Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ମାସ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ କେମିତି ରହିବ, ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ମିଥୁନ ରାଶି ଜାତକ ମହିଳା ପୁରୁଷମାନେ ଏହି ୨୦୨୧ ମସିହା ଏପ୍ରିଲ ମାସଟି କେମିତି କଟେଇବେ କଣ ରହିଛି ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। କଣ ପାଇବେ ଶୁଭାଶୁଭ ଫଳ। ଆସନ୍ତୁ ସେହି ବିଷୟରେ ଜାଣିବା। ମିଥୁନ ରାଶି ଜାତକ ମହିଳା ପୁରୁଷମାନେ ଏହି ଏପ୍ରିଲ ମାସରେ ଆତ୍ମୀୟ ସତ୍ତା, ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟା,ଗୃହ,ଜମି କିମ୍ବା ପାରିବାରିକ ସମସ୍ୟାର ସମାଧାନରରେ ସଫଳତାର ଅର୍ଜନ ତଥା ଆର୍ଥିକ କ୍ଷେତ୍ରରେ ବି ମଧ୍ୟ ଉନ୍ନତି ହେବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇଁ ହାତ ପାହାନ୍ତାରେ ଥିବା ସୁଯୋଗ ଆପେ ଆପେ ଆସି ପହଂଚି ଯିବ। ଦୂର ଯାତ୍ରରେ ସୁଯୋଗ ପାଇବେ। ପୁରାତନ ରୋଗର ପ୍ରକୋପ ହ୍ରାସ ପାଇବ। କର୍ମ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ,ସାମାଜିକ ପ୍ରତିଷ୍ଠା,ପ୍ରସିଦ୍ଧି,ମାନ ସମ୍ମାନ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରି ସୁଖ ସମୃଦ୍ଧି ବୃଦ୍ଧି ସହିତ ଆର୍ଥିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ। ବ୍ୟବସାୟ ପାଇଁ ଯୋଗାଯୋଗ କରିଥିବା କ୍ଷେତ୍ରରୁ ଡାକରା ପାଇ ଯାତ୍ରା କରିବାକୁ ପଡିପାରେ। ଅଧ୍ୟୟନ, ଅଧ୍ୟାପନା, ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତି ବଢିବା ସହ କଳା ସଙ୍ଗୀତରେ ମଧ୍ୟ ସୁନାମ ଅର୍ଜନ କରିବେ। ପ୍ରତିଯୋଗିତା କାର୍ଯ୍ୟରେ କୃତକାର୍ଯ୍ୟ ହେବେ। କର୍ମ କ୍ଷେତ୍ରରେ ଯୋଗାଯୋଗ କରୁଥିବା ସ୍ଥାନଙ୍କୁ ସ୍ଥାନାନ୍ତର ମଧ୍ୟ ହୋଇପାରନ୍ତି। ନୂତନ କର୍ମ ମଧ୍ୟ ପ୍ରାପ୍ତି ହୋଇପାରେ। ସମୟ ପ୍ରାୟତଃ ଅନୁକୂଳ ରହିବା ପରେ ଆଶାତୀତ ଲାଭ ପାଇବାର ରାସ୍ତା ପରିଷ୍କାର ହୋଇଯିବ। ପୂର୍ବରୁ ଲାଗିରହିଥିବା ଅଫିସରେ ଟେନସନ ଦୂର ହୋଇ ସୁସମ୍ବାଦ ପ୍ରାପ୍ତିହେବ। ସାମାଜିକ ସ୍ତରରେ ଖ୍ୟାତି ହେବ। ପ୍ରେମିକ ପ୍ରେମିକା ସୁଯୋଗ ପାଇବେ ବା ସମସ୍ତ ପ୍ରକାରର ଆଶା ଅଭିଳାଷ ମଧ୍ୟ ଗ୍ରହଣ କରିପାରିବେ। ଦାମ୍ଫତ୍ୟ ସୁଖରେ ଆଶାତୀତ ଲାଭ ମିଳିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ମା-ବାପା, ଗୁରୁ, ଗୁରୁଜନଙ୍କୁ ପ୍ରତ୍ୟକ ଦିନ ପାଦ ଛୁଇଁ ପ୍ରଣାମ କରନ୍ତୁ। ଦେଖିବେ ଏହି ଏପ୍ରିଲ ମାସଟି ବହୁତ ଭଲରେ ଭଲରେ କଟେଇଦେଇ ପାରିବେ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *