Excuse Me Odisha

ଯାହା କହିବୁ ସତ କହିବୁ

ପୂଜାପାଠ ଜପ ତପ କରୁଥିବା ଲୋକ ସବୁଠୁ ଅଧିକ ଦୁଃଖୀ କାହିଁକି, କାହିଁକି ଦୁଃଖ ଭୋଗ କରନ୍ତି, କଣ ପାଇଁ ଭଗବାନ ନିଅନ୍ତି ପରୀକ୍ଷା , ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ସବୁବେଳେ ଆପଣ ଦେଖୁଥିବେ ସବୁବେଳେ ପୂଜା ପାଠ କରୁଥିବା ବ୍ୟକ୍ତି ଦୁଃଖୀ ରହିଥାନ୍ତି। ଏବଂ ଆମର ମନକୁ ପ୍ରଶ୍ନ ଆସିଥାଏ ସବୁବେଳେ ଆମେ ପୂଜା ପାଠ କରିଥାଉ। ପ୍ରଭୁଙ୍କର ଭକ୍ତିରେ ଲୀନ ହୋଇଯାଉ। ହେଲେ ବି ଆମର ଦୁଃଖ ଅସୁବିଧା ସମାପ୍ତ ହୁଏ ନାହିଁ। ଏବଂ ଏହାର ବିପରୀତରେ ଯଦି ଆମେ ଦେଖିବା ଆମ ଠାରୁ ଅଧିକ ସୁଖୀ ସେମାନେ ହୋଇଥାନ୍ତି ଯେଉଁମାନେ ପୂଜା ପାଠ କରନ୍ତି ନାହିଁ। ଧର୍ମ କର୍ମ କରନ୍ତି ନାହିଁ। ଏବଂ ଆମେ ସବୁବେଳେ ପୂଜା ପାଠ ଧର୍ମ କର୍ମ କରିବା ପରେ ବି ମଧ୍ୟ ଆମେ ଦୁଃଖୀ କଣ ପାଇଁ ହୋଇଥାଉ। ଏହିଭଳି ପ୍ରଶ୍ନ ସବୁବେଳେ ଧାର୍ମିକ ବ୍ୟକ୍ତିଙ୍କ ମନକୁ ଆସିଥାଏ। ସେଥିପାଇଁ ଆପଣ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ଯାହା ଦ୍ୱାରା ଆପଣଙ୍କ ମନରେ ଥିବା ସବୁ ସନ୍ଦେହ ଦୂର ହୋଇଯିବ। ତା ସହିତ ଯେଉଁ ଲୋକ ପୂଜା ପାଠରେ ବିଶ୍ୱାସ ରଖନ୍ତି ନାହିଁ ସେମାନଙ୍କୁ ବି ଅନୁରୋଧ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। କାରଣ ଆପଣଙ୍କ ପାଇଁ ଅନେକ ସତ୍ୟ ବଚନ ରହିଛି।

Google

ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ହେ ମନୁଷ୍ୟ ତୁମେ କର୍ମ କରି ଚାଲ। ଫଳରେ ଚିନ୍ତା ତୁମେ ମୋ ଉପରେ ଛାଡି ଦିଅ। ଏବଂ ମୁଁ ଠିକ ସମୟରେ ତୁମ ଦ୍ୱାରା କରାଯାଇଥିବା କର୍ମର ଉଚିତ ଫଳ ପ୍ରଦାନ କରିବି। ଏବେ ପ୍ରଶ୍ନ ଏହା ଅଟେକି ସବୁବେଳେ ଦେଖିବାକୁ ମିଳିଥାଏ ଭଲ ଲୋକେ, ଭକ୍ତ ଲୋକେ, ପୁଣ୍ୟବାନ ଲୋକେ ଦୁଃଖ ପାଇଥାନ୍ତି। ଯେଉଁଠିକି ପାପୀ ବ୍ୟକ୍ତି ସୁଖୀ ହୋଇଥାନ୍ତି। ବେଳେବେଳେ ଏହା ବୁଝି ହୁଏ ନାହିଁ। ଏମିତି କଣ ପାଇଁ ହୋଇଥାଏ। କଣ ଇଶ୍ଵରଙ୍କର ବିଚାଳୟର ଭୁଲ ନିର୍ଣ୍ଣୟ ଦେଇଥାନ୍ତି। ଏମିତି କାହିଁକି ହୋଇଛି। ବନ୍ଧୁଗଣ ଏହା ପଛରେ ଗୋଟେ କାରଣ ଅଛି। ଧ୍ୟାନ ଦେଇ ପଢ଼ନ୍ତୁ ଏହି କଥା। ଜଣେ ଗୁରୁଜୀଙ୍କର ତାଙ୍କର ଦୁଇଟି ସନ୍ତାନ ଥିଲେ। ଦୁଇ ଜଣ ସନ୍ତାନ ଉଚ୍ଚ ଶିକ୍ଷାଗ୍ରହଣ କରିଥିଲେ। ବୁଦ୍ଧିମାନ ଥିଲେ ଓ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଅଭ୍ୟାସ ଖରାପ ହୋଇଯାଇଥିଲା। ପ୍ରଥମ ସନ୍ତାନଟି ପ୍ରତିଦିନ ସତସଙ୍ଗ କରୁଥାନ୍ତି। ପୂଜା ପାଠ କରୁଥାନ୍ତି। ଯେଉଁଠିବି ନାମ କୀର୍ତ୍ତନ ହଉଥାଏ ସେଠାକୁ ଯାଇ ଭଗବାନଙ୍କ ଭକ୍ତିରେ ରହୁଥାନ୍ତି ଏବଂ ଅନ୍ୟ ସନ୍ତାନଟି ଖରାପ ଅଭ୍ୟାସ ରଖିଥିବା ଯୋଗୁ ସେ ସବୁବେଳେ ଦେହଜୀବୀର ଘରକୁ ଯାଇଥାଏ। ବେଶ୍ୟା ସହିତ ରହିବା ତାଙ୍କୁ ଭଲ ଲାଗିଥାଏ। ଯେତେବେଳେ ସେ ନାଚୁଥିଲା ତାକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଲାଗିଥାଏ। ଆପଣ ବି ଦେଖିଥିବେ ଆଜି ବି ଗାଁରେ ସହରରେ ଭଗବତ, ପାଲା,ଦାସକାଠିଆ କିମ୍ବା ସାମାଜିକ ନାଟକ କିମ୍ବା ପୌରାଣିକ ନାଟକ ଦେଖିବା ପାଇଁ କମ ପରିମାଣର ଭିଡ଼ ହୋଇଥାଏ। କିନ୍ତୁ ଯଦି ଆଗରୁ ହିଁ ଜଣା ପଡ଼ିଯାଏ କୌଣସି ଲେଡିସଷ୍ଟେଜକୁ ଆସିଛି ତ ସେଠାରେ ସବୁଠୁ ଅଧିକ ଭିଡ଼ ଲାଗିଥାଏ। ବହୁତ ଗମ୍ଭୀରତାର ସହ ବୁଝନ୍ତୁ। ଏହି ଯେଉଁ ଆଖି ଆପଣଙ୍କର, ଶରୀର ଆପଣଙ୍କର ଧୀରେ ଧୀରେ ନଷ୍ଟ ହେବାକୁ ଯାଉଛି। ହେଲେ ମଧ୍ୟ ଆଖି ଦେଖିବାର ଇଛା ପୂରଣ ହେଉନାହିଁ। ଆଜିବି ମୁଜୁରା ଦେଖିବାକୁ ମନ ହେଉଛି। ଆଜିବି ଝିଅ ମାନଙ୍କର ନାଚ ଦେଖିବାକୁ ମନ ବଳୁଛି। ଆଜିବି ସୁନ୍ଦରତା ପ୍ରତି ଆକର୍ଷିତ ହେଉଛନ୍ତି। ଜଣେ ସୁନ୍ଦର ସ୍ତ୍ରୀ ଯାଉଥିଲେ ରାସ୍ତାରେ, କିଏ ଜଣେ କହିଲେ ବାଃ କେତେ ସୁନ୍ଦର। ଜଣେ ଭକ୍ତ ଏହା ଶୁଣି କହିଲେ ଆରେ ପାଗଳ ତୁମେ ଏହି ସୁନ୍ଦରତାର ପଛରେ ପଡିଛ। ଆଜି ପର୍ଯ୍ୟନ୍ତ ତୁମେ ସୁନ୍ଦରତା ଦେଖିନ ଯେଉଁ ଦିନ ସୁନ୍ଦରତା ଦେଖିବ ପାଗଳ ହୋଇଯିବ। ଏହି ଦୁନିଆ ଆମକୁ ସେ ପର୍ଯ୍ୟନ୍ତ ଭଲ ଲାଗିଥାଏ ଯେପର୍ୟ୍ଯନ୍ତ ଆମକୁ ଭଗବାନଙ୍କ ସ୍ୱାଦ ମିଳିନଥାଏ। ହଁ ମିଳିବା ଡେରି ହୋଇପାରେ।

Google

ଦିନେ ପ୍ରଥମ ସନ୍ତାନ ଯାଇଥାଏ ଭଗବାନଙ୍କ ପୂଜାର୍ଚ୍ଚନା କରିବା ପାଇଁ ଏବଂ ଅନ୍ୟ ସନ୍ତାନ ଯାଇଥାଏ ବେଶ୍ୟାର ନାଚ ଦେଖିବା ପାଇଁ। ଦିନେ ଦ୍ୱିତୀୟ ସନ୍ତାନଟି ବେଶ୍ୟାର ଘରୁ ବାହାରିବା ସମୟରେ ରାସ୍ତାରେ ସୁନାର ଭରିଥିବା ଏକ ଛୋଟ ପର୍ସ ମିଳିଲା। ସୁନାର ପର୍ସ ମିଳିଲା ପରେ ସେ ଭାରି ଖୁସି ମନରେ ଘରକୁ ଫେରୁଥିଲା। ଏବଂ ପ୍ରଥମ ସନ୍ତାନଟି ସତସଙ୍ଗ ସାରି ଘରକୁ ଫେରିବା ସମୟରେ ରାସ୍ତାରେ ଗୋଟେ ଲୁହା କଣ୍ଟାଟି ପାଦରେ ପଶି ଆର ପାଖ ପହଁଚି ଗଲା। ସେ ଛୁଟେଇ ଛୁଟେଇ ଗୁରୁଜୀଙ୍କ ପାଖକୁ ଗଲା। ସେ ଗୁରୁଜୀଙ୍କୁ ପଚାରିଲେ ଭଗବାନଙ୍କ ନ୍ୟାୟ କେମିତି। ମୁ ସତସଙ୍ଗ କରିବାକୁ ଯାଇଥିଲି ଲୁହା କଣ୍ଟା ପାଦରେ ଫୋଡି ହୋଇଗଲା। ଆଉ ସେ ବେଶ୍ୟାର ମୁଜୁରା ଦେଖିବାକୁ ଯାଇଥିଲା ସେ ସୁନାର ପର୍ସ ମିଳିଗଲା। ଏହା ଭଗବାନଙ୍କ ନ୍ୟାୟ କେମିତି। ସେ ଭୁଲ କାମ କରୁଥିଲା ତା ପାଦରେ କଣ୍ଟା ପସିବାର ଥିଲା ମତେ କାହିଁକି ଏତେ କଷ୍ଟ ଦେଲେ। ସବୁ କଥା ଶୁଣି ସାରିବା ପରେ ଗୁରୁଜି କହିଲେ ତୁମେ କେବଳ ବର୍ତ୍ତମାନ ଦେଖୁଛ, ତୁମେ କେବଳ ବର୍ତ୍ତମାନ ଭାବୁଛ। କିନ୍ତୁ ଇଶ୍ଵର ବର୍ତ୍ତମାନ ଏବଂ ଭବିଷ୍ୟ ଦେଖିପାରିଥାନ୍ତି। ଆମକୁ ଜଣା ନଥାଏକି କାଲି କଣ ହେବାକୁ ଯାଉଛି। କିନ୍ତୁ ଭଗବାନଙ୍କୁ ଜଣା ଥାଏ। କାଲି କଣ ହେବାକୁ ଯାଉଛି। ଗୁରୁଜୀ କହିଲେ ଯାହାକୁ ସୁନା ମିଳିଲା ତାକୁ ଆଜିର ଦିନରେ ବହୁତ ବଡ଼ ସୁନା, ଗହଣା,ହୀରା, ମତି ଭରା ପେଡି ମିଳିବାର ଥିଲା। ଆଜିର ଦିନରେ ତାଙ୍କୁ ରାଜା ହେବାର ଥିଲା। କିନ୍ତୁ ସେ ବେଶ୍ୟାର ସଙ୍ଗ କରିବା କାରଣରୁ ସମୟର ଦୁବ୍ୟବହାର କରିବା କାରଣରୁ ତାର ପୁଣ୍ୟ ସବୁ କ୍ଷ-ୟ ହୋଇଗଲା। ଆଜିର ଦିନରେ ଏହି ବ୍ୟକ୍ତିକୁ ରାଜା ହେବାର ଥିଲା। କାରଣ ପୂର୍ବ ଜନ୍ମର ଏହି ବ୍ୟକ୍ତିର ପୁଣ୍ୟ ଅଧିକ ଥିଲା କିନ୍ତୁ କୁ-କ-ର୍ମ କରି ସବୁ ପୁଣ୍ୟକୁ ନଷ୍ଟ କରିଦେଲା। ଏଥିପାଇଁ ଛୋଟ ପୋର୍ସରେ ଥିବା ସୁନାରେ ହିଁ ତାକୁ ସନ୍ତୁଷ୍ଟ ହେବାକୁ ପଡିବ। ଆଉ ତୁମକୁ ଆଜିର ଦିନରେ ମୃ-ତ୍ୟୁ ଆସିବାର ଥିଲା। ଆଜି ତୁମ ଜୀବନର ଶେଷ ଦିନ ଥିଲା କିନ୍ତୁ ତୁମେ ଭଗବାନଙ୍କ ସହ ସବୁବେଳେ ଯୋଡି ରହୁଥିଲ, ଭଗବାନଙ୍କ ପୂଜାପାଠ କରୁଥିଲ, ଧର୍ମ କର୍ମ କରୁଥିଲ, ନାମ କୀର୍ତନରେ ଯୋଡି ହୋଇ ରହୁଥିଲ ଏଥିପାଇଁ ଭଗବାନ ତୁମର ମୃ-ତ୍ୟୁକୁ ଏକ ଲୁହାର କଣ୍ଟାରେ ପରିବର୍ତ୍ତନ କରିଦେଲେ। ଏହା ପରମାତ୍ମାଙ୍କ ନିର୍ଣ୍ଣୟ ଅଟେ ଯାହାକୁ ସମସ୍ତେ ବୁଝି ପାରନ୍ତି ନାହିଁ।

Google

ବନ୍ଧୁଗଣ ଜୀବନରେ ଯେତେ ଦୁଃଖ ଆସିଲେ କଷ୍ଟ ଆସିଲେ ଯଦି ଆପଣ ଇଶ୍ଵରଙ୍କ ସହ ଯୋଡି ହୋଇ ରହିଛନ୍ତି ତାହେଲେ ବୁଝିଯିବେ କି ଆପଣଙ୍କର ବହୁତ ବଡ଼ ସଂକଟ ଭଗବାନ ଛୋଟରୁ ଛୋଟ କରି ବାହାର କରିଦେଉଛନ୍ତି। ସେଥିପାଇଁ ଆମକୁ ସଦାସର୍ଵଦା ଇଶ୍ଵରଙ୍କ ସହ ଯୋଡି ହୋଇ ରହିବା ଉଚିତ। ପୂଜା ପାଠ କରିବା ଉଚିତ। ଯଦି ଏହିପରି ସଂ-କ-ଟ ଆପଣଙ୍କର ଛୋଟ ଦୁ-ର୍ଘଟ-ଣା କିମ୍ବା କଷ୍ଟ ଚାଲିଯାଏ ତେବେ ତୁରନ୍ତ ଭଗବାନଙ୍କୁ ପାର୍ଥନା କରି ଧନ୍ୟବାଦ ଜଣାଇବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *