Excuse Me Odisha

ଯାହା କହିବୁ ସତ କହିବୁ

କ୍ୟାଲସିୟମ ଅଭାବ ହେଲେ କଣ ସବୁ ଲକ୍ଷଣ ଦେଖାଦିଏ, ଏହିସବୁ ଲକ୍ଷଣକୁ ଜାଣିବା ପାଇଁ ଏବେ ହିଁ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କହିବାକୁ ଯାଉଛି ଶରୀରର କ୍ୟାଲସିୟମ ଅଭାବର ଲକ୍ଷଣ ବିଷୟରେ। ଆମେ ପ୍ରଥମେ ଜାଣିବା କ୍ୟାଲସିୟମ କଣ ଅଟେ? ଆମ ଶରୀରରେ କ୍ୟାଲସିୟମ ର କଣ କାମ ରହିଥାଏ। କ୍ୟାଲସିୟମ ଅଭାବ ହେଲେ ଏହାର କଣ ଲକ୍ଷଣ ଦେଖା ଦେଇଥାଏ।

ପଥମେ ଜାଣିବା କ୍ୟାଲସିୟମ କଣ ଅଟେ? କ୍ୟାଲସିୟମ ଆମ ଶରୀରର ଏକ ମିନେରାଲ ଅଟେ। ଆମ ଶରୀରରେ ଥିବା ୯୯% କ୍ୟାଲସିୟମ ଆମ ଶରୀରର ଅସ୍ଥି ଭିତରେ ରହିଥାଏ। ଅନ୍ୟ ୧% କ୍ୟାଲସିୟମ ରକ୍ତ ଏବଂ କୋଷରେ ରହିଥାଏ। ଏବେ ଜାଣିବା କ୍ୟାଲସିୟମ କାମ ବିଷୟରେ। କ୍ୟାଲସିୟମ ଛୋଟ ପିଲାଙ୍କ ଶରୀରକୁ ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରଖିଥାଏ। ଛୋଟ ପିଲାଙ୍କ ଶରୀରରେ ସଠିକ ପରିମାଣରେ କ୍ୟାଲସିୟମ ଥିଲେ ଦାନ୍ତ ଶୀଘ୍ର ଉଠି ଥାଏ। ଯଦି ଶିଶୁ ମାନଙ୍କ ଶରୀରରେ କ୍ୟାଲସିୟମ ସଠିକ ପରିମାଣ ରହିଲେ ତାହେଲେ ପିଲାଙ୍କ ଶରୀର ଶୀଘ୍ର ବିକାଶ ହୋଇଥାଏ ଓ ଅସ୍ଥି ସୁଦୃଢ ହେବା ସହିତ ଶୀଘ୍ର ଶୀଘ୍ର ସେମାନେ ବଢ଼ି ଥାନ୍ତି। ତେଣୁ ଉଚ୍ଚତା ବଢ଼ିଥାଏ। ସ୍ବାସ୍ଥ୍ୟ ଭଲ ରହିଥାଏ। ଯୁବାବସ୍ଥାରେ ଶରୀରରେ କ୍ୟାଲସିୟମର ପରିମାଣ ଠିକ ରହିଲେ ଏହା ଶରୀରକୁ ବୃଦ୍ଧି କରିଥାଏ। ଏହା ମାଂସପେଶୀ ଏବଂ ଅସ୍ଥିକୁ ସୁଦୃଢ କରି ଥାଏ ଏବଂ ଶରୀରର ବିକାଶ ହୋଇଥାଏ।

ବିବାହିତ ମହିଳାଙ୍କ କ୍ଷେତ୍ରରେ ଗର୍ଭବତୀ ହୋଇଥିଲେ, ସେହି ସମୟରେ ଶରୀରରେ କ୍ୟାଲସିୟମର ମୁଖ୍ୟ ଭୂମିକା ରହିଥାଏ। ଗର୍ଭାବସ୍ଥା ସମୟରେ ଡାକ୍ତର ମାନେ କ୍ୟାଲସିୟମ ପରୀକ୍ଷା କରିବାକୁ କହିଥାନ୍ତି। ଯଦି କ୍ୟାଲସିୟମର ଅଭାବ ରହିଥାଏ ତାହେଲେ କ୍ୟାଲସିୟମର ସପ୍ଲିମେଣ୍ଟ ସେବନ କରିବା ଉଚିତ। କାରଣ ଗର୍ଭବତୀ ହୋଇଥିଲେ ଶରୀରକୁ କ୍ୟାଲସିୟମର ଅଧିକ ଆବଶ୍ୟକତା ହୋଇଥାଏ। କାହା ଗର୍ଭବତୀ ମହିଳାଙ୍କ ଅସ୍ଥିକୁ ସୁଦୃଢ କରିବା ସହିତ ଶିଶୁର ସ୍ବାସ୍ଥ୍ୟକୁ ଉତ୍ତମ ରଖିଥାଏ। ଯଦି ମାଆ ଶରୀରରେ କ୍ୟାଲସିୟମର ଅଭାବ ହୁଏ ତାହେଲେ ଶିଶୁର ବିକାଶ ହୋଇ ନଥାଏ।

ବୟସ୍କ ଲୋକଙ୍କ ଠାରେ ଯଦି ଶରୀରର କ୍ୟାଲସିୟମର ଅଭାବ ନଥାଏ ତାହେଲେ ବୟସ୍କ ହେଲେ ମଧ୍ୟ ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଏହାସହିତ ଆପଣ ଅନୁଭବ କରିବେ ଯେ ଆପଣଙ୍କ ଦାନ୍ତ ମାଢି ସୁଦୃଢ ରହିବ। ବୟସ ବୃଦ୍ଧି ଯୋଗୁଁ ଶାନ୍ତ ଦୁର୍ବଳ ହୋଇଯିବା, ଦାନ୍ତ ଭାଙ୍ଗି ଯିବା ଭଳି ସମସ୍ୟା ଦେଖା ଯାଇ ନଥାଏ। ଏହାବ୍ୟତୀତ ଅଷ୍ଟିଓପୋରୋଷିସ ରୋଗ ଯେଉଁଥିରେ ସମୟ ସହିତ ଅସ୍ଥି ଦୁର୍ବଳ ହେବାକୁ ଲାଗେ ଓ ବାରମ୍ବାର ଅସ୍ଥି ସମସ୍ୟା ଦେଖା ଯିବା ଭଳି ସମସ୍ୟା ଦେଖା ଯାଇ ନଥାଏ। ଗର୍ଭସ୍ଥ ଶିଶୁ ର ବିକାଶରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ୟାଲସିୟମର ଆବଶ୍ୟକତା ରହିଛି। ଏହାବ୍ୟତୀତ ରକ୍ତ ଜମାଟ ବାନ୍ଧିବା, ରକ୍ତଚାପ ନିୟନ୍ତ୍ରଣ କରିବା, ହୃଦୟ ଲ୍କୁ ସୁସ୍ଥ ରଖିବା, ମାଂସପେଶୀକୁ ସୁଦୃଢ କରିବାରେ ମଧ୍ୟ କ୍ୟାଲସିୟମ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

Google

ଏବେ ଆମେ ଜାଣିବା କ୍ୟାଲସିୟମ ଅଭାବର ଲକ୍ଷଣ –

ବନ୍ଧୁଗଣ କ୍ୟାଲସିୟମର ଅଭାବ ଛୋଟ ପିଲାଙ୍କୁ ହୋଇପାରେ। ପୁରୁଷ , ମହିଳା କିମ୍ବା ବୟସ୍କ ଲୋକଙ୍କୁ ମଧ୍ୟ ହୋଇପାରେ।କିନ୍ତୁ ଏହା ଦେଖା ଯାଇଛି ଯେ କ୍ୟାଲସିୟମର ଅଭାବ ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ, ଗର୍ଭାବସ୍ଥା ସମୟରେ ଅଧିକ ଦେଖିବାକୁ ମିଳିଥାଏ। କାରଣ ମହିଳା ମାନେ ତାଙ୍କର ଜୀବନର ଅନେକ ଅବସ୍ଥା ଦେଇ ଗତି କରିଥାନ୍ତି। ତାଙ୍କୁ ଗର୍ଭାବସ୍ଥା, ମେନୋପୋଜ ଦେଇ ଗତି କରିବାକୁ ପଡ଼ିଥାଏ ଏବଂ ଶରୀରରେ ହର୍ମୋନାଲ ଇଁବାଲାଂଶ ହୋଇଥାଏ। ଏହିସବୁ କାରଣରୁ ତାଙ୍କ ଶରୀରରେ କ୍ୟାଲସିୟମ ର ଅଭାବ ଏବଂ ଅଷ୍ଟିଓପୋରସି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା କ୍ୟାଲସିୟମ ଅଭାବର ଲକ୍ଷଣ ବିଷୟରେ।

ପ୍ରଥମ ହେଉଛି ଆଣ୍ଠୁ ଗଣ୍ଠି ବ୍ୟଥା ହେବା। ଶରୀରରେ କ୍ୟାଲସିୟମର ଅଭାବ ହେଲେ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖିବାକୁ ମିଳିଥାଏ। କ୍ୟାଲସିୟମର ଅଭାବ ହେଲେ ଆପଣ ନିଜର ଅସ୍ଥିର ଦୁର୍ବଳତା ଅନୁଭବ କରିବେ। ଚାଲିବା ସମୟରେ ଆଣ୍ଠୁ ଯନ୍ତ୍ରଣା ଅନୁଭବ କରିବେ। ମୁଖ୍ୟତଃ ଆପଣ ଯେତେବେଳେ ପାହାଚ ଚଢ଼ୁ ଥିବେ, ସେତେବେଳେ ଆପଣ ଅସୁବିଧା ଅନୁଭବ କରିବେ। ଚଲାବୁଲା ସମୟରେ ଆପଣଙ୍କ ଶରୀରର ଶକ୍ତି ପରିଲକ୍ଷିତ ହେବ। ଆପଣଙ୍କୁ ଗୋଟେ ସ୍ଥାନରେ ବସି ରହିବାକୁ ଇଛା ହେବ।

ଦ୍ଵିତୀୟ ହେଉଛି ଥକା ଅନୁଭବ କରିବା।ଶରୀରରେ କ୍ୟାଲସିୟମ ର ଅଭାବ ହେଲେ ଆପଣ ଥକା ଅନୁଭବ କରିବେ । ଶାରୀରିକ ରୂପରେ ଫୁର୍ତ୍ତି ଅନୁଭବ କରିବେ ନାହିଁ। କୌଣସି କାର୍ଯ୍ୟ କରିବା ପାଇଁ ଇଛା ହେବ ନାହିଁ।

ତୃତୀୟଟି ହେଉଛି ଅଳ୍ପ ଆ-ଘା-ତରେ ହାଡ଼ ଭାଙ୍ଗି ଯିବା। କ୍ୟାଲସିୟମ ଅଭାବ ହେଲେ ଅନ ହାତର ହାଡ଼ ଦୁର୍ବଳ ହୋଇ ଯାଇଥାଏ। ତେଣୁ ହାତରେ ଧୀରେ ଆ-ଘା-ତ ଲାଗିଲେ ମଧ୍ୟ ହାଡ଼ ଭାଙ୍ଗି ଯାଇଥାଏ।

Google

ଚତୁର୍ଥଟି ହେଉଛି ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା। କ୍ୟାଲସିୟମ ମାଂସପେଶୀର ଏକ ମୁଖ୍ୟ ଉପାଦାନ ହୋଇଥାଏ।ତେଣୁ ଶରୀରରେ କ୍ୟାଲସିୟମ ର ଅଭାବ ହେଲେ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ଏହି ପ୍ରକାରର ଯନ୍ତ୍ରଣା ଅଧିକାଂଶ ସମୟରେ ଅଣ୍ଟା ପାଖରେ ହୋଇଥାଏ। ଏହାସହିତ ଆପଣ ଗୋଡ଼ରେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବେ। ଖାସ୍ କରି ଆପଣଙ୍କ ମାଂସପେଶୀରେ ରାତି ସମୟରେ ଦରଜ ହେବାକୁ ଲାଗେ।

ପଞ୍ଚମ ହେଉଛି ନଖ ଶୁଖିଲା ଓ ଦୁର୍ବଳ ହେବା। କ୍ୟାଲସିୟମ ନଖ ର ଏକ ମୁଖ୍ୟ ଉପାଦାନ ହୋଇଥାଏ। ଆପଣମାନେ ଦେଖିଥିବେ ଡାକ୍ତର ମାନେ କ୍ୟାଲସିୟମ ର ଅଭାବ ଜାଣିବା ପାଇଁ ନଖ କୁ ଦେଖି ଥାନ୍ତି। କାରଣ ଶରୀରରେ କ୍ୟାଲସିୟମ ର ଅଭାବ ହେଲେ ନଖ ଶୁଖି ଯାଏ ଏବଂ କଟା ଭଳି ଦେଖା ଯାଏ। ଏହାବ୍ୟତୀତ ନଖରେ ଧଳା ଧଳା ଚିହ୍ନ ଦେଖା ଗଲେ ଏହା ମଧ୍ୟ ଶରୀରର କ୍ୟାଲସିୟମ ଅଭାବ ର ଲକ୍ଷଣ ହୋଇଥାଏ।

ଷଷ୍ଠ ହେଉଛି କେଶ ଝଡିବା ଓ ଶୁଖିଲା ଦେଖା ଯିବା। ଶରୀରରେ କ୍ୟାଲସିୟମର ଅଭାବ ହେଲେ କେଶ ଝଡ଼ା ସମସ୍ୟା ଦେଖା ଦେଇଥାଏ। ଏହାବ୍ୟତୀତ ଦୁଇ ମୁହାଁ କେଶ ମଧ୍ୟ ଦେଖା ଦେଇଥାଏ। ତେଣୁ କେଶ ଝଡ଼ିବା ଓ କେଶ ପତଳା ହେବା ମଧ୍ୟ କ୍ୟାଲସିୟମ ଅଭାବ ର ଲକ୍ଷଣ ହୋଇପାରେ।

ସପ୍ତମ ହେଉଛି ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା ହେବା। ମହିଳା ଶରୀରରେ କ୍ୟାଲସିୟମର ଅଭାବ ହେଲେ ମାସିକ ଋତୁସ୍ରାବ ସମୟରେ ବହୁତ ଯନ୍ତ୍ରଣା ହୋଇଥାଏ।

Google

ଅଷ୍ଟମ ହେଉଛି ଶୁଖିଲା ଚର୍ମ ହେବା। ଶରୀରରେ କ୍ୟାଲସିୟମର ଅଭାବ ହେଲେ ତ୍ୱାଚା ଶୁଖିଲା ଦେଖା ଯାଇଥାଏ। ଏହାବ୍ୟତୀତ ତ୍ଵଚାରେ ଏକ୍ଜିମା ରୋଗ ମଧ୍ୟ ହୋଇପାରେ।

ଏବେ ଜାଣିବା ଶିଶୁଙ୍କ ଠାରେ କ୍ୟାଲସିୟମ ଅଭାବର ଲକ୍ଷଣ କଣ ହୋଇଥାଏ। ଶିଶୁଙ୍କ ଶରୀରରେ କ୍ୟାଲସିୟମର ଅଭାବ ହେଲେ ତାଙ୍କର ଦାନ୍ତ ବିଳମ୍ବ ରଡ୍ ଉଠି ଥାଏ ଏବଂ ଦାନ୍ତ ଦୁର୍ବଳ ହୋଇଥାଏ। ଶିଶୁଙ୍କ ଶରୀରରେ ଯଦି କ୍ୟାଲସିୟମ ଅଭାବ ଦେଖା ଯାଏ ତାହେଲେ ତାହାର ହାଡ଼ ଦୁର୍ବଳ ହୋଇ ଯାଇଥାଏ। କ୍ୟାଲସିୟମ ଅଭାବରୁ ଶିଶୁଙ୍କ ଅସ୍ଥି ନରମ ହୋଇ ଯାଇଥାଏ ଏବଂ ଗୋଡ଼ ମୋଡ଼ି ହୋଇଯାଏ। କ୍ୟାଲସିୟମ ଅଭାବରେ ହୃଦରୋଗ ଦେଖା ଦେଇଥାଏ। ମଣିଷ ବେହୋଶ ମଧ୍ୟ ହୋଇ ଯାଇଥାଏ। ଶରୀରରେ କ୍ୟାଲସିୟମ ଅଭାବ ହେଲେ ମଣିଷ ଶରୀର ଅସୁସ୍ଥ ହେବାକୁ ଲାଗେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *