Excuse Me Odisha

ଯାହା କହିବୁ ସତ କହିବୁ

୧୫ଦିନରେ ଥରେ ପିଅନ୍ତୁ, କିଡନୀ ସର୍ବଦା ସୁସ୍ଥ ରହିବ, କିଡନୀର ସମସ୍ତ ଆବର୍ଜନା ବାହାରିଯିବ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଗରୁ କିଡନୀ ରୋଗ କିଛି ନଥିଲା। କିନ୍ତୁ ବର୍ତ୍ତମାନ ବହୁତ କିଡନୀ ସମସ୍ଯା ଦେଖାଯାଉଛି। କିଡନୀରେ ପଥର ହେବା, କିଡନୀ ଖରାପ ହୋଇଯିବା ଆଦି ଭଳି ସମସ୍ଯା ଦେଖାଯାଇଥାଏ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ କିଡନୀ ଠିକ ହୋଇନଥାଏ। କିଡନୀ ଥରେ ଖରାପ ହେଲେ ଠିକ କରିବା କଷ୍ଟକର ଅଟେ। ବର୍ତ୍ତମାନ ସମୟରେ ଆମେ ବ୍ଯବହାର କରୁଥିବା ପ୍ରତ୍ଯେକ ଜିନିଷରେ ରାସାୟନିକ ପଦାର୍ଥ ମିଶୁଅଛି। ଯାହାକି ଆମର ଶରୀରକୁ ଯାଇ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରୁଛି। ଓ ଖାସ ଭାବରେ କିଡନୀ ଜାତୀୟ ସମସ୍ଯା ମଧ୍ୟ ସୃଷ୍ଟି କରୁଛି।

ଅନେକଥର ଆପଣ ଦେଖିଥିବେ ଲୋକେ ଚଲାବୁଲା କରିବା ଦ୍ଵାରା ଗୋଡ-ହାତ ଫୁଲିଯାଏ। କ୍ରିଟୋନାଇଁ ବଢିବାକୁ ଲାଗେ। କିଡନିରେ ଷ୍ଟନ, ଶରୀରରେ ୟୁରିକ ଏସିଡ ବଢିବା କାରଣରୁ ଗଣ୍ଠି ଯନ୍ତ୍ରଣା, ଇତ୍ୟାଦି ଅନେକ ପ୍ରକାର ସମସ୍ଯା ଦେଖାଯାଏ। ଯେଉଁ ଲୋକମାନଙ୍କୁ କିଡନି ଜନିତ ସମସ୍ଯା ହୋଇଛି ସେମାନେ ଚିକିତ୍ସା ପରେ ମଧ୍ୟ ଅସୁବିଧାରେ ପଡିଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ।

ସୁସ୍ଥ ଲୋକ ନିଜର କିଡନୀକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ଉପଚାରକୁ:-

ପ୍ରଥମ ଉପଚାର:-

ଆପଣ ଦୁଇ ଗ୍ଳାସ ପଣି ନିଅନ୍ତୁ । ଏଥିରେ ୧୦୦ଗ୍ରାମ ଧଣିଆ ପତ୍ର ପକାନ୍ତୁ ଓ ଅଧା ଲେମ୍ବୁ ପକାନ୍ତୁ, ମନେ ରଖିବେ ଲେମ୍ବୁକୁ ଚିପୁଡିବେ ନାହିଁ ଲେମ୍ବୁକୁ ଚୋପା ସହ ପକାଇଦେବେ। ୧ ଚାମଚ ଜୀରା ନିଅନ୍ତୁ। ତିନୋଟି ଯାକ ଜିନିଷକୁ ଭଲ ଭାବରେ ମିଶାଇ ଫୁଟାନ୍ତୁ। ସେତେପର୍ଯ୍ୟନ୍ତ ଫୁଟାଇବେ ଯେତେ ପର୍ଯ୍ୟନ୍ତ ସେହି ୨ଗ୍ଳାସ ପାଣି ୧ଗ୍ଳାସ ପାଣିରେ ପରିବର୍ତ୍ତନ ନହୋଇଛି। ତାପରେ ତାକୁ ସାମାନ୍ୟ ଉଷୁମ କରିଦିଅନ୍ତୁ। ସପ୍ତାହର ଗୋଟିଏ ଦିନ ଖାଲିପେଟରେ ଏହାକୁ ସେବନ କରନ୍ତୁ। ଏହା ଦ୍ଵାରା କିଡନୀର ଶକ୍ତି ବଢିବ, ପରିଶ୍ରା ଠିକ ଭାବରେ ହେବ, କିଡନୀର କ୍ଷମତା ବଢିବ। କିଡନୀରୁ ସମସ୍ତ ପ୍ରକାର ଅପରିଷ୍କାର ସଫା ହୋଇଯିବ। କିଡନୀରେ ପରିସ୍କରଣ ଭଲ ହେବ ଓ କୌଣସି ବି-ଷା-କ୍ତ ପଦାର୍ଥ ରହିବ ନାହିଁ।

Google

ଦ୍ଵିତୀୟ ଉପଚାର:-

ଆପଣ ମକାର ବାହାରେ ଲାଗିଥିବା ଚୁଟିକୁ ନିଅନ୍ତୁ। ମକାର ଚୁଟି କିଡନୀ ପାଇଁ ବହୁତ ଆବଶ୍ୟକ ଅଟେ। ଏହା କିଡନୀକୁ ସଫା କରିବାରେ ସାହାଯ୍ୟ କରେ। ଆପଣ ଏକ କପ ମକାର ଚୁଟିକୁ ନେଇ ୨ଗ୍ଳାସ ପାଣିରେ ଫୁଟାନ୍ତୁ। ସେଥିରେ ଅଧା ଲେମ୍ବୁ ପକାନ୍ତୁ ମନେରଖିବେ ଆପଣ ଲେମୁଟିକୁ ଚୋପା ସହ ପକାଇଦେବେ। ତାପରେ ଫୁଟାଇବେ ଯେତେପର୍ଯ୍ୟନ୍ତ ସେହି ପାଣି ୧ଗ୍ଳାସରେ ପରିଣତ ନ ହୋଇଛି। ଏହାପରେ ତାକୁ ଛାଣିବେ। ଏହାକୁ ମଧ୍ୟ ସକାଳୁ ଖାଲି ପେଟରେ ସେବନ କରିବେ। ଏହାକୁ ଆପଣ ଦ୍ଵିତୀୟ ସପ୍ତାହରେ ସେବନ କରନ୍ତୁ।

Google

ଉପରୋକ୍ତ ଦୁଇ ଉପଚାରକୁ ଆପଣ ସପ୍ତାହେ ଅଦଳବଦଳ କରି ଖାଲିପେଟରେ ପିଅନ୍ତୁ। ଏହାଦ୍ବାରା ଆପଣଙ୍କର କିଡନୀ ଜାତୀୟ ସମସ୍ଯା ଧୀରେ ଧୀରେ ଦୂର ହୋଇଯିବ। ଆପଣ କିଛିଦିନ ପରେ ଅନୁଭବ କରିପାରିବେକି ଆପଣଙ୍କ ଶରୀରକୁ ଏହାର ପରିଣାମ ଠିକ ମିଳୁଛି କି ନାହିଁ। ଏହି ଉପଚାରର ଫରକ ଆପଣ ନିଜେ ଦେଖିପାରିବେ। ଆପଣ ଫରକ ଦେଖିପାରୁଥିଲେ ଏହି ଉପଚାରକୁ ଆପଣ ୧୫ଦିନରେ ମଧ୍ୟ ଥରେ ପିଇ ପାରିବେ। ଆପଣ ସଂପୂର୍ଣ୍ଣ ଭାବରେ ଫିଟ ରହିବେ। ଏହି ଉପଚାରକୁ ପାଳନ କରିବାରେ କୌଣସି କ୍ଷତି କିମ୍ବା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ। ଏହା ଏକ ଆୟୁର୍ବେଦିକ ଉପାୟ ଅଟେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ। ଆପଣଙ୍କ ଦିନଟି ଶୁଭ ହେଉ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *