Excuse Me Odisha

ଯାହା କହିବୁ ସତ କହିବୁ

ବିଛା ରାଶିର ଏପ୍ରିଲ ମାସର ରାଶିଫଳ, ଜାଣନ୍ତୁ ଏପ୍ରିଲ ମାସ ବିଛା ରାଶିର ଲୋକଙ୍କ ପାଇଁ କଣ କେମିତି ରହିବ ।

ସେୟାର୍ କରନ୍ତୁ

ବନ୍ଧୁଗଣ ବିଛା ରାଶି ଜାତ ମହିଳା ପୁରୁଷମାନଙ୍କର ୨୦୨୧ ମସିହା ଏପ୍ରିଲ ମାସଟି କେମିତି କଟିବ,କଣ ରହିଛି ଗ୍ରହ ମାନଙ୍କର ଶୁଭାଶୁଭ ଫଳ। କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଆସନ୍ତୁ ସେହି ବିଷୟରେ ଜାଣିବା। ତେବେ ବିଛା ରାଶି ଜାତ ମହିଳା ପୁରୁଷମାନେ ଏ ମାସଟିରେ ଅବା ଏପ୍ରିଲ ମାସଟି ଆଶାତୀତ ଶୁଭ ଫଳ ପାଇପାରିବେ। ଯାହା ଫଳରେ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ସରକାରୀ ଚାକିରୀ କ୍ଷେତ୍ରରେ କର୍ମଚାରୀମାନେ ସୁନାମ ଅର୍ଜନ କରିପାରିବେ। ପଦନ୍ନତିର ମଧ୍ୟ ସୂଚନା ପାଇବେ। ଭାଇ ଭଉଣୀଙ୍କ ସହିତ ଉତ୍ତମ ସମ୍ପର୍କ ରହିବା ଫଳରେ ପାରିବାରିକ ଜୀବନରେ ଶାନ୍ତି ଅନୁଭବ କରିବା ସହ ବନ୍ଧୁବାଦ୍ଧବଙ୍କ ଠାରୁ ସମ୍ପୂର୍ଣ ସହଯୋଗ ପାଇବେ। ସାମାଜିକ କଲ୍ୟାଣ କାମରେ ପୂର୍ଣ ସହଯୋଗ କରିବେ। ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତକାରରେ ମଧ୍ୟ ଉର୍ତ୍ତିନ ହୋଇ ନୂତନ କର୍ମ ନିଯୁକ୍ତି ପାଇପାରନ୍ତି। ବ୍ୟବସାୟୀ ମାନେ ନୂତନ ବାଣିଜ୍ୟରୁ ପରିକଳ୍ପନା କରିବେ। ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ। ବ୍ୟବସାୟ ଶୁଭାରମ୍ଭ କରିବାର ମଧ୍ୟ ସୁଯୋଗ ପାଇପାରନ୍ତି। ବ୍ୟବସାୟୀ ମାନଙ୍କର ଲାଭ ଏ ମାସଟି ସାରା ଲାଗିରହିବ। ପୁରୁଣା ରୋଗରୁ ଉପଶମ ମିଳିବ। ସେହିପରି ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଆଶାତୀତ ଫଳ ପାଇବେ। ବା-ଦ ବି-ବା-ଦ,ମା-ଲି ମ-କର୍ଦ-ମା, କ୍ରୀଡା,ପ୍ରତିଦ୍ୱନ୍ଦିତାରେ ବା ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବିଦେଶ ଯାତ୍ରାରେ ବିଶେଷ ଲାଭ ପାଇବେ। ଧର୍ଯ୍ୟ ବା ସହନଶୀଳତା ଯୋଗେ ଯଶ ମିଳିବ। ଉପରିଷ୍ଠ ବ୍ୟକ୍ତିଙ୍କ ଠାରୁ ସମ୍ମାନ ପାଇବେ। ଶ-ତ୍ରୁମାନେ ପରାଜିତ ହେବେ। ଆୟ ବୃଦ୍ଧି ହେବ। ଆକସ୍ମିକ ଧନପ୍ରାପ୍ତି ମଧ୍ୟ ହୋଇପାରେ।ରାଜନୀତି କ୍ଷେତ୍ରରେ ଅନେକ ଶୁଭ କର୍ମର ସୁଯୋଗ ପାଇବା ସହ ପ୍ରତିଷ୍ଠା, ପ୍ରତିବଧି ବୃଦ୍ଧି ପାଇବ। ସମସ୍ତ କାର୍ଯ୍ୟ ମନ ମନକୁ ହେବା ସହ ଅନେକ ଦିନର ଅଭିଳାଷ ମଧ୍ୟ ପୂର୍ଣ କରିପାରିବେ। ପ୍ରେମିକ ପ୍ରେମିକା ମାନେ ଦୂରକୁ ଯାତ୍ରା କରିପାରନ୍ତି ବା ଭ୍ରମଣ କରିବା ଫଳରେ ଶାନ୍ତି ଅନୁଭବ କରିବେ। ଦାମ୍ଫତ୍ୟ ସୁଖ ମଧ୍ୟ ପ୍ରାପ୍ତି ହେବ। ପରିବାର ଶାନ୍ତି,ଶୃଙ୍ଖଳା ବଜାୟ ରହିବ। ଷଣ୍ଢକୁ ପ୍ରତ୍ୟକ ଦିନ କିଛି ଖାଇବାକୁ ଦିଅନ୍ତୁ। ଦେଖିବେ ମାସଟି ଭଲରେ ଭଲରେ କଟେଇଦେଇ ପାରିବେ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *