Excuse Me Odisha

ଯାହା କହିବୁ ସତ କହିବୁ

ଗର୍ଭାବସ୍ଥାରେ କରନ୍ତୁ ନାହିଁ ଏହି 11ଟି କାର୍ଯ୍ୟ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ଗର୍ଭବତୀ ହେବା ପ୍ରତ୍ୟକ ମହିଳାଙ୍କର ଜୀବନରେ ଏକ ସୁଖଦାୟକ ସମୟ ଅଟେ। କିନ୍ତୁ ଏହି ସମୟ 9 ମାସ ଧରି ଚାଲିଥାଏ। ଏହି ସମୟରେ ମହିଳାଙ୍କ ଓଜନ ବୃଦ୍ଧି ସହ ଅନେକ କାର୍ଯ୍ୟ କରିବାକୁ ଅସମର୍ଥ ମଧ୍ୟ ହୋଇଯାନ୍ତି। ପ୍ରଥମ ଥର ଗର୍ଭବତୀ ହେଉଥିବା ମହିଳାଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ ଯେପରିକି ଗର୍ଭାବସ୍ଥାରେ କେଉଁସବୁ କାର୍ଯ୍ୟରୁ ଦୁରେଇରହିବା ଉଚିତ, କଣ ଖାଇବା ଉଚିତ ଏବଂ କଣ ନଖାଇବା ଉଚିତ। ତେବେ ଆସନ୍ତୁ ଜାଣିବା।

ପ୍ରଥମ କଥା ହେଉଛି ଗର୍ଭାବସ୍ଥାରେ ଓଜନିଆ ଜିନିଷ ଉଠାନ୍ତୁ ନାହିଁ। ଓଜନିଆ ଜିନିଷ ଯେପରିକି ଲୁଗାପଟା ବ୍ୟାଗ, ଘର ଫର୍ନିଚର ଆଫି ଉଠାନ୍ତୁ ନାହିଁ। କାରଣ ଏପରି କଲେ ପେଟ ଉପରେ ଚାପ ପଡ଼ିଥାଏ ଯାହା ପେଟରେ ଥିବା ପିଲା ପାଇଁ ଭଲ ନୁହେଁ।

ଦ୍ଵିତୀୟଟି ହେଉଛି କୌଣସି ଉଚାସ୍ଥାନରେ ଚଢନ୍ତୁ ନାହିଁ। କାରଣ ଆପଣ ଯଦି ଉଚାସ୍ଥାନରେ ଚଢ଼ିବେ ତେବେ ଶରୀର ଓଜନ ଅଧିକ ହେବା କାରଣରୁ ନିଜକୁ ସନ୍ତୁଳିତ ରଖିବାରେ ସମସ୍ୟା ଦେଖାଦେଇପାରେ ଏବଂ ଆପଣ ପଡିଯାଇପାରନ୍ତି। ସେଥିପାଇଁ ଆପଣ ଟେବୁଲୁ ଉପରେ ଚଢ଼ି ପଙ୍ଖା ସଫା କରିବା , ଝରକରେ ପରଦା ଲଗାଇବା, ବାରମ୍ବାର ସିଡିରେ ଚଢ଼ିବା ଏବଂ ଓଲ୍ହାଇବା ପରି ଆଦି କାମ କରିବା ଅନୁଚିତ।

Google

ତୃତୀୟଟି ହେଉଛି ଗୃହପାଳିତ ପଶୁମାନଙ୍କ ମଳମୂତ୍ର ସଫା କରନ୍ତୁ ନାହିଁ। ଯଦି ଆପଣଙ୍କ ଘରେ ଖାସକରି ବିଲେଇ ଅଛି ତେବେ ତାହାର ମଳମୂତ୍ର ସଫା କରନ୍ତୁ ନାହିଁ କାରଣ ତାହାର ମଳରେ ଟକସୋ ପ୍ଲାସ୍ମା ନାମକ ପରଜୀବୀ ଥାଏ ଯାହା ଉଭୟ ମାଆ ଏବଂ ଶିଶୁ ପାଇଁ କ୍ଷ-ତିକାରକ ଅଟେ।

ଚତୁର୍ଥଟି ହେଉଛି ପେଷ୍ଟିସାଇଡ଼ସ୍ ର ବ୍ୟବହାର କରନ୍ତୁ ନାହିଁ। ଘରେ ଅସରପା ଏବଂ ମଶା ମାରିବା ପାଇଁ ପେଷ୍ଟିସାଇଡସ୍ ର ବ୍ୟବହାର କରାଯାଏ କିନ୍ତୁ ଯଦି ଆପଣ ଗର୍ଭବତୀ ଅଟନ୍ତି ତେବେ ଆପଣ ଏଥିରୁ ଦୁରେଇରୁହନ୍ତୁ କାରଣ ଏହା ଛୁଆ ଉପରେ ଖରାପ ପ୍ରଭାବ ପକାଇଥାଏ।

ପଞ୍ଚମଟି ହେଉଛି ଘର ରଙ୍ଗ କରାନ୍ତୁ ନାହିଁ। ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ଆପଣ ଘରେ ରଙ୍ଗ କରାନ୍ତୁ ନାହିଁ  କାରଣ ରଙ୍ଗରେ ଏକ ପ୍ରକାର କେମିକାଲ ଥାଏ ଯାହା ମାଆ ଏବଂ ଶିଶୁର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ।

ଷଷ୍ଠଟି ହେଉଛି ସିଡ଼ି ଚଢନ୍ତୁ ନାହିଁ। ଯଦି ଆପଣ ଉପର ମହଲାରେ ରହୁଛନ୍ତି ତେବେ ଧୀରେ ଧୀରେ ସିଡ଼ି ଚଢ଼ନ୍ତୁ ନଚେତ ଏହା ପେଟ ଉପରେ ଚାପ ପକାଇବ ଏବଂ ଆପଣଙ୍କ ସନ୍ତୁଳନ ମଧ୍ୟ ରହିନପାରେ।

ସପ୍ତମଟି ହେଉଛି ବାଥରୁମ ସଫା କରନ୍ତୁ ନାହିଁ। ବାଥରୁମ ସଫା ପାଇଁ ବ୍ୟବହାର କରାଯାଉଥିବା ଜିନିଷରେ ବହୁତ ବିଷାକ୍ତ କେମିକାଲ ଥାଏ ଯାହା ଉଭୟ ପିଲା ଏବଂ ମାଆ ପାଇଁ ଭଲ ନୁହେଁ।

ଅଷ୍ଟମଟି ହେଉଛି ଅଧିକ ସମୟ ଛିଡାହେବା। ଗର୍ଭବତୀ ମହିଳା ଅଧିକ ସମୟ ଛିଡା ହୁଅନ୍ତୁ ନାହିଁ। ବାସନ ମାଜିବା ତଥା ପରିବା କାଟିବା ପରି ଆଦି କାର୍ଯ୍ୟ 20ଭମିନିଟରୁ ଅଧିକ ସମୟ ଛିଡ଼ା ହୋଇବକରନ୍ତୁ ନାହିଁ। ଏହା ସହ ନଇଁ କରି ଝାଡୁ କରନ୍ତୁ ନାହିଁ। କିନ୍ତୁ ଯଦି କରୁଛନ୍ତି ତେବେ ବଡ ଝାଡୁରେ କରନ୍ତୁ।

Google

ନବମଟି ହେଉଛି ଇଲେକ୍ଟ୍ରିକ ଖୁମ୍ବ ଠାରୁ ଦୁରେଇବରୁହନ୍ତୁ। ଯଦି ଆପଣ ଇଲେକ୍ଟ୍ରିକ ଖୁମ୍ବ ପାଖେ ଅଧିକ ସମୟ ରୁହନ୍ତି ତେବେ ଏହା ପିଲା ଉପରେ ଖରାପ ପ୍ରଭାବ ପକାଇଥାଏ।

ଦଶମଟି ହେଉଛି ବିନା ଡାକ୍ତର ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ। ଗର୍ଭାବସ୍ଥାରେ ସାମନ୍ୟ ଥଣ୍ଡା ହେଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଶେଷଟି ହେଉଛି ଧୂ-ମପା-ନ ତଥା କୌଣସି ବି-ପ-ଦ ସ୍ଥାନକୁ ଯାଆନ୍ତୁ ନାହିଁ। ଗର୍ଭାବସ୍ଥାରେ ମଦ ତଥା ଧୂ-ମପା-ନ କରନ୍ତୁ ନାହିଁ। ଏପରି ସ୍ଥାନରେ ରୁହନ୍ତୁ ନାହିଁ ଯେଉଁଠାରେ ଲୋକ ଧୂ-ମପା-ନ କରୁଥିବେ। କାରଣ ଏପରି ଜିନିଷ ଏବଂ ଏପରି ସ୍ଥାନ ପିଲା ପାଇଁ ଭଲ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *