ସ୍ତ୍ରୀକୁ ସ୍ୱାମୀର ଏହି ପଟରେ ଭୁଲରେ ମଧ୍ୟ ଶୋଇବା ଅନୁଚିତ। ନଚେତ ଦୁଃଖ ଭୋଗିବାକୁ ପଡ଼ିବ।
ବନ୍ଧୁଗଣ ସୁଖମୟ ଜୀବନ ବଞ୍ଚିବା ପାଇଁ ମନୁଷ୍ୟ ଜୀବନରେ ବାସ୍ତୁଶାସ୍ତ୍ରର ବହୁତ ଭୂମିକା ରହିଛି। ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଯେ ବାସ୍ତୁଶାସ୍ତ୍ର ନିୟମ ଅନୁସାରେ ପତ୍ନୀକୁ ପତିଙ୍କର କେଉଁ ପଟରେ ଶୋଇବା ଉଚିତ। ପୂଜାପାଠ ଏବଂ ବିବାହ ସମୟରେ ପତ୍ନୀଙ୍କୁ ପତିଙ୍କର କେଉଁ ପଟରେ ରହିବା ଉଚିତ। ନଚେତ ଜୀବନରେ ଭୟଙ୍କର ଦୁଃଖର ସମୁଖୀନ କରିବାକୁ ପଡିଥାଏ। ଏବଂ ପୋଷ୍ଟରେ ଶେଷରେ କହିବୁ ବୈବାହିକ ଜୀବନରେ ଫାଟ ସୃଷ୍ଟି ହେବାର ୪ ଟି ମୁଖ୍ୟ କାରଣ ବିଷୟରେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ତେବେ ଆସନ୍ତୁ ଜାଣିବା।
ଆପଣମାନେ ଦେଖିଥିବେ ସବୁବେଳେ ପତ୍ନୀ ପତିଙ୍କର ବାମ ପାଖରେ ବସିଥାନ୍ତି ବା ଶୋଇବା ସମୟରେ ପତ୍ନୀ ପତିଙ୍କର ବାମ ପାଖରେ ଶୋଇଥାଏ। ଆଜି ଆମେ ଆପଣ ମାନଙ୍କୁ ଏହାର କାରଣ ବିଷୟରେ କହିବୁ। ତେବେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ। ଶାସ୍ତ୍ର ଅନୁସାରେ ପତ୍ନୀଙ୍କୁ ବାମଙ୍ଗିନୀ କୁହାଯାଏ। ଯାହାର ଅର୍ଥ ହେଉଛି ପତିଙ୍କର ବାମ ଅଙ୍ଗର ଅଧିକାରୀ ହେଉଛନ୍ତି ପତ୍ନୀ। ସେଥିପାଇଁ ପୁରୁଷ ଶରୀରର ବାମ ପାର୍ଶ୍ଵ ସ୍ତ୍ରୀର ହୋଇଥାଏ। ଏହାର କାରଣ ହେଉଛି ଭଗବାନ ଶିବଙ୍କର ବାମ ଅଙ୍ଗରୁ ସ୍ତ୍ରୀର ଉତ୍ପତି ହୋଇଥିଲା ଓ ଡାହାଣ ଅଙ୍ଗରୁ ପୁରୁଷର। ଏହାର ପ୍ରତୀକ ହେଉଛି ଶିବଙ୍କର ଅର୍ଦ୍ଧନାରୀସ୍ୱର ଶରୀର। ହସ୍ତରେଖା ଏବଂ ଜ୍ୟୋତିଷ ବିଜ୍ଞାନ ପୁସ୍ତକରେ ପୁରୁଷର ବାମ ହାତରେ ସ୍ତ୍ରୀର ଭାଗ୍ୟର ସ୍ଥିତିକୁ ଅନୁମାନ କରାଯାଇଥାଏ। ସେଥିପାଇଁ ଶୋଇବା ସମୟରେ ସମିତିରେ, ସିନ୍ଦୁର ଦାନ ଏବଂ ଆଶୀର୍ବାଦ ନେବା ସମୟରେ ସବୁବେଳେ ସ୍ତ୍ରୀକୁ ସ୍ୱାମୀର ବାମ ପାର୍ଶ୍ଵରେ ରହିବା ଉଚିତ। ଏହା ସହିତ ଭୋଜନ କରିବା ସମୟରେ ମଧ୍ୟ ସ୍ତ୍ରୀକୁ ସ୍ୱାମୀର ବାମ ପାର୍ଶ୍ଵରେ ରହିବା ଉଚିତ। ଏହା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ବୈବାହିକ ଜୀବନ ସୁଖମୟ ହୋଇଥାଏ। ବାମାଙ୍ଗୀ ହୋଇ ମଧ୍ୟ ସ୍ତ୍ରୀକୁ କିଛି କାର୍ଯ୍ୟରେ ସ୍ୱାମୀର ଡାହାଣ ପାର୍ଶ୍ଵରେ ରହିବା ଉଚିତ। ଶାସ୍ତ୍ରରେ କୁହାଯାଇଛି କି କନ୍ୟାଦାନ ସମୟରେ, ଯଜ୍ଞ କର୍ମ,ବିବାହ,ଚାତକ କର୍ମ, ନାମ କରଣ ଏବଂ ଅନ୍ନପ୍ରଶନ ସମୟରେ ପତ୍ନୀକୁ ସବୁବେଳେ ସ୍ୱାମୀର ଡାହାଣ ପାର୍ଶ୍ଵରେ ରହିବା ଉଚିତ। ଏହାର ମୁଖ୍ୟ କାରଣ ହେଉଛି ଯେଉଁ ସବୁ କାର୍ଯ୍ୟ ସାଂସାରିକ ହୋଇଥାଏ ସେହି କାମ ପାଇଁ ସବୁବେଳେ ପତ୍ନୀକୁ ପତିର ବାମ ପାର୍ଶ୍ଵରେ ରହିବା ଆବଶ୍ୟକ।କାରଣ ଏହି ସବୁ କର୍ମ ପାଇଁ ସ୍ତ୍ରୀକୁ ପ୍ରଧାନ କର୍ମର ମାନ୍ୟତା ଦିଆଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ କାରଣ ଗୁଡିକ ପାଇଁ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥାଏ।

ଯଦି ପତ୍ନୀଙ୍କ ଜୀବନରେ ପତିର ହସ୍ତକ୍ଷେପକୁ ପତ୍ନୀ ପସନ୍ଦ କରେନାହିଁ ଏଭଳି ସ୍ଥିତିରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଯଦି ପତି ପତ୍ନୀ ଦୁହେଁ ଦୁହିଁଙ୍କୁ କଥା ଲୁଚାନ୍ତିତେବେ ଜାଣିବେ ସମ୍ପର୍କରେ ଫାଟ ସୃଷ୍ଟି ହେବ। ପତି ପତ୍ନୀଙ୍କ ସମ୍ପର୍କ କେବଳ ଭାବାନାତ୍ମକ ନୁହେଁ ବରଂ ଜଣେ ଅନ୍ୟ ଜଣଙ୍କୁ ସମ୍ମାନ ଦେବା ମଧ୍ୟ ଜରୁରୀ। ଯଦି ପତି ଓ ପତ୍ନୀ ଜଣେ ଅନ୍ୟ ଜଣଙ୍କୁ ଅସମ୍ମାନ କରିବେ ତେବେ ସମ୍ପର୍କ ଭାଙ୍ଗି ଯାଇଥାଏ। ପତି ପତ୍ନୀ କେବେ ଜଣେ ଅନ୍ୟ ଜଣଙ୍କର ଧନ ଉପରେ ଲୋଭ ରଖିବା ଉଚିତ ନୁହେଁ।ଯେଉଁ ସାଥି ଟଙ୍କାରୁ ଅଧିକ ଖୁସିକୁ ମହତ୍ତ୍ୱ ଦିଏ ଏବଂ ଅନ୍ୟ ଜଣେ ଅନ୍ୟ ଜଣଙ୍କୁ ସମ୍ମାନ କରନ୍ତି ତାଙ୍କର ବୈବାହିକ ଜୀବନ ସୁଖଦ ହୋଇଥାଏ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।