Excuse Me Odisha

ଯାହା କହିବୁ ସତ କହିବୁ

ଖାଦ୍ୟ ହଜମ କରିବାର ସହଜ ଉପାୟ, ପଥର ବି ଖାଇଲେ ହଜମ ହୋଇ ଯିବ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିକାଲି ବସି ରହିବା କାର୍ଯ୍ୟ ପ୍ରାୟତଃ ସମସ୍ତେ ବ୍ୟକ୍ତି କରୁଛନ୍ତି। ସେଥିପାଇଁ ସେମାନେ ଯାହା ମଧ୍ୟ ସେବନ କରିଥାନ୍ତି, ତାହା ସେମାନଙ୍କର ହଜମ ହୋଇ ନଥାଏ। ହଜମ ଜନିତ ସମସ୍ୟା ଦେଖା ଦେଇଥାଏ। ଯଦି ଆପଣଙ୍କର ଖାଦ୍ୟ ହଜମ ହୋଇ ନଥାଏ ତାହେଲେ ସକାଳୁ ଆପଣଙ୍କର ଠିକ୍ ଭାବରେ ପେଟ ସଫା ହୋଇ ନଥାଏ। ଯଦି ଆପଣଙ୍କ ପେଟ ଭଲଭାବରେ ସଫା ହୋଇ ନଥାଏ, ତାହେଲେ ଆପଣଙ୍କୁ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡି ପାରେ। ଏହି ସମୟରେ ଯଦି ଆପଣ ଘରୋଇ ଉପଚାର କରିବେ ତାହେଲେ ଆପଣଙ୍କୁ ଖୁବ୍ ଶୀଘ୍ର ଏଥିରୁ ଉପଶମ ମିଳିବ। ଯଦି ଆପଣଙ୍କ ଖାଦ୍ୟ ଠିକ୍ ଭାବରେ ହଜମ ହେବ ତାହେଲେ ଆପଣଙ୍କ ପେଟ ଠିକ ଭାବରେ ସଫା ହେବ, ଏହା ଆପଣଙ୍କ ଭୋକ ବଢେଇବା ସହିତ ପେଟ ସଫା ରଖି ଥାଏ। ସମୟ ବିଳମ୍ବ ନକରି ଚାଲନ୍ତୁ ଜାଣିବା ସେହି ବିଷୟରେ ଏବଂ ଏହାକୁ ସେବନ କିପରି କରିବେ।

Google

ବନ୍ଧୁଗଣ ଆପଣଙ୍କର ହଜମ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି, ତାହା ହେଉଛି ଅଦା। ବନ୍ଧୁଗଣ ଦୁଇ ଇଞ୍ଚ ଲମ୍ବର ଅଦା ନିଅନ୍ତୁ । ଅଦା ମଧ୍ୟରେ ଖାଦ୍ୟ ହଜମ କରିବାର ଶକ୍ତି ରହିଛି। ଏହା ହଜମ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ। ବନ୍ଧୁଗଣ ଅଦା ଆପଣଙ୍କ ଖାଦ୍ୟ ହଜମ କରିବା ପାଇଁ ଲାଭକାରୀ ଅଟେ। ଖାଦ୍ୟକୁ ଏହା ଠିକ ଭାବରେ ହଜମ କରିବା ସହିତ ଶରୀର ମଧ୍ୟରେ ଉର୍ଜା ବୃଦ୍ଧି ହୋଇପାରେ।

ଏବେ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ଦରକାର ପଡ଼ିବ ତାହା ହେଉଛି ଶୈନ୍ଧବ୍ୟ ଲୁଣ। ଶୈନ୍ଧବ୍ୟ ଲୁଣ ଆପଣଙ୍କୁ କୌଣସି ତେଜରାତି ଦୋକାନରୁ ମିଳି ପାରିବ। ବନ୍ଧୁଗଣ ଏହାକୁ ସେବନ କଲେ ଆପଣଙ୍କର ହଜମ ଶକ୍ତି ବଢ଼ିଥାଏ । ଆପଣ ଯାହାବି ଖାଦ୍ୟ ସେବନ କରିବେ ତାହା ହଜମ ହୋଇ ଯାଇଥାଏ। ଏଥିପାଇଁ ଆପଣଙ୍କୁ ମୁଁ ସର୍ବଦା କହୁଥାଏ କି ଆପଣ ସାଧାରଣ ଲୁଣ ଅଳ୍ପ ବ୍ୟବହାର କରି ଶୈନ୍ଧବ୍ୟ ଲୁଣ ବ୍ୟବହାର କରନ୍ତୁ । ଆପଣ ଛୋଟ ଖଣ୍ଡ ଶୈନ୍ଧବ୍ୟ ଲୁଣ ନିଅନ୍ତୁ ଏବଂ ଏହି ଦୁଇଟିକୁ ଛେଚି ଦିଅନ୍ତୁ। ଏହାକୁ ଆମେ ଭଲ ଭାବରେ ଛେଚି ନେବା ଉଚିତ।

Google

ବନ୍ଧୁଗଣ ଏହି ଦୁଇଟି ସାମଗ୍ରୀକୁ ଭଲଭାବରେ ଛେଚି ନିଅନ୍ତୁ। ଆପଣ ଏହାକୁ ଚୋବେଇ ଚୋବେଇ ଖାଇ ପାରିବେ । ଏହା ଖାଇବା ଦ୍ଵାରା ଆପଣଙ୍କ ଅଗ୍ନି ବୃଦ୍ଧି ହୋଇଥାଏ। ଏହାଦ୍ବାରା ଆପଣ ଯାହା ଖାଇବେ, ତାହା ଖୁବ୍ ଶୀଘ୍ର ହଜମ ହୋଇଯିବ। ଯଦି ଆପଣଙ୍କର ହଜମ ଜନିତ ସମସ୍ୟା ଦେଖା ଦେଇଥାଏ, ତାହେଲେ ଏହାର ସେବନ କରିବା ଦ୍ୱାରା ଆପଣଙ୍କର ହଜମ ଜନିତ ସମସ୍ୟା ଦୂର ହୋଇଥାଏ। ସମସ୍ତେ ଏହାକୁ ଚୋବେଇ ଖାଇବାକୁ ପସନ୍ଦ କରି ନଥାନ୍ତି। ଏହାକୁ ଆପଣ ଲିକୁଇଡ଼ ପ୍ରଣାଳୀରେ ଖାଇ ପାରିବେ। ଏଥିପାଇଁ ଆପଣ ଏକ ପାତ୍ରରେ ଏକ ଗ୍ଲାସ ପାଣି ନିଅନ୍ତୁ। ପାଣି ହାଲକା ଗରମ ହେବା ପରେ ଆପଣ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଦା ଏବଂ ଶୈନ୍ଧବ୍ୟ ଲୁଣର ବଟାକୁ ଏଥିରେ ପକାନ୍ତୁ। ଏହାକୁ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଫୁଟିବା ପାଇଁ ଦିଅନ୍ତୁ। ଏହାପରେ ଆପଣ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏହାକୁ ଏକ ଛଣା ମାଧ୍ୟମରେ ଏକ ଗ୍ଲାସ ରେ ଛାଣି ନିଅନ୍ତୁ।ଏହାକୁ ଖାଇ ସାରିବା ପରେ ସେବନ କରନ୍ତୁ। ଦେଖିବେ ଆପଣଙ୍କର ହଜମ ଜନିତ ସମସ୍ୟା ଦୂର ହୋଇଯିବ। ଆପଣଙ୍କର ହଜମ ଶକ୍ତି ବହୁତ ମାତ୍ରାରେ ବୃଦ୍ଧି ପାଇବ। ଯଦି ଆପଣଙ୍କର ହଜମ ଜନିତ ସମସ୍ୟା ବହୁତ ଦିନରୁ ଲାଗି ରହିଛି ତାହେଲେ ତାହା ସମାପ୍ତ ହେବ। ପେଟ ହାଲକା ଲାଗିବ। ଭୋକ ବଢିବା ସହିତ ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ। ଆପଣ ସର୍ବଦା ଏହି ଉପାୟକୁ କରନ୍ତୁ ଦେଖିବେ ଆପଣଙ୍କର ପେଟ ସମସ୍ୟା ମଧ୍ୟ ଦୂର ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *