Excuse Me Odisha

ଯାହା କହିବୁ ସତ କହିବୁ

କଣ ପାଇଁ ବ୍ୟକ୍ତି ଅସୁବିଧାରେ ପଡିଲେ ମଧ୍ୟ ଭଗବାନ ତାଙ୍କୁ ସାହାଯ୍ୟ କରନ୍ତି ନାହିଁ।

ସେୟାର୍ କରନ୍ତୁ

ଆପଣଙ୍କ ମନରେ କେବେ ନା କେବେ ନିଶ୍ଚିତ ଭାବରେ ଆସିଥିବ ଯେ ଭଗବାନ ମତେ ସାହାଯ୍ୟ କଣ ପାଇଁ କରୁନାହାନ୍ତି। ଆମେ ଏହା ମଧ୍ୟ ଭାବିଥାଉ ଯେ ଯେଉଁ ମାନେ ଖୁସିରେ ଅଛନ୍ତି ସେମାନଙ୍କୁ ଭଗବାନ ସାହାଯ୍ୟ କରୁଛନ୍ତି ଏବଂ ଯଦି ମୋ ଦୁଃଖ ବି ହରଣ କରିବାକୁ ଚାହିଁଥାନ୍ତେ ତେବେ ଯେକୌଣସି ରୂପରେ ଆସି ମତେ ସାହାଯ୍ୟ କରିଥାନ୍ତେ। କିନ୍ତୁ ସାହାଯ୍ୟ ନକରି କଣ ପାଇଁ ମତେ ଏତେ ଦୁଃଖ କଷ୍ଟ ଦେଉଛନ୍ତି। ଆସନ୍ତୁ ଏକ କାହାଣୀ ମାଧ୍ୟମରେ ଏହାକୁ ଜାଣିବା

Google

ଏକ ଗାଁରେ ଗୋଟେ ଧନୀ ପରିବାରଟେ ଥିଲା। ସେହି ଧନୀ ପରିବାରରେ 3ଟି ପୁତ୍ର ରହୁଥିଲେ। ସେଥିମଧ୍ୟରୁ ଦୁଇଜଣ ପୁଅ ବହୁତ କାମ କରୁଥିଲେ। କିନ୍ତୁ ସାନ ପୁଅଟି ବହୁତ ଅଳସୁଆ ଥିଲା। ଧନୀ ବ୍ୟକ୍ତିଟି ବହୁତ ଟଙ୍କା ରୋଜଗାର କରୁଥିଲେ। ଏବଂ ତାଙ୍କର କୌଣସି ଅସୁବିଧା ନଥିଲା ସେଥିପାଇଁ ସାନ ପୁଅଟି କିଛି କାମ କରୁନଥିଲା ଯାହାଫଳରେ ସେ ବହୁତ ଅଳସୁଆ ହୋଇଯାଇଥିଲା। ଯେତେ ବୁଝେଇଲେ ମଧ୍ୟ ସାନପୁଅଟି ବୁଝୁନଥିଲା। ଏପରି କିଛି ଦିନ ଯିବାପରେ ଧନୀ ବ୍ୟକ୍ତିଙ୍କର ସଡକ ଦୁର୍ଘଟଣାରେ ମୃ-ତ୍ୟୁ ହୋଇଗଲା। ଯାହାଫଳରେ ସାନ ପୁଅଟି ଏକୁଟିଆ ହୋଇଗଲା ଏବଂ ତାହାର ଦୁଇ ଭାଇ ନିଜ ନିଜ କାମରେ ବ୍ୟସ୍ତ ହୋଇଗଲେ। ଫଳରେ ବାପମାଆଙ୍କ ମୃ-ତ୍ୟୁ ପରେ ସିଏ ବହୁତ ଦୁଃଖ କଷ୍ଟରେ ଜୀବନ ଯାପନ କଲା। ବାପାମାଆଙ୍କ ମୃ-ତ୍ୟୁ ପରେ ଦୁଇ ଭାଇ ସାନଭାଇକୁ ଘରୁ ବାହାର କରିଦେଲେ। ସେ ଦୁଃଖରେ ସେଠାରୁ ଚାଲିଆସିଲା। ଏହାପରେ ସେ ବାଟରେ ଗଲାବେଳେ ଦେଖିଲା ଯେ ଏକ ଆମ୍ବ ଗଛରେ ବହୁତ ଗୁଡିଏ ଆମ୍ବ ଫଳିଛି , କିନ୍ତୁ ବଗିଚାର ମାଳିଟି ସେଇ ବଗିଚାରେ ଶୋଇଥିଲା। ସାନଭାଇକୁ ଭୋକ ହେବାରୁ ସେ ଭାବିଲା ବଗିଚାରୁ କିଛି ଆମ୍ବ ଆଣି ନିଜର ଭୋକ ମେଣ୍ଟାଇବ କିନ୍ତୁ ଆମ୍ବ ଚୋରାଇ ଖାଇବାବେଳେ ମାଳିର ନିଦ ଭାଙ୍ଗିଗଲା ଏବଂ ଆମ୍ବ ଚୋରାଉଥିବାର ଦେଖି ତାକୁ ବାଡେଇବାକୁ ଗୋଡେଇଲା। ପିଲାଟି ଦଉଡି ଦଉଡି ଏକ ଜଙ୍ଗଲ ଭିତରକୁ ଚାଲିଗଲା। ସେ ସେଠାରେ ଦେଖିଲା ଯେ ଏକ ଛୋଟାଗୋଡ ଵାଲା କୁକୁରଟେ ଯାଉଛି ଏବଂ ତାର ଆଗ ଗୋଡ ଦୁଇଟି କୌଣସି କାରଣରୁ କ୍ଷତ ବିକ୍ଷତ ହୋଇଯାଇଥିଲା ଯାହାଫଳରେ ସେ ଚାଲିବୁଲି କରିପାରୁନଥିଲା। ହଠାତ ସେହିସମୟରେ ସିଂହର ଗର୍ଜନ ଶୁଣାଗଲା। ସିଂହକୁ ଦେଖି ସେ ପାଖରେ ଥିବା ଏକ ଗଛରେ ଚଢ଼ିଗଲା। ଏହାପରେ ସେ ଦେଖିଲାଯେ ସିଂହଟି କିଛି ମାଂସ ଖଣ୍ଡ ଆଣି ସେ କୁକୁରକୁ ଦେଉଛି। କିଛି ସମୟ ପରେ ସିଂହଟି ନିଜ ବାଟରେ ଚାଲିଗଲା । ଏହାଦେଖି ପିଲାଟି ବହୁତ ଆ-ଶ୍ଚର୍ଯ୍ୟ ହୋଇଗଲା ଏବଂ ଭବିଲାଯେ ଭଗବାନ ଯାହାକୁ ଜନ୍ମ ଦେଇଛନ୍ତି ତାହାକୁ ଭୋକିଲାରେ ଦେଖିଲେ ନିଶ୍ଚିତ ସାହାଯ୍ୟ କରିଥାନ୍ତି। ଏହାପରେ ସେ ଗଛରୁ ତଳକୁ ଆସି ଭବିଲାଯେ ଭଗବାନ ତା ପାଇଁ ମଧ୍ୟ କିଛି ନା କିଛି ଖାଇବାକୁ ରଖିଥିବେ। ଏପରି କିଛିଦିନ ବିତିଗଲା କିନ୍ତୁ କେହିମଧ୍ୟ ତା ପାଇଁ ଖାଦ୍ୟ ନେଇ ଆସିଲେ ନାହିଁ। ଏହାପରେ ପିଲାଟି ଚିଲେଇକି କହିଲାଯେ ହେ ଭଗବାନ ଆପଣ କୁକୁରଟିକୁ ସାହାଯ୍ୟ କରୁଛନ୍ତି କିନ୍ତୁ ମତେ କଣ ପାଇଁ ସାହାଯ୍ୟ କରୁନାହାନ୍ତି। ସେ ଜଙ୍ଗଲରେ ଜଣେ ସାଧୁ ରହୁଥିଲେ ଏବଂ ପିଲାଟିର ପାଟି ଶୁଣି ସେଠାକୁ ଗଲେ। ସାଧୁ ଜଣକ ପିଲାଟିକୁ ଚିଲାଇବାର କାରଣ ପଚାରିଲେ । ପିଲାଟିର ସବୁକଥା ଶୁଣି ସାଧୁ ଜଣକ ମୁରୁକି ହସିଲେ ଏବଂ ପିଲାଟିକୁ ନିଜର କୁଟୀରକୁ ନେଇଗଲେ। ଏହାପରେ ପିଲାଟିକୁ କହିଲେ ଯେ ଭଗବାନ ନିଶ୍ଚିତ ଭାବରେ ସମସ୍ତ ପ୍ରାଣିପାଇଁ କିଛି ନା କିଛି ଯୋଜନା କରିଥାନ୍ତି ଏବଂ ତୁମେ ମଧ୍ୟ ସେହି ଯୋଜନାର ଏକ ଅଂଶ। କିନ୍ତୁ ତୁମେ ସେ ଯୋଜନାକୁ ବୁଝିପାରିନଥିଲ । ଭଗବାନ ତୁମକୁ କୁକୁର ପରି ନୁହେଁ ବରଂ ସିଂହ ପରି ଅନ୍ୟକୁ ସାହାଯ୍ୟ କରିବାକୁ କହୁଥିଲେ। ଭଗବାନ ତାକୁହିଁ ସାହାଯ୍ୟ କରନ୍ତି ଯିଏ ଅନ୍ୟମାନଙ୍କ ସାହାଯ୍ୟ କରିଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କର୍ମ ହିଁ ଶ୍ରେଷ୍ଠ ଅଟେ। ଯିଏ କର୍ମ କରେ ଏବଂ ଅନ୍ୟଙ୍କୁ ସାହାଯ୍ୟ କରେ ତାକୁ ଭଗବାନ ନିଶ୍ଚୟ ସାହାଯ୍ୟ କରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *