Excuse Me Odisha

ଯାହା କହିବୁ ସତ କହିବୁ

ଉଚ୍ଚ ରକ୍ତଚାପକୁ କେମିତି ନିୟନ୍ତ୍ରଣ କରିବେ , ୯ଟି ମୁଖ୍ୟ ଟିପ୍ସ , ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କହିବାକୁ ଯାଉଛି ଉଚ୍ଚ ରକ୍ତଚାପକୁ କିପରି ଘରୋଇ ଉପଚାର ଦ୍ଵାରା ନିୟନ୍ତ୍ରଣ କରି ପାରିବେ। ଏହି ଉପାୟ ଅବଲମ୍ବନ କଲେ ଆପଣ ମାନେ ବିନା ଔଷଧ ସେବନ କରି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି ପାରିବେ। ଏହି ଉପାୟ ଦ୍ୱାରା ଆପଣଙ୍କୁ ନିଜର ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଔଷଧ ବ୍ୟବହାର କରିବାକୁ ପଡ଼ିବ ନାହିଁ। ଏହାଦ୍ବାରା ଉଚ୍ଚ ରକ୍ତଚାପ ସୃଷ୍ଟିର କାରଣକୁ ନିୟନ୍ତ୍ରଣ କରିଥାଏ।

ପ୍ରଥମ ହେଉଛି ସୋଡ଼ିୟମର ସେବନ କମ୍ କରନ୍ତୁ।:-

ଆପଣଙ୍କୁ ସୋଡ଼ିୟମ କମ୍ ମାତ୍ରାରେ ସେବନ କରିବାକୁ ପଡ଼ିବ। ଲୁଣ ରେ ସୋଡ଼ିୟମର ମାତ୍ରାରେ ଅଧିକ ରହିଥାଏ। ଯଦି ଆପଣ ଲୁଣର ସେବନ କମ୍ କରିଦେବେ ତାହେଲେ ଏହା ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ ଏବଂ ଆପଣଙ୍କ ବ୍ଲଡ଼ ପ୍ରେସର ୫ ରୁ ୬ ମିଲି ମିଟରରୁ କମ୍ ହୋଇଯିବ। ଭାରତରେ ସାଧାରଣତଃ ଲୋକମାନେ ଦୁଇ ହଜାର ମିଲି ଗ୍ରାମ ଠାରୁ ପାଞ୍ଚ ହଜାର ମିଲି ଗ୍ରାମ ସୋଡିୟମର ସେବନ କରି ଥାନ୍ତି। ଆପଣ ଯଦି ଏହାର ସେବନକୁ ୧.୫ ଗ୍ରାମ ପ୍ରତି ଦିନ କରି ଦେଉଛନ୍ତି ତେବେ ଆପଣଙ୍କ ବ୍ଲଡ଼ ପ୍ରେସର ୫ ରୁ ୬ ମିଲି ମିଟର ଅଫ ଏଲଜି କମ୍ ହୋଇପାରେ। ଲୁଣର ମାତ୍ରା କମ୍ କରିବା ପାଇଁ ଆପଣଙ୍କୁ ଜୀବନଶୈଳୀରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ଯେପରିକି ସାଲାଡ଼ରେ ଲୁଣ ପକାଇବେ ନାହିଁ। ବାହାରେ ଫାଷ୍ଟ ଫୁଡ ଖାଉ ଥିଲେ ସେଥିରେ ମଧ୍ୟ ଲୁଣ ପକାନ୍ତୁ ନାହିଁ। ପ୍ୟାକେଟରେ ଭର୍ତ୍ତି ହୋଇଥିବା ଶ୍ନାକ୍ସ ଯେଉଁଥିରେ ଲୁଣର ମାତ୍ରା ଅଧିକ ରହିଥିବ, ତାହାକୁ ଅଧିକ ସେବନ କରନ୍ତୁ ନାହିଁ।

Google

ଦ୍ଵିତୀୟ ହେଉଛି ବ୍ୟାୟାମ କରନ୍ତୁ:-

ଆପଣ ବ୍ୟାୟାମ, ଯୋଗ ଆଦି କରନ୍ତୁ। ଯଦି ଆପଣ ନିଜ ଶରୀର ସୁସ୍ଥ ରଖିବାକୁ ଚାହୁଁଛନ୍ତି ତାହେଲେ ସପ୍ତାହରେ ପାଞ୍ଚ ଦିନ ୪୫ ମିନିଟ ପର୍ଯ୍ୟନ୍ତ ଚାଲନ୍ତୁ। ଏମିତି କଲେ ଆପଣ ଅନେକ ରୋଗରୁ ମୁକ୍ତି ପାଇ ପାରିବେ। ଏହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେବ। ଆପଣଙ୍କୁ ଜୋରରେ ଚାଲିବା ଦରକାର ନାହିଁ। ଆପଣ ସାଇକଲ , ପହଁରି ପାରିବେ।

ତୃତୀୟଟି ହେଉଛି ନିଜ ଓଜନ ହ୍ରାସ କରନ୍ତୁ:-

ଯଦି ଆପଣଙ୍କର ଓଜନ ଅଧିକ ରହିଛି ତାହେଲେ ଆପଣଙ୍କୁ ଅଦରକାରୀ ଚର୍ବିକୁ ହ୍ରାସ କରିବାକୁ ପଡ଼ିବ। ଯଦି ଆପଣ ଗୋଟେ କିଲୋଗ୍ରାମ ଓଜନ ହ୍ରାସ କରୁଛନ୍ତି ତାହେଲେ ଆପଣଙ୍କ ଉଚ୍ଚ ରକ୍ତଚାପ ୧୦ ମିଲିମିଟର ପର ଏଲଜୀ କମ୍ ହୋଇଯିବ। ଆପଣଙ୍କର ଅଦରକାରୀ ଚର୍ବି ପେଟରେ ରହିଛି ବୋଲି ଜାଣିବାର ଉପାୟ ହେଉଛି – ଯଦି ଆପଣ ପୁରୁଷ ଅଟନ୍ତି ଓ ଆପଣଙ୍କର ଅଣ୍ଟା ସାଇଜ଼ ୪୦ ରୁ ଅଧିକ ଅଛି , ମହିଳାଙ୍କ କ୍ଷେତ୍ରରେ ୩୫ ରୁ ଅଧିକ ଅଛି ତାହେଲେ ଆପଣ ମେଦବହୁଳର ଶିକାର ଅଛନ୍ତି। ଏପରି ହେଲେ ଆପଣ ତେଲ ଜାତୀୟ ଖାଦ୍ୟ ଅଳ୍ପ ସେବନ କରନ୍ତୁ ଏବଂ ପାରିବା ଜାତୀୟ ଖାଦ୍ୟ ଅଧିକ ସେବନ କରନ୍ତୁ।

ଚତୁର୍ଥଟି ହେଉଛି ଉତ୍ତମ ଭୋଜନ ସେବନ କରନ୍ତୁ:-

ଉତ୍ତମ ଭୋଜନର ଅର୍ଥ ଶସ୍ୟ ଜାତୀୟ ଖାଦ୍ୟ ସେବନ କରନ୍ତୁ। ଏଥିରେ ଫାଇବର ରହିଥାଏ, ଯାହା ହଜମ ହେବାକୁ ସମୟ ନେଇ ଥାଏ। ଫଳର ସେବନ ଅଧିକ କରିବା ସହିତ ପାରିବା ଗୁଡ଼ିକର ସେବନ କରନ୍ତୁ। ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଚର୍ବି ଜାତୀୟ ଖାଦ୍ୟ ସେବନ କରନ୍ତୁ ନାହିଁ।

Google

ପଞ୍ଚମ ହେଉଛି ମ-ଦ୍ୟପା-ନ କରନ୍ତୁ ନାହିଁ:-

ଯେଉଁ ଲୋକମାନେ ଅଧିକ ନି-ଶା ଗ୍ରସ୍ତ ହୋଇଥାନ୍ତି ସେମାନେ ଉଚ୍ଚ ରକ୍ତଚାପ ରୋଗ ଦ୍ୱାରା ପୀ-ଡ଼ି-ତ ହୋଇଥାଆନ୍ତି। ମ-ଦ୍ୟପା-ନ କଲେ ଏହା ଉଚ୍ଚ ରକ୍ତଚାପ ପାଇଁ ସେବନ କରିଥିବା ଔଷଧର ପ୍ରଭାବକୁ ଦୁର୍ବଳ କରି ଦେଇଥାଏ। ଉଚ୍ଚ ରକ୍ତଚାପ ଥିବା ରୋଗୀ ମାନେ ଯଦି ନିଶାଗ୍ରସ୍ତ ହୋଇଥାନ୍ତି, ତାହେଲେ ସେମାନଙ୍କର ଆହୁରି ଅନେକ ସମସ୍ୟା ଦେଖା ଦେଇଥାଏ, ଯେପରି ଓଜନ ବଢିବା, ଲିଭର ସମସ୍ୟା ଦେଖା ଦେଇଥାଏ।

ଷଷ୍ଠ ହେଉଛି ଧୁ-ମ୍ରପା-ନ ସେବନ କରନ୍ତୁ ନାହିଁ:-

ଯଦି ଆପଣ ଉଚ୍ଚ ରକ୍ତ ଚାପ ରୋଗୀ ଅଟନ୍ତି ତାହେଲେ ଧୁ-ମ୍ରପା-ନ ସେବନ କରନ୍ତୁ ନାହିଁ। ଏହା କରିବା ଦ୍ଵାରା ଧିରେଧିରେ ଆପଣଙ୍କ ଶରୀରରେ ସବୁ ଅଙ୍ଗ ଅସୁସ୍ଥ ହେବାକୁ ଲାଗିଥାଏ। ଯେପରି କ୍ୟାନ୍ସର, ହାର୍ଟ ରୋଗ ହୋଇଥାଏ। ତେଣୁ ଆପଣ ଧୁ-ମ୍ରପା-ନ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ।

ସପ୍ତମ ହେଉଛି କ୍ୟାଫିନ ସେବନ କରିବା ବନ୍ଦ କରନ୍ତୁ:-

କ୍ୟାଫିନ ସାଧାରଣତଃ କଫି ଓ ଚାହା ରେ ମିଳିଥାଏ। ଏଗୁଡିକ ସେବନ କରିବା ଦ୍ଵାରା ଆପଣଙ୍କ ଉଚ୍ଚ ରକ୍ତଚାପ ୧୦ ମିଲିମିଟର ବୃଦ୍ଧି ହୋଇପାରେ। ତେଣୁ କ୍ୟାଫିନ ଥିବା ଖାଦ୍ୟ ରୁ ଦୂରେଇ ରୁହନ୍ତୁ।

Google

ଅଷ୍ଟମ ହେଉଛି ମାନସିକ ଚିନ୍ତା ଦୂର କରନ୍ତୁ:-

ଆପଣ ଯଦି ରକ୍ତଚାପ ହ୍ରାସ କରିବାକୁ ଚାହୁଁଛନ୍ତି ତାହେଲେ ନିଜର ମାନସିକ ଚାପ ବା ଚିନ୍ତାକୁ ଦୂର କରନ୍ତୁ। ସର୍ବଦା ଖୁସି ମନରେ ରୁହନ୍ତୁ। ନିଜର ପରିବାର ଚିନ୍ତା, ଚାକିରି ଚିନ୍ତା, ବ୍ୟକ୍ତିଗତ ଜୀବନର ଚିନ୍ତାକୁ ଦୂର କରିବାକୁ ପଡ଼ିବ। ଏହା କହିବା ସହଜ କିନ୍ତୁ ଚିନ୍ତା କେତେବେଳେ ଆସିଥାଏ ଜଣା ନଥାଏ। ଚିନ୍ତାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ନିଜକୁ ପ୍ରାର୍ଥନାରେ ମୁଗ୍ଧ କରି ରଖନ୍ତୁ। ଏହାବ୍ୟତୀତ ଯୋଗ ପ୍ରାଣାୟାମ କରି ମଧ୍ୟ ଆପଣ ନିଜର ଅଯଥା ଚିନ୍ତାକୁ ଦୂର କରି ପାରିବେ। ଗୀତ ଗାଇବା, ବୃଦ୍ଧ ଲୋକଙ୍କ ସହିତ ମଉଜ ମସ୍ତି କରିବା, ଏମିତି କଲେ ଆପଣ ସର୍ବଦା ଖୁସି ରହିବେ ଏବଂ ଆପଣଙ୍କୁ କୌଣସି ଔଷଧର ଆବଶ୍ୟକତା ପଡ଼ିବ ନାହିଁ।

ଶେଷଟି ହେଉଛି ମେଡିସିନକୁ ନିୟନ୍ତ୍ରଣ କରନ୍ତୁ:-

କିଛି ଲୋକେ ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ମେଡିସିନ ଖାଇବାରେ ଅନିୟମିତତା କରି ଥାନ୍ତି। ଏମିତି କଲେ ତାହା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ। ଔଷଧ ସେବନ ସମୟରେ ଅନିୟମିତତା କଲେ ଏହା ଆପଣଙ୍କ ଶରୀର ପକ୍ଷେ ହାନିକାରକ ସାବ୍ୟସ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *