Excuse Me Odisha

ଯାହା କହିବୁ ସତ କହିବୁ

ସୋମବାର ଦିନ ଚନ୍ଦ୍ରଙ୍କୁ ଅର୍ପଣ କରନ୍ତୁ ଏହି ଗୋଟିଏ ଜିନିଷ ଘରେ ଧନର ବର୍ଷା ହେବ ଏବଂ ସୋମବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ ନଚେତ ସର୍ବ-ନାଶ ହେବ।

ସେୟାର୍ କରନ୍ତୁ

ଆମର ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ରରେ ଏହି ସୃଷ୍ଟିରେ ଘଟୁଥିବା ବଡ଼ ବଡ଼ ଘଟଣାର ସମ୍ବଦ୍ଧ ଆମ ମାନଙ୍କ ଜୀବନ ସହିତ ଯୋଡିତ ରହିଛି। ଏବଂ କିଛି ବିଶିଷ୍ଟ ଗଣନା ଆଧାରରେ ସେହିସବୁ ଘଟଣାର ପରିଣାମ ଆମ ଜୀବନରେ କେଉଁ ପ୍ରଭାବ ପକାଇଥାଏ ଏହାର ଅନୁମାନ କରାଯାଇଥାଏ। ବନ୍ଧୁଗଣ ସପ୍ତାହ ସାତ ଦିନ ହୋଇଥାଏ। ଯାହାକୁ ବାର ବୋଲି କୁହାଯାଏ। ରବିବାର,ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର ଏହି ସାତ ଦିନର ବିଶିଷ୍ଟ ନାମ ରହିଛି। ଯାହାକି ଗ୍ରହ ମାନଙ୍କ ନାମରେ ରଖାଯାଇଛି। ଯାହାକୁ ଆମେ ଆମ ଆଖିରେ ଦେଖିପାରିଥାଉ। ପ୍ରତ୍ୟକ ବାରର ସମ୍ବଦ୍ଧ କୌଣସି ନାଁ କୌଣସି ଦେବତାଙ୍କର ଉପାସନା ସହ ସଂଯୋଗ ରହିଛି। ଯେଉଁ ଦେବତାଙ୍କର ବାର ହୋଇଥାଏ ସେହି ଦିନ ସେହି ଦେବତାଙ୍କ ଶକ୍ତି ଅଧିକ ପ୍ରଭାବଶାଳୀ ହୋଇଥାଏ। ଯଦି ଆମେ ସେହିଦିନ ସେହି ଭଗବାନଙ୍କ ସମ୍ବଦ୍ଧିୟ ନିୟମର ପାଳନ କରିବା ତାହେଲେ ଆମ ଜୀବନରେ ଏହାର ବିଶେଷ ପ୍ରଭାବ ପଡିଥାଏ ଏଥିପାଇଁ ଆମେ ଏହା ଜାଣିବା ଜରୁରୀ ଅଟେ। କେଉଁ ଦିନ କେଉଁ ଭଗବାନଙ୍କ ଉପାସନା କରିବା ଉଚିତ ଏବଂ କେଉଁ କାମ କରିବା ଉଚିତ ନୁହେଁ। ଆଜି ଆମେ ସପ୍ତାହର ପ୍ରଥମ ବାର ବା ସୋମବାର ଦିନ କେଉଁ ଭଗବାନଙ୍କ ପୂଜା କରିବା ଉଚିତ,କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଅନୁଚିତ,କେଉଁ ବ୍ରତ କରିବା ଉଚିତ, କଣ ଖାଇବା ଉଚିତ,ଯେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ, ଏହିସବୁ କଥା ବିଷୟରେ ଆମେ ଆପଣଙ୍କୁ ଜଣେଇବୁ। ଯେଉଁ ନିୟମର ପାଳନ କରି ସକାଳରୁ ରାତ୍ରି ପର୍ଯ୍ୟନ୍ତ ଆପଣଙ୍କର ଦିନଟିକୁ ଶୁଭମୟ କରିପାରିବେ। ତେବେ ଆସନ୍ତୁ ଜାଣିନେବା ସୋମବାର ଦିନ କଣ କରିବା ଉଚିତ ହୋଇଥାଏ

ପ୍ରଥମ କଥା। ସପ୍ତାହର ପ୍ରଥମ ଦିନ ମାନେ ସୋମବାର ଦିନ ଏହା ଭଗବାନ ଶିବଙ୍କ ଆରାଧନାର କରିବାର ଦିନ ବୋଲି ମାନ୍ୟତା ରହିଅଛି। ଏହା ବ୍ୟତୀତ ଏହି ଦିନର ଅଧିପତି ସୋମ ବା ଚନ୍ଦ୍ରବି ଅଟନ୍ତି। ଏଥିପାଇଁ ଏହିଦିନକୁ ସୋମବାର କୁହାଯାଏ। ସୋମବାର ଦିନ ଭଗବାନ ଶିବ ଏବଂ ଚନ୍ଦ୍ରମାଙ୍କର ଅରୋଧନା କରାଯାଇଥାଏ ଏବଂ ବ୍ରତ ରଖାଯାଇଥାଏ। ସୋମବାରକୁ ରଖାଯାଇଥିବା ବ୍ରତ ଶୀଘ୍ର ଫଳଦାୟୀ ହୋଇଥାଏ। ସେଥିପାଇଁ ଭଗବାନ ଶିବଙ୍କ ଭକ୍ତ ଏହି ଦିନ କୌଣସି ଇଛାର ପୂର୍ତ୍ତି ପାଇଁ ତଥା ସୁଖ ଶାନ୍ତି ପାଇଁ ସୋମବାର ବ୍ରତ ରଖିଥାନ୍ତି। ବୈବାହିକ ଜୀବନ ସୁଖମୟ କରିବା ପାଇଁ ତଥା ଭଲ ଜୀବନସାଥୀ ପାଇବା ପାଇଁ ଏହି କାମନା ସହିତ କୁଆଁରୀ ଝିଅମାନେ ଏହି ସୋମବାରର ବ୍ରତ ରଖିଥାଆନ୍ତି।

Google

ଜ୍ୟୋତିଷ ଶାସ୍ତ୍ରରେ ସୋମବାର ଦିନକୁ ବିଶେଷ ରୂପରେ ଭଗବାନ ଶିବ ଓ ଚନ୍ଦ୍ରମାଙ୍କ ଯୋଡି ଦେଖାଯାଇଥାଏ। ଏଥିପାଇଁ ଏହି ଦିନ ସବୁ କାମ କରିବା ଉଚିତ। ଯାହା ସବୁ ଭଗବାନ ଶିବଙ୍କୁ ପ୍ରିୟ ହୋଇଥାଏ। ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଗଙ୍ଗାଜଳ ଅର୍ପଣ କରିବା ଶୁଭ ହୋଇଥାଏ।ଭଗବାନ ଶିବଙ୍କ ପ୍ରିୟ ବେଲପତ୍ରକୁ ଚଢ଼େଇବା ଉଚିତ। ତା ସହିତ ଭଗବାନ ଶିବଙ୍କୁ ଚନ୍ଦନର ଲେପବି ଲଗେଇଲେ ଭଲ ହୋଇଥାଏ। ଏବଂ ଭଗବାନ ଶିବଙ୍କୁ ଗାଈ କ୍ଷୀର ଚଢ଼େଇବା ବହୁତ ଭଲ ମାନାଯାଇଥାଏ। ଏମିତି କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଏବଂ ଧନର ପ୍ରାପ୍ତି ହୋଇଥାଏ।

ଭଗବାନ ଶିବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏଥିପାଇଁ ସୋମବାର ଦିନ ଧଳା ଜିନିଷ ଯେମିତି କ୍ଷୀର, ଦହି, ଧଳା ଫୁଲକୁ ବିଶେଷ ରୂପରେ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ଏବଂ ଧଳା ଜିନିଷର ଭୋଗ ଲଗେଇ ଏହି ଦିନ ଆପଣ ବି ଧଳା ରଙ୍ଗର ଜିନିଷ ଖାଆନ୍ତୁ। ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ନିଶ୍ଚୟ ବର୍ଷା ହେବ। ଏହା ସହିତ ସୋମବାର ଦିନ ଧଳା ବସ୍ତ୍ର ପିନ୍ଧିବା ଅତ୍ୟନ୍ତ ଶୁଭ ମାନାଯାଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ସୋମବାର ଦିନ କୌଣସି କାମ ପାଇଁ ଘରରୁ ବାହାରକୁ ଯିବା ପୂର୍ବରୁ ଆଇନା ନିଶ୍ଚୟ ଦେଖନ୍ତୁ। ଆପଣଙ୍କର କାମ ବିନା କୌଣସି ବାଧାରେ ପୂର୍ଣ ହୋଇଯିବ। ଏହିସବୁ କାମ ଆପଣଙ୍କୁ ସୋମବାର ଦିନ କରିବା ଉଚିତ। କିନ୍ତୁ କିଛି କାମ ଏମିତି ବି ଅଛି ଯାହା ସୋମବାର ଦିନ ଭୁଲରେବି କରିବା ଉଚିତ ନୁହେଁ। ସୋମବାର ଦିନ ମାଂସ ଖାଇବା ଅନୁଚିତ ଅଟେ। ଏହି ଦିନ ଭଗବାନ ଶିବଙ୍କ ବ୍ରତ କରି ସାତ୍ଵିକ ଆହାର ଯେମିତି କ୍ଷୀର,ଦହି,ଫଳ ଖାଇବା ଉଚିତ।

Google

କଳା ରଙ୍ଗର ବସ୍ତ୍ର ସୋମବାର ଦିନ ବିଲକୁଲ ପିନ୍ଧନ୍ତୁ ନାହିଁ। ଏବଂ ଧ୍ୟାନ ରଖିଥିବେ ଏହି ଦିନ କଳା ବସ୍ତ୍ର ପିନ୍ଧି ଶିବ ମନ୍ଦିର ବିଲକୁଲ ଯାଆନ୍ତୁ ନାହିଁ। ଏହା ସହିତ ମହିଳା ମାନଙ୍କୁ ସୋମବାର ଦିନ ମୁଣ୍ଡ ଚୁଟି ଧୋଇବା ଉଚିତ ନୁହେଁ।

ସୋମବାର ଦିନ ଅନ୍ୟର ଅପମାନ କରନ୍ତୁ ନାହିଁ। ଗାଳି ଗୁଳଜ ପାଟିରେ କରନ୍ତୁ ନାହିଁ। ଭୁଲ ବ୍ୟବହାର, ଅ-ତ୍ୟାଚା-ର, ବି-ଶ୍ୱାସ-ଘା-ତକ,ଝ-ଗଡା ଏହିସବୁ କରିବା ଅନୁଚିତ ଅଟେ। ଭଗବାନ ଶିବଙ୍କ କୋପରୁ ବଞ୍ଚିବା ପାଇଁ ବିଶେଷ ରୂପରେ କୌଣସି ଅନୈତିକ କାମ କରନ୍ତୁ ନାହିଁ।

ଭଗବାନ ଶିବଙ୍କ ପୂଜା ସହିତ ନନ୍ଦି ମହାରାଜାଙ୍କ ପୂଜା କରିବା ଜରୁରୀ ଅଟେ। ସେଥିପାଇଁ ସୋମବାର ଦିନ ନନ୍ଦିମହାରାଜଙ୍କୁ ପୂଜା କରି ଚୁପଚାପ ତାଙ୍କର ଡାହାଣ କାନରେ ଆପଣଙ୍କର ମାନସ୍କାମନା ନିଶ୍ଚୟ କହିଦିଅନ୍ତୁ।ଦେଖିବେ ଆପଣଙ୍କର ଯାହାବି ମନସ୍କାମନା ଅଛି ତାହା ଜଲଦି ପୂରଣ ହୋଇଯିବ। ଭଗବାନ ଶିବ ପଶୁ ପ୍ରିୟ ଅଟନ୍ତି। ଏଥିପାଇଁ ସୋମବାର ଦିନ ଚାରି ଗୋଡ଼ ଥିବା କୌଣସିବି ପଶୁକୁ ଭୁଲ ବ୍ୟବହାର ତଥା ବାଡାନ୍ତୁ ନାହିଁ। ସେମାନଙ୍କୁ ଆଦର କରନ୍ତୁ। ଖାଇବାକୁ କିଛି ଦିଅନ୍ତୁ ଏବଂ ସେମାନଙ୍କୁ ନମସ୍କାର କରନ୍ତୁ।

Google

ନିତ୍ୟ ପୂଜା କରିବା ସମୟରେ ଧ୍ୟାନ ରଖିବେ ଭଗବାନ ଶିବଙ୍କୁ କେତକୀ ଫୁଲ, କୁମକୁମ, ତୁଳସୀ ପତ୍ର, ଖଣ୍ଡିତ ବେଲ ପତ୍ର ଓ ଭଙ୍ଗା ଚାଉଳ ଭୁଲରେବି ଦିଅନ୍ତୁନାହିଁ। ଏବଂ ଶଙ୍ଖରେ ଜଳ ଅର୍ପଣ କରନ୍ତୁ ନାହିଁ। ଯଦି ଆପଣ ଭଗବାନ ଶିବଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି କିମ୍ବା ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟକୁ ଦୂର କରିବାକୁ ଚାହୁଁଛନ୍ତି କିମ୍ବା ଆପଣଙ୍କୁ କୌଣସି ଜିନିଷର ଇଛା ଅଛି ତାହେଲେ ପ୍ରତ୍ୟକ ସୋମବାର ଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ। ସୋମବାର ଦିନ ଯଦି ଆପଣଙ୍କ ଘରକୁ ଗରିବ ଲୋକ ଆସିବେ, ସାଧୁ ଆସିବେ କିମ୍ବା ବ୍ରାହ୍ମଣ ଆସିଲେ ତାଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ। ତାଙ୍କୁ ଅନ୍ନ ଦାନ କରନ୍ତୁ, ଦକ୍ଷିଣା ଦିଅନ୍ତୁ ବା କାରଣ ଶିବଙ୍କ ବାରରେ ଦାନର ବଡ଼ ମହତ୍ତ୍ୱ ରହିଛି। ଯଦି ଆପଣ ଆର୍ଥିକ ଅସୁବିଧାରେ ଅଛନ୍ତି, ଘରେ ପଇସା ରହୁନାହିଁ। ତାହେଲେ ଆପଣ ସୋମବାର ଦିନ ଶିବ ମନ୍ଦିରକୁ ଯାଇ ସେଠାରେ ୧୧ ଟି ଦୁଦୁରା ଫୁଲ ଚଢେଇ ଭଗବାନ ଶିବଙ୍କୁ ପ୍ରାର୍ଥନା କରନ୍ତୁ। ଭଗବାନ ଶିବ ଆପଣଙ୍କର ମାନସ୍କାମନା ନିଶ୍ଚୟ ପୂରଣ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଭୋଲେନାଥ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *