Excuse Me Odisha

ଯାହା କହିବୁ ସତ କହିବୁ

ଘିକୁଆଁରିର ୧୦ଟି ଚମତ୍କାରି ଲାଭ, ଯାହାକି ଆପଣଙ୍କ ବହୁତ କାମରେ ଆସିବ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଏଲୋବେରା ବା ଘିକୁଆଁରୀ ଗଛର କିଛି ଏଭଳି ଚମତ୍କାର ଫାଇଦା ବିଷୟରେ କହିବାକୁ ଯାଉଛି କି ଆମେ ଏତେ ପର୍ଯ୍ୟନ୍ତ ଏଲୋବେରାର ଉପଯୋଗ କଣ ପାଇଁ ଆରମ୍ଭ କରି ନାହୁଁ। ଏଲୋବେରାକୁ ଘିକୁଆଁରି ମଧ୍ୟ କୁହାଯାଏ। ଏହା ଭାରତର ଅଧିକାଂଶ ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଆପଣ ଏହାକୁ ନିଜ ବଗିଚାରେ ଲଗାଇ ପାରିବେ। ଏଲୋବେରା ଔଷଧୀୟ ଗୁଣ ଭରପୁର ଥାଏ। ଏଲୋବେରାରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ରହିଥାଏ। ଏଥିରେ ପଲିଥିନଲ ନାମକ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ। ଯାହା ଶରୀରର ଖରାପ ବ୍ୟାକ୍ଟେରିଆକୁ ବଢ଼ିବାକୁ ଦେଇ ନଥାଏ। ଏଲୋବେରା ଉଭୟ ତ୍ଵଚା, ପେଟ ଏବଂ କେଶ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଏଲୋବେରା ର ଉପକାରିତା ବିଷୟରେ।

ପ୍ରଥମ ହେଉଛି ରକ୍ତହୀନତା ଦୂର କରିଥାଏ। ଏଲୋବେରାର ରସ ପ୍ରତ୍ୟେକ ଦିନ ସେବନ କଲେ ରକ୍ତ ହୀନତା ସମସ୍ୟା ଦୂର ହୋଇଥାଏ। ଏହା ରକ୍ତକୁ ସଫା କରି ସେଥିରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି ଦେଇଥାଏ। ଏଲୋବେରା ରସର ସେବନ କଲେ ଶରୀରର ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଏଲୋବେରା ରସ ବନେଇବା ପାଇଁ ପ୍ରଥମେ ଏହାର ଗୋଟେ ପତ୍ର ନେଇ ସେଥିରେ ଅଳ୍ପ ପାଣି ମିଶେଇ ଗୋଳେଇ ଦିଅନ୍ତୁ। ଏହି ରସରୁ ପ୍ରତ୍ୟେକ ଦିନ ୧୫ ମିଲି ଗ୍ରାମ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ସେବନ କରିବେ।

ଦ୍ଵିତୀୟଟି ହେଉଛି ପେଟ ସମସ୍ୟା ଦୂର କରିଥାଏ। ଆମର ପାଚନ ତନ୍ତ୍ର କୁ ସୁସ୍ଥ ରଖିବାରେ ଏଲୋବେରା ବହୁତ ଲାଭଦାୟକ ହୋଇଥାଏ। ଏହାର ରସ ସେବନ କଲେ ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ଏଲୋବେରା ରସର ସେବନ କଲେ ଏସିଡ଼ିଟି , ଗ୍ୟାସ, କୋଷ୍ଠ କାଠିନ୍ୟ, ପାଇଲସ ଭଳି ସମସ୍ୟା ମୂଳରୁ ସମାପ୍ତ ହୋଇ ଯାଇଥାଏ।

ତୃତୀୟଟି ହେଉଛି ଓଜନ ହ୍ରାସ କରିଥାଏ। ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତାହେଲେ ୧୦ ମିଲି ଏଲୋବେରା ରସରେ ୧୦ ମିଲି ଅଁଳା ରସ ମିଶାଇ ଏହାର ସେବନ କରନ୍ତୁ। ଏହା ଶରୀରରୁ କଲେଷ୍ଟ୍ରଲ ଦୂର କରିବାରେ ସହାୟକ ହୋଇଥାଏ ଏବଂ ଚର୍ବି ହ୍ରାସ ହୋଇଥାଏ। ଏମିତି ତିନିମାସ କଲେ ଏହା ଓଜନ ହ୍ରାସ କରି ଥାଏ।

Google

ଚତୁର୍ଥଟି ହେଉଛି ହାର୍ଟକୁ ସୁସ୍ଥ ରଖେ। ଏଲୋବେରା ରସର ସେବନ କଲେ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ। ରକ୍ତ ନାଡିରୁ କଲେଷ୍ଟ୍ରଲ ହ୍ରାସ ହୋଇଥାଏ। ତେଣୁ ହାର୍ଟ ଉତ୍ତମ ରୂପରେ କାର୍ଯ୍ୟ କରିଥାଏ। ଏହି ରସର ସେବନ କଲେ ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରି ଦେଇଥାଏ। ଯାହାଦ୍ଵାରା ଶରୀରରେ ପିଏଚ ଅର୍ଥାତ ଏସିଡ ଆଲକାଲାଇନ ଲେବୁଲ ସଠିକ ବାଲାଂଶରେ ରହିଥାଏ।

ପଞ୍ଚମଟି ହେଉଛି କ୍ୟାନ୍ସରରୁ ଦୂରେଇ ରଖେ। ଏଲୋବେରା ରସର ସେବନ କଲେ ଏହା କେତେ ପ୍ରକାରର କ୍ୟାନ୍ସରରୁ ରକ୍ଷା କରି ଥାଏ। ଯେପରି ଯକୃତ କ୍ୟାନ୍ସରରୁ ରକ୍ଷା କରି ଥାଏ।

ଷଷ୍ଠଟି ହେଉଛି ତ୍ଵଚା ଏବଂ କେଶ ପାଇଁ ଲାଭଦାୟକ ଅଟେ। ପ୍ରତ୍ୟେକ ଦିନ ୧୦ ରୁ ୧୫ ମିଳି ଏଲୋବେରା ରସ ସେବନ କଲେ ତ୍ଵଚା ଆକର୍ଷଣୀୟ ରହିଥାଏ। ଏହା ରକ୍ତକୁ ସଫା ରଖି ଥାଏ। ତେଣୁ ତ୍ଵଚାରୁ ବ୍ରଣ ଦୂର ହୋଇଥାଏ। ଏହା ଚର୍ମରେ ବୟସ ଜନିତ ଲକ୍ଷଣ ପ୍ରକାଶିତ ହେବାକୁ ଦେଇ ନଥାଏ। ଏଲୋବେରା ରସ ସେବନ କଲେ ଏହା ଚର୍ମରେ କୋଲାଜିନ ସୃଷ୍ଟିକୁ ତ୍ୱରାନ୍ୱିତ କରିଥାଏ। ତେଣୁ ଚର୍ମରେ ନମନୀୟତା ବଜାୟ ରହିଥାଏ।

ସପ୍ତମଟି ହେଉଛି ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ। ଏଲୋବେରାରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ। ତେଣୁ ଏହାର ସେବନ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ସାଧାରଣତଃ ଶରୀରର ଥଣ୍ଡା , ଜ୍ଵର କୁ ଦୂର କରିଥାଏ।

ଅଷ୍ଟମ ହେଉଛି ମୁହଁରୁ ବ୍ରଣ ଦୂର କରିଥାଏ। ମୁହଁରୁ ବ୍ରଣ ଦୂର କରିବା ପାଇଁ ଏଲୋବେରା ଅଧିକ ଲାଭଦାୟକ ଅଟେ। ଗୋଟେ ଏଲୋବେରା ପତ୍ର ନେଇ ତାକୁ ମଝିରୁ ଦୁଇ ଭାଗ କରନ୍ତୁ। ଏହି ଜେଲକୁ ବ୍ରଣ ହୋଇଥିବା ସ୍ଥାନରେ ୧୦ ମିନିଟ ପର୍ଯ୍ୟନ୍ତ ଘଷନ୍ତୁ। ଏହାପରେ ତାକୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ୨୦ ମିନିଟ ପରେ ମୁହଁ କୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏଲୋବେରା ରେ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ରହିଥାଏ। ତେଣୁ ଏହା ବ୍ରଣ ଉପରେ କୌଣସି ପ୍ରକାରର ବ୍ୟାକ୍ଟେରିଆ କୁ ବଢ଼ିବାକୁ ଦେଇ ନଥାଏ। ତେଣୁ ବ୍ରଣ ଅଧିକ ବିସ୍ତାରିତ ନହୋଇ ଶୁଖିବାକୁ ଲାଗେ। ଏମିତି ଲଗାତାର ୧୫ ଦିନ ପର୍ଯ୍ୟନ୍ତ କଲେ ମୁହଁରୁ ସମସ୍ତ ପ୍ରକାରର ବ୍ରଣ ଦୂର ହୋଇଥାଏ।

Google

ନବମ ହେଉଛି ମୁହଁରୁ ବୟସ ଜନିତ ଲକ୍ଷଣ ଦୂର କରେ। ଯଦି ଆପଣଙ୍କ ଚେହେରାରେ ବୟସ ଜନିତ ଲକ୍ଷଣ ଦେଖିବାକୁ ମିଳୁଛି ତାହେଲେ ଏଲୋବେରାର ଫେସ ପ୍ୟାକ ବନେଇ ମୁହଁରେ ଲଗାଇଲେ ଏକ ମାସ ମଧ୍ୟରେ ମୁହଁରୁ ସମସ୍ତ କୁଞ୍ଚ ଦୂର ହୋଇଥାଏ ଏବଂ ମୁହଁର ସୌନ୍ଦର୍ଯ୍ୟତା ବଢ଼ିଥାଏ। ଏହି ଫେସ ପ୍ୟାକ ବନେଇବା ପାଇଁ ଚାରି ଚାମୋଚ ଏଲୋବେରା ଜେଲ ଏବଂ ଦୁଇ ଚାମୋଚ ବେସନ ମିଶେଇ ଏହାର ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ।ଏହି ପ୍ୟାକକୁ ମୁହଁରେ ଲଗାନ୍ତୁ।ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ମୁହଁରେ ରହିବାକୁ ଦିଅନ୍ତୁ। ତାପରେ ଉଷୁମ ପାଣିରେ ମୁହଁକୁ ଧୋଇ ନିଅନ୍ତୁ। ପୁଣି ଥଣ୍ଡା ପାଣିରେ ମୁହଁକୁ ଧୋଇ ନିଅନ୍ତୁ। ଏପରି ଏକ ମାସ କଲେ ମୁହଁରୁ ବୟସ ଜନିତ କୁଞ୍ଚ ଦୂର ହୋଇଥାଏ।

ଦଶମଟି ହେଉଛି ଡେଣ୍ଡରଫକୁ ଦୂର କରିଥାଏ। ଯଦି ଆପଣଙ୍କର କେଶରେ ଡେଣ୍ଡରଫ ହୋଇଛି ତାହେଲେ ଏଲୋବେରା ଆପଣଙ୍କର ଏହି ସମସ୍ୟାକୁ ଦୂର କରି ପାରେ। ଗୋଟେ ପାତ୍ରରେ ୪ ଚାମୋଚ ଏଲୋବେରା ଜେଲ ନିଅନ୍ତୁ। ସେଥିରେ ଗୋଟେ ଚାମୋଚ ଲେମ୍ବୁ ରସ ଏବଂ ଗୋଟେ ଚାମୋଚ ଦହି ମିଶେଇ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ମୁଣ୍ଡ କୁ ସେମ୍ପୋ କରିବାର ୨ ଘଣ୍ଟା ପୂର୍ବରୁ ଏହି ମିଶ୍ରଣ କୁ ବ୍ରଶ ଦ୍ୱାରା କେଶର ମୂଳରେ ଅର୍ଥାତ ଖପୁରୀ ରେ ଲଗାନ୍ତୁ। ୨ ଘଣ୍ଟା ପରେ ସେମ୍ପୋ କରି ମୁଣ୍ଡ ଧୋଇ ନିଅନ୍ତୁ। ଗୋଟିଏ ସପ୍ତାହ ଏପରି କଲେ ମୁଣ୍ଡରୁ ସବୁ ଡେଣ୍ଡରଫ ଦୂର ହୋଇଯିବ। ଯଦି ଆପଣ ସିଲ୍କି କେଶ ଚାହୁଁଛନ୍ତି ତାହେଲେ ଏଲୋବେରା ଜେଲ ନେଇ ସମ୍ପୂର୍ଣ୍ଣ କେଶର ଲଗାନ୍ତୁ ଏବଂ ୩୦ ମିନିଟ ପର୍ଯ୍ୟନ୍ତ ରଖି ଏହାକୁ ସେମ୍ପୋ କରି ମୁଣ୍ଡ ଧୋଇ ଦିଅନ୍ତୁ। ଏହାଦ୍ବାରା କେଶ ସିଲ୍କି ଏବଂ ସୁଦୃଢ ରହିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *