Excuse Me Odisha

ଯାହା କହିବୁ ସତ କହିବୁ

ଆଖିରେ କଳା ଦାଗ ହେଲେ କରନ୍ତୁ ନାହିଁ ଅଣଦେଖା, ଜାଣନ୍ତୁ ଏହା କାହିଁକି ହୁଏ ଏବଂ ଏଥିରୁ ମୁକ୍ତି ପାଇବାର ଉପାୟ।

ସେୟାର୍ କରନ୍ତୁ

କହିବାକୁ ଗଲେ ଆଖିର କଳା ଦାଗର ସମସ୍ୟା କୌଣସି ବ୍ୟକ୍ତିକୁ ହୋଇପାରେ। ଡାର୍କ ସର୍କଲ୍ସ ହେଲେ ଆଖିର ତଳେ କଳା ଦାଗ ପଡି ଯାଇଥାଏ ଏବଂ ଚେହେରାର ସୁନ୍ଦରତା କମି ଯାଇଥାଏ। ଆଖିରେ କଳା ଦାଗ ପଡ଼ିବାର ଅନେକ କାରଣ ରହିଛି। ଯେପରି ଯେଉଁ ଲୋକେ ଅଳ୍ପ ଶୁଅନ୍ତି,ସେମାନଙ୍କର ଏହିସବୁ ସମସ୍ୟା ଦେଖା ଦେଇଥାଏ। ଏହି ପ୍ରକାରର ଅନେକ ଲୋକଙ୍କୁ ଥକାପଣ ଲାଗିବା, ଚିନ୍ତା ଅଧିକ ହେବା, ପୋଷଣ ପୂର୍ଣ୍ଣ ଖାଦ୍ୟ ସେବନ ନକରିବା ଦ୍ୱାରା ଆଖିରେ କଳା ଦାଗ ପଡି ଯାଇଥାଏ।

ଆଖିରେ କଳା ଦାଗ ହେବାକୁ ଅଣଦେଖା କରନ୍ତୁ ନାହିଁ। ଯଦି ଉଚିତ ସମୟ ମଧ୍ୟରେ ଏହାର ଉପାୟ କରା ନଯାଏ, ତାହେଲେ ଏହା ବଢ଼ି ବଢ଼ି ଆଖି ତଳେ ଅଧିକ କଳାପଣ ସୃଷ୍ଟି କରେ। ଯେଉଁଥିରୁ ମୁକ୍ତି ପାଇବା କଠିନ ଅଟେ।

ଆଜି ଆମେ ଆପଣଙ୍କୁ କହିବୁ ଆଖିର କଳାଦାଗରୁ ମୁକ୍ତି ପାଇବା ପାଇଁ କିଛି ପ୍ରାକୃତିକ ଉପାୟ । ଏହି ଉପାୟ ଦ୍ୱାରା ଆଖିର କଳା ଦାଗ କମି ଯାଇଥାଏ ଏବଂ କିଛି ସମୟ ମଧ୍ୟରେ ଆପଣଙ୍କୁ ଏଥିରୁ ମୁକ୍ତି ମିଳିଥାଏ।

Google

କଳା ଦାଗ ଦୂର କରିବାର ଉପାୟ –

ଡ଼ାର୍କ ସର୍କଲ୍ସ ବା କଳା ଦାଗକୁ ଦୂର କରିବା ପାଇଁ ଏହି ପ୍ୟାକକୁ ଆଖିର ତଳ ଭାଗରେ ଲଗାଇ ନିଅନ୍ତୁ। ଏହାକୁ ଲଗାଇବା ଦ୍ୱାରା କଳା ଦାଗ କମି ଯାଇ ଥାଏ। ଆପଣ ଦୁଇ ଚାମୋଚ ହଳଦୀ ପାଉଡରରେ ଗୋଟେ ଚାମୋଚ ଦହି ଏବଂ ଲେମ୍ବୁ ରସର କିଛି ବୁନ୍ଦା ମିଶାଇ ଦିଅନ୍ତୁ। ଏହାର ମିଶ୍ରଣ ପ୍ରସ୍ତୁତ କରି ନିଅନ୍ତୁ। ତାପରେ ଏହାକୁ ନିଜ ଆଖି ତଳେ ଲଗାଇ ଦିଅନ୍ତୁ। ଏହି ମିଶ୍ରଣ କୁ ୧୫-୨୦ ମିନିଟ ପର୍ଯ୍ୟନ୍ତ ନିଜ ଚେହେରାରେ ରଖନ୍ତୁ। ଯେବେ ଏହା ଶୁଖି ଯିବ ସେତେବେଳେ ପାଣି ସାହାଯ୍ୟରେ ଏହାକୁ ସଫା କରି ଦିଅନ୍ତୁ। ଏହି ପ୍ୟାକ ଲଗାଇବା ଦ୍ୱାରା କଳା ଦାଗ ଦୂର ହୋଇ ଯାଇଥାଏ। ଏହି ପ୍ୟାକ ସପ୍ତାହରେ ଦୁଇଥର ନିଶ୍ଚିତ ଲଗାନ୍ତୁ।

Google

କମଳା ରସ ମଧ୍ୟ ଆଖିର କଳା ଦାଗ ଦୂର କରିବା ପାଇଁ ସହାୟକ ହୋଇଥାଏ। କଳା ଦାଗ ହେବା ଦ୍ବାରା ଆପଣ କମଳା ରସ କାଢି ନିଅନ୍ତୁ ଏବଂ ଏହାକୁ ତୁଳା ସାହାଯ୍ୟରେ କଳା ଦାଗ ସ୍ତନରେ ଲଗାନ୍ତୁ ଓ ଶୁଖିବା ପାଇଁ ଛାଡି ଦିଅନ୍ତୁ। ଶୁଖି ଗଲା ପରେ ଏହାକୁ ପାଣିରେ ସଫା କରି ନିଅନ୍ତୁ। ସପ୍ତାହରେ ଏହି ଉପାୟ ତିନି ଥର କରନ୍ତୁ।

ବିଲାତିକୁ ପେଶି ଏହାର ରସ ବାହାର କରି ନିଅନ୍ତୁ। ଏହି ରସକୁ କଳା ଦାଗ ସ୍ଥାନରେ ଲଗାଇ ଦିଅନ୍ତୁ। ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ଶୁଖିବା ପାଇଁ ଦିଅନ୍ତୁ। ଏହାପରେ ଏହାକୁ  ପାଣିରେ ସଫା କରି ନିଅନ୍ତୁ। ଦେଖିବେ ଆପଣଙ୍କ ଆଖିର କଳା ଦାଗ ଖୁବ୍ ଶୀଘ୍ର ଉଭେଇ ଯିବ।

Google

ଭିଟାମିନ ଇ ଏହି ଆଖିର କଳା ଦାଗକୁ ଦୂର କରିବାରେ ସହାୟକ ହୋଇଥାଏ। ବାଦାମ ତେଲରେ ଭିଟାମିନ ଇ ପ୍ରଚୁର ପରିମାଣରେ ରହିଥାଏ। ଆପଣ ଚାହିଁଲେ ବାଦାମ ତେଲ ଆଖିର କଳା ଦାଗ ସ୍ଥାନରେ ଲଗାଇ ପାରିବେ ।ରାତିରେ ଶୋଇବା ପୁର୍ବରୁ ନିଜ ମୁହଁକୁ ଭଲଭାବରେ ଧୋଇ ନିଅନ୍ତୁ। ଏହାପରେ ତୁଳା ସାହାଯ୍ୟରେ ବାଦାମ ତେଲକୁ ନିଜ ଆଖିର ତଳ ଭାଗରେ ଲଗାନ୍ତୁ। ଏହାକୁ ପ୍ରତ୍ୟହ ଲଗାଇବା ଦ୍ୱାରା ଆଖିର କଳା ଦାଗ ସଫା ହୋଇଯିବ।

Google

ଚନ୍ଦନ ତ୍ବଚାକୁ ଥଣ୍ଡା ରଖିଥାଏ। ଏଥିପାଇଁ ଆପଣ ଚାହିଁଲେ ଏହାର ଉପଯୋଗ ମଧ୍ୟ କରି ପାରିବେ। ଗୋଟେ ଚାମୋଚ ଗୋଲାପ ଜଳ ବା ଖାଲି ପାଣି ମିଶାଇ ଦିଅନ୍ତୁ। ଏହାକୁ ଆଖିର କଳା ଦାଗରେ ଲଗାଇ ଦିଅନ୍ତୁ ଏବଂ ତାକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ। ସପ୍ତାହରେ ତିନି ଥର ଏହି ଚନ୍ଦନ ପ୍ୟାକକୁ ଲଗାନ୍ତୁ। ଏହାଦ୍ବାରା ଆପଣଙ୍କର ଡାର୍କ ସର୍କଲ୍ସ ଦୂର ହୋଇ ଯିବ।

Google

ଏଲୋବରା ଜେଲ ସାହାଯ୍ୟରେ ଏହି ସମସ୍ୟା ଦୂର ହୋଇ ପାରିବ। ଗୋଟେ ଏଲୋବେରା ନେଇ ତାର ଜେଲ ବାହାର କରି ନିଅନ୍ତୁ ଏବଂ ଏହାକୁ ଆଖିର ତଳ ଭାଗରେ ଲଗାଇ ଶୁଖିବା ପାଇଁ ଦିଅନ୍ତୁ। ଶୁଖି ଯିବା ପରେ ଏହାକୁ ସଫା କରି ଦିଅନ୍ତୁ। ଏଲୋବେରା ଜେଲ ଦ୍ୱାରା ଆଖିର ତଳ ଭାଗରେ ଲଗାଇବା ଦ୍ୱାରା ଦାଗ ଖୁବ୍ ଶୀଘ୍ର ଦୂର ହୋଇଯିବ।

Google

ଡାର୍କ ସର୍କଲ୍ସ ଅଳ୍ପ ନିଦ କାରଣରୁ ମଧ୍ୟ ହୋଇଥାଏ। ଏଥିପାଇଁ ଯେଉଁ ଲୋକ ଅଳ୍ପ ଶୋଇଛନ୍ତି , ସେମାନଙ୍କୁ ୮ ଘଣ୍ଟା ଶୋଇବା ଆବଶ୍ୟକ। ୮ ଘଣ୍ଟା ଶୋଇବା ଦ୍ବାରା ଆଖିର କଳା ଦାଗ ଦୂର ହୋଇଥାଏ।

ତେବେ ଏହାଥିଲା କିଛି ଉପାୟ, ଯାହାକୁ ଆପଣେଇ କଳା ଦାଗ କୁ ଦୂର କରି ପାରିବେ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *