Excuse Me Odisha

ଯାହା କହିବୁ ସତ କହିବୁ

କିସମିସ ଖାଇଲେ କଦାପି ହୋଇ ନ ଥାଏ ଏହିସବୁ ରୋଗ, ଆସନ୍ତୁ ଜାଣିବା କିସମିସର ଉପକାରିତା

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କିସମିସ ଖାଇବାର ଉପକାରିତା ବିଷୟରେ କହିବାକୁ ଯାଉଛି। ଏହାସହିତ ଆପଣ ଜାଣିବାକୁ ପାଇବେ ଯେ କିସମିସକୁ ଯେଉଁ ସମୟରେ ଏବଂ କେତେ ପରିମାଣରେ ଖାଇବେ। କିସମିସରେ ଫ୍ରୁକ୍ଟୋଜ ଏବଂ ଗ୍ଲୁକୋଜ ରହିଛି। ଏହାର ଉପଯୋଗ କରି ଆପଣ ଏକ ସୁସ୍ଥ ଜୀବନ ଅତିବାହିତ କରି ପାରିବେ। କିସମିସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। କିସମିସରେ ଆଇରନ, ପଟାସୀୟମ, ମ୍ୟାଗ୍ନେଶୀୟମ, ଫ୍ଲାଇଟୋ କେମିକାଲ, ଫ୍ଲାବୋନଏଟସ ଏମିତି ଅନେକ ଗୁଡ଼ାଏ ପୋଷକ ତତ୍ତ୍ଵ ରହିଛି। ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଏହି ସମସ୍ତ ପୋଷକ ତତ୍ତ୍ଵ ମିଶି କିସମିସକୁ ଏକ ପୋଷକ ଆହାର ବନେଇ ଥାଏ। ଜୟ ତୁରନ୍ତ ଶକ୍ତି ପ୍ରଦାନ କରି ଥାଏ। ତେବେ ଚାଲନ୍ତୁ ଜାଣିବା କିସମିସର ଉପକାରିତା ବିଷୟରେ।

ପ୍ରଥମଟି ହେଉଛି ଦାନ୍ତ ଓ ମାଢ଼ି ପାଇଁ ଲାଭଦାୟକ ଅଟେ। କିସମିସ ଦାନ୍ତ ଓ ମାଢ଼ି ପାଇଁ ବହୁତ ଲାଭଦାୟକ ହୋଇଥାଏ। କିସମିସ ମିଠା ହୋଇଥାଏ। ଏଥିଯୋଗୁଁ ଦାନ୍ତ ଖରାପ ହୋଇ ନଥାଏ। ଏହାଯୋଗୁଁ ଦାନ୍ତ ଓ ମାଢ଼ି ଖରାପ ହେବାରୁ ରକ୍ଷା କରି ଥାଏ। କିସମିସରେ ଥିବା ଅଲିନଲିକ ଏସିଡ ନାମକ ଫାଇଟୋ କେମିକାଲ ଦାନ୍ତରେ କ୍ୟାବିଟି ହେବାରୁ ରକ୍ଷା କରି ଥାଏ। ତଥା ପାଟିରେ ଥିବା ଖରାପ ବ୍ୟାକ୍ଟେରିଆକୁ ନଷ୍ଟ କରି ଦେଇଥାଏ। ଏହା ମାଢ଼ିକୁ ରୋଗ ଓ ସଂକ୍ରମଣରୁ ରକ୍ଷା କରି ଥାଏ। କିସମିସ ଦାନ୍ତର ଏନାମେଲକୁ ସୁଦୃଢ କରି ଥାଏ।

Google

ଦ୍ଵିତୀୟ ହେଉଛି ପାଚନ କ୍ରିୟା ଭଲ କରିଥାଏ। କିସମିସ ପାଚନ କ୍ରିୟା ଭଲ କରିବାରେ ସାହାଯ୍ୟ କରିଥାଏ। ଯେଉଁ ଲୋକମାନଙ୍କୁ ଗ୍ୟାସ ଏବଂ ପେଟ ସମସ୍ୟା ଥାଏ, ତାଙ୍କୁ କିସମିସ ଖାଇବା ଉଚିତ। କାରଣ ଏଥିରେ ପ୍ରଚୁର ପରିମାଣ ରେ ଫାଇବର ରହିଥାଏ। ଶୁଖିବା ସମୟରେ ଏଥିରେ ଥିବା ଫାଇବର ସଙ୍କୁଚିତ ହୋଇଥାଏ। କିନ୍ତୁ ପେଟ ଭିତରକୁ ଯିବା ମାତ୍ରେ ଏହା ପୂର୍ବ ଅବସ୍ଥାକୁ ଆସି ଯାଇଥାଏ। ଏଥିରେ ଫାଇବର ଥିବାରୁ କୋଷ୍ଠ କାଠିନ୍ୟ ବ୍ୟକ୍ତିଙ୍କ ପାଇଁ ବହୁତ ଉପକାରୀ ଅଟେ। ଏଥିଯୋଗୁଁ ଅନ୍ତନଳୀ ସଫା ହୋଇ ଯାଇଥାଏ। କିସମିସ ଖାଇବା ଯୋଗୁଁ ଖାଉଥିବା ଖାଦ୍ୟରୁ ପୋଷକ ତତ୍ତ୍ଵର ଅବଶୋଷଣ ଉତ୍ତମ ରୂପରେ ହୋଇଯାଏ। ତେଣୁ ଭୋକ ବଢ଼ିଥାଏ ଏବଂ ପାଚନ ଶକ୍ତିରେ ବୃଦ୍ଧି ହୋଇଥାଏ।

ତୃତୀୟ ହେଉଛି ଉଚ୍ଚ ରକ୍ତଚାପରେ ଲାଭଦାୟକ ପରିଣାମ ମିଳିଥାଏ। ଯେଉଁ ଲୋକମାନଙ୍କୁ ଉଚ୍ଚ ରକ୍ତ ଚାପର ସମସ୍ୟା ରହିଛି ସେମାନଙ୍କୁ କିସମିସର ସେବନ କରିବା ଉଚିତ। କାରଣ କିସମିସରେ ପଟାସୀୟମ ରହିଛି। ଯାହାର ନିୟମିତ ସେବନ କଲେ ଏହା ରକ୍ତ ଚାପ ନିୟନ୍ତ୍ରଣ କରିଥାଏ। ପଟାସୀୟମ ହାର୍ଟ ପାଇଁ ଉତ୍ତମ ଅଟେ। ଏହା ଶରୀରର କୋଷ ତଥା ଟସୁ ଓ ଶରୀରର ବିଭିନ୍ନ ଅଙ୍ଗ ଗୁଡ଼ିକର କାର୍ଯ୍ୟ କରିବାରେ ସହାୟକ ହୋଇଥାଏ।

ଚତୁର୍ଥ ହେଉଛି ହୃଦଘାତରୁ ରକ୍ଷା କରିଥାଏ। କିସମିସ ଖାଇଲେ ହାର୍ଟ ଷ୍କ୍ରୋକ ଦୂତ ହେବାର ସମ୍ଭାବନା ରହିଥାଏ। କିସମିସରେ ଥିବା ଫାଇବର ଉଚ୍ଚ ରକ୍ତଚାପ ସମସ୍ୟାକୁ ମଧ୍ୟ ଦୂର କରି ଦେଇଥାଏ।

Google

ପଞ୍ଚମ ହେଉଛି କ୍ୟାନ୍ସରରୁ ରକ୍ଷା କରିଥାଏ। କିସମିସ ଖାଇଲେ ଏହା କ୍ୟାନ୍ସରରୁ ମଧ୍ୟ ରକ୍ଷା କରି ଥାଏ। ଆଣ୍ଟି ଅକ୍ସିଡେଣ୍ଟ ଅନ ଶରୀରର ହାନିକାରକ ପ୍ରଭାବକୁ ଦୂର କରିଥାଏ। ଅଧିକ ତେଲ ଜାତୀୟ ଖାଦ୍ୟ ସେବନ କରିବା ଦ୍ଵାରା ଶରୀରରେ ଏହି ଫ୍ରି ରେଡିକାଲସ ସୃଷ୍ଟି ହୋଇଥାଏ । ତେଣୁ ପ୍ରତିଦିନ କିଛି ପରିମାଣରେ କିସମିସ ସେବନ କରିବା ଆବଶ୍ୟକ।

ଷଷ୍ଠ ହେଉଛି ରକ୍ତହୀନତା ଦୂର କରିଥାଏ। କିସମିସ ସେବନ କଲେ ରକ୍ତହୀନତା ଦୂର ହୋଇଥାଏ। କିସମିସରେ ଆଇରନର ପରିମାଣ ପ୍ରଚୁର ପରିମାଣରେ ରହିଥାଏ। ଯାହା ରକ୍ତହୀନତା ଦୂର କରିଥାଏ। ଏଥିରେ ଭିଟାମିନ ବି ସହିତ ଅନେକ ଭିଟାମିନ ରହିଛି। ଏହା ନୂଆ ରକ୍ତ ତିଆରି କରିବାରେ ସାହାଯ୍ୟ କରିଥାଏ। କିସମିସରେ ଥିବା ମିନେରାଲ ଓ ଆମିନୋ ଏସିଡ କୋଷ ତତ୍ତ୍ଵ ର ଅବସୋଷଣ ରେ ସାହାଯ୍ୟ କରିଥାଏ।

ସପ୍ତମ ହେଉଛି ଦୁର୍ବଳତା ଦୂର କରିଥାଏ। ଯଦି ଜ୍ଵର ପରେ ଦୁର୍ବଳ ଲାଗୁଛି , ତାହେଲେ କିସମିସ ସେବନ କରିବା ଆବଶ୍ୟକ। କିସମିସ ଖାଇଲେ କୌଣସି ପ୍ରକାରର ସଂକ୍ରମଣ ଦୂର ହୋଇଥାଏ। ଏହାକୁ ଖାଇଲେ ଅଧିକ ଶକ୍ତି ମିଳିଥାଏ। ଯଦି ଜ୍ଵର ରହିଛି ତାହେଲେ କିସମିସର ସେବନ କରନ୍ତୁ ନାହିଁ। ଜ୍ଵର ଛାଡ଼ିଲା ପରେ ହିଁ ଏହାର ସେବନ କରନ୍ତୁ।

ଅଷ୍ଟମ ହେଉଛି ଦୃଷ୍ଟି ଶକ୍ତି ବଢେଇ ଥାଏ। ଯଦି କାହାର ଆଖିରେ ସମସ୍ୟା ହୋଇଥାଏ, ତାହେଲେ କିସମିସର ସେବନ କରନ୍ତୁ। କିସମିସ ଦୃଷ୍ଟି ଶକ୍ତି ହ୍ରାସ ଏବଂ ମୋତିଆ ବିନ୍ଦୁ ଦୂର କରିବାରେ ସାହାଯ୍ୟ କରିଥାଏ। ତେଣୁ ଆଖିକୁ ସୁସ୍ଥ ରଖିବା ପାଇଁ କିସମିସ ର ସେବନ ନିହାତି କରିବା ଆବଶ୍ୟକ।

ନବମ ହେଉଛି ଅସ୍ଥିକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ।ଯଦି ଆପଣ ନିଜ ହାଡ଼ କୁ ସୁସ୍ଥ କରିବାକୁ ଚାହୁଁଛନ୍ତି ତାହେଲେ କିସମିସର ସେବନ କରନ୍ତୁ। କାରଣ କିସମିସ ରେ କ୍ୟାଲସିୟମ ରହିଥାଏ। ଏହାସହିତ ଏଥିରେ ବୋରୋନ ନାମକ ମାଇକ୍ରୋ ନ୍ୟୁଟ୍ରିଏଁଣ୍ଟ ରହିଛି। ଯାହା ହାଡ଼ର ନିର୍ମାଣରେ ସାହାଯ୍ୟ କରିଥାଏ।

Google

ଏବେ ଚାଲନ୍ତୁ ଜାଣିବା କିସମିସକୁ କିପରି ଖାଇବେ –

ଅନେକ ଲୋକେ କିସମିସ କୁ ଶୁଖିଲା ଖାଇ ଦେଇଥାନ୍ତି। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କୁ କିସମିସରୁ ଅଧିକ ଫାଇଦା ମିଳିବ , ତାହେଲେ ପାଣିରେ ଭିଜେଇ ପ୍ରତ୍ୟେକ ଦିନ ୪ ରୁ ୫ କୋଷାକୁ ସକାଳେ ଖାଲି ପେଟରେ ସେବନ କରିବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *