Excuse Me Odisha

ଯାହା କହିବୁ ସତ କହିବୁ

ଏହି କାର୍ଯ୍ୟ କରିବା ଦ୍ୱାରା କ୍ରୋ-ଧିତ ହୋଇ ଯାଇଥାନ୍ତି ଭଗବାନ ବିଷ୍ଣୁ , ଗୁରୁବାର ଦିନ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଜିନିଷ।

ସେୟାର୍ କରନ୍ତୁ

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ହୋଇଥାଏ। ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରିବା ଦ୍ଵାରା ଅନେକ ଲାଭ ମିଳିଥାଏ। ମାନ୍ୟତା ରହିଛି କି ଯେଉଁ ଲୋକେ ଏହିଦିନ ଭଗବାନ ବିଷ୍ଣୁଙ୍କ ସ୍ମରଣ କରିଥାନ୍ତି ଏବଂ ତାଙ୍କୁ ତୁଳସୀ ପତ୍ର ଅର୍ପଣ କରି ଥାନ୍ତି , ସେମାନଙ୍କର ସବୁ ମନସ୍କାମନା ଭଗବାନ ବିଷ୍ଣୁ ପୂରଣ କରିଥାନ୍ତି। ଏଥିପାଇଁ ଆପଣ ନିଶ୍ଚିତ ରୂପରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରନ୍ତୁ। ଏହାସହିତ ତଳେ ଦିଆଯାଇଥିବା ବସ୍ତୁ କୁ ଭୁଲରେ ମଧ୍ୟ ଗୁରୁବାର ଦିନ ସେବନ କରନ୍ତୁ ନାହିଁ। ଯଦି ଏହି ବସ୍ତୁକୁ ଏହିଦିନ ସେବନ କରାଯାଏ , ତାହେଲେ ଭଗବାନ ବିଷ୍ଣୁ କ୍ରୋ-ଧିତ ହୋଇ ଯାଆନ୍ତି ଏବଂ ବ୍ୟକ୍ତିର ଜୀବନ ଦୁଃଖରେ ଭରି ଯାଇଥାଏ। ତେବେ ଆସନ୍ତୁ ଜାଣିବା ତାହା କଣ କାର୍ଯ୍ୟ ଅଟେ , ଯାହାକୁ ଗୁରୁବାର ଦିନ କରିବା ଅନୁଚିତ।

ଗୁରୁବାର ଦିନ କରନ୍ତୁ ନାହିଁ ଏଭଳି କାର୍ଯ୍ୟ –

କଦଳୀ ଖାଆନ୍ତୁ ନାହିଁ :-

କହିବାକୁ ଗଲେ ଗୁରୁବାର ଦିନ ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ ହୋଇଛି। ଏହିଦିନ ଦେବଗୁରୁ ବୃହସ୍ପତିଙ୍କ ପୂଜାର୍ଚ୍ଚନା କରାଯାଏ। କଦଳୀ ଗଛରେ ଦେବଗୁରୁ ବୃହସ୍ପତିଙ୍କ ବାସ ବୋଲି ମାନ୍ୟତା ରହିଛି। ଗଛ ଭଗବାନ ବିଷ୍ଣୁଙ୍କ ନିବାସ ସ୍ଥାନ ଅଟେ। ଗୁରୁବାର ଦିନ କଦଳୀ ସେବନ କରିବା ଉଚିତ ନୁହେଁ ବୋଲି ଶାସ୍ତ୍ର ରେ କୁହାଯାଇଛି। ଶାସ୍ତ୍ର ଅନୁସାରେ ଏହିଦିନ କଦଳୀ ଗଛର ପୂଜାର୍ଚ୍ଚନା କରିବା ଉଚିତ ଏବଂ ଫଳ ଗରିବ ଲୋକଙ୍କୁ ଦାନ ଦେବା ଉଚିତ।

କଦଳୀ ଗଛର ପୂଜାର୍ଚ୍ଚନା କରିବା ସମୟରେ ଜଳ ଅର୍ପଣ କରନ୍ତୁ। ଏହାପରେ ଭଗବାନ ବିଷ୍ଣୁଙ୍କ ପାଠ କରନ୍ତୁ। ଯଦି ବୃହସ୍ପତି ଗ୍ରହ ଆପଣଙ୍କ ରାଶି ରେ ଭାରୀ ରହିଛନ୍ତି ତାହେଲେ ବୃହସ୍ପତି ଦେବକଥା ପାଠ କରନ୍ତୁ।

ଖିଚିଡୀ ଖାଆନ୍ତୁ ନାହିଁ :-

ଗୁରୁବାର ଦିନ ଖିଚିଡୀ ଖାଇବା ବର୍ଜିତ ମାନା ଯାଇଛି। ହଳଦିଆ ରଙ୍ଗ ଭଗବାନ ବିଷ୍ଣୁଙ୍କୁ ପ୍ରିୟ ଅଟେ ଏବଂ ଖିଚିଡିି ହଳଦିଆ ରଙ୍ଗ ହୋଇଥାଏ। ଏଥିପାଇଁ ଏହିଦିନ ଖିଚିଡି ସେବନ କରିବା ଉଚିତ ନୁହେଁ। ମାନ୍ୟତା ରହିଛି କି ଯେଉଁମାନେ ଗୁରୁବାର ଦିନ ଖିଚିଡି ସେବନ କରିଥାନ୍ତି, ସେମାନଙ୍କ ପରିବାରରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ଭୁଲରେ ମଧ୍ୟ ଗୁରୁବାର ଦିନ ଖିଚିଡ଼ିି ସେବନ କରନ୍ତୁ ନାହିଁ।

ଚୁଟି, ନଖ, ଦାଢ଼ି କାଟନ୍ତୁ ନାହିଁ :-

ଗୁରୁବାର ଦିନ ନଖ କାଟିବା, ଦାଢ଼ି କାଟିବା, ଚୁଟି କାଟିବା ଅଶୁଭ ମାନା ଯାଇଥାଏ। କୁହାଯାଏ କି ଯେଉଁ ଲୋକେ ଏହିଦିନ ଏହି କାର୍ଯ୍ୟ କରିଥାନ୍ତି, ସେମାନଙ୍କ ରାଶିରେ ଗୁରୁ ଗ୍ରହ ଦୁର୍ବଳ ହୋଇ ଯାଇଥାଏ। ଗୁରୁ ଗ୍ରହ ଦୁର୍ବଳ ହେବା ଦ୍ଵାରା ଧନହାନୀ ହେବାର ସମ୍ଭାବନା ରହିଥାଏ। ଜୀବନରେ ଦୁଃଖ ଆସିଥାଏ। ଏହାସହିତ କାର୍ଯ୍ୟକ୍ଷେତ୍ରରେ ବାଧା ଉତ୍ପନ୍ନ ହୋଇଥାଏ।

କରନ୍ତୁ ନାହିଁ ଏହି କାର୍ଯ୍ୟ –

ଗୁରୁବାର ଦିନ ମହିଳାମାନଙ୍କୁ ନିଜ ଚୁଟି ଧୋଇବା ଉଚିତ ନୁହେଁ ଏବଂ ଲୁଗା ମଧ୍ୟ ଧୋଇବା ଉଚିତ ନୁହେଁ। ଏହା କରିବା ଦ୍ଵାରା ଘରେ ସର୍ବଦା ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ସଞ୍ଚିତ ହୋଇଥିବା ଧନ ସମାପ୍ତ ହେବାକୁ ଲାଗିଥାଏ। ଏଭଳି ଭାବରେ ଏହିଦିନ ଲୁଗା ଧୋଇବା କାରଣରୁ ଘରେ ଦାରିଦ୍ର୍ୟତା ଦେଖା ଦେଇଥାଏ ଏବଂ ପରିବାର ସଦସ୍ୟଙ୍କୁ ସେମାନଙ୍କ ପରିଶ୍ରମର କୌଣସି ଫଳ ମିଳି ନଥାଏ।

ଘରେ ପୋଛା ଲଗାନ୍ତୁ ନାହିଁ –

ଗୁରୁବାର ଦିନ ଘରେ ପୋଛା ଲଗାନ୍ତୁ ନାହିଁ। ଏହିଦିନ ପୋଛା ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାଦ୍ବାରା ଘରର ଲୋକେ ସର୍ବଦା ବେମାର ରହି ପାରନ୍ତି। ଏହାସହିତ ଗୁରୁବାର ଦିନ ଘରୁ ଅଦରକାରୀ ଜିନିଷ ବାହାରକୁ ଫିଙ୍ଗନ୍ତୁ ନାହିଁ।

ଏହି କାର୍ଯ୍ୟ କରିବା ଦ୍ୱାରା ମିଳିଥାଏ ଉତ୍ତମ ଫଳ –

ଯେଉଁ ଲୋକେ ଗୁରୁବାର ଦିନ ଅଶ୍ୱତ୍ଥ ଗଛ ଏବଂ ତୁଳସୀ ଗଛରେ ଜଳ ଅର୍ପଣ କରିଥାନ୍ତି, ସେମାନଙ୍କ ଜୀବନରେ ସବୁ ବାଧା ବିଘ୍ନ ଦୂର ହୋଇ ଯାଇଥାଏ।

ଏହି ଦିନ ହଳଦୀର ଟିକା ମଥାରେ ଲଗାଇବା ଦ୍ୱାରା ଖୁବ୍ ଶୀଘ୍ର ବିବାହ ହୋଇ ଯାଇଥାଏ।

ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ଵାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ଏବଂ ବ୍ୟକ୍ତିର ସବୁ ମନସ୍କାମନା ପୂରଣ କରି ଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *