Excuse Me Odisha

ଯାହା କହିବୁ ସତ କହିବୁ

କର୍ମ ବଡ଼ ନା ଭାଗ୍ୟ ବଡ଼, କାହିଁକି ମନୁଷ୍ୟ ଖରାପ କର୍ମ କରି ବି ଭଲ ଫଳ ପାଇଥାଏ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଯୁଗ ଯୁଗ ଧରି ଏହି ପ୍ରଶ୍ନ ରହି ଆସିଛି ଯେ ଭାଗ୍ୟ ବଡ଼ ନା କର୍ମ। ଯେଉଁମାନେ ଭାଗ୍ୟବାଦୀ ସେମାନେ କହନ୍ତି କର୍ମ ବୋଲି କିଛି ନାହିଁ। ଯାହା ଭାଗ୍ୟରେ ରହିଛି ତାହାହିଁ ପ୍ରାପ୍ତ ହେବ। ଯେଉଁମାନେ କର୍ମବାଦୀ ସେମାନେ କହନ୍ତି ଭାଗ୍ୟ ବୋଲି କିଛି ନାହିଁ। ଆମ କର୍ମ ଅନୁସାରେ ହିଁ ଆମକୁ ଫଳ ପ୍ରାପ୍ତ ହୋଇଥାଏ। ଏହାର ଅର୍ଥ କଣ ଅଟେ ? କାହିଁକି କିଛି ଲୋକ ଖରାପ କର୍ମ କରି ଭଲ ଫଳ ପାଉଛନ୍ତି। ଏହି ସବୁ ପ୍ରଶ୍ନର ସମାଧାନ ଆମେ ଗୋଟିଏ କାହାଣୀ ମାଧ୍ୟମରେ କରିବା। ଆସନ୍ତୁ ସେହି ସୁନ୍ଦର କାହାଣୀ ଟିଏ ଜାଣିବା।

ଥରେ ସ୍ବର୍ଗରେ ବିଷ୍ଣୁ ଆନନ୍ଦରେ ବିଶ୍ରାମ କରୁ ଥାନ୍ତି। ଏହି ସମୟରେ ନାରଦ ମୁନି ଅଧିକ ବ୍ୟସ୍ତ ହୋଇ ସେହି ସ୍ଥାନରେ ପହଂଚିଲେ। ପହଞ୍ଚି କହିଲେ – ହେ ପ୍ରଭୁ ଆପଣ କିଛି କରନ୍ତୁ। ପୃଥିବୀରୁ ପୁଣ୍ୟର ଭାର ଧୀରେ ଧୀରେ କମିବାରେ ଲାଗିଛି। ଆପଣଙ୍କ ପ୍ରଭାବ ମଧ୍ୟ ପୃଥିବୀ ପୃଷ୍ଠରୁ କମି ଆସୁଛି। ବିଷ୍ଣୁ କହିଲେ – କାହିଁକି ? ନାରଦ କହିଲେ – ପ୍ରଭୁ ମୁଁ ଏପରି କିଛି ଜିନିଷ ଦେଖିକି ଆସିଲି ଯାହାର ସମାଧାନ ମୋତେ ମିଳୁ ନାହିଁ। ଲୋକେ ଖରାପ କର୍ମ କରି ମଧ୍ୟ ବହୁତ ଭଲ ଫଳ ପ୍ରାପ୍ତ କରୁଛନ୍ତି। ଆଉକିଛି ଲୋକେ ଭଲ କର୍ମ କରି ମଧ୍ୟ ଖରାପ ଫଳ ପାଉଛନ୍ତି। ବିଷ୍ଣୁ କହିଲେ – ନାରଦ ତମେ କଣ ଏପରି ଦେଖିକି ଆସୁଛ ମୋତେ କୁହ। ନାରଦ କହିଲେ – ପ୍ରଭୁ, ମୁଁ ଆସିବ ସମୟରେ ରାସ୍ତାରେ ଦେଖିକି ଆସିଲି ଜଙ୍ଗଲ ରାସ୍ତାରେ ଗୋଟିଏ ପଶୁ କାଦୁଅରେ ଫସି ଯାଇଛି। ଜଣେ ଚୋର ଆସିଲା ଓ ସେହି ପଶୁକୁ କାଦୁଅରୁ ବାହାର କରିବା ପରିବର୍ତ୍ତେ ତାର ପିଠିରେ ପାଦ ଦେଇ ଡେଇଁ ଚାଲିଗଲା। ଚୋର କିଛି ଦୂର ଯିବା ପରେ ତାକୁ ସୁନାର ଥଳି ମିଳିଲା। ବିଷ୍ଣୁ କହିଲେ – ଠିକ୍ ଅଛି! ତାପରେ। ନାରଦ କହିଲେ – ତାପରେ ମୁଁ ଦେଖିଲି ସେହି ରାସ୍ତା ଦେଇ ଜଣେ ସାଧୁ ଆସିଲେ ଏବଂ ବହୁତ କଷ୍ଟ କରି ସେହି ପଶୁକୁ କାଦୁଅରୁ ବାହାର କଲେ। ସେ କିଛି ବାଟ ଯାଇଛନ୍ତି ଏକ ଖାଲରେ ଖସି ପଡ଼ିଲେ ଓ ରକ୍ତାକ୍ତ ହୋଇ କ୍ଷତ ବିକ୍ଷତ ହୋଇଗଲେ। ହେ ପ୍ରଭୁ ଏହା କଣ ? ଜଣେ ଖରାପ କର୍ମ କରି ଭଲ ଫଳ ପ୍ରାପ୍ତ କରୁଛି। ଯିଏ ଭଲ କର୍ମ କରୁଛନ୍ତି ସେ ଖରାପ ଫଳ ପାଉଛନ୍ତି। ବିଷ୍ଣୁ କହିଲେ – ନାରଦ ଏହା ଯାହା ହୋଇଛି ଠିକ୍ ହୋଇଛି। ନିୟତି ହିସାବରେ ଏହା ଠିକ୍ ହୋଇଛି। କର୍ମ ହିସାବରେ ମଧ୍ୟ ଠିକ୍ ହୋଇଛି। ନାରଦ କହିଲେ – ପ୍ରଭୁ କେମିତି ? ବିଷ୍ଣୁ କହିଲେ – ଯେଉଁ ଛୋଟ ଟିଏ ପଶୁର ପିଠିରେ ପାଦ ଦେଇ ସେପଟକୁ ଚାଲି ଗଲା ଓ ତାକୁ କିଛି ସୁନାର ବସ୍ତୁ ମିଳିଲା। ତାର ଭାଗ୍ୟରେ ଧନ ପ୍ରାପ୍ତି ଥିଲା। କିନ୍ତୁ ସେ ତାର କୁକର୍ମରେ ଧନ ପ୍ରାପ୍ତି କଲା। ଯେଉଁ ସାଧୁ ଜଣକ ପଶୁଟିକୁ ଉଧାର କଲେ, ତାଙ୍କୁ କିଛି ସମୟ ପରେ ମୃତ୍ୟୁ ପ୍ରାପ୍ତ ହୋଇଥାନ୍ତା। ସେ ଏହି ସୁକର୍ମ କଲେ ବୋଲି ତାଙ୍କର ମୃତ୍ୟୁ ମାତ୍ର ଦୁର୍ଘଟଣାରେ ପରିବର୍ତ୍ତନ ହୋଇଗଲା। ଏବେ ତମେ କୁହ ଭାଗ୍ୟ ଓ ବାସ୍ତବିକ ରୂପରେ ଠିକ୍ ହୋଇଛି ନା ନାହିଁ। ନାରଦ ଚୁପ୍ ରହିଲେ। ବିଷ୍ଣୁ କହିଲେ – ଆମର ଭାଗ୍ୟ ଆମର କର୍ମ ଦ୍ୱାରା ହିଁ ନିର୍ଦ୍ଧାରିତ ହୋଇଥାଏ। ଆମେ ଯେପରି କରୁ ସେହି ଅନୁସାରେ ଆମେ ଫଳ ପାଇ ଥାଉ। ଆମେ କିପରି ଜାଣିଲେ ସେ କୁକର୍ମ ନା ସୁକର୍ମ କରୁଛନ୍ତି। ହୁଏତ ତାଙ୍କ ଦ୍ଵାରା କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହୋଇ ସାରିଛି।

Google

ମହାଭାରତ ଯୁଦ୍ଧରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଛନ୍ତି। ମୋର ଏହି ରାଜ୍ୟ ଆବଶ୍ୟକତା ନାହିଁ। ସେତେବେଳେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ ଓ ଗୀତ ଜ୍ଞାନ ଦେଲେ। ସେ କହିଲେ – ହେ ଅର୍ଜୁନ ରାଜ୍ୟ ମିଳିବ କି ନାହିଁ ତାହା ତୁମ ଭାଗ୍ୟରେ ଅଛି କି ନାହିଁ ତମେ ଜାଣି ନାହଁ । କିନ୍ତୁ କର୍ମ ଏହି ଯୁଦ୍ଧ ତୁମ ହାତରେ ହିଁ ରହିଛି ତାହା ତୁମକୁ କରିବାକୁ ପଡ଼ିବ। ତେଣୁ ଆମର ଭାଗ୍ୟ ବିଷୟରେ ଆମେ ଜାଣି ନାହୁଁ ଆମ ଭାଗ୍ୟରେ କଣ ରହିଛି। କିନ୍ତୁ ଯାହା ଅଦୃଶ୍ୟ ତାହା ଉପରେ ଶହେ ପ୍ରତିଶତ ବିଶ୍ୱାସ କରୁଛୁ। ସାମାନ୍ୟ କର୍ମ ଉପରେ ଆମେ ଧ୍ୟାନ ଦେଉ ନାହୁଁ। କର୍ମରେ ହିଁ କାଲି ତିଆରି ହୋଇଥାଏ। ତେଣୁ ସମସ୍ତେ ଭାଗ୍ୟବାଦୀ ନହୋଇ କର୍ମବାଦୀ ହେବା ଉଚିତ। ଶରୀର ଦ୍ୱାରା ହେଉଥିବା କାର୍ଯ୍ୟ କର୍ମ ନୁହେଁ। ଭାବ, ବିଚାର , ବାଣୀ , କ୍ରିୟା ରଖିଥିବା କୁ ମଧ୍ୟ ଏକ କର୍ମ କୁହାଯାଏ। ଯଦି ଆପଣ ବାଣୀ ରେ କାହାକୁ ଆଘାତ କରୁଛନ୍ତି ତାହେଲେ ରହ ଏକ କୁକର୍ମ ଅଟେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *