Excuse Me Odisha

ଯାହା କହିବୁ ସତ କହିବୁ

ଘର ମୁହଁରେ ଭୁଲରେବି ରଖନ୍ତୁ ନାହିଁ ଏହି ୩ଟି ଗଛ, ଭୟଙ୍କର ଦୁଃଖ ଦେଇଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମର ହିନ୍ଦୁ ଧର୍ମରେ ଗଛ ମାନଙ୍କର ବହୁତ ବଡ଼ ମହତ୍ତ୍ୱ ରହିଛି। ଗଛ, ପତ୍ର ପ୍ରକୃତିକୁ ସୁନ୍ଦର କରିଥାନ୍ତି। ତା ସହିତ ସୃଷ୍ଟିରେ ସମସ୍ତ ଜୀବଜନ୍ତୁକୁ ଜୀବନ ବାୟୁ ପ୍ରଦାନ କରିଥାନ୍ତି। ଏହି କାରଣରୁ ମାନବ ମଧ୍ୟ ଶ୍ୱାସକ୍ରିୟା କରିପାରେ। ଏଥିପାଇଁ ବୃକ୍ଷ ମାନଙ୍କର ବହୁତ ବଡ଼ ଅବଦାନ ରହିଛି। ପ୍ରାଚୀନ କାଳରୁ ହିଁ ଋଷି ମୁନି ମାନେ ବୃକ୍ଷ ମୂଳରେ ବସି ତପସ୍ୟା କରୁଥିଲେ। ଏହି କାରଣରୁ ବୃକ୍ଷକୁ ବଡ଼ ପୂଜନୀୟ ମାନାଯାଏ। ଆମର ଧର୍ମ ଗ୍ରନ୍ଥରେ କେତେକ ବୃକ୍ଷର ବର୍ଣ୍ଣନା କରାଯାଇଛି। ଯାହା ବହୁତ ଶୁଭ ଅଟେ। ଘର ପାଖରେ ରହିଲେ ସକାରାତ୍ମକତା ବନିରହେ। ଯେଉଁ ଘରେ ସକରାତ୍ମକତା ରହେ ସେହି ଘରେ ସୁଖ ସମୃଦ୍ଧି ଐଶ୍ଵର୍ଯ୍ୟ ପ୍ରାପ୍ତି ହୋଇଥାଏ। ସେହି ଗଛ ହେଉଛି ପାରିଜାତ ଗଛ। ପୁରାଣ ଅନୁସାରେ ପାରିଜାତର ଜନ୍ମ ସମୁଦ୍ର ମନ୍ଥନରୁ ହୋଇଥିଲା। ଏହାର ସ୍ଥାନ ଇନ୍ଦ୍ରଙ୍କର ସ୍ୱର୍ଗରେ। ଯେଉଁ କାରଣରୁ ଦେବରାଜ ଇନ୍ଦ୍ରଙ୍କୁ ବୃକ୍ଷର କୃପା ପ୍ରାପ୍ତ ହୋଇଛି। ତେଣୁ ଏହା ଘର ପାଖରେ ରହିଲେ ଏହାକୁ ଶୁଭ ମାନାଯାଏ। ଏହା ମା ଲକ୍ଷ୍ମୀଙ୍କର ମଧ୍ୟ ପ୍ରିୟ ବୃକ୍ଷ ଅଟେ। ତେଣୁ କୁହାଯାଏ ଯେଉଁ ଘରର ସାମ୍ନାରେ ପାରିଜାତ ଗଛ ଥାଏ ସେହି ଘରକୁ ମହାଲକ୍ଷ୍ମୀ ପ୍ରବେଶ କରନ୍ତି। ଧନ ଧାନ୍ୟରେ ସେହି ଘରକୁ ଭରି ଦିଅନ୍ତି। ଏପରି ଘରେ ରହୁଥିବା ସଦସ୍ୟ କେବେ ବିମାରୀରେ ପଡ଼ନ୍ତି ନାହିଁ। ସବୁବେଳେ ଖୁସିରେ ରୁହନ୍ତି। କିନ୍ତୁ ଆମର ଗ୍ରନ୍ଥରେ କିଛି ଏପରି ଗଛରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯାହା ଘର ପାଖରେ ରହିବା ବହୁତ ବଡ଼ ଅଶୁଭ ବୋଲି ମାନାଯାଏ। ପ୍ରାଚୀନ ବେଦ ଅନୁସାରେ ଏହି ଗଛ ଉପରେ ଅସୁରିୟ ଶକ୍ତି ଆବାସ ହୋଇଥାଏ। ଯଦି ଆପଣ ଏହି ଗଛକୁ ଘରେ ଲଗାନ୍ତି ତ ଆପଣଙ୍କୁ ଆର୍ଥିକ, ମାନସିକ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ। ଏପରି ଗଛ ଘରେ ନକାରାତ୍ମକତାକୁ ଖେଳାଇ ଥାନ୍ତି। ଯେଉଁ କାରଣରୁ ଘରେ ବାଦ ବିବାଦ ବଢେ। ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଏପରି ହିଁ କିଛି ଗଛ ବିଷୟରେ କହିବୁ ଯାହା ଘରେ ରହିବା ବହୁତ ବଡ଼ ଅଶୁଭ ମାନାଯାଇଛି। ତେବେ ଆସନ୍ତୁ ଜାଣିବା କିଛି ଏପରି ଗଛ ବିଷୟରେ ଯାହା ଆପଣଙ୍କ ଘର ପାଖରେ ରହିବା ଉଚିତ ନୁହେଁ।

କଣ୍ଟା ଜାତୀୟ ବୃକ୍ଷ:-

କୁହାଯାଏ କି କଣ୍ଟା ଜାତୀୟ ବୃକ୍ଷ ଘରେ ରହିବା ବଡ଼ ଅଶୁଭ ହୋଇଥାଏ। କଣ୍ଟା ବୃକ୍ଷ ଘରେ ରହିବା ଦ୍ୱାରା ଘରର ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିଥାଏ। ଏହା ଛଡା ଧାର୍ମିକ ଦୃଷ୍ଟିରେ ଦେଖିଲେ ମଧ୍ୟ ଏହି ଗଛ ଘରେ ଲଗାଇବା ଦ୍ୱାରା ଘରେ ଝଗଡା, ବାଦ ବିବାଦ ବଢିଥାଏ। ଏଥିପାଇଁ ଘର ଭିତରେ କଣ୍ଟା ଗଛକୁ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ।

Google

ବରକୋଳି ଗଛ:-

ଏହା ଖାଇବା ପାଇଁ ବହୁତ ମିଠା ଲାଗେ। କିନ୍ତୁ ଏହି ଗଛ ଘରର ସାମ୍ନାରେ ଅଛି ତ ଏହାକୁ ଓପାଡି ଫୋପାଡ଼ି ଦିଅନ୍ତୁ। କାରଣ ଏହି ଗଛକୁ ବହୁତ ନକାରାତ୍ମକତା ଗଛ ମାନାଯାଏ।ବାସ୍ତୁଶାସ୍ତ୍ର ଅନୁସାରେ ବରକୋଳି ଗଛରେ ସବୁଠୁ ଅଧିକ ନାକାରାତ୍ମକ ଶକ୍ତି ବାସ କରେ। ଏପରି ମାନାଯାଏକି ବରକୁଳି ଗଛ ଘରର ସାମ୍ନାରେ ରହିଲେ ପରିବାରର ମୁଖ୍ୟ ସଦସ୍ୟଙ୍କୁ ଆର୍ଥିକ ପରିସ୍ଥିତିରେ ସାମ୍ନା କରିବାକୁ ପଡିଥାଏ।ଏହି ଗଛ କାରଣରୁ ବ୍ୟାପାରରେ ମଧ୍ୟ କ୍ଷତି ଘଟେ। ଘରର ସଦସ୍ୟ ମାନେ ସବୁବେଳେ ଚିନ୍ତାରେ ରହିଥାନ୍ତି। ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ ଟଙ୍କାକୁ ନେଇଝଗଡା ଲାଗିରହେ।ଯଦି ଆପଣଙ୍କ ଘର ସାମ୍ନାରେ ଏହି ବରକୁଳି ଗଛ ଅଛି ତ ଏହାକୁ ଶୀଘ୍ର ଓପାଡି ଫୋପାଡ଼ି ଦିଅନ୍ତୁ।

ବବୁଲ ଗଛ:-

ଏହି ଗଛ ଗୋଟିଏ କଣ୍ଟା ଜାତୀୟ ଗଛ ଅଟେ। ଯାହା ବଡ଼ ହେଲା ପରେ ଗୋଟେ ବୃକ୍ଷରେ ପରିଣତ ହୁଏ।ଏହି ଗଛକୁ ଘରର ସାମ୍ନାରେ ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଆମକୁ କ୍ଷତି ପହଞ୍ଚାଇ ଥାଏ।ତା ସହିତ ଏହି ଗଛର କଣ୍ଟା ବହୁତ ବଡ଼ ଅଟେ ଏବଂ ହାନିକାରକ ମଧ୍ୟ। ବବୁଲ ଗଛ ଘର ସାମ୍ନାରେ ରହିଲେ ପରିବାରର ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ଠିକ ରହେ ନାହିଁ। ବବୁଲ ଗଛରେ ଆୟୁର୍ବେଦିକ ଗୁଣ ରହିଛି କିନ୍ତୁ ଏହା ଘରର ସାମ୍ନାରେ ରହିବା ଅଶୁଭ ଅଟେ। ଏହା ଆପଣଙ୍କ ଘରର ସାମ୍ନାରେ ରହିବା ଦ୍ୱାରା ମହାଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରନ୍ତି ନାହିଁ।

ଖୋଜୁରୀ ଗଛ:-

ଏହି ଗଛ ଦେଖିବା ପାଇଁ ବହୁତ ଭଲ ଲାଗେ। ଏହାର ଫଳ ମଧ୍ୟ ସ୍ୱାଦିଷ୍ଟ ଅଟେ। ଏହାକୁ ଘରେ ଲଗାଇବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଘରେ ଏହି ଗଛ ଲଗାଯାଇଥାଏ ସବୁବେଳେ ସେହି ଘରେ ଅର୍ଥର ଅଭାବ ଲାଗିରହିଥାଏ। ଏହିପରି ଘରେ ଧନ କେବେ ରହିନଥାଏ। ଘରର ସଦସ୍ୟଙ୍କର ବିନା କାରଣରେ ଖର୍ଚ୍ଚ ହୁଏ। ଏଥିପାଇଁ ଆପଣ ଏହି ଗଛକୁ ଘରର ସାମ୍ନାରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ। ଯେପରି ଖୋଜୁରୀ ଗଛ ଲମ୍ବା ହୋଇଥାଏ ସେହିପରି ଘରର ସମସ୍ୟା ମଧ୍ୟ ଲମ୍ବା ଲିଷ୍ଟ ପରି ହୋଇଥାଏ। ଏପରି ଘରେ କିଛି ନାଁ କିଛି ବି-ପ-ଦ ଆସିଥାଏ। ଏଥିପାଇଁ ଘରର ସାମ୍ନା ହେଉ କିମ୍ବା ଆଖପାଖରେ ହେଉ ଏହି ଗଛ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ।

ବାଉଁଶ ଗଛ:-

ବନ୍ଧୁଗଣ ଏହି ଗଛକୁ ଶୁଭ ମାନାଯାଏ। କିନ୍ତୁ ଏହାକୁ ଘରର ସାମ୍ନାରେ ଲଗାନ୍ତୁ ନାହିଁ। ହିନ୍ଦୁ ଧର୍ମ ଅନୁସାରେ ମଣିଷକୁ ମଣିଷର ମୃତ୍ୟୁ ପରେ ସେହି ମୃତ ବ୍ୟକ୍ତିକୁ ବାଉଁଶ ଉପରେ ରଖି ନିଆଯାଏ। ଏହି ଗଛ ଘରର ସାମ୍ନାରେ ଲଗାଯାଏ ତ ଏହା ଦ୍ୱାରା ଆପଣଙ୍କ ଘରକୁ ନାକାରାତ୍ମକ ପ୍ରବେଶ କରିଥାଏ। ଏହିପରି ଘରେ ସବୁବେଳେ ଅସନ୍ତୋଷ ଭରି ରହେ। ଏହି ଗଛ ଲଢେଇ ଝଗଡାର ମଧ୍ୟ କାରଣ ହୋଇଥାଏ। ଏଥିପାଇଁ ଏହି ଗଛକୁ ଘରର ସାମ୍ନାରେ ଲଗାନ୍ତୁ ନାହିଁ। କିନ୍ତୁ ଆପଣ ଘର ଆଗରେ ଉତ୍ତର ଦିଗରେ ବାଉଁଶର ଛୋଟ ଛୋଟ ଗଛକୁ ପାଣିରେ ରଖିପାରିବେ। ଏହାକୁ ଶୁଭ ମାନାଯାଏ। କିନ୍ତୁ ଘରର ସାମ୍ନାରେ ଏହାକୁ ଭୁଲରେ ମଧ୍ୟ ରଖନ୍ତୁ ନାହିଁ।

Google

ତେନ୍ତୁଳି ଗଛ:-

ବନ୍ଧୁଗଣ ତେନ୍ତୁଳି ଖଟା ଅଟେ। ତେଣୁ ଏହାକୁ ଖାଇବା ସମସ୍ତଙ୍କର ପସନ୍ଦ ହୋଇଥାଏ। କିନ୍ତୁ ଏହା ନକାରାତ୍ମକତା ଶକ୍ତିର ଆବାସ ଅଟେ। ଏହିପରି ମାନାଯାଏ କି ଏହି ଗଛରେ ଖରାପ ଆତ୍ମାଙ୍କର ବାସ ଅଟେ। ଏହି ଗଛ ଯେଉଁ ଘରେ ଲଗାଯାଏ ସେହି ଘର ଲୋକେ ସବୁବେଳେ ଝଗଡା କରିଥାନ୍ତି। ସବୁବେଳେ ବିମାରୀରେ ପଡ଼ିଥାନ୍ତି। ଘରର ସାମ୍ନାରେ ମଧ୍ୟ ଏହି ଗଛ ଥିଲେ କାଟିକି ଫୋପାଡ଼ି ଦିଅନ୍ତୁ। ନଚେତ ଆପଣଙ୍କ କାର୍ଯ୍ୟକୁ ମଧ୍ୟ ଅଟକାଇ ଦିଏ।ସବୁବେଳେ ଆପଣ ଗରିବ ହୋଇ ରୁହନ୍ତି।ବାସ୍ତୁଶାସ୍ତ୍ରରେ କିଛି କଥା କୁହାଯାଇଛି ଯେଉଁ କାରଣରୁ ଆପଣ ଗରିବ ହୋଇପାରନ୍ତି।

ଆସନ୍ତୁ ଜାଣିବା କେଉଁ କଥା ଏବଂ କେଉଁ ଗଛ ମଧ୍ୟ ଆମର ଘର ପାଖରେ ରହିବା ଅନୁଚିତ ଅଟେ।

ବନ୍ଧୁଗଣ ଦୁଃଖ ସମସ୍ୟାତ ପ୍ରତ୍ୟକ ଘରେ ଆସିଥାଏ। କିନ୍ତୁ ଆମ ସମସ୍ତଙ୍କୁ ଚେଷ୍ଟା କରିବା ଦରକାର କି ସେହି ସମସ୍ୟାକୁ ଶାନ୍ତିରେ ସମାଧାନ କରିବା ନାଁ ଲଢେଇ ଝଗଡା କରିକି ଏପରି କଲେ ସମସ୍ୟା ଆହୁରି ବଢିବ। ମହା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରେ ରହିବେ ନାହିଁ।

ଅସ୍ବଛ ବାତାବରଣରେ ମଧ୍ୟ ମହାଲକ୍ଷ୍ମୀ କିମ୍ବା ଅନ୍ୟ ଦେବୀ ଦେବତା ପ୍ରବେଶ କରନ୍ତି ନାହିଁ। ଏହା ଜରୁରୀ ନୁହେଁ କି ଆପଣଙ୍କ ଘର ବଡ଼ ନୁହେଁ ଘରେ ବଡ଼ ବଡ଼ ବସ୍ତୁ ନାହିଁ କିନ୍ତୁ ସ୍ୱଚ୍ଛତା ରଖିବା ବହୁତ ଜରୁରୀ। ଯେଉଁଠି ସ୍ୱଚ୍ଛତା ନାହିଁ ସେଠାରେ ଇଶ୍ଵର ରୁହନ୍ତି ନାହିଁ। ଇଶ୍ୱରଙ୍କ ବିନା ଘରେ ସୁଖ ଶାନ୍ତି ରହେ ନାହିଁ। ତା ସହିତ ଆମକୁ ମଧ୍ୟ ସ୍ୱଚ୍ଛ ରହିବା ଉଚିତ। ଘର ସ୍ୱଚ୍ଛ ରହିଥାଏ କିନ୍ତୁ ମନରେ କପଟ, କ୍ଳେଶ, ଅନ୍ୟ ପ୍ରତି ଖରାପ ଚିନ୍ତାଧାରା ରହେ ତ ଏହିପରି ଘରେ ମଧ୍ୟ ମା ଲକ୍ଷ୍ମୀ ରହିବାକୁ ପସନ୍ଦ କରନ୍ତି ନାହିଁ।

ଯେଉଁ ଘରେ ବଡ଼ ମାନଙ୍କର କନ୍ୟାଙ୍କର ମହିଳାଙ୍କର ତଥା ଆଶ୍ରିତ କିମ୍ବା ଦୁର୍ବଳ ଲୋକଙ୍କର ଅତିଥି କିମ୍ବା ସାଧୁସନ୍ଥଙ୍କର ଅପମାନ କରାଯାଏ ତ ଏହିପରି ଘରୁ ମଧ୍ୟ ମହା ଲକ୍ଷ୍ମୀ ଚାଲି ଯାଆନ୍ତି।

Google

ଆମର କିଛି ଭୁଲ ଯୋଗୁ ମଧ୍ୟ ଘରକୁ ଗରିବ ଆସିଥାଏ। ଯେପରି ସୂର୍ଯ୍ୟ ଉଦୟ ହେବା ପରେ ବି ଆପଣ ଡେରି ପର୍ଯ୍ୟନ୍ତ ଶୁଅନ୍ତି ଏବଂ ସୂର୍ଯ୍ୟ ଅସ୍ତ ବା ସନ୍ଧ୍ୟା ସମୟରେ ମଧ୍ୟ ଶୋଇବା ଉଠିବା ପରେ ମଧ୍ୟ ନ ଗାଧୋଇ ବସି ରହିବା ସିଗାରେଟ ପିଇବା, ମଦ ପିଇବା, ଜୁଆ ଖେଳିବା, ଘରେ ପୂଜା ପାଠ ନକରିବା ଇତ୍ୟାଦି ଭଲ ଲକ୍ଷଣ ନୁହେଁ। ଘରେ ନିୟମିତ ଭାବେ ପୂଜା କରିବା ଉଚିତ। ଏପରି ନହେଲେ ଘରେ କ୍ଳେଶ ଦରିଦ୍ରତା ବଢିଥାଏ।

କେତେଥର ଆମେ ଜଣା ଅଜାଣତରେ ଅନ୍ୟକୁ ଆମ ଘରର କିଛି ବସ୍ତୁ ଦେଇଦିଅନ୍ତି ଯାହା ଆମ ଘର ପାଇଁ କ୍ଷତିର ପରିସ୍ଥିତି ଉତ୍ପନ କରିଥାଏ। କିନ୍ତୁ ଆମର ଲକ୍ଷ ଲୋକଙ୍କୁ ସହାୟତା କରିବା ପାଇଁ। କିନ୍ତୁ ଏପରି ଜିନିଷ ଦିଅନ୍ତୁ ନାହିଁ ଯେପରି ଲୁଣ, ଦହି,ଲେମ୍ବୁ କିମ୍ବା ଅନ୍ୟ କୌଣସି ଧଳା କିମ୍ବା ଖଟା ବସ୍ତୁ। ଏଥି ଦ୍ୱାରା ମା ଲକ୍ଷ୍ମୀ ଘରୁ ଚାଲିଯାନ୍ତି।

ଯେଉଁ ଘରେ ଅନ୍ନର ଅପମାନ ହୁଏ ଅଧିକ ଖାଇବା ବିନେଇ ଫୋପାଡିବା ହୁଏ ଏପରି କରିବା ଅନୁଚିତ ଅଟେ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ଅପମାନ ହୁଏ।ସେଥିପାଇଁ ଏପରି କରନ୍ତୁ ନାହିଁ। ବଢାଯାଇଥିବା ଖାଦ୍ୟର ଅପମାନ କରିବା ଅଧା ଖାଇକି ବଳକା ଖାଦ୍ୟକୁ ଫୋପାଡ଼ିବା ଏପରି କରିବା ଅନୁଚିତ।

ଘରର ପୂର୍ବ ଦିଗରେ ବର ଗଛ ରହିଥାଏ ତ ଏହା ମଧ୍ୟ ଗରୀବର ପ୍ରମୁଖ କାରଣ ହୋଇଥାଏ।ବରଗଛର ଛାୟା ଶୀତଳ ଅଟେ। କିନ୍ତୁ ଏହା ପର ପାଇଁ ଶୁଭ ନୁହେଁ। ସକାଳ ସମୟରେ ଆପଣଙ୍କ ଘର ଉପରେ ବରଗଛର ଛାୟା ପଡେ ତ ଏହା ଆପଣଙ୍କର ପ୍ରଗତିରେ ଅବରୋଧ କରେ। ଏହିପରି ଘରେ ଅନେକ ସମସ୍ୟା ଉପୁଜେ। ଏହି ଗଛ ଆପଣଙ୍କ ଘର ପାଖରେ ରହିବା ଦ୍ୱାରା ଏହା ଆପଣଙ୍କ ଜୀବନରେ ସଂକଟ ଆଣିଥାଏ। ସେମାନେ ଦୀର୍ଘାୟୁ ହୋଇନଥାନ୍ତି। କାରଣ ବର ଗଛ ବଢିବା ସହିତ ଅଧିକ ଭାରି ମଧ୍ୟ ହୋଇଥାଏ। ତେଣୁ ଏହାରି ତଳେ ନିର୍ମାଣ ହୋଇଥିବା ଘର କିଛି ଦୁର୍ଘଟଣାକୁ ଆମନ୍ତ୍ରଣ କରିଥାଏ। ଏଥିପାଇଁ ଘରର ଆଖପାଖରେ ମଧ୍ୟ ଏହି ଗଛ ରଖିବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *