Excuse Me Odisha

ଯାହା କହିବୁ ସତ କହିବୁ

ଲକ୍ଷଣରୁ ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି। ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ବିଭିନ୍ନ ପ୍ରକାରର ପୋଷଣର ଆବଶ୍ୟକତା ରହିଛି। ଏଥିରେ ଭିଟାମିନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶରୀରର ପ୍ରତ୍ୟକ ଅଙ୍ଗ ଭଲ ଭାବରେ କାମ କରିବା ପାଇଁ ସମସ୍ତ ପ୍ରକାରର ଭିଟାମିନର ଆବଶ୍ୟକତା ପଡ଼ିଥାଏ ଯାହା ଆମକୁ ଖାଦ୍ୟରୁ ହିଁ ମିଳିଥାଏ। କିଛି କିଛି ଭିଟାମିନର ଅଭାବ ହେଲେ ଆମେ ରୋଗରେ ପଡ଼ିଥାଉ। ଡାକ୍ତରଙ୍କ ପରାମର୍ଶ ନ ନେଲେ ଏହି ବିଷୟରେ ଜାଣିବା ସମ୍ଭବ ନୁହେଁ। ତେବେ ଏପରି କିଛି ଲକ୍ଷଣ ଅଛି ଯାହାକୁ ଦେଖିଲେ ଆପଣ ସହଜରେ ଜାଣିପାରିବେ ଶରୀରରେ କେଉଁ ସବୁ ଭିଟାମିନର ଅଭାବ ରହିଛି। ତେବେ ଆସନ୍ତୁ ଜାଣିବା ସେହିସବୁ ଲକ୍ଷଣ ବିଷୟରେ ।

ଯଦି ଆପଣଙ୍କୁ ନିଦ ହେଉନି ଅର୍ଥାତ ବିଛଣାକୁ ଗଲାପରେ 1ଘଣ୍ଟା ଲାଗୁଛି ନିଦ ଆସିବା ପାଇଁ ତେବେ ଆପଣଙ୍କ ଶରୀରରେ ପୋଟାସିୟମର ଅଭାବ ଥାଇପାରେ। ଏହାର ଆଉ ଏକ ଲକ୍ଷଣ ହେଉଛି ଗୋଡ଼ର ମାଂସପେଶି କାଠେଇ ଯିବା। ଏହାକୁ ଦୂର କରିବା ପାଇଁ ଆପଣ କଦଳୀ, ପଇଡ, ବିଟ, ତରଭୁଜ ଆଦି ସେବନ କରିପାରିବେ।

ଦ୍ୱିତୀୟଟି ହେଉଛି ଅଧିକ ମାତ୍ରାରେ ମିଠା ଖାଇବାର ଇଛା। ଯଦି ଆପଣଙ୍କ ବାରମ୍ବାର ମିଠା ଖାଇବାକୁ ଇଛା ହଉଛି ତେବେ ଆପଣଙ୍କ ଶରୀରରେ ଗ୍ଲୁକୋଜ କମିଯାଇଥାଇପାରେ। ଗ୍ଲୁକୋଜର ଅଭାବ ଦୂର କରିବା ପାଇଁ ମହୁ ଏବଂ ଫଳର ସେବନ କରନ୍ତୁ। ଏଥିରେ ପୁରା ପରିମାଣରେ ଗ୍ଲୁକୋଜ ଥାଏ।

Google

ତୃତୀୟଟି ହେଉଛି ଚର୍ମ ଶୁଖିଲା ଦେଖାଯିବା। ଯଦି ଆପଣଙ୍କ ଶରୀରରେ ଚର୍ମ ଶୁଖିଯାଉଛି ତେବେ ଆପଣଙ୍କ ଶରୀରରେ ଭିଟାମିନ E ର ପରିମାଣ କମିଯାଉଛି। ସେଥିପାଇଁ ଆପଣ ପାଳଙ୍ଗ ଏବଂ କାଜୁବାଦାମ ଖାଇପାରନ୍ତି।

ଚତୁର୍ଥଟି ହେଉଛି ଅଧିକ ଥଣ୍ଡା ଜିନିଷ ତଥା ବରଫ ଖାଇବାକୁ ଇଛା କରିବା। ଯଦି ଆପଣ ଅଧିକ ଥଣ୍ଡା ଜିନିଷ ଖାଇବାକୁ ଇଛା କରୁଛନ୍ତି ତେବେ ଆପଣଙ୍କ ଶରୀରରେ ଲୌହ ଅଂଶ କମ ଅଛି। ଏହା ଯଦି 2ରୁ 3 ମାସ ଯାଏଁ ହେବ ତେବେ ଏହାକୁ ଆଇରନ ଡେଫିସିଏନ୍ସି (iron deficiency) ବୋଲି ଧରାଯିବ। ସେଥପାଇଁ ଆପଣ କିସମିଶ ,ମୁଗ ଏବଂ ଚଣା ଖାଆନ୍ତୁ । ଏଥିରେ ଆଇରନର ମାତ୍ରା ଅଧିକ ଅଛି।

ପଞ୍ଚମଟି ହେଉଛି ମାଢ଼ିରୁ ରକ୍ତ ବାହାରିବା। ଏହାର କାରଣ ହେଉଛି ଆପଣଙ୍କ ଶରୀରରେ ଭିଟାମିନ- C ର ଅଭାବ । ସେଥିପାଇଁ ଆପଣ ଖଟାଫଳ ଯେପରିକି କମଳା, କାଗେଜି ଲେମ୍ବୁ ଆଦି ଖାଆନ୍ତୁ।

ଷଷ୍ଠଟି ହେଉଛି ଗୋଡ଼ର ମାଂସପେଶୀ ଟାଣ ହୋଇଯିବା। କ୍ୟାଲସିୟମ ଏବଂ ପୋଟାସିୟମର ଅଭାବରୁ ଗୋଡ଼ର ମାଂସପେଶୀ ଟାଣ ହୋଇଯାଏ ଫଳରେ କଷ୍ଟ ଅନୁଭବ ହୋଇଥାଏ। ସେଥିପାଇଁ ଆପଣ କଦଳୀ, ଵାଦାମ ,କଖାରୁ,ସେଓ ଆଦି ଫଳ ଏବଂ ପରିବା ଖାଆନ୍ତୁ।

ସପ୍ତମଟି ହେଉଛି ଓଠ ଫାଟିବା। ଆଇରନ ଏବଂ ଭିଟାମିନ B12ର ଅଭାବରୁ ଓଠର ଧାର ଗୁଡିକ ଫାଟିଥାଏ। ସେଥିପାଇଁ ଆପଣ ଚିନା ବାଦାମ,ବନ୍ଧା କୋବି, ସିମଲା ଲଙ୍କା, ଏବଂ ଭିନ୍ନ ଭିନ୍ନ ପ୍ରକାରର ଡାଲି ସାମିଲ କରନ୍ତୁ।

Google

ଅଷ୍ଟମଟି ହେଉଛି ଚେହେରା ଖରାପ ହେବା। ଭିଟାମିନ A ଏବଂ ଭିଟାମିନ C ର ଅଭାବରୁ ଚେହେରା ଖରାପ ହେବାକୁ ଲାଗେ। ତ୍ୱଚା ରୁକ୍ଷ ହୋଇଯାଏ ଏବଂ ମୁହଁ ସାରା ବ୍ରଣ ଦେଖାଯାଏ। ସେଥିପାଇଁ ଆପଣ ଖାଦ୍ୟରେ ସିଝାଅଣ୍ଡା, ବନ୍ଧାକୋବି, କମଳା , କଦଳୀ ଆଦି ସାମିଲ କରନ୍ତୁ।

ନବମଟି ହେଉଛି ଥକାପଣ ଏବଂ ମୁଣ୍ଡ ବିନ୍ଧା। ଭିଟାମିନ B ଏବଂ ମଗ୍ନେସିୟମର ଅଭାବରୁ ଥକାପଣ ଏବଂ ମୁଣ୍ଡବିନ୍ଧା ପରି ସମସ୍ୟା ଦେଖାଦେଇଥାଏ। ଏହାସହ ନିଦ ମଧ୍ୟ ଲାଗିନଥାଏ। ସେଥିପାଇଁ ଆପଣ ଗୋଟେ ଲେଖେ କଦଳୀ ପ୍ରତିଦିନ ଖାଆନ୍ତୁ। ଏହାସହ ଆପଣ ବିନଛୁଇଁ ,ପାଳଙ୍ଗ, କାଜୁବାଦାମ ଆଦି ଖାଆନ୍ତୁ

ଦଶମଟି ହେଉଛି ହାତ ଗୋଡ ଥଣ୍ଡା ହେବା। ଭିଟାମିନ B6,B12, B9 ଅଭାବରୁ ଏହିରୋଗ ଦେଖାଦେଇଥାଏ। ସେଥିପାଇଁ ଆପଣ ପାଳଙ୍ଗ , ବିଟ, ବିନଛୁଇଁ ଏବଂ ଅଣ୍ଡା ଖାଆନ୍ତୁ।

Google

ଏକାଦଶଟି ହେଉଛି ଅଧିକ ଚୁଟିଝଡ଼ିବା। ଯଦି ଆପଣଙ୍କର ଅଧିକ ଚୁଟି ଝଡ଼ୁଛି ଏବଂ ଛୁଟିରେ ରୁକ୍ଷ ଦେଖାଯାଉଛି ତେବେ ଭିଟାମିନ B7,ଜୀଙ୍କ ଏବଂ ପ୍ରୋଟିନର ଅଭାବ ରହୁଛି। ସେଥିପାଇଁ ଆପଣ ଅଣ୍ଡା ,ଡାଲି ,ଚଣା ,ବାଦାମ ଏବଂ କଖାରୁ ମଞ୍ଜି ଖାଆନ୍ତୁ।

ଦ୍ୱାଦଶଟି ହେଉଛି ଓଜନ ହ୍ରାସ ହେବା। ଯଦି ବିନା କାରଣରେ ଆପଣଙ୍କ ଓଜନ ହ୍ରାସ ହେଉଛି ତେବେ ଏହା ଭିଟାମିନ Dର ଅଭାବରୁ ହେଉଛି। ସେଥିପାଇଁ ଆପଣ ମାଛ ,ଅଣ୍ଡା,ଲହୁଣୀ, ଛତୁକୁ ଖାଆନ୍ତୁ । ଏହା ସହ ଆପଣ ସକାଳୁ ଉଠି ସୂର୍ଯ୍ୟଙ୍କ କୀରଣରେ ବସନ୍ତୁ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *