Excuse Me Odisha

ଯାହା କହିବୁ ସତ କହିବୁ

ଜିଓ ୟୁଜର୍ସଙ୍କ ବଲ୍ଲେ-ବଲ୍ଲେ, ବର୍ତ୍ତମାନ ଗ୍ରାହକ ଧାସୁ ପ୍ଳାନ ସହିତ ଉଠାଇ ପାରିବେ ଏହି ବଡ ସୁବିଧାର ଲାଭ, ଜାଣନ୍ତୁ କଣ ହେଉଛି ଖାସ

ସେୟାର୍ କରନ୍ତୁ

ବଡ ଟେଲିକମ କମ୍ପାନୀ ମଧ୍ୟରେ ରିଲାଏନ୍ସ ଜିଓ ବର୍ତ୍ତମାନ ସମୟରେ ନିଜର ଗ୍ରାହକଙ୍କୁ ଖୁସି କରିବା ପାଇଁ ଅନେକ ପ୍ରକାର ଧାସୁ ପ୍ଳାନ ନେଇ ଆସୁଅଛି। କିନ୍ତୁ ବର୍ତ୍ତମାନ ଜିଓ ବହୁତ ଶୀଘ୍ର ଧମାକା କରିବାକୁ ଯାଉଛି। ଜିଓର ୫ଜି ସ୍ମାର୍ଟଫୋନ ଓ ଲାପଟପ ବହୁତ ଶୀଘ୍ର ମାର୍କେଟକୁ ଆସିବାକୁ ଯାଉଛି। ଏକ ଲିକ ହୋଇଥିବା ରିପୋର୍ଟ ମୁତାବିକ ୨୦୨୧ର ଏନୁଆଲ ଜେନରାଲ ମିଟିଂ ରିଲାଏନ୍ସ ଜିଓ ନିଜର ପ୍ରଥମ ୫ଜି ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ଜିଓ ୫ଜି ସ୍ମାର୍ଟଫୋନ ସହିତ ଭାରତୀୟ ମାର୍କେଟରେ ନିଜର ବିକ୍ରିକୁ ବଢାଇପାରେ। କେବଳ ଏତିକି ନୁହେଁ କମ୍ପାନୀ ଶସ୍ତା ମୂଲ୍ୟରେ ୫ଜି ମୋବାଇଲ ସହ ଲାପଟପ ମଧ୍ୟ ଲଞ୍ଚ କରିପାରେ। ଏକ ରିପୋର୍ଟ ମୁତାବିକ ଜିଓର ଏହା ପ୍ରଥମ ୫ଜି ସ୍ମାର୍ଟଫୋନ ଏଣ୍ଡ୍ରୋଏଡ ଓ ଏଣ୍ଡ୍ରୋଏଡ ଗୋ ଉପରେ ଆଧାରିତ ଜିଓଓଏସ ଉପରେ କାମ କରିବ।

ଜିଓବୁକର ସମ୍ଭାବିତ ଫିଚର୍ସ:-

ସାମ୍ନାକୁ ଆସୁଥିବା ରିପୋର୍ଟ ମୁତାବିକ ଏହି ଲାପଟପ ଏଣ୍ଡ୍ରୋଏଡ ଓଏସ-ଜିଓଓଏସ ଉପରେ କାମ କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲାପଟପର ମୂଲ୍ୟକୁ ନେଇ କୌଣସି ସୂଚନା ମିଳିନାହିଁ। ଯଦି ଫିଚର୍ସ ବିଷୟରେ କହିବା ତେବେ ଜିଓବୁକକୁ ୪ଜି ଏଲଟିଇ କନେକ୍ଟିଭୀଟି ସହିତ ଲଞ୍ଚ କରାଯାଇପାରିବ। ଗତ ଦିନ ମାନଙ୍କରେ ଆସିଥିବା ରିପୋର୍ଟ ମୁତାବିକ, କମ୍ପାନୀ ୨୦୧୮ରେ ଏହି ଲାପଟପ ଉପରେ କାମ କରୁଛନ୍ତି। ଯାହାପରେ ଜିଓ କମ୍ପାନୀ ବହୁତ ଶୀଘ୍ର ଏହି ଜିଓବୁକ ଲାପଟପକୁ ନେଇ ଆସିପାରେ। ଲାପଟପରେ ଜିଓମିଟର, ଜିଓପେଜେସ ପରି ଏପ ଅଛି। ଏଥିରେ ୪ଜୀବି ପର୍ଯ୍ୟନ୍ତ ଏଲପିଡିଡିଆର୪ଏକ୍ସ ରାମ ଓ ୬୪ଜୀବି ପର୍ଯ୍ୟନ୍ତ ଇଏମଏମସି ଷ୍ଟୋରେଜର ସୁବିଧା ଅଛି।

Google

ଏହି ଲାପଟପକୁ କେବେ ସୁଦ୍ଧା ବଜାରକୁ ଅଣାଯିବ ସେ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। ରିପୋର୍ଟ୍ସ ମୁତାବିକ, ବର୍ତ୍ତମାନ ଜିଓର ପ୍ରୋଟୋଟାଇପ କ୍ଵାଲକମ ସ୍ନାପଡ୍ରାଗନ ୬୬୫, ୧୧ ଚିପସେଟକୁ ବ୍ୟବହାର କରାଯାଇଛି। ଏହା ବ୍ଯତୀତ ସେଲ୍ଯୁଲାର କନେକ୍ଟିଭିଟି ଦେବା ପାଇଁ ଏଥିରେ ବିଲ୍ଟ-ଇନ ୪ଜି ଏଲଟିଇ ମୋଡମ-ସ୍ନାପଡ୍ରାଗନ ଏକ୍ସ ୧୨ର ପ୍ରୟୋଗ କରାଯାଇଛି। ଜିଓବୁକରେ ଯେଉଁ ଡିସପ୍ଲେ ବ୍ୟବହାର କରାଯାଇଛି, ତାର ପିକ୍ସେଲ ରିଜୋଲ୍ୟୁସନ ୧୩୬୬x ୭୬୮ ହୋଇପାରେ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *