Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ସମୟରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ। ଜାଣନ୍ତୁ ଗୁପ୍ତ କଥା

ସେୟାର୍ କରନ୍ତୁ

ବନ୍ଧୁଗଣ ଆମର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ତିଥି ଅନୁଯାୟୀ ତାର ଜାତକ ଓ ଭାଗ୍ୟର ଆକଳନ କରାଯାଇଥାଏ ଓ ଏହା ମଧ୍ୟ କୁହାଯାଇଛି କି ଜନ୍ମର ସମୟ ବ୍ୟକ୍ତିର ସ୍ୱଭାବ ଓ ଚରିତ୍ର ଉପରେ ଅନେକ ପ୍ରଭାବ ଆଣିଥାଏ। ଯେପରି ଶୁଭ ସମୟରେ ଜନ୍ମ ନେଇଥିବା ବ୍ୟକ୍ତି ସର୍ବଦା ଭାଗ୍ୟଶାଳୀ ହୋଇଥାନ୍ତି। ସେହିପରି ଅଶୁଭ ସମୟରେ ଜନ୍ମ ନେଇଥିବା ବ୍ୟକ୍ତି ଖରାପ ଭାଗ୍ୟ ନେଇ ଜନ୍ମ ହୋଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଜାଣିବା ବ୍ୟକ୍ତି କେଉଁ ସମୟରେ ଜନ୍ମ ନେଲେ କେଉଁ ପ୍ରକାର ଭାଗ୍ୟର ଅଧିକାରୀ ହୋଇଥାଏ।

ତେବେ ବନ୍ଧୁଗଣ ପ୍ରଥମେ ଜାଣିବା ଭୋର ୪ ଟାରୁ ୬ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି। ବନ୍ଧୁଗଣ ଯେଉଁ ବ୍ୟକ୍ତି ଭୋର ୪ ଟାରୁ ୬ଟା ଭିତରେ ଜନ୍ମ ନେଇଥାନ୍ତି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମାନଙ୍କର ପ୍ରଥମ ଜୀବନ ସାଧାରଣ ଚଳନୀୟ ରହିବ। ଏହାପରେ ହଠାତ ଏମାନଙ୍କ ଜୀବନରେ ଉନ୍ନତି ଦେଖିବାକୁ ମିଳିବ। ଏହି ପ୍ରକାର ବ୍ୟକ୍ତି ସର୍ବଦା ନିଜ କର୍ମ ଉପରେ ଭରସା କରିଥାନ୍ତି। ଏମାନେ ସ୍ୱଭାବରେ ବହୁ ପରିଶ୍ରମୀ ମଧ୍ୟ ହୋଇଥାନ୍ତି। ଯାହା ଏମାନଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା କରାଇଥାଏ।

ତେବେ ବନ୍ଧୁଗଣ ଏବେ ଜାଣିବା ସକାଳ ୬ ଟାରୁ ୮ ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି । ବନ୍ଧୁଗଣ ଯେଉଁମାନେ ସକାଳ ୬ ଟାରୁ ୮ ଟା ମଧ୍ୟରେ ଜନ୍ମ ନେଇଥାନ୍ତି ସେହି ବ୍ୟକ୍ତି ସ୍ୱଭାବରେ ଭାବୁକ, ଚିନ୍ତାବାଦୀ,ଶିଳ୍ପବାଦୀ ଓ ଜିଦଖୋର ସ୍ୱଭାବରେ ହୋଇଥାନ୍ତି। ଏମାନଙ୍କ ବୁଦ୍ଧି ବହୁତ ତୀକ୍ଷ୍ଣ ଭାବରେ କାମ କରିଥାଏ। ଏମନେ ପ୍ରତ୍ୟକ ଜିନିଷକୁ ଖୁବଶୀଘ୍ର ଶିଖି ଯାଇଥାନ୍ତି। ଭବିଷ୍ୟତରେ ଏହି ପ୍ରକାର ବ୍ୟକ୍ତି ପ୍ରତ୍ୟକ କ୍ଷେତ୍ରରେ ଉନ୍ନତି ଲାଭ କରିଥାନ୍ତି। ଏବଂ ଏମାନେ ଖୁବ ସଚ୍ଚୋଟବାଦୀ ହେବା ସହ ଏମାନେ ନିଜର ମାନ ପ୍ରତିଷ୍ଠା ମଧ୍ୟ ବଜାୟ ରଖିଥାନ୍ତି।

ଏବେ ଆସନ୍ତୁ ଜାଣିବା ସକାଳୁ ୮ଟାରୁ ଦିନ ୧୦ ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି। ବନ୍ଧୁଗଣ ଏହି ସମୟରେ ଜନ୍ମ ନେଇଥିବା ବ୍ୟକ୍ତିର ସ୍ୱଭାବ ଶାନ୍ତ, ସରଳ, ସ୍ୱଛଳ ଓ ଚିନ୍ତାଶୀଳ ହୋଇଥାଏ। ଏହି ପ୍ରକାର ବ୍ୟକ୍ତି ନିଜ ପ୍ରିୟଜନଙ୍କର ଅତି ପ୍ରିୟର ପାତ୍ର ହୋଇଥାନ୍ତି। ଏହି ପ୍ରକାର ବ୍ୟକ୍ତିଙ୍କୁ ନିଜର ବନ୍ଧୁ ବାନ୍ଧବ ଓ ପରିବାରଙ୍କର ସମ୍ପୂର୍ଣ ସୁଖ ପ୍ରାପ୍ତ ହୋଇଥାଏ ଓ ଶେଷ ସମୟରେ ଏହି ପ୍ରକାର ବ୍ୟକ୍ତି ଅତ୍ୟନ୍ତ ସୁଖୀ ଭୋଗ କରିଥାନ୍ତି।

Google

ଏବେ ଆସନ୍ତୁ ଜାଣିବା ଦିନ ୧୦ ଟାରୁ ଦିନ ୧୨ ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି।ବନ୍ଧୁଗଣ ଯେଉଁ ବ୍ୟକ୍ତି ଦିନ ୧୦ ଟାରୁ ଦିନ ୧୨ ମଧ୍ୟରେ ଜନ୍ମ ନେଇଥାଏ ସେହି ବ୍ୟକ୍ତି ସେମାନଙ୍କ ଜୀବନରେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇଥାନ୍ତି ଓ ନିଜର ମନ କାମନାକୁ କର୍ମ ଆକାରରେ କରି ବହୁତ ଖୁସି ମଧ୍ୟ ହୋଇଥାନ୍ତି। ଏମାନଙ୍କର ଶେଷ ଜୀବନ ଅତ୍ୟନ୍ତ ସୁଖଦ ଓ ଶାନ୍ତି ପ୍ରିୟ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଦିନ ୧୨ ଟାରୁ ୨ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି। ବନ୍ଧୁଗଣ ଏହି ସମୟରେ ଜନ୍ମ ନେଇଥିବା ବ୍ୟକ୍ତି ସ୍ୱଭାବରେ ଶାନ୍ତ, ସରଳ, ନିର୍ବିଗ, ଦୟାଳୁ ଏବଂ ପରିଶ୍ରମୀ ହୋଇଥାନ୍ତି। ଏମାନଙ୍କୁ ସର୍ବଦା ରାଜନୀତି କ୍ଷେତ୍ରରେ ସଫଳତା ମିଳିଥାଏ। ଏମାନେ ଖୁବଶୀଘ୍ର ଧନବାନ ହେବା ସହ ପ୍ରଚୁର ଅର୍ଥର ମାଲିକ ମଧ୍ୟ ହୋଇଥାନ୍ତି। ଏବଂ ବହୁତ ଶୀଘ୍ର ସମସ୍ତଙ୍କର ପ୍ରିୟର ପାତ୍ର ମଧ୍ୟ ହୋଇଥାନ୍ତି। ଦରକାର ପଡିଲେ ଏହି ପ୍ରକାର ବ୍ୟକ୍ତି ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ। ଏହି ବ୍ୟକ୍ତି ମାନେ ଏକ ଉତ୍ତମ ବନ୍ଧୁଭାବେ ସାବ୍ୟସ୍ତ ହୋଇଥାନ୍ତି। ତେଣୁ ଏମାନଙ୍କର ଶେଷ ସମୟ ଅତ୍ୟନ୍ତ ସୁଖଦ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଦିନ ୨ ଟାରୁ ୪ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି। ବନ୍ଧୁଗଣ ଏହି ସମୟରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କର ଜୀବନ ସର୍ବଦା ସଂକଟ ପୂର୍ଣ ଦେଇ ଗତି କରିଥାଏ। ଏମାନଙ୍କୁ ଦୁର୍ଘଟଣା ଏବଂ ରୋଗାଗ୍ରସ୍ତରେ ଶିକାର ହୋଇଥାନ୍ତି। ଏମାନଙ୍କ ପାଖରେ ସର୍ବଦା ଅର୍ଥ ସଂକଟ ଲାଗିରହିଥାଏ। ଏହି ପ୍ରକାର ବ୍ୟକ୍ତିଙ୍କର ଶେଷ ସମୟ ଅତ୍ୟନ୍ତ ଦୁଃଖଦ ପୂର୍ଣ ରହିଥାଏ।

ଏବେ ଆସନ୍ତୁ ଜାଣିବା ଦିନ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି। ଏହି ସମୟରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ସ୍ୱଭାବରେ, ଅଳସୁଆ, କାର୍ଯ୍ୟରେ ବିଳମ୍ବ ଏବଂ ବହୁତ ଆଶାବାଦୀ ହୋଇଥାନ୍ତି। ଏମାନଙ୍କର ପ୍ରାୟ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ଏହି ପ୍ରକାର ବ୍ୟକ୍ତିଙ୍କର ପ୍ରଥମ ଜୀବନ ସାଧାରଣ ଓ କଷ୍ଟକର ହୋଇଥାଏ। କିନ୍ତୁ ବିବାହ ପରେ ଏମାନଙ୍କ ଭାଗ୍ୟରେ ଖୁବ ଉନ୍ନତି ଆସିଥାଏ। ଏମାନଙ୍କ ଶେଷ ସମୟ ଅତି ସାଧାରଣ ରହିଥାଏ।

Google

ଏବେ ଆସନ୍ତୁ ଜାଣିବା ସନ୍ଧ୍ୟା ୬ଟାରୁ ରାତି ୮ ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି। ବନ୍ଧୁଗଣ ଏହି ସମୟରେ ଜନ୍ମ ନେଇଥିବା ବ୍ୟକ୍ତିର ସ୍ୱଭାବ, ଶାନ୍ତ, ସରଳ, ବିନମ୍ର,ଦୟାଳୁ, ପରପକାରୀ ଓ ପରିଶ୍ରମୀ ପ୍ରକୃତିର ହୋଇଥାନ୍ତି। ଏମାନଙ୍କ ପ୍ରଥମ ଜୀବନ ଖୁବ ଆର୍ଥିକ ଅନଟନ ଦେଇ ଗତି କରିଥାଏ। ଏବଂ ପରେ ଏମାନଙ୍କର କଠୋର ପରିଶ୍ରମ ଏମାନଙ୍କୁ ଖୁବ ଉନ୍ନତି ରାସ୍ତାରେ ନେଇଯାଇଥାଏ। ଏହି ବ୍ୟକ୍ତି ମାନେ ଜୀବନରେ ବଡ଼ରୁ ବଡ଼ ସଫଳତା ହାସଲ କରିଥାନ୍ତି ଅର୍ଥାତ ନିଜର କର୍ମ ଉପରେ ବିଶ୍ୱାସ ରଖିବା ସହିତ ସଚୋଟାତାର ସହିତ କର୍ମ କରି ଚାଲିଥାନ୍ତି।ଏମାନଙ୍କ ଶେଷ ସମୟ ଅତ୍ୟନ୍ତ ସୁଖଦ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ରାତି ୮ ଟାରୁ ରାତି ୧୦ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି। ଏହି ସମୟରେ ଜନ୍ମ ନେଇଥିବା ବ୍ୟକ୍ତିର ସ୍ୱଭାବ ଖୁବ ଜିଦଖୋର,ଶିଳ୍ପୀକାର, ଅନୁରାଗି, ଅନ୍ୟ ଉପରେ ବ୍ୟକ୍ତିତ୍ୱ ଜାହିର କରିବା ପ୍ରକୃତିର ହୋଇଥାଏ। ଏମାନଙ୍କ ଉପରେ ଭାଗ୍ୟଦେବୀ ସର୍ବଦା ପ୍ରସନ୍ନ ରହିଥାନ୍ତି। ଏହି ପ୍ରକାର ବ୍ୟକ୍ତି ଯେଉଁ କାର୍ଯ୍ୟବି କରିଥାନ୍ତି ଏମାନଙ୍କୁ ବହୁତ ଶୀଘ୍ର ସଫଳତା ପ୍ରାପ୍ତ ହୋଇଥାଏ। ଭାଗ୍ୟ ବଳରେ ଏମାନେ ବହୁତ ବଡ଼ରୁ ବଡ଼ ଅସାଧ୍ୟ କାମକୁବି ସମ୍ଭବ କରିଦେଇଥାନ୍ତି। ଅଳ୍ପ କାମ କରି ମଧ୍ୟ ଏମାନଙ୍କୁ ବହୁତ ସାରା ଅର୍ଥ ଲାଭ ହୋଇଥାଏ। ଏମାନଙ୍କ ଶେଷ ସମୟ ଅତ୍ୟନ୍ତ ସୁଖକର ହୋଇଥାଏ

ଏବେ ଆସନ୍ତୁ ଜାଣିବା ରାତି ୧୦ ଟାରୁ ରାତି ୧୨ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି। ଏହି ସମୟରେ ଜନ୍ମ ନେଇଥିବା ବ୍ୟକ୍ତିମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି।ଏହା ସହିତ ସ୍ୱଭାବରେ ଏମାନେ ପରିଶ୍ରମୀ, ସୋଚଟବାଦୀ, ନ୍ୟାୟପ୍ରିୟ,କ୍ରୋଧି ମଧ୍ୟ ହୋଇଥାନ୍ତି। ଏମାନଙ୍କୁ ଖୁବଶୀଘ୍ର ସଫଳତା ପ୍ରାପ୍ତ ହୋଇଥାଏ। ଏବଂ ସମାଜରେ ଏମାନେ ଅତିପ୍ରିୟ ସୁନାମ ଅର୍ଜନ କରିଥାନ୍ତି। ଏମାନଙ୍କର ଶେଷ ସମୟ ଅତ୍ୟନ୍ତ ସୁଖକର ହୋଇଥାଏ।

Google

ଏବେ ଆସନ୍ତୁ ଜାଣିବା ରାତି ୧୨ ଟାରୁ ରାତି ୨ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି। ଏହି ସମୟରେ ଜନ୍ମ ନେଇଥିବା ବ୍ୟକ୍ତିର ସ୍ୱଭାବ ସତ୍ୟଭାଷୀ, ଚାଲାକ, ଚତୁର, ବୁଦ୍ଧିମାନ ଓ କୂଟନୀତି ପ୍ରବୃତିର ହୋଇଥାନ୍ତି। ଏମାନଙ୍କର ପ୍ରାଥମିକତା ଜୀବନ ଖୁବ ଭଲରେ ବ୍ୟତୀତ ହୋଇଥାଏ। ଏବଂ ପରବର୍ତ୍ତୀ ଜୀବନରେ ଏମାନେ ସୁନାମ ପ୍ରତିଷ୍ଠା କରିଥାନ୍ତି। ଏହିପ୍ରକାର ବ୍ୟକ୍ତିପ୍ରାୟ ନିଜ ଜୀବନରେ ଲେଖକ, ସାମ୍ବାଦିକ, ଭାଷୟକାର, ଆଦିରେ ଉନ୍ନତି ଏବଂ ସୁନାମ ଅର୍ଜନ କରିଥାନ୍ତି। ଏମାନଙ୍କର ଶେଷ ସମୟ ଅତ୍ୟନ୍ତ ସୁଖକର ହୋଇଥାଏ।

ଏବେ ଆସନ୍ତୁ ଜାଣିବା ରାତି ୨ ଟାରୁ ରାତି ୪ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି। ଏହି ସମୟରେ ଜନ୍ମ ନେଇଥିବା ବ୍ୟକ୍ତି ଅତ୍ୟନ୍ତ ସୌଭାଗ୍ୟଶାଳୀ ହେବା ସହ ବୁଦ୍ଧିମାନ ଏବଂ ଚାଲାକ ମଧ୍ୟ ହୋଇଥାନ୍ତି। ଏହିପ୍ରକାର ବ୍ୟକ୍ତି ଖୁବ ବିଶେଷନିୟ ହେବା ସହ ଛୋଟ ଛୋଟ କଥାକୁ ମଧ୍ୟ ଦାୟିତ୍ୱର ସହ ତୁଲାଇ ଥାନ୍ତି। ଏହିପ୍ରକାର ବ୍ୟକ୍ତି ନିଜ ଜୀବନରେ ପ୍ରାୟତଃ ଶିକ୍ଷକ, ରାଜନୀତି, ଭାଷୟକାର ଆଦିରେ ଅତି ଶୀଘ୍ର ଉନ୍ନତି ଏବଂ ସୁନାମ ଅର୍ଜନ କରିଥାନ୍ତି। ଏହିପ୍ରକାର ବ୍ୟକ୍ତିଙ୍କର ଶେଷ ସମୟ ଅତ୍ୟନ୍ତ ସୁଖକର ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *