Excuse Me Odisha

ଯାହା କହିବୁ ସତ କହିବୁ

ଏମିତି ଏହି ଦିନ କରନ୍ତୁ ନାହିଁ ଲୁଗା ସଫା। ଘରକୁ ଆସିଥାଏ ଦରିଦ୍ରତା। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ପ୍ରତ୍ୟକ ମନୁଷ୍ୟ ସୁସ୍ଥ ରହିବା ପାଇଁ ନିଜ ଶରୀରକୁ ସଫା ରଖିବା ସହିତ ବ୍ୟବହାର କରୁଥିବା ଲୁଗାପଟା ଆଦି ସଫା ରଖିବା ଉଚିତ। ସେହିପରି ଜୀବନରେ ଏପରି କିଛି କାର୍ଯ୍ୟ ରହିଛି ଯାହାର ଶୁଭ ନଚେତ ଅଶୁଭ ଫଳ ମନୁଷ୍ୟର ଜୀବନ ଉପରେ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଲୁଗା ସଫା କରିବା ଠାରୁ ଆରମ୍ଭ କରି ତାହାକୁ ଶୁଖାଇବା ପର୍ଯ୍ୟନ୍ତ ତାହାର ଅନେକ ପ୍ରଭାବ ଆପଣଙ୍କ ଜୀବନକୁ ନଷ୍ଟ କରିପାରେ। ସୁଖ ଶାନ୍ତି ଭରା ଜୀବନକୁ କ୍ଷଣ ମାତ୍ରାକେ ବଦଳାଇ ଦେଇଥାଏ। ତେଣୁ କପଡା ସହିତ ମୁଖ୍ୟତଃ ସ୍ତ୍ରୀ ମାନେ କଦାପି ଏହି ଭୁଲ କରିବେ ନାହିଁ। ଯାହାର ଭୟଙ୍କର ପ୍ରଭାବ ଆପଣ କେବେବି ଭାବି ନଥିବେ। ଆଜି ଆମେ ଜାଣିବା କପଡା ସହିତ ଜ-ଡ଼ି-ତ କେତୋଟି ବାସ୍ତୁ ଜନିତ କଥା। ଯାହାକୁ ସଠିକ ଭାବରେ ଜୀବନରେ ପ୍ରୟୋଗ କରିବା ନିହାତି ଆବଶ୍ୟକ। ନଚେତ ଏହାର ବିପରୀତ ପ୍ରଭାବ ଆପଣଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ହୋଇପାରେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ତେବେ ଆସନ୍ତୁ ଜାଣିବା।

ବ୍ୟସ୍ତବହୁଳ ନିବନରେ ଦିନସାରା କାମ କରି ରାତି କିମ୍ବା ସନ୍ଧ୍ୟା ସମୟରେ ପ୍ରତ୍ୟକ ଘରର ସ୍ତ୍ରୀ କିମ୍ବା ପୁରୁଷମାନେ ନିଜ ଘରର କପଡା ସଫା କରିଥାନ୍ତି। କିନ୍ତୁ ଏପରି କରିବା ଅନୁଚିତ ହୋଇଥାଏ। ରାତ୍ର ଓ ସନ୍ଧ୍ୟା ସମୟ ଏହି ଦୁଇଟି ସମୟ ନକ-ରାତ୍ମ-କ ସମୟ ହୋଇଥାଏ। ଏହି ସମୟରେ କଦାପି ଲୁଗା ସଫା କରିବା ଅନୁଚିତ ହୋଇଥାଏ। ଯାହାକି ଶାସ୍ତ୍ରରେ ବର୍ଣିତ ଅଛି। ଏପରି କରିବା ଦ୍ୱାରା ଘରର ସ୍ୱାସ୍ଥ୍ୟ ଜନିତ ସମସ୍ୟା ବୃଦ୍ଧି ହେବା ସହିତ ଘରର ଉନ୍ନତିରେ ଅନେକ ବାଧା ଆସିଥାଏ।

Google

ସଫା କରିଥିବା ଲୁଗାକୁ ବାସ୍ତୁଶାସ୍ତ୍ର ଅନୁସାରେ ଘରର ଛାତ ଉପରେ ଶୁଖାଇବା ଅନୁଚିତ ହୋଇଥାଏ। ଏହା ଘରର ଆୟ ବା ଇନକମର ମାର୍ଗକୁ ବଦଳାଇ ଦେଇଥାଏ। ଏହା ସହିତ ଏପରି କରିବା ଦ୍ୱାରା ଘରର ବାସ୍ତୁ ଉପରେ ମଧ୍ୟ ନ-କରା-ତ୍ମକ ପ୍ରଭାବ ପଡିଥାଏ। ଯାହା ଦ୍ୱାରା ଘରର ବାସ୍ତୁ ବିଗିଡି ଯାଇଥାଏ। ଏହା ବ୍ୟତୀତ ଘରର ଅଗଣା କିମ୍ବା ଘର ଭିତରେ ଲୁଗା ଶୁଖେଇବା ଆପଣଙ୍କ ପାଇଁ ଶୁଭ ହୋଇଥାଏ।

ସପ୍ତାହର ବୃହସ୍ପତି ବାର ବା ଗୁରୁବାର ଦିନ ଲୁଗା ସଫା କରିବା ଶାସ୍ତ୍ରରେ ବର୍ଜିତ କରାଯାଇଛି। ଏହି ବୃହସ୍ପତି ବାର ମା ଲକ୍ଷ୍ମୀଙ୍କର ଦିନ। ଏହି ଦିନ ମାନଙ୍କରେ ଘରେ ଲୁଗା ସଫା କରିବା ଘର ମଧ୍ୟରେ ମା ଲକ୍ଷ୍ମୀଙ୍କର ବାସ ଛଡାଇ ଦେବା ସହିତ ସମାନ ହୋଇଥାଏ। ତେଣୁ ଏହି ଦିନରେ ଭୁଲରେ ମଧ୍ୟ ଲୁଗା ସଫା କରନ୍ତୁ ନାହିଁ।

ଆଧୁନିକ ଯୁଗରେ ଚିରା ଫୋଟା ବା ଷ୍ଟାଇଲସ ବସ୍ତ୍ର ଚାଲିଥିବା ବେଳେ ଏପରି ବସ୍ତ୍ର ପିନ୍ଧିବା ଅନୁଚିତ ହୋଇଥାଏ। ମୁଖ୍ୟତଃ ଘରର ସ୍ତ୍ରୀ କିମ୍ବା ଝିଅମାନେ ଏପରି ଚିରା ଫୋଟା ବସ୍ତ୍ର ଧାରଣ କରିବା ଅନୁଚିତ ହୋଇଥାଏ। ଏହା ଆପଣଙ୍କର ବାସ୍ତୁ ଜନିତ ସମସ୍ୟା ସୃଷ୍ଟି କରିବା ସହିତ ଆପଣଙ୍କର ଧନ ଜନିତ ସମସ୍ୟା ଅଭାବର କାରଣ ସାଜିଥାଏ।

Google

ବ୍ୟବହାର କରୁଥିବା ବସ୍ତ୍ର କଦାପି ନସଜାଡି ରଖନ୍ତୁ ନାହିଁ। ଏହା ଶୁଭ ହୋଇନଥାଏ। ଏପରି କରିବା ଦ୍ୱାରା ନକାରାତ୍ମକ ଶକ୍ତି ଘର ମଧ୍ୟକୁ ଆକର୍ଷିତ କରିଥାଏ। ତେଣୁ ସର୍ବଦା କପଡାକୁ ଭଲ ଭାବରେ ସଫା କରି ଭଲ ଭାବରେ ଭାଙ୍ଗିକି ରଖନ୍ତୁ। କାରଣ ପିନ୍ଧୁଥିବା ବସ୍ତ୍ରକୁ ଅସଜଡ଼ା ରଖିବା ଅନୁଚିତ ହୋଇଥାଏ।

ତେଣୁ ବନ୍ଧୁଗଣ ଆପଣ ଲୁଗା ସଫା କରିବା ସମୟରେ ଏହିସବୁ ନିୟମକୁ ମାନି ଚଳିଲେ ଆପଣଙ୍କର ବାସ୍ତୁ ଜନିତ କୌଣସି ସମସ୍ୟା କେବେ ହେଲେ ହୋଇନଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *