Excuse Me Odisha

ଯାହା କହିବୁ ସତ କହିବୁ

ଜାଣନ୍ତୁ ଭୋଜନ କରିବା ବେଳେ କଣ କରିବା ଉଚିତ ଆଉ କଣ କରିବା ଉଚିତ ନୁହେଁ, ନିଶ୍ଚିତ ପଢନ୍ତୁ

ସେୟାର୍ କରନ୍ତୁ

ମହାଭାରତ ଗ୍ରନ୍ଥରେ ମନୁଷ୍ୟକୁ ଭୋଜନ କରିବା ସମୟରେ କିଛି ଜରୁରୀ ଗୁଣ ବିଷୟରେ କୁହାଯାଇଛି। ଯଦି କୌଣସି ମନୁଷ୍ୟ ଏହି ନିୟମକୁ ମାନି ଭୋଜନ କରିବ ତେବେ ସେ ସୁଖ, ସମୃଦ୍ଧି ଓ ବୈଭବ ପ୍ରାପ୍ତି କରିବ। ଶାସ୍ତ୍ରରେ କୁହାଯାଇଥିବା ଏହି ନିୟମ ବୈଜ୍ଞାନିକ ଦୃଷ୍ଟିରେ ମଧ୍ୟ ପରିପୂର୍ଣ୍ଣ। ଏହି ପ୍ରକାର ଭୋଜନ କରିବା ଦ୍ଵାରା ମନୁଷ୍ୟ ସବୁ ଦେବୀ ଦେବତାଙ୍କର ଆଶୀର୍ବାଦ ପାଇଥାଏ। ଆପଣମାନେ ମଧ୍ୟ ଭୋଜନ କରୁଥିବା ସମୟରେ ଏହି ନିୟମକୁ ପାଳନ କରନ୍ତୁ। ଆସନ୍ତୁ ଜାଣିବା ଏହି ନିୟମଗୁଡିକ କଣ।

ପ୍ରଥମ କଥା:-

ଭୋଜନ କରିବା ପୂର୍ବରୁ ପାଦ, ହାତ ଓ ମୁହକୁ ଭଲ ଭାବରେ ଧୋଇ ଭୋଜନ କରିବା ଉଚିତ। ଭୋଜନ ଆରମ୍ଭ କରିବା ପୂର୍ବରୁ ଅନ୍ନପୂର୍ଣା ମାତାଙ୍କୁ ପ୍ରାଥର୍ନା କରି ଧନ୍ୟବାଦ ଜଣାଇ ଓ ଅନ୍ୟ ସମସ୍ତ ଭୋକିଲା ପ୍ରାଣୀଙ୍କୁ ଖାଦ୍ୟ ମିଳୁବୋଲି ଈଶ୍ଵରଙ୍କୁ ପ୍ରାଥର୍ନା କରି ଭୋଜନ ଆରମ୍ଭ କରନ୍ତୁ। ଭୋଜନ ପ୍ରସ୍ତୁତ କରୁଥିବା ମହିଳାଙ୍କୁ ସ୍ନାନ କରି ଶୁଦ୍ଧ ମନରେ ରୋଷେଇ ଘରେ ରୋଷେଇ କରିବା ଉଚିତ। ସର୍ବପ୍ରଥମେ ତିନୋଟି ରୁଟି ଗୋଟିଏ ଗାଈ, ଗୋଟିଏ କୁକୁର ଓ ଗୋଟିଏ କାଉ ଅଲଗା କରିସାରି ଅଗ୍ନି ଦେବତାଙ୍କୁ ଦେଇସାରି ଭୋଜନ କରନ୍ତୁ। ଚେଷ୍ଟା କରନ୍ତୁ ଭୋଜନ କରୁଥିବା ସମୟରେ ରୋଷେଇ ଘର ସମସ୍ତଙ୍କ ସହ ବସି କରନ୍ତୁ। ନିୟମ ଅନୁସାରେ ଅଲଗା ଅଲଗା କରିବା ଦ୍ଵାରା ପରିବାର ଲୋକଙ୍କ ମଧ୍ୟରେ ପ୍ରେମ ଓ ଏକତା ରହେନାହିଁ।

Google

ଦ୍ଵିତୀୟ କଥା:-

ଭୋଜନ ସମୟ ସକାଳ ଓ ସନ୍ଧ୍ଯା ସମୟ ଅଟେ। କାରଣ ପାଚନ କ୍ରିୟାର ଜଟିଳ ଅଗ୍ନି ସୁର୍ଯୋଦୟର ୨ଘଣ୍ଟା ପରେ ଓ ସୂର୍ଯ୍ୟାସ୍ତର ଅଧ ଘଣ୍ଟା ଆଗରୁ ରହିଥାଏ। ଯେଉଁ ବ୍ୟକ୍ତି ଗୋଟିଏଥରେ ଭୋଜନ କରେ ସେ ଯୋଗୀ ଓ ସେ ବ୍ୟକ୍ତି ଦୁଇଥର ଭୋଜନ କରେ ସେ ଭୋଗୀ ବୋଲି କୁହାଯାଏ।

ତୃତୀୟ କଥା:-

ଭୋଜନ କରିବା ସମୟରେ ପୂର୍ବ ଓ ଉତ୍ତର ଦିଗକୁ ବସି ଭୋଜନ କରିବା ଉଚିତ। ଦକ୍ଷିଣ ଦିଗକୁ ବସି ଭୋଜନ କରିବା ଦ୍ଵାରା ଏହା ପ୍ରେତକୁ ପ୍ରାପ୍ତ ହୋଇଥାଏ। ପଶ୍ଚିମ ଦିଗରେ କରାଯାଇଥିବା ଭୋଜନ ରୋଗ ସୃଷ୍ଟି କରେ

ଚତୁର୍ଥ କଥା:-

ଭୋଜନ କରୁଥିବା ସମୟରେ ଖଟ ଉପରେ ବସି, କିମ୍ବା ଭାଙ୍ଗି ଯାଇଥିବା ବସନରେ କରିବା ଅନୁଚିତ। କଳହ ସ୍ଥାନରେ ମଧ୍ୟ ଭୋଜନ କରିବା ଅନୁଚିତ ମନାଯାଏ। ବରଗଛ ଓ ଅଶ୍ୱତ୍ଥ ଗଛ ତଳେ ବସି ଭୋଜନ କରିବା ଅନୁଚିତ। ଭୋଜନର କେବେ ନିନ୍ଦା କରନ୍ତୁ ନାହିଁ। ଠିଆ ହୋଇ ଭୋଜନ କରିବା ଅନୁଚିତ ଓ ଜୋତା ପିନ୍ଧି ଭୋଜନ କରିବା ଅନୁଚିତ।

ପଞ୍ଚମ କଥା:-

ଅତ୍ୟଧିକ ରାଗ କିମ୍ବା ଅତ୍ୟଧିକ ମିଠା ଭୋଜନ କରିବା ଅନୁଚିତ। କାହାଦ୍ବାରା ଛଡାଯାଇଥିବା ଭୋଜନ ମଧ୍ୟ କରିବା ଅନୁଚିତ। ଅଧା ଖାଇଥିବା ଫଳ ଓ ମିଠା ଖାଇବା ଉଚିତ ନୁହେଁ। ଖାଦ୍ୟ ଛାଡିକି ଆସିବା ପରେ ପୁଣିଥରେ ଖାଦ୍ଯ ଖାଇବାକୁ ବସନ୍ତୁ ନାହିଁ। ଯେକୌଣସି ଲୋକ ପାର୍ଟି କରି ଖାଇବାକୁ ଦେଉଥିଲେ ସେଠାକୁ ଯାଇ ଭୋଜନ କରନ୍ତୁ ନାହିଁ। ପଶୁ ଛୁଇଁଥିବା ଭୋଜନକୁ କେବେବି କରନ୍ତୁ ନାହିଁ। ଶ୍ରାଦ୍ଧ ଘରେ ବଳକା ରହିଥିବା ଖାଦ୍ଯ ଖାଇବା ଅନୁଚିତ। ଚୁଟି ପଡିଥିଲେ ଭୋଜନ ଆଦୌ କରନ୍ତୁ ନାହିଁ।

Google

ଷଷ୍ଠ କଥା:-

ଭୋଜନ କରିବା ସମୟରେ ମୌନ ରୁହନ୍ତୁ। ରାତ୍ରି ସମୟରେ ପେଟ ଭରା ଖାନ୍ତୁ ନାହିଁ। ଭୋଜନ କରିବା ସମୟରେ ସକାରାତ୍ମକ କଥା ହୁଅନ୍ତୁ। ଭୋଜନ କରିବା ସମୟରେ କୌଣସି ସମସ୍ଯା ବିଷୟରେ ଚର୍ଚ୍ଚା କରନ୍ତୁ ନାହିଁ। ଭୋଜନକୁ ଚୋବେଇ ଖାନ୍ତୁ। କମ ଭୋଜନ କରୁଥିବା ବ୍ୟକ୍ତିଙ୍କୁ ସୁଖ, ଶାନ୍ତି ଆୟୁ, ବଳ, ସୌନ୍ଦର୍ଜ୍ୟ ଆଦି ମିଳିଥାଏ।

ସପ୍ତମ କଥା:-

ଭୋଜନ ପରେ ପାଣି ଓ ଚା ପିଇବା ଭଳି କାର୍ଯ୍ୟ କରିବା ଅନୁଚିତ। ଭୋଜନ ପରେ ଦୌଡିବା ଭଳି କାର୍ଯ୍ୟ କରନ୍ତୁ ନାହିଁ।

ଅଷ୍ଟମ କଥା:-

ଭୋଜନ କରିସାରିବା ପରେ ଦିନରେ ଚାଲିବା ଉଚିତ। ଓ ରାତି ଭୋଜନ କରିବା ପରେ ବଜ୍ର ଆସନରେ ବସନ୍ତୁ। ଏମିତି କରିବା ଦ୍ଵାରା ପାଚନ କ୍ରିୟା ଭଲ ରହିଥାଏ। ଭୋଜନର ୧ଘଣ୍ଟା ପରେ ମିଠା କ୍ଷୀର ଓ ଫଳ ଖାଇବା ଦ୍ଵାରା ପାଚନ କ୍ରିୟା ଭଲ ଭାବରେ ହୋଇଥାଏ। ଭୀଷ୍ମପିତାମହ ଅର୍ଜୁନଙ୍କୁ ଦେଇଥିବା ମହତ୍ଵପୂର୍ଣ ସନ୍ଦେଶରେ କୁହାଯାଇଥିଲାକି ଯେଉଁ ଥାଳିରେ କାହାରି ପାଦ ବାଜିଯାଏ ସେହି ଥାଳିକୁ ତ୍ୟାଗ କରିବା ଉଚିତ। କୌଣସି ଥାଳିରୁ ଚୁଟି ବାହାରିଲେ ତାକୁ ମଧ୍ୟ ତ୍ୟାଗ କରିଦେବା ଉଚିତ। ଭୀଷ୍ମପିତାମହଙ୍କ ଅନୁସାରେ  ଭୋଜନ କରୁଥିବା ସମୟରେ କେହି ଡେଇଁ ଗଲେ ତାହାକୁ ମଧ୍ୟ ତ୍ୟାଗ କରିଦେବା ଉଚିତ। ଭୀଷ୍ମପିତାମହଙ୍କ ଅନୁସାରେ ଗୋଟିଏ ଥାଳିରେ ଦୁଇ ଭାଇ ଭୋଜନ କରିଲେ ତାହା ଅତ୍ୟନ୍ତ ଲାଭ ହୋଇଥାଏ। ଭୀଷ୍ମପିତାମହଙ୍କ ଅନୁସାରେ ଗୋଟିଏ ଥାଳିରେ ସ୍ଵାମୀ-ସ୍ତ୍ରୀ ଭୋଜନ କରିବା ଅନୁଚିତ। ଭୀଷ୍ମପିତାମହଙ୍କ ଅନୁସାରେ ଯଦି ସ୍ୱାମୀ- ସ୍ତ୍ରୀ ଗୋଟିଏ ଥାଳିରେ ଭୋଜନ କରନ୍ତି ତେବେ ଏହିପରି ଥାଳି ମାଦକ ପଦାର୍ଥରେ ଭରି ଯାଏ, ସ୍ତ୍ରୀକୁ ସବୁବେଳେ ସ୍ୱାମୀ ଭୋଜନ କରି ସାରିବା ପରେ ହିଁ ଭୋଜନ କରିବା ଉଚିତ, ଏମିତି କଲେ ଘର ପରିବାର ସୁଖ ଶାନ୍ତିରେ ଭରି ଯାଏ ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *