Excuse Me Odisha

ଯାହା କହିବୁ ସତ କହିବୁ

ଚାଣକ୍ୟ ନୀତି : ବ୍ୟକ୍ତିର ସ୍ଵଭାବ କିପରି ଜାଣିବେ, ଏହି ୪ଟି ଉପାୟକୁ ବ୍ୟବହାର କରନ୍ତୁ

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ନିଜ ସମୟରେ ବହୁତ ବଡ ଜ୍ଞାନୀ ଥିଲେ। ତାଙ୍କ ପାଖରେ ଗଜବ ପ୍ରକାର ତର୍କ ଶକ୍ତି ଥିଲା। ସେ ନିଜ ଜୀବନରେ ବହୁତ ଜ୍ଞାନ ହାସିଲ କରିଥିଲେ। ଏହି ଆଧାରରେ ସେ ଚାଣକ୍ୟ ନୀତି ଲେଖିଲେ। ଆଜିର ସମୟରେ ତାଙ୍କର ଏହି ନୀତି ବହୁତ କାମରେ ଆସେ। ଏଥିରୁ ଆମକୁ ଅନେକ ଲାଇଫ ମ୍ୟାନେଜମେଣ୍ଟ ଟିପ୍ସ ମିଳିଥାଏ।

ଆଜି ଆମେ ଆପଣଙ୍କୁ କୌଣସି ବ୍ୟକ୍ତିଙ୍କୁ ପରଖିବା ସମ୍ବନ୍ଧରେ ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ବିଷୟରେ କହିବୁ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତିକି ଯେମିତି ସୁନାକୁ ପରଖିବା ପାଇଁ ଘଷିବା, କାଟିବା ଓ ନିଆଁରେ ପିଟିବା ଦରକାର, ଠିକ ସେହିପରି କୌଣସି ବ୍ୟକ୍ତିଙ୍କ ସ୍ଵଭାବକୁ ଜାଣିବା ପାଇଁ ଏହି ୪ଟି ଜିନିଷ କରାଯାଇ ପାରିବ

ତ୍ୟାଗର ଭାବନା:-

କୌଣସି ବ୍ୟକ୍ତିଙ୍କୁ ପରଖିବା ତାଙ୍କର ତ୍ୟାଗର ଭାବନାରୁ କରାଯାଇଥାଏ। ଏହି କାରଣରୁ ଯେଉଁ ବ୍ୟକ୍ତିଙ୍କ ମନରେ ତ୍ୟାଗର ଭାବନା ବିଦ୍ୟମାନ ରହିଥାଏ ସେ ସର୍ବଦା ସଚ୍ଚୋଟ ହୋଇଥାଏ। ଏମିତି ଲୋକ ଅନ୍ୟକୁ ସହଯୋଗ କରନ୍ତି। ଏମାନେ ସତ ଓ ମିଛ ମଧ୍ୟରେ ସର୍ବଦା ସତକୁ ବାଛିଥାନ୍ତି। ଏହି ଗୁଣ ବହୁତ କମ ଲୋକଙ୍କ ନିକଟରେ ଦେଖିବାକୁ ମିଳିଥାଏ।

Google

ଶୀଳ(ନୈତିକ ବ୍ୟବହାର):-

କୌଣସି ବ୍ୟକ୍ତିଙ୍କର ବ୍ୟବହାର ତାଙ୍କ ବିଷୟରେ ବହୁତ କିଛି କହି ଦେଇଥାଏ। ଜଣେ ମଣିଷ ଭିତରୁ ଭଲ ଓ ନୈତିକ ବ୍ୟବହାର ହେବା ନିହାତି ଆବଶ୍ୟକ। ଶେଷରେ ଆମେ ଏକ ସାମାଜିକ ପ୍ରାଣୀ ଅଟୁ। ଆମର ଆଖପାଖରେ ଅନେକ ଲୋକ ବସବାସ କରନ୍ତି। ଏମାନଙ୍କ ସହିତ ଆମର ଲଗାତାର ସମ୍ପର୍କ ରହିଥାଏ। ସେଥିପାଇଁ ଆପଣ ଅନ୍ୟ ସହିତ କିପରି ବ୍ୟବହାର କରିବେ ସେଥିପ୍ରତି ବହୁତ ଯତ୍ନବାନ ହୋଇଥାନ୍ତି। ଏହି ବ୍ୟବହାର ଦ୍ଵାରା ଆପଣ ସାମ୍ନାଲୋକଙ୍କର ସ୍ଵଭାବକୁ ପରଖି ପାରିବେ।

ଗୁଣ:-

କୌଣସି ବ୍ୟକ୍ତିଙ୍କୁ ପରଖିବା ସବୁଠୁ ସଠିକ ଉପାୟ ହେଉଛିକି ଆପଣ ତାଙ୍କର ସମସ୍ତ ଗୁଣକୁ ଭଲ ଭାବରେ ଅବଲୋକନ କରନ୍ତୁ। ବ୍ୟକ୍ତିଙ୍କ ମଧ୍ୟରେ ଦେଖୁଥିବା ଅଧିକାଂଶ ଗୁଣ କିମ୍ବା ଅବଗୁଣ ଜନ୍ମରୁ ଜାତ ହୋଇଥାଏ। ଏହି ଗୁଣ ସହଜରେ କହିଦିଏକି ବ୍ୟକ୍ତିଙ୍କ ପ୍ରକୃତ ସ୍ଵଭାବ କିପରି ହେବ।

Google

କର୍ମ:-

କର୍ମର ଅର୍ଥ ହୋଇଥାଏକି ବ୍ୟକ୍ତି ନିଜର ଓ ପରିବାର ପେଟ ପାଳିବା ପାଇଁ କେମିତି କାମ କରିଥାଏ। ଏଠାରେ ବଡ କିମ୍ବା ଛୋଟ କାମ ବିଷୟରେ କଥାବାର୍ତ୍ତା ହେଉନାହିଁ। ବରଂ କାମ ସଚ୍ଚୋଟତା ଓ ପରିଶ୍ରମ ମାଧ୍ୟମରେ କରାଯାଉଛିକି ନାହିଁ ତାହା ଦେଖାଯାଉଛି। ଧୋକାରେ କାମ ସଚ୍ଚୋଟତା-ପରିଶ୍ରମ ଲୋକଙ୍କ କାର୍ଯ୍ୟର୍ରେ ଆକାଶ ମାଟି ଫରକ ଥାଏ। ଆପଣ ଏଥିରୁ ବ୍ୟକ୍ତିଙ୍କ ବିଷୟରେ କିଛି ଜାଣିପାରିବେ। ଏହା ସେମାନଙ୍କୁ ପରଖିବା ପାଇଁ ଉଚିତ ଉପାୟ ଅଟେ।

ଆଶା କରୁଛୁକି ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି କଥା ପସନ୍ଦ ଆସିଥିବ। ଦୟାକରି ଏହି ସୂଚନା ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ page କୁ ଲାଇକ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *