Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ରାତିରେ କରନ୍ତୁ ଏହି ଛୋଟ ଚମତ୍କାରି ଉପାୟ ଭାଗ୍ୟ ବଦଳିଯିବ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ହୋଲିର ଉତ୍ସବ ବହୁ ବଡ଼ ମଜା ମସ୍ତିର ଦିନ ଅଟେ। ହୋଲି ଓ ଦୀପାବଳୀ ଏହା ଆମ ଜୀବନରେ ବହୁତ ମହତ୍ତ୍ୱ ରହିଛି। ଏହି ଉତ୍ସବର ଧର୍ମିକ ମହତ୍ତ୍ୱ ରହିଥାଏ। ସାମାଜିକ ମହତ୍ତ୍ୱ ରହିଥାଏ। ଏହି ଉତ୍ସବ ଆମ ଜୀବନରେ ଅନେକ ଖୁସି ନେଇଆସିଥାଏ। ଯେଉଁ ଲୋକେ ଜ୍ୟୋତିଷ ଓ ତାନ୍ତ୍ରିକ ଉପରେ ବିଶ୍ୱାସ ରଖିଥାନ୍ତି ସେମାନଙ୍କ ପାଇଁ ହୋଲି ଏକ ବିଶେଷ ଦିନ ଅଟେ। କାରଣ ପ୍ରାଚୀନ ମାନ୍ୟତା ଅନୁସାରେ ହୋଲି ଦିନ କରାଯାଇଥିବା ଉପାୟ ଶୀଘ୍ର ଓ ଜଲଦି ଫଳ ପ୍ରାପ୍ତି ହୋଇଥାଏ। ହଁ ବନ୍ଧୁଗଣ ହୋଲି ଦିନ କରାଯାଇଥିବା ଉପାୟକୁ ଶ୍ରଦ୍ଧା ମନରେ,ନିଷ୍ଠା ମନରେ କରାଯାଇଥିଲେ ଏହା ନିଶ୍ଚୟ ପ୍ରଭାବ ଦେଖାଇଥାଏ। ପ୍ରାଚୀନ କାଳରୁ ଲୋକେ ଏହି ଉପାୟକୁ କରୁଥିଲେ। ହଜାର ହଜାର ଲୋକ ଏହି ଉପାୟକୁ କରିବା ପରେ ଶେଷରେ ଏହା ଜାଣିବାକୁ ମିଳିଥିଲା ଆଜିର ଆଧୁନିକ ଓ ବୈଜ୍ଞାନୀକ ଯୁଗରେ ମଧ୍ୟ ଏହି ଉପାୟ କାମ କରୁଛି। ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ କିଛି ଖାସ ପ୍ରାଚୀନ ଉପାୟ ବିଷୟରେ କହିବାକୁ ଯାଉଛୁ। ଏହି ଉପାୟ ଆପଣଙ୍କ ଜୀବନର ଦୁଃଖ କଷ୍ଟ ଜୀବନକୁ ପରିବର୍ତ୍ତନ କରି ସୁଖ ସମୃଦ୍ଧିରେ ଭରି ଦେବ।

ବନ୍ଧୁଗଣ ହୋଲିର ଦହନ ଏକ ପବିତ୍ର ଧାର୍ମିକ ଉତ୍ସବ ଅଟେ।  ସେଥିପାଇଁ ହୋଲିର ଦହନରେ ପରିବାରର ସମସ୍ତ ସଦସ୍ୟ ମିଳିମିଶି ପାଳନ କରିବା ଉଚିତ। ଯଦି ଘରର କୌଣସି ସଦସ୍ୟ ବୀମାର ଅଟନ୍ତି ତେବେ ତାଙ୍କୁ ହୋଲିର ଓହଳିକୁ ଘରକୁ ଆଣି ଦର୍ଶନ କରେଇବା ଉଚିତ। ହୋଲି ଦହନ ବେଳେ ଅଗ୍ନିର ୩ କିମ୍ବା ୭ ଫେରା ପରିକ୍ରମା କରିବା ଉଚିତ।ତା ସହିତ ଅଳ୍ପ ଅଗ୍ନିକୁ ଘରକୁ ଆଣି ଘର ଭିତରେ ବୁଲେଇବା ଉଚିତ। ସେଥିରେ ଆପଣ କର୍ପୁର କିମ୍ବା ଝୁଣା ବି ପକାଇ ପାରିବେ। ଏମିତି କରିବା ଦ୍ୱାରା ସାକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ଏବଂ ନକରାତ୍ମକ ଶକ୍ତି ଦୂର ହୋଇଯାଏ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ହୋଲି ଦିନ କେଉଁ କେଉଁ ପ୍ରାଚୀନ ଉପାୟ କରିବା ଉଚିତ।

ସର୍ବ ପ୍ରଥମେ ଲବଙ୍ଗର ଉପରେ ଉପାୟ କରିପାରିବେ। ଏହା ବହୁତ ଚମତ୍କାରୀ ଉପାୟ ଅଟେ। ସାଧାରଣତଃ ହୋଲିର ଦହନ ସନ୍ଧ୍ୟା ସମୟରେ ହୋଇଥାଏ। ସେଥିପାଇଁ ହୋଲି ଦିନ ସକାଳ ସମୟରେ ଆପଣ ଏହି କାମ କରିବା ଉଚିତ। ଏହି ଦିନ ଆପଣ ୨ଟି ଲବଙ୍ଗ ନେବେ। ଲବଙ୍ଗ ୨ଟି ଯେମିତି ଭାଙ୍ଗି ନଥିବ ଓ ଗୋଟା ଲବଙ୍ଗକୁ ନେବେ। ଏହି ଲବଙ୍ଗକୁ ଗାଈର ଶୁଦ୍ଧ ଘିଅରେ ବୁଡ଼େଇ ରଖି ଦିଅନ୍ତୁ। ସନ୍ଧ୍ୟା ହୋଲି ଦହନ ସମୟରେ ଆପଣଙ୍କୁ ଏହି ଲବଙ୍ଗକୁ ହୋଲି ଦହନ ସ୍ଥାନକୁ ନେଇଯାଆନ୍ତୁ। ତା ସହିତ ଗୋଟେ ପାନ ପତ୍ରବି ନିଅନ୍ତୁ। ଲବଙ୍ଗ ଓ ପାନ ପତ୍ରକୁ ହୋଲି ଦହନରେ ଅର୍ପିତ କରିଦିଅନ୍ତୁ। ଏହା ପରେ ଆପଣଙ୍କୁ ହୋଲିର ଦହନର ୩ ଥର ପରିକ୍ରମା କରି ଗୋଟିଏ ଶୁଖିଲା ନଡ଼ିଆକୁ ଅଗ୍ନିରେ ଆହୁତି ହିସାବରେ ପକେଇ ଦିଅନ୍ତୁ। ଏହା ପରେ ଆପଣଙ୍କୁ ଭଗବାନ ଶ୍ରୀହରିଙ୍କୁ ମନରେ ପ୍ରାର୍ଥନା ଯାହାବି ମନ କାମନା ଅଛି ତାକୁ କହିଦିଅନ୍ତୁ। ମାନାଯାଏ କି ଏହିପରି କରାଯାଇଥିବା ଉପାୟ ଦ୍ୱାରା ମନୁଷ୍ୟର ମନ କାମନା ପୂର୍ଣ ହୋଇଥାଏ।

Google

ବନ୍ଧୁଗଣ ଏହା ସହିତ ହୋଲିର ଦହନରେ ଆପଣ ଆଉ ଗୋଟେ ଉପାୟ ବି କରିପାରିବେ। ଏଥିପାଇଁ ଆପଣଙ୍କୁ ହୋଲିଦିନ ସକାଳୁ ଗୋଟିଏ ପାନ ପତ୍ର, ଗୋଟିଏ ଗୁଆ ଏବଂ ଗୋଟିଏ ହଳଦୀର ଆବଶ୍ୟକତା ପଡିବ। ପାନ ପତ୍ର ଉପରେ ଗୁଆ ଏବଂ ଗୋଟା ହଳଦୀକୁ ରଖି ପାଖରେ ଥିବା ଶିବ ମନ୍ଦିକୁ ଆପଣଙ୍କୁ ଯିବା ପାଇଁ ପଡିବ। ଏବଂ ଏହାକୁ ଭଗବାନ ଶିବଲିଙ୍ଗରେ ଚଢେଇ ଏହା ପରେ ଭଗବାନ ଶିବଙ୍କ ଠାରେ ଆପଣଙ୍କର ମନ କାମନା କହିବେ। ଏହି ଉପାୟଟି ଗୋଟେ ଚମତ୍କାରୀ ଉପାୟ ଅଟେ। ଖାସ କରି ଯେଉଁମାନଙ୍କର ବିବାହରେ ବାଧା ଆସୁଛି ବିବାହ ପାଇଁ ବୟସ ଗଡି ଗାଡି ଚାଲିଯାଉଛି କିନ୍ତୁ ବିବାହ ହୋଇ ପାରୁନାହିଁ ସେମାନଙ୍କୁ ଏହି ଉପାୟ ନିଶ୍ଚୟ କରିବା ଉଚିତ। ଶିବ ଲିଙ୍ଗ ଉପରେ ପାନପତ୍ର,ଗୁଆ ଏବଂ ଗୋଟା ହଳଦୀକୁ ଚଢ଼େଇବା ପରେ ଭଗବାନ ଶିବଙ୍କ ପାଖରେ ଯୋଗ୍ୟ ଜୀବନ ସାଥୀପାଇଁ ପ୍ରାର୍ଥନା କରନ୍ତୁ। ଆପଣ ମନ କାମନା କହିପାରିବେ। ତା ପରେ ଆପଣ ଭଗବାନ ଶିବଙ୍କୁ ପ୍ରଣାମ କରି ପଛକୁ ନଦେଖି ଘରକୁ ଆସିଯିବେ। ଏହା ଏକ ଚମତ୍କାରୀ ଉପାୟ ଅଟେ। ହୋଲିଦିନ ଆପଣଙ୍କୁ ଏହି ଉପାୟ କରିବା ଉଚିତ।

ଏହା ସହିତ ଆପଣ ହୋଲିଦିନ ଆଉ ଗୋଟିଏ ଉପାୟବି କରିପାରିବେ। ହୋଲି ରାତିରେ ଠିକ ୧୨ଟା ସମୟରେ ଆପଣଙ୍କୁ ଏମିତି ଏକ ମନ୍ଦିରକୁ ଯିବାକୁ ପଡ଼ିବ ଯେଉଁଠି ଅଶ୍ୱତ୍ଥ ଗଛ ଲାଗିଥିବ। ଅଶ୍ୱତ୍ଥ ଗଛ ତଳେ ମାଟି ଦୀପରେ ଘିଅର ଦୀପ ଜଳେଇବାକୁ ପଡିବ। ଏହା ସହିତ ଧଳା ରାଶି ଆପଣଙ୍କୁ ନେବାକୁ ପଡିବ। ଦୀପ ଜଳେଇବା ପରେ ଅସ୍ତ ଗଛ ଚାରିପାଖରେ ସାତଥର ପରିକ୍ରମା କରିବାକୁ ପଡିବ। ପରିକ୍ରମା କରିବା ସମୟରେ ସେହି ଧଳା ରାଶିକୁ ଅସ୍ତ ଗଛର ମୂଳରେ ଅଳ୍ପ ଅଳ୍ପ କରି ପକେଇବାକୁ ପଡିବ। ଏହା ପରେ ଆପଣଙ୍କୁ ଅଶ୍ୱତ୍ଥ ଗଛ ପାଖରେ ମନକାମନା କହିଦେବେ। ଏବଂ ଅସ୍ତଗଛକୁ ପ୍ରଣାମ କରି ପଛକୁ ନଦେଖି ଘରକୁ ଫେରି ଆସିବେ। ଧ୍ୟାନ ରଖିଥିବେ ଅଶ୍ୱତ୍ଥ ଗଛକୁ ଛୁଇଁବେ ନାହିଁ ଏହା ଏକ କଠିନ ଉପାୟ ଅଟେ। ସେଥିପାଇଁ ଯଦି ଆପଣ ପାରିପାରିବେ ତାହେଲେ ଏହାକୁ କରନ୍ତୁ ଅଥବା କରନ୍ତୁ ନାହିଁ। କାରଣ ଏହି ଉପାୟ ରାତି ୧୨ଟାରେ କରାଯିବ।

Google

ହୋଲି ସହିତ ଜଡିତ ଆଉ ଏକ ଉପାୟ ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ବହୁତ ଉପଯୋଗୀ ଅଟେ। ଏହା ଏକ ପ୍ରାଚୀନ ଉପାୟ ଅଟେ। ଏବଂ ବହୁତ ପ୍ରଭାବଶାଳୀ ଉପାୟ ମଧ୍ୟ ଅଟେ। ହୋଲିଦିନ ଯେଉଁଦିନ ହୋଲି ଖେଳା ଯାଇଥାଏ ସେହିଦିନ ଆପଣଙ୍କୁ ଏହି ଉପାୟ କରିବାକୁ ହେବ। ସେହିଦିନ ଆପଣଙ୍କୁ ସ୍ନାନ କରିବା ପରେ ନାଲି ରଙ୍ଗର ଫଗୁ ଆପଣଙ୍କୁ ନେବାକୁ ପଡିବ। ଏବଂ ସର୍ବ ପ୍ରଥମେ ଆପଣ ଘରର ମନ୍ଦିରରେ ସେହି ଦେବତାଙ୍କ ମୂର୍ତି କିମ୍ବା ଫୋଟ ଉପରେ ଅଳ୍ପ ଫଗୁ ଲଗାନ୍ତୁ। ହୋଲିର ପରବର୍ତୀ ଦିନ ଭଗବାନଙ୍କ ସହ ଖେଳା ଯାଇଥିବା ଏହି ନାଲି ରଙ୍ଗର ଫଗୁକୁ ନୂଆ ନାଲି ରଙ୍ଗର କପଡ଼ାରେ ଆପଣ ରଖିଦିଅନ୍ତୁ। ସେଥିରେ ରୁପାର କଏନ ଗୋଟିଏ ରଖିଦିଅନ୍ତୁ। ତାପରେ ଏହି ନାଲି କପଡାକୁ ବାନ୍ଧି ଆପଣଙ୍କର ଘରେ ଥିବା ଧନର ସିନ୍ଦୁକ ଭିତରେ ଏହାକୁ ରଖିଦିଅନ୍ତୁ। ଏଥି ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବାକୁ ଲାଗିବ। ଘରେ ଧନର ବର୍ଷା ହେବାକୁ ଲାଗିଥାଏ। ଧନ ପ୍ରାପ୍ତିର ରାସ୍ତା ଖୋଲିଯାଇଥାଏ। ଏହା ଏକ ଚମତ୍କାରୀ ଉପାୟ ଅଟେ।

Google

ବନ୍ଧୁଗଣ ହୋଲି ପ୍ରେମ ଏବଂ ଖୁସିର ଉତ୍ସବ ମାନାଯାଇଥାଏ।ଏଥିପାଇଁ ଏହି ଦିନ ଚେଷ୍ଟା କରନ୍ତୁ ଅନ୍ୟ କାହାକୁ ଗାଳି ଗୁଲଜ ନକରିବା ପାଇଁ। ଅନ୍ୟ ଉପରେ ରାଗନ୍ତୁ ନାହିଁ। ମହିଳା ମାନଙ୍କୁ ଅପମାନ କିମ୍ବା ଗାଳି କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *