଖା କରିବା ଦ୍ୱାରା ଆମର ପରିବାର ଉପରେ ଏହାର ନକାରାତ୍ମକତା ପ୍ରଭାବ ପଡିଥାଏ।ଘରେ କ୍ଳେଶ ବଢେ। ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ। ତା ସହିତ ଘରେ ନାକାରାତ୍ମକତା ଆସିଯାଏ।ଏବଂ ସଂକଟର ସ୍ଥିତି ଉତ୍ପନ ହୁଏ। ବନ୍ଦ ହୋଇ ପଡ଼ିଥିବା ଘଡି ଆସିବାକୁ ଥିବା ଶୁଭ ଫଳକୁ ରୋକି ଦିଏ। ଏବଂ। ଅନୁଷ୍ୟର ଭାଗ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ। ଏଥିପାଇଁ ଘରେ ବନ୍ଦ ହୋଇ ପଡ଼ିଥିବା ଘଡିକୁ ଭଲରେ ମଧ୍ୟ ରଖନ୍ତୁ ନାହିଁ।

ଆମେ ଜାଣିଛୁ ଯେ ଘରେ ଘଡିର ଯୋଗ୍ୟ ଦିଗ କଣ ଓ କେଉଁ ଦିଗରେ ରହିବା ଉଚିତ। ଯାହା ଦ୍ୱାରା ଆମକୁ ସକାରାତ୍ମକ ଏବଂ ଅନୁକୂଳ ପରିଣାମ ହେବ। ବାସ୍ତୁଶାସ୍ତ୍ର କହିଥାଏ କି ଘରେ କେବେବି ଘଡିକୁ ମୁଖ୍ୟ ଦ୍ୱାରର ସାମ୍ନାରେ କିମ୍ବା ତଳେ ଲଗାନ୍ତୁ ନାହିଁ। ଘରର ପୂର୍ବ ଦିଗ କିମ୍ବା ଉତ୍ତର ଦିଗରେ ଘଡିକୁ ଲଗେଇବା ଉଚିତ। ଏହାକୁ ଯୋଗ୍ୟ ଦିଗ କୁହାଯାଏ ଘଡିକୁ ଲଗେଇବା ପାଇଁ। ଏହି ଦୁଇଟି ଦିଗ ସକରାତ୍ମକ ଉର୍ଜାରେ ଭରପୁର ଥାଏ। ପଶ୍ଚିମ ଦିଗରେ ମଧ୍ୟ ଆପଣ ଘଡି ଲଗାଇ ପାରିବେ। ଏହି ଦିଗରେ ଘଡି ଲଗାଇବା ଦ୍ୱାରା ପରିବାରର ଲୋକମାନଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ମନ ମସ୍ତିଷ୍କ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପଡିଥାଏ। କାରଣ ଏହି ୩ ଟି ଦିଗ ଆମର ଜାତକର ପ୍ରମୁଖ ଗ୍ରହ ଶନି, ମଙ୍ଗଳ,ସୂର୍ଯ୍ୟଙ୍କର ସ୍ଥିତିକୁ ପ୍ରବଳ କରାଇ ଥାନ୍ତି। କିନ୍ତୁ ପୂର୍ବ ଦିଗରେ ଘଡି ଲଗାଇବା ସର୍ବତମ ମାନାଯାଏ। ଏହା ମନୁଷ୍ୟ ଜୀବନରେ ଉନ୍ନତି କରିବାରେ ସହାୟତା କରିଥାଏ।

Google

ଯେପରି ଲୋକେ କୁହନ୍ତି ସମୟ ଦେଖିବା ପାଇଁ ଆମେ ଘଡିକୁ ବାରମ୍ବାର ଦେଖିଥାଉ। ସେଥିପାଇଁ ଭୁଲରେ ମଧ୍ୟ ଘଡିକୁ ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ। ଦକ୍ଷିଣ ଦିଗକୁ ଜମରାଜଙ୍କର ଦିଗ ବୋଲି ମାନାଯାଏ। ଏହା ନାକାରାତ୍ମକ ଉର୍ଜାରେ ପ୍ରଭାବିତ ହୋଇଥାଏ। ଏଥିପାଇଁ ଯଦି ଆମେ ବାରମ୍ବାର ଘଡିକୁ ଦେଖିବା ତ ଆମ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡିବ। ଆମର କାର୍ଯ୍ୟରେ ମନ ଲାଗିବ ନାହିଁ। ପ୍ରଗତି କରିବା ବଦଳରେ ଆମେ ଅବନତି କରିବାରେ ଲାଗିଥାଉ। ତା ସହିତ ଏହା ଆମର ମାନସିକ ଚିନ୍ତାକୁ ମଧ୍ୟ ବଢ଼ାଇଥାଏ। ଏଥିପାଇଁ ଦକ୍ଷିଣ ଦିଗରେ ଘଡିକୁ ଲଗାନ୍ତୁ ନାହିଁ।

ଆମେ କେତେଥର ଏହି ଭୁଲ କରିଥାଉ କି ଆମର ପୁରୁଣା କ୍ୟାଲେଣ୍ଡରକୁ ନୂଆ କ୍ୟାଲେଣ୍ଡର ତଳେ ରଖିଦେଉ। କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ ଏହା କରିବା ବାସ୍ତୁଶାସ୍ତ୍ର ଦୃଷ୍ଟିରୁ ଅଶୁଭ ମାନାଯାଏ। ଘର ଭିତରେ କୌଣସିବି ଦିଗରେ ପୁରୁଣା କ୍ୟାଲେଣ୍ଡର ରଖନ୍ତୁ ନାହିଁ।ଏହା ଆପଣଙ୍କ ଜୀବନରେ ଆସିବାକୁ ଥିବା ଶୁଭ ଅବସରକୁ ରୋକି ଥାଏ। ପୁରୁଣା ଝଗଡା କ୍ଳେଶ, ଏପରି କଥାକୁ ଆପଣଙ୍କ ଜୀବନରେ ପୁଣି ନେଇ ଆସିଥାଏ। ଏଥିପାଇଁ ପୁରୁଣା କ୍ୟାଲେଣ୍ଡରକୁ ତୁରନ୍ତ ଘରୁ ବାହାର କରି ଫୋପାଡ଼ି ଦିଅନ୍ତୁ। ନୂଆ କ୍ୟାଲେଣ୍ଡରକୁ ଦୂରରେ ଲଗାନ୍ତୁ।

ତ ବନ୍ଧୁଗଣ ଏହା ଥିଲା କିଛି ମହତ୍ୱପୂର୍ଣ କଥା ଯାହା ସମୟ ସୁଯୋଗ ବସ୍ତୁ ସହିତ ଜଡିତ। ଯାହାକି ଆପଣଙ୍କୁ ଏହିସବୁ କଥା ବିଷୟରେ ଜାଣିବା ଉଚିତ।

Google

ଏବେ ଆସନ୍ତୁ ଜାଣିବା ଘରେ ଆଇନା କେଉଁ ଜାଗାରେ ରହିବା ଉଚିତ।

ବାସ୍ତୁଶାସ୍ତ୍ରରେ ଦର୍ପଣ ବିଷୟରେ କିଛି କଥା ବର୍ଣ୍ଣନା କରାଯାଇଛି। ଯଦି ଦର୍ପଣ ବା କାଚର କିଛି ବସ୍ତୁ ଘରେ ହେଉ କିମ୍ବା ଦୁକାନ ଯଦି ଠିକ ଜାଗାରେ ରଖାଯାଇଥାଏ। ତେବେ ଧନ ରତ୍ନ ଠାରୁ ଆରମ୍ଭ କରି ସୁଖ ଶାନ୍ତି ପର୍ଯ୍ୟନ୍ତ ବହୁତ ଭଲ ପ୍ରଭାବ ପକାଇଥାଏ। ଜଦି ଭୁଲ ଜାଗାରେ ଏହାକୁ ରଖାଯାଇଥାଏ ତ ଏହା ନାକାରାତ୍ମକ ପ୍ରଭାବ ମଧ୍ୟ ପକାଇ ଥାଏ।ଯଦି ଆପଣ ଦର୍ପଣ ଲଗାଇବାରେ କିଛି ଭୁଲ କରୁଛନ୍ତି ତ ସୁଧାରି ନିଅନ୍ତୁ। ଆସନ୍ତୁ ଜାଣିବା କେଉଁଠି ଦର୍ପଣକୁ ରଖିଲେ ଭଲ ପ୍ରଭାବ ପକାଇ ଥାଏ। ଘରର ଟଙ୍କାର ବକ୍ସ ମାନେ ଆପଣ ଆପଣଙ୍କର ଯେଉଁ ଜାଗାରେ ଟଙ୍କା ରଖିଥାନ୍ତି ତା ସାମ୍ନାରେ ଆପଣ କୌଣସି କାଚ ଆଇନା ହେଉ କିମ୍ବା କାଚ ବସ୍ତୁ ରଖୁଥାନ୍ତି ତେବେ ଆପଣଙ୍କର ଧନର ବୃଦ୍ଧି ହୋଇଥାଏ। ଘର ହେଉ କିମ୍ବା ଦୋକାନ ତାର ମେନ ଗେଟ ପାଖରେ ଦର୍ପଣ ବା କାଚରେ ତିଆରି ଯେକୌଣସି ବସ୍ତୁ ରଖିଲେ କୌଣସି ପ୍ରକାରର ନେଗେଟିଭ ଏନର୍ଜୀ ଘରକୁ ହେଉ କିମ୍ବା ଦୁକାନକୁ ପ୍ରବେଶ କରିପାରେ ନାହିଁ। ଘର ଏବଂ ଦୁକାନକୁ ଦୃଷ୍ଟି ଦୋଷ ଲାଗି ନଥାଏ। ଆଜିକାଳିତ ସମସ୍ତେ ସମସ୍ତଙ୍କ ଘରେ ଟିଭି କମ୍ପୁଟର ରଖିଛନ୍ତି ଏହା ସମସ୍ତେ ଜାଣନ୍ତି। କିନ୍ତୁ ଏପରି ଭୁଲ କରନ୍ତୁ ନାହିଁ। ଟିଭି ଏବଂ କମ୍ପୁଟର ସାମ୍ନାରେ ଆଇନା କେବେବି ରଖନ୍ତୁ ନାହିଁ। ଏହା ଦ୍ୱାରା ପରିବାରରେ କଲହର ସମ୍ଭବନା ଅଧିକ ଥାଏ। ଆଉ ଗୋଟେ କଥା ଆପଣଙ୍କ ଘରର ସିଡ଼ି କିମ୍ବା ସିଡ଼ିର ତଳେ ସିଡ଼ି ପାଖରେ ମାନେ ସିଡ଼ି ପାଖାପାଖି ଆଇନା ରଖନ୍ତୁ ନାହିଁ। କାରଣ ଏହା ଦ୍ୱାରା ଘରେ କେବେବି କୌଣସି ପ୍ରକାର ଉନ୍ନତି ହୋଇ ନଥାଏ। ଆପଣଙ୍କର ଷ୍ଟର ମାନେ ଆପଣଙ୍କର ସାମଗ୍ରୀ ଥାଏ ସେହି ଷ୍ଟର ରୁମରେ ଯଦି ଆପଣ କାଚ ଲଗାଇ ଥାନ୍ତି ତେବେ ଆପଣଙ୍କର ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। କେବେବି ଆପଣଙ୍କର ଧନ ସମ୍ପତ୍ତିର ଅଭାବ ଦେଖାଦିଏ ନାହିଁ। ଏବଂ ଗୃହରେ ନିଜ ନିଜ ଭିତରେ କେବେବି ମଧ୍ୟ ମନମାଳିନ୍ୟ ଦେଖାଯାଇନଥାଏ। ତେବେ ଆପଣଙ୍କର ଯଦି ଷ୍ଟୋର ରୁମ ନାହିଁ ତେବେ ଆପଣଙ୍କର ରୋଷେଇ ଘରେ ରୋଷେଇ ଜିନିଷକୁ କାଚର ବକ୍ସ କରି ରୋଷେଇ ସାମଗ୍ରୀକୁ ରଖନ୍ତୁ। ଏହା ଦ୍ୱାରା ଆପଣଙ୍କର କେବେବି ଧନର ଅଭାବ ରହିବ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *