Excuse Me Odisha

ଯାହା କହିବୁ ସତ କହିବୁ

ହାତରେ ଯଦି ଏମିତି ଚିହ୍ନ ରହିଛି ତାହେଲେ ଜାଣନ୍ତୁ ଏହାର ମାନେ କଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣଙ୍କ ହାତରେ ଯଦି ଅଛି ଏହି M ଚିହ୍ନ ତାହେଲେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି। କୁହାଯାଏ କର,କପାଳ ଓ କସ୍ତି ମନୁଷ୍ୟର ଭାଗ୍ୟ ଓ ଭବିଷ୍ୟତକୁ ନିୟନ୍ତ୍ରଣ କରିଥାଏ। କର ଅର୍ଥାତ ମନୁଷ୍ୟର ପାପୁଲିରେ ଥିବା ରେଖାମାନ କହିଥାଏ। ମନୁଷ୍ୟର ଭାଗ୍ୟ ଏବଂ ଭବିଷ୍ୟତ ମନୁଷ୍ୟ ହାତରେ ବିଭିନ୍ନ ରେଖାମାନ ରହିଅଛି। ଏହି ରେଖା ଗୁଡ଼ିକ ମଧ୍ୟରୁ କିଛି ଶୁଭ ଫଳ ଦେଇଥାଏ ତ କିଛି ଅଶୁଭ ଫଳ ମଧ୍ୟ ଦେଇଥାଏ। ହାତ ଦେଖି ଜ୍ୟୋତିଷମାନେ ଭବିଷ୍ୟତ ବିଷୟରେ ଗଣନା କରିଥାନ୍ତି। ଯେମିତି କି ନାରୀମାନଙ୍କ କ୍ଷେତ୍ରରେ ବାମ ହସ୍ତ ଏବଂ ପୁରୁଷ ମାନଙ୍କ କ୍ଷେତ୍ରରେ ଦକ୍ଷିଣ ହସ୍ତ। ତେବେ ବିଶ୍ୱାସ ରହିଛି ଯେ ଯେଉଁ ବ୍ୟକ୍ତି ମାନଙ୍କ ହାତ ପାପୁଲିରେ ଇଂରାଜି ଅକ୍ଷର M ସଦୃଶ ରେଖା ରହିଅଛି ସେମାନଙ୍କର ଜୀବନ ପଥକୁ ଗୋଟିଏ ଅଦୃଶ ଶକ୍ତି ସଦାସର୍ବଦା ମାର୍ଗଦର୍ଶନ ଦେଇଥାଏ।ସବୁପ୍ରକାରର ବାଧା ବିଘ୍ନରୁ ରକ୍ଷା ଦେଇଥାଏ। ସବୁ ଅସୁବିଧା ମଧ୍ୟ ଦୂର କରିଥାଏ। ଏହି ରେଖାଟି ଜୀବନ ରେଖା ସହିତ ଯୋଡି ହୋଇ ରହିଥାଏ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ହାତ ପାପୁଲିରେ ଇଂରାଜି ଅକ୍ଷର M ସଦୃଶ ରେଖା ରହିଥିବା ବ୍ୟକ୍ତି ମାନଙ୍କର ସ୍ୱଭାବ ଓ ଭବିଷ୍ୟତ ବିଷୟରେ। ତେବେ ଏହି ପୋଷ୍ଟ ମାଧ୍ୟମରେ ଆସନ୍ତୁ ଜାଣିବା।

ଏହି ରେଖାଥିବା ବ୍ୟକ୍ତି ସାରା ଜୀବନ ଖୁସି ରହିଥାନ୍ତି ଏବଂ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି। ସମସ୍ତ ପ୍ରକାରର ଦୁଃଖ ଓ ବେଦନା ଏମାନଙ୍କ ଠାରୁ ଦୂରେଇ ରହିଥାଏ। ଏହି ଲୋକମାନେ ନିଜର ଜୀବନକୁ ଖୁବ ଆନନ୍ଦର ସହିତ ଉପଭୋଗ କରିଥାନ୍ତି। ଏହି ରେଖା ସମସ୍ତଙ୍କ ହାତରେ ରହିନଥାଏ। ଉଚିତ ଲୋକମାନଙ୍କ ହାତରେ ଏହି ରେଖାମାନ ଦେଖାଯାଇଥାଏ।କିଛି ଲୋକମାନଙ୍କ ହାତରେ ଏହି ରେଖା ସମ୍ପୂର୍ଣ ମଧ୍ୟ ହୋଇନଥାଏ।

ଯେଉଁ ବ୍ୟକ୍ତି ମାନଙ୍କ ହାତ ପାପୁଲିରେ ଏହି ଚିହ୍ନ ପୋଷ୍ଟ ଭାବରେ ରହିଥାଏ ସେହି ବ୍ୟକ୍ତିମାନେ ଭବିଷ୍ୟତକୁ ନେଇ ବହୁତ ସଜାଗ ରହିଥାନ୍ତି। ଏହି କାରଣରୁ ସେମାନଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବାର ସମ୍ଭାବନା ଅଧିକ ରହିଥାଏ।

Google

ଏହି ବ୍ୟକ୍ତିମାନେ ସବୁବେଳେ ଉଚ୍ଚ ଆଶାବାଦୀ ହୋଇଥାନ୍ତି ଏବଂ ଏମାନେ କୌଣସି ବଡ଼ ରାଜ ରାଜନୈତିକ ପଦ ମଧ୍ୟ ହାସଲ କରିଥାନ୍ତି।

ଏହି ଚିହ୍ନ ଥିବା ବ୍ୟକ୍ତି ବିଶେଷ ମାନଙ୍କର କଳ୍ପନା ଶକ୍ତି ବହୁତ ଭଲ ହୋଇଥାଏ। ଏହି ବ୍ୟକ୍ତି ବିଶେଷ ମାନେ ବିଶେଷ ସ୍ତରରେ ସୁନାମ ଅର୍ଜନ କରିଥାନ୍ତି। ଭବିଷ୍ୟତରେ ଏହି ବ୍ୟକ୍ତି ମାନଙ୍କ ପାଖରେ ଟଙ୍କା ପଇସାର ଅଭାବ ଦେଖାଦେଇନଥାଏ।

ପାପୁଲିରେ ଏହି ଚିହ୍ନ ଥିବା ବ୍ୟକ୍ତି ବିଶେଷ ମାନଙ୍କର ପ୍ରେମ ବିବାହ କରିବାର ସମ୍ଭାବନା ରହିଥାଏ। ଏବଂ ପରସ୍ପରଙ୍କ ମଧ୍ୟରେ ଭଲ ସମ୍ବଦ୍ଧ ମଧ୍ୟ ରହିଥାଏ। ଏଥି ସହିତ ବୈବାହିକ ଜୀବନରେ ସବୁବେଳେ ସୁଖ ଶାନ୍ତି ଲାଗିରହିଥାଏ।

Google

ଏହି ବ୍ୟକ୍ତିମାନେ କୌଣସି ପ୍ରକାରର ପରିବର୍ତ୍ତନରେ ବିଚଳିତ ହୋଇନଥାନ୍ତି। ଏହି ବ୍ୟକ୍ତିମାନେ ଜୀବନରେ ଆସୁଥିବା ପ୍ରତ୍ୟକ ସମସ୍ୟାକୁ ସହଜରେ ସ୍ୱୀକାର କରିଥାନ୍ତି। ଏବଂ ଏହାକୁ ସାମ୍ନା କରିବାରେ ମଧ୍ୟ ସଫଳ ହୋଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *