Excuse Me Odisha

ଯାହା କହିବୁ ସତ କହିବୁ

ଚାଣକ୍ୟଙ୍କ ଅନୁସାରେ, ଧନ ଆସିବା ପରେ ଏହି କଥା ଗୁଡିକର ରଖିବେ ଧ୍ୟାନ, ଅନ୍ୟଥା ନଷ୍ଟ ହୋଇଯିବ ସମସ୍ତ ଧନ

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ଅର୍ଥଶାସ୍ତ୍ରର ଜ୍ଞାତା ଥିଲେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ଲିଖିତ ନୀତିଶାସ୍ତ୍ରରେ ଏହିପରି ଅନେକ କଥାକୁ ଉଲ୍ଲେଖ କରାଯାଇଛି ଯାହା ପ୍ରତ୍ୟେକ ମଣିଷ ଜୀବନରେ ଲାଗୁ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କୁ ବିଭିନ୍ନ ବିଷୟ ଉପରେ ଜ୍ଞାନଥିଲା। ଚାଣକ୍ୟ ଜଣେ ଯୋଗ୍ୟ ଶିକ୍ଷକ ସହ ଜଣେ ଯୋଗ୍ୟ ଅର୍ଥନୀତିଜ୍ଞ ମଧ୍ୟ ଥିଲେ। ବିଶ୍ୱାସ କରାଯାଏ ଯେ ଯଦି ଜଣେ ବ୍ୟକ୍ତି ଚାଣକ୍ୟ ନୀତି ଅନୁଯାୟୀ ନିଜ ଜୀବନ ବିତାଇଥାଏ ତେବେ ତାର ଜୀବନରେ ଅସୁବିଧା ଦୂର ହୋଇଯାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା ପାଇଁ ଏକ ନୀତି ପ୍ରଦାନ କରାଯାଇଅଛି। ଚାଣକ୍ୟ ମଧ୍ୟ ଧନ ସହ ଜଡିତ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଯାହାକୁ ପ୍ରତ୍ୟେକ ମଣିଷ ଅନୁସରଣ କରିବା ଆବଶ୍ୟକ ଅଟେ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି ଯେ ଧନ ଆସିବା ପରେ ମଧ୍ୟ କିଛି ଜିନିଷ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ। ଯଦି ଜଣେ ବ୍ୟକ୍ତି ଏହି ଜିନିଷଗୁଡ଼ିକର ଯତ୍ନ ନ ନିଏ ତେବେ ତାହାର ସମସ୍ତ ଧନ ଖୁବ୍ ଶୀଘ୍ର ନଷ୍ଟ ହୋଇଯିବ। ତେବେ ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କେଉଁ ଜିନିଷକୁ ଧ୍ୟାନରେ ରଖିବା ଉଚିତ୍।

Google

ଧନ ଆସିବା ପରେ ଅହଂକାର କରନ୍ତୁ ନାହିଁ।:-

ଚାଣକ୍ୟ କହିଛନ୍ତି ଯେ ଯଦି ମଣିଷ ପାଖକୁ ଧନ ଆସୁଛି ତେବେ ତାହା ପରେ ମଧ୍ୟ ବ୍ୟକ୍ତିକୁ ନିଜ ସ୍ୱଭାବରେ ନମ୍ର ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭୁଲରେ ମଧ୍ୟ ବ୍ୟକ୍ତିକୁ ନିଜ ମନରେ ଅହଂକାରର ଭାବନା ଆଣିବା ଉଚିତ୍ ନୁହେଁ। କାରଣ ଯେତେବେଳେ ଅହଂକାର ଆସେ ବୁଦ୍ଧି କାମ କରିବା ବନ୍ଦ କରିଦିଏ। ଫଳରେ ବ୍ୟକ୍ତିର ଧନ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଏ।

ଧନ ଆସିବା ପରେ ତାହାକୁ ଦେଖାଇବା ଉଚିତ ନୁହେଁ।:-

ଆମକୁ ସବୁବେଳେ ଧନକୁ ଯତ୍ନରେ ରଖିବା ଉଚିତ। ଆମେ ସମସ୍ତେ ଜାଣୁଯେ ବହୁତ ଲୋକ ଅଛନ୍ତି ଯେଉଁମାନେ ଟଙ୍କା ଆସିବା ପରେ ତାକୁ ଦେଖାନ୍ତି, କିନ୍ତୁ ଏହା ଠିକ୍ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁମାନେ ଧନ ପ୍ରଦର୍ଶନ କରନ୍ତି, ସେମାନଙ୍କ ଧନ ବିନା କାରଣରେ ଖର୍ଚ୍ଚ ହୋଇଯାଏ। ଫଳରେ ଧନ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ସମୟ ଆସିଲେ ଏହିପରି ଲୋକଙ୍କୁ ଅନୁତାପ କରିବାକୁ ପଡେ।

Google

ଧନ ଆସିବା ପରେ ଲୋକଙ୍କ ହିତ କାର୍ଯ୍ୟ କରନ୍ତୁ।:-

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି ଯେ ଯଦି ଜଣେ ବ୍ୟକ୍ତିଙ୍କ ନିକଟକୁ ଧନ ଆସେ, ତେବେ ସେହି ଧନକୁ କେବଳ ସଞ୍ଚୟ କରିବା ଉଚିତ ନୁହେଁ ବରଂ ଅର୍ଥର କିଛି ଅଂଶ ମଧ୍ୟ ଜନ କଲ୍ୟାଣ କାର୍ଯ୍ୟରେ ବ୍ୟବହାର କରିବା ଉଚିତ। ଆଚାର୍ଯ୍ୟ କହିଛନ୍ତି ଯେ ଜନସାଧାରଣଙ୍କ ହିତ କାମ ସହିତ ଖରାପ ସମୟ ପାଇଁ ମଧ୍ୟ କିଛି ଟଙ୍କା ସଞ୍ଚୟ କରିବା ଆବଶ୍ୟକ।

ନିବେଶ କରନ୍ତୁ ଧନ।:-

ଚାଣକ୍ୟ ନୀତି ଅନୁଯାୟୀ ମଣିଷ କେବଳ ଧନ ସଞ୍ଚୟ କରିବା ଉଚିତ୍ ନୁହେଁ ବରଂ ଧନକୁ ବିନିଯୋଗ କରିବା ଉଚିତ୍। ଯଦି ଆପଣ ଧନ ସଞ୍ଚୟ କରି ରଖିବେ ତେବେ ତାହା ଧୀରେ ଧୀରେ ଖର୍ଚ୍ଚହୋଇ ସରିଯିବ , କିନ୍ତୁ ଯଦି ଆପଣ ଧନ ବିନିଯୋଗ କରନ୍ତି ତେବେ ତାହା ବଢିବ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *