Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ହଳଦୀ ପାଣି ପିଇଲେ କଦାପି ହୋଇ ନ ଥାଏ ଏହି ୯ଟି ଗମ୍ଭୀର ରୋଗ, ଆସନ୍ତୁ ଜାଣିବା ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ହଳଦୀର ଉପକାରିତା ବିଷୟରେ କହିବାକୁ ଯାଉଛୁ। ହଳଦୀକୁ ଆମେ ରୋଷେଇ ସାମଗ୍ରୀ ମଧ୍ୟରେ ବ୍ୟବହାର କରି ଥାଉ। ହଳଦୀକୁ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ହଳଦୀର କିଛି ବିଶେଷ ଉପକାରୀ ଗୁଣ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ହଳଦୀ ପାଣି ପିଇବାର ଫାଇଦା କଣ ଅଟେ।

୧/ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ –

ହଳଦୀରେ ଲିପୋପୋଲି ସାକାଲାଇଡସ ରହିଥାଏ। ସର୍ଦ୍ଦି କାଶକୁ ଖୁବ୍ ଶୀଘ୍ର ଭଲ କରି ଦେଇଥାଏ। ଅର୍ଥାତ ହଳଦୀ ପାଣିର ସେବନ କରିବା ଦ୍ଵାରା କୌଣସି ପ୍ରକାରର ଭାଇରାସ ଗ୍ରାସ କରି ପାରେ ନାହିଁ।

୨/ କ୍ଷତ ଭରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ –

ହଳଦୀରେ କ୍ଷତ ଭରିବାର ଗୁଣ ରହିଛି। ତେବେ ଯଦି ଆପଣ ହଳଦୀ ପାଣିର ସେବନ କରୁଛନ୍ତି, ତାହେଲେ ଆପଣଙ୍କ ଶରୀରର କୌଣସି ସ୍ଥାନରେ ଆ-ଘା-ତ ଲାଗିଲେ, ତାହା ଖୁବ୍ ଶୀଘ୍ର ଶୁଖି ଯିବ।

୩/ ଆଥରାଇଟସରୁ ରକ୍ଷା କରେ –

ହଳଦୀ ₹ରେ ଥିବା ଏଣ୍ଟି ଇମ୍ଫରାମେଟିଷ ଗୁଣ ରହିଥାଏ। ଏହା ଶରୀରର ଆଣ୍ଠୁ ଗଣ୍ଠି ଫୁଲିବା ରୋଗକୁ ଦୂର କରି ଥାଏ। କିଛି ଲୋକଙ୍କ ଗଣ୍ଠି ଫୁଲି ଯାଇଥାଏ ଏବଂ କୋଷକୁ ନଷ୍ଟ କରି ଦେଇଥାଏ। ଯଦି ଆପଣ ସପ୍ତାହରେ ତିନିଥର ଖାଲି ପେଟରେ ହଳଦୀ ପାଣି ପିଉଛନ୍ତି, ତାହେଲେ ଆପଣଙ୍କୁ ଆଥରାଇଟସ ରୋଗରୁ ମୁକ୍ତି ମିଳି ପାରିବ।

Google

୪/ କ୍ୟାନ୍ସରରୁ ରକ୍ଷା କରେ –

ହଳଦୀ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ। ହଳଦୀରେ ଥିବା ଏଣ୍ଟି କ୍ୟାନ୍ସର ଗୁଣ ଯୋଗୁଁ ଏହା କ୍ୟାନ୍ସର କୋଷକୁ ସୃଷ୍ଟି ହେବାକୁ ଦେଇ ନଥାଏ। ଯଦି ଆପଣ ହଳଦୀ ପାଣିର ସେବନ କରୁଛନ୍ତି ତାହେଲେ ଏହି ସମସ୍ତ ପ୍ରକାରର ଟ୍ୟୁମରରୁ ରକ୍ଷା ମିଳିଥାଏ। ଅର୍ଥାତ ଯଦି ଆପଣ ସପ୍ତାହରେ ୩ ରୁ ୪ ଥର ସେବନ କରନ୍ତି ତାହେଲେ ଭବିଷ୍ୟତରେ କ୍ୟାନ୍ସର ଭଳି ରୋଗରୁ ମୁକ୍ତି ପାଇ ପାରିବେ। ବର୍ତମାନ ରେଡିଏସନ ଯୁଗରେ ଖାଦ୍ୟପଦାର୍ଥର କୁପ୍ରଭାବ ଯୋଗୁଁ କ୍ୟାନ୍ସର ରୋଗ ବୃଦ୍ଧି ହୋଇଥାଏ। ହଳଦୀ ପାଣିର ସେବନ ଯୋଗୁଁ ସବୁ ରୋଗ ଦୂର ହୋଇଥାଏ।

୫/ କଲେଷ୍ଟ୍ରାଲ କମ୍ କରିଥାଏ –

ହଳଦୀ ପାଣି ସେବନ କଲେ ଏହା ଆପଣଙ୍କ ଶରୀରରେ ଖରାପ କଲେଷ୍ଟ୍ରାଲକୁ ନାଶ କରିଥାଏ। ଏହା ରକ୍ତକୁ ଗାଢ଼ କରିବାକୁ ଦେଇ ନଥାଏ। ହଳଦୀର ସେବନ କଲେ ବ୍ଲଡ଼ ପାଇପରେ ରକ୍ତ ଜମାଟ ବାନ୍ଧି ନଥାଏ। ଏହା ହୃଦ ରୋଗୀ ମାନଙ୍କ ପାଇଁ ଉପକାରୀ ଅଟେ।

୬/ ହଜମ କ୍ରୀୟା ଉତ୍ତମ ରହିଥାଏ –

ହଳଦୀର ଆଉ ଏକ ଉପକାରୀ ଗୁଣ ହେଲା ଏହା ଶରୀରରେ ବାଇଲସ ବା ପିତ୍ତ ସୃଷ୍ଟି ହେବାକୁ ତ୍ୱରାନ୍ୱିତ କରିଥାଏ। ହଳଦୀ ପାଣି ସେବନ କରିବା ଦ୍ୱାରା ଆପଣ ଯେଉଁ ଖାଦ୍ୟ ଖାଇଥାନ୍ତି, ତାହା ସହଜରେ ହଜମ ହୋଇ ଯାଇଥାଏ । ଏହା ବ୍ୟତୀତ ଅଧିକ ବାଇଲସ ସିକ୍ରେଶନ ହେବା ଯୋଗୁଁ ଆପଣ ଅଧିକ ଚର୍ବିକୁ ହଜମ କରି ପାରନ୍ତି। ତେଣୁ ଏହି ଅଦରକାରୀ ଚର୍ବି ଆପଣଙ୍କ ଶରୀରରେ ଜମାଟ ବାନ୍ଧି ନଥାଏ।

Google

୭/ ଲିଭରକୁ ସୁସ୍ଥ ରଖେ –

ହଳଦୀର ଆଉ ଏକ ଉପକାରୀ ଗୁଣ ହେଲା ଏହା ଲିଭରର କାର୍ଯ୍ୟକାରୀ କ୍ଷମତାକୁ ତ୍ୱରାନ୍ୱିତ କରି ଥାଏ। ଅର୍ଥାତ ଲିଭରରେ ଥିବା ବିଷାକ୍ତ ପଦାର୍ଥକୁ ଦୂର କରିଥାଏ। ଯଦି ଆପଣ ହଳଦୀ ପାଣି ସେବନ କରୁଛନ୍ତି ତାହେଲେ ଆପଣ କୌଣସି ପ୍ରକାରର ସଂକ୍ରମଣରୁ ରକ୍ଷା ପାଇ ପାରିବେ।

୮/ ମସ୍ତିଷ୍କର ବିକାଶ କରିଥାଏ –

ହଳଦୀ ମସ୍ତିଷ୍କ ପାଇଁ ବହୁତ ଉପକାରୀ ହୋଇଥାଏ । ଯଦି ଆପଣ ସକାଳେ ଉଷୁମ ପାଣିରେ ହଳଦୀ ମିଶାଇ ଏହାର ସେବନ କରୁଛନ୍ତି ତାହେଲେ ଏହା ମସ୍ତିଷ୍କର ବିକାଶରେ ଅଧିକ ସହାୟକ ହୋଇଥାଏ।

୯/ ଚେହେରାରୁ ବୟସ ଜନିତ ସମସ୍ୟା ଦୂର କରିଥାଏ –

ହଳଦୀ ପାଉଡରକୁ ମହୁରେ ମିଶାଇ ଏହାର ସେବନ କରିବା ଦ୍ୱାରା ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରି ଦେଇଥାଏ। ଏହି ମିଶ୍ରଣର ସେବନ ପ୍ରତିଦିନ କଲେ ସ୍କିନର ସେଲ ଗୁଡିକରେ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ବୟସ ଜନିତ ଲକ୍ଷଣ କମ୍ ଦେଖା ଯାଇଥାଏ।

ତେବେ ଚାଲନ୍ତୁ ଜାଣିବା ହଳଦୀ ପାଣିର ଉପାୟ ବିଷୟରେ –

ହଳଦୀ ପାଣି ପ୍ରସ୍ତୁତ କରିବା ପାଇଁ ଗୋଟେ ଗ୍ଲାସ ଉଷୁମ ପାଣିରେ ଅଧା ଚାମୋଚ ହଳଦୀ ପାଉଡର ମିଶେଇ ଏହାକୁ ସେବନ କରି ପାରିବେ। ସ୍ଵାଦ ଭଲ କରିବା ପାଇଁ ଆପଣ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ। ଯଦି ଆପଣ ଉଷୁମ ପାଣିରେ ହଳଦୀ ମିଶେଇ ସେବନ କରି ପାରୁ ନାହାଁନ୍ତି ତାହେଲେ ଉଷୁମ କ୍ଷୀରରେ ମିଶେଇ ସେବନ କରି ପାରିବେ। ଏହାର ସେବନର ୩୦ ମିନିଟ ପରେ ଖାଦ୍ୟ ସେବନ କରି ପାରିବେ।

Google

ଏବେ ଆସନ୍ତୁ ଜାଣିବା ଯେଉଁମାନଙ୍କୁ ହଳଦୀ ପାଣି ସେବନ କରିବା ଉଚିତ ନୁହେଁ -ପାକସ୍ଥଳୀରେ ଷ୍ଟୋନ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ମାନଙ୍କୁ ହଳଦୀ ପାଣି ସେବନ କରିବା ଉଚିତ ନୁହେଁ।

ଏହା କେବଳ ଆପଣଙ୍କ ଜାଣିବା ପାଇଁ ଥିଲା, ଅଧିକ ଜାଣିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଓ ପ୍ରୟୋଗ କରନ୍ତୁ ।ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *