Excuse Me Odisha

ଯାହା କହିବୁ ସତ କହିବୁ

“ରାମ ନାମ ସତ୍ୟ ହେ” କଣ ପାଇଁ କୁହାଯାଏ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଯେମିତିକି ଆମେ ସମସ୍ତେ ଜାଣିଛୁ କି ଏହି ମର୍ତ୍ତ୍ୟ ଲୋକରେ ଯିଏବି ଜନ୍ମ ନେଇଛି ତାର ଦିନେ ନାଁ ଦିନେ ମୃତ୍ୟୁ ଶୁନିଶ୍ଚିତ ଅଟେ। ଏବଂ ଏହା ହେଉଛି ଦୁନିଆର ସବୁଠୁ ବଡ଼ ସତ୍ୟ। ଏବଂ ବନ୍ଧୁଗଣ ଆପଣ ଧ୍ୟାନ ଦେଇଥିବେ କି ଦେଖିଥିବେ କି ହିନ୍ଦୁ ଧର୍ମରେ ଜେବେବି ଯାହାର ମୃ-ତ୍ୟୁ ହୋଇଯାଇଥାଏ ବା ଜେବେବି ଯାହାର ଶ-ବ ଯାତ୍ରା ବାହାରି ଥାଏ ତା ଶବର ପଛରେ ଚାଲୁଥିବା ଲୋକମାନେ ରାମ ନାମ ସତ୍ୟ ହେ କହିକି ଚାଲିଥାନ୍ତି କିନ୍ତୁ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି ଶ-ବ ଯାତ୍ରାରେ ଏମିତି କଣ ପାଇଁ କୁହାଯାଇଥାଏ। ଯଦି ଜାଣି ନାହାଁନ୍ତି ତ ଆଜି ଆମେ ଆପଣ ମାନଙ୍କୁ ଏହି କଥା ବିଷୟରେ ଜଣାଇବାକୁ ଯାଉଛୁ। ସେହି କଥା ବିଷୟରେ ଯାହାର ବର୍ଣ୍ଣନା ମହାଭାରତରେ ଉଲ୍ଲେଖ ଅଛି। ଯାହା ଯୁଧିଷ୍ଠିରଙ୍କ ଦ୍ୱାରା କୁହାଯାଇଛି। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ପଢ଼ନ୍ତୁ।

ବନ୍ଧୁଗଣ ଧର୍ମଗ୍ରନ୍ଥ ମହାଭାରତରେ ଯୁଧିଷ୍ଠିର ଶ-ବ ଯାତ୍ରାରେ କୁହାଯାଉଥିବା ରାମ ନାମ ସତ୍ୟ ହେ କଣ ପାଇଁ କୁହାଯାଏ, ଏହା ସହିତ ଯୋଡ଼ା ହୋଇଥିବା ରହସ୍ୟ ବିଷୟରେ କହିଲେ କି ମୃ-ତ ଶରୀରକୁ ଯେବେ ସ୍ମ-ଶା-ନକୁ ନିଆଯାଇଥାଏ ଶ-ବର ପଛରେ ଚାଲୁଥିବା ଲୋକେ ରାମ ନାମ ସତ୍ୟ ହେ କହିଥାନ୍ତି। ପରନ୍ତୁ ଯେବେ ମୃ-ତ ଶବର ସଂସ୍କାର ସମାପ୍ତ ହୋଇଯାଇଥାଏ। ତେବେ ଏହା ପଞ୍ଚତତ୍ୱରେ ବି ଲୀନ ହୋଇଯାଇଥାଏ। ଏହା ପରେ ଯେବେ ସାଥିରେ ଯାଇଥିବା ଲୋକ ଫେରିଥାନ୍ତି ତ ସେମାନେ ରାମ ନାମକୁ ଭୁଲି କରି ନିଜ ନିଜର ଦୁନିଆରେ ବ୍ୟସ୍ତ ହୋଇଯାଇଥାନ୍ତି। ତାପରେ ମୃ-ତ ବ୍ୟକ୍ତିର ଘର ଲୋକ ତାର ସମ୍ପତିକୁ ପ୍ରାପ୍ତ କରିବା ପାଇଁ ନିଜ ଭିତରେ ଲଢେଇ ଝଗଡା ଲାଗିଥାନ୍ତି। ଏହାପରେ ଯୁଧିଷ୍ଠିର କୁହନ୍ତି କି ପ୍ରତ୍ୟକ ମନୁଷ୍ୟ ନିଜର ଜୀବନରେ କେବେ ନାଁ କେବେ କାହାର ନାଁ କାହାର ଶବ ଯାତ୍ରାରେ ଅବଶ୍ୟ ଯାଇଥାଏ। ଏବଂ ରାମ ନାମ ସତ୍ୟ ହେ ଉଚ୍ଚାରଣ କରିଥାଏ। ପରନ୍ତୁ ସ୍ମଶାନ ଘାଟରୁ ବାହାରକୁ ଆସିବା ମାତ୍ରେ ସେମାନେ ଏହି ସତ୍ୟକୁ ଭୁଲିଯାଇଥାନ୍ତି। ପ୍ରତ୍ୟକ ମନୁଷ୍ୟ ସବୁଦିନ କାହାର ନାଁ କାହାର ମୃ-ତ୍ୟୁ ବିଷୟରେ ଶୁଣିଥାଏ। ଏହା ସତ୍ତେ ବି ମନୁଷ୍ୟ ଏହା ସବୁଠୁ ବଡ଼ ସତ୍ୟକୁ ଗ୍ରହଣ କରିନଥାଏ। ଏହାଠୁ ବଢିକରି ଦୁନିଆରେ ଆ-ଶ୍ଚର୍ଯ୍ୟ କଣ ହୋଇପାରେ। ଧର୍ମ ଗ୍ରନ୍ଥରେ ଏହାବି କୁହାଯାଇ ଅଛି କି ଯେମିତି ମୃ-ତ୍ୟୁ ଏକ ଅଟଳ ସତ୍ୟ ଅଟେ ଠିକ ସେହିପରି ରାମର ନାମ ବି ସତ୍ୟ ଅଟେ।

Google

ବନ୍ଧୁଗଣ ଆପଣଙ୍କୁ କହିଦେଉଛୁ କି ଶବର ଯାତ୍ରାରେ ସମସ୍ତଙ୍କର ରାମ ନାମ ସତ୍ୟ ହେ କହିବାର ମାନେ ମୃତ ବ୍ୟକ୍ତିକୁ ଶୁଣାଇବାକୁ ନୁହେଁ ବରଂ ଏହା କହିବାର ଉଦେଶ୍ୟ ସାଥି ସାଥିରେ ଚାଲୁଥିବା ପରିଜନ ଏବଂ ମିତ୍ରଙ୍କୁ କେବଳ ଏହା ବୁଝାଇବା ହୋଇଥାଏ କି ଜୀବନ ଏବଂ ଜୀବନ ଶେଷ ହେଲା ପରେ ବି କେବଳ ରାମ ନାମ ହିଁ ସତ୍ୟ ଅଟେ ବାକି ସବୁ ବ୍ୟର୍ଥ ଅଟେ। ଏବଂ ଏହି ପରମ୍ପରା ଆଜି ନୁହେଁ ପୌରାଣିକ କାଳରୁ ହିଁ ଚାଲି ଆସୁଅଛି। ବନ୍ଧୁଗଣ ଏବେ ଆପଣ ଭାବୁଥିବେ କି କେବଳ ରାମର ନାମ ସତ୍ୟ କଣ ପାଇଁ ଅଟେ। ତ ଆପଣଙ୍କୁ କହିଦେଉଛୁ କି ଯେବେ ରାମ ନାମର ଜପ କରାଯାଇଥାଏ ତ ମୃ-ତ ଆ-ତ୍ମାକୁ ମୁକ୍ତି ମିଳିଥାଏ। ଏହା ମାନାଯାଇଥାଏ କି ମୃ-ତ ବ୍ୟକ୍ତିର ଅନ୍ତିମ ଯାତ୍ରାରେ ରାମ ନାମ କହିବା ଦ୍ୱାରା ମୃ-ତ ବ୍ୟକ୍ତି ଜନ୍ମ ମୃ-ତ୍ୟୁର ଚକ୍ରରୁ ମୁକ୍ତ ହୋଇଯାଇଥାଏ।ଏବଂ ତାକୁ ଶ୍ରୀ ହରୀଙ୍କ ଚରଣରେ ସବୁଦିନ ପାଇଁ ସ୍ଥାନ ମିଳିଯାଇଥାଏ। ଏହା ଛଡା ଏହାବି ମାନା ଯାଇଥାଏ କି ଏହି ନାମର ଜପ କରିବା ଦ୍ୱାରା ଭଗବାନଙ୍କ ଅବତାରକୁ ଛାଡି କରି ଯାହାବି ଏହି ଦୁନିଆକୁ ଆସିଛି ତାହା ସବୁ ଚାଲିଯିବ।ଏତିକି ନୁହେଁ ଶାସ୍ତ୍ରରେ ଏହାବି କୁହାଯାଇଛି କି ରାମ ନାମ ଜପ କରିବା ଦ୍ୱାରା ମନୁଷ୍ୟର ମନରେ ଖରାପ ବିଚାର ଆସିବା ବନ୍ଦ ହୋଇଯାଇଥାଏ। ଯାହାର ପ୍ରଭାବରେ ମଣିଷ ଖରାପ କାମ କରିବା ଛାଡିଦେଇଥାଏ। ଏବଂ ସତ୍ୟ ମାର୍ଗରେ ଚାଲିବାକୁ ଚେଷ୍ଟା କରିଥାଏ। ଏତିକି ନୁହେଁ ଏହି ମନ୍ତ୍ରର ଜପ କରିବା ଦ୍ୱାରା ମୃ-ତ ବ୍ୟକ୍ତିର ପରିବାର ଲୋକମାନଙ୍କୁ ତାକୁ ଭୁଲିବାରେ ବି ସାହାର୍ଯ୍ୟ ମିଳିଥାଏ। କାହିଁକିନା ଜେବେବି କେଉଁ ପରିଜନର ମୃତ୍ୟୁ ହୋଇଥାଏ ତ ଲୋକେ ବହୁତ ନିରାଶ ହୋଇଯାଇଥାନ୍ତି। ଏମିତି ସ୍ଥିତିରେ ରାମ ନାମ ହିଁ ଏମିତି ମନ୍ତ୍ର ଅଟେ ଯାହା ସେମାନଙ୍କୁ ନିରାଶାରୁ ବାହାରକୁ ବାହାରିବାର ସକ୍ଷମ ଅଟେ। ଏହା ସବୁ ପରେ ଶିବ ପୁରାଣ ଅନୁସାରେ ଭଗବାନ ଶିବ ବି ରାମ ନାମର ଜପ କରିଥାନ୍ତି।ଯେମିତି ଆମେ ଜାଣିଛୁ କି ଶ୍ରୀରାମ ଭଗବାନ ବିଷ୍ଣୁଙ୍କର ଅବତାର ଅଟନ୍ତି। କିନ୍ତୁ କଥା ଅନୁସାରେ ରାମାୟଣର ରଚୟିତା ବାଲ୍ମୀକି ପୂର୍ବେ ଗୋଟେ ଡାକୁ ଥିଲେ। ସିଏବି ରାମ ନାମର ଜପ କରି ସତ ମାର୍ଗରେ ଚାଲିଥିଲେ ଏବଂ ରାମ ନାମର କୃପାରୁ ହିଁ ରାମାୟଣ ଯେମିତି ଧର୍ମଗ୍ରନ୍ଥର ରଚନା କରିଥିଲେ।

Google

ବନ୍ଧୁଗଣ ଏହା ପରେ ଆପଣ ସମସ୍ତଙ୍କୁ ଏହା ଜାଣିବାବି ଆବଶ୍ୟକ ଅଟେ କି ରାମ ଶବ୍ଦ କେବଳ ଏକ ନାମ ନୁହେଁ ବରଂ ଏହା ଶ୍ରୀହରୀଙ୍କ ଚରଣକୁ ଯିବା ପାଇଁ ମାର୍ଗ ମଧ୍ୟ ଅଟେ। ଯଦି ଆପଣଙ୍କୁ ଏବେ ରାମ ନାମର ଶକ୍ତି ବିଷୟରେ ଜଣା ପଡିଯାଇଛି ତ ଆଜିଠାରୁ ହିଁ ରାମଙ୍କ ନାମରେ ଲିନ ହୋଇଯାନ୍ତୁ। କାହିଁକିନା ମୃ-ତ୍ୟୁ ଲୋକରେ ମନୁଷ୍ୟ ହିଁ ଏମିତି ପ୍ରାଣୀ ଅଟେ ଯିଏ ନିଜର ଭୌତିକ ସୁଖର ପୂର୍ତ୍ତି ପାଇଁ କାହିଁ କେତେ ଜୀବନସାରା ଖରାପ କର୍ମ କରିଥାନ୍ତି। ଏବଂ ଆମେ ଏହାକୁ ଭୁଲି ଯାଇଥାଉ କି ଜିଏବି ଏହି ମୃ-ତ୍ୟୁ ଲୋକରେ ଜନ୍ମ ନେଇଛନ୍ତି ତାକୁ କେବେନା କେବେ ମରିବାକୁ ପଡିବ। ଜୀବନର ଏହି ସବୁଠୁ ବଡ଼ ସତ୍ୟ ଅଟେ। ତାହା ସହିତ ଏହା ବି ଭୁଲି ଯାଇଥାନ୍ତି କି ମୃ-ତ୍ୟୁ ଛଡା ଯଦି ଆଉ କିଛି ବି ସଂକେତ ଅଛି ତ ଏହା ରାମଙ୍କ ନାମ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *