Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ମାନଙ୍କ ଶରୀରରେ ରହିଥାଏ ଏହି ଚାରିଟି ଚିହ୍ନ, ସେମାନଙ୍କ ଭାଗ୍ୟରେ ରହିଥାଏ ଅପାର ଧନ

ସେୟାର୍ କରନ୍ତୁ

ଯେଉଁ ମାନଙ୍କ ଶରୀରରେ ରହିଥାଏ ଏହି ଚାରିଟି ଚିହ୍ନ, ସେମାନଙ୍କ ଭାଗ୍ୟରେ ରହିଥାଏ ଅପାର ଧନ। ବନ୍ଧୁଗଣ ହିନ୍ଦୁ ଧର୍ମରେ ମନୁଷ୍ୟ ଶରୀରର ପ୍ରତ୍ୟେକ ଅଙ୍ଗ ବିଷୟରେ ବିଭିନ୍ନ କଥା କୁହାଯାଇଛି। ସମୁଦ୍ର ଶାସ୍ତ୍ର ଅନୁସାରେ ମନୁଷ୍ୟର ପ୍ରତ୍ୟେକ ଅଙ୍ଗ ବ୍ୟକ୍ତିର ଭବିଷ୍ୟତ ବିଷୟରେ ମହତ୍ୱପୂର୍ଣ୍ଣ ସୂଚନା ଦେଇଥାଏ।

ସମସ୍ତେ ଜାଣିଛନ୍ତି କି କୁଷ୍ଠୀ ଏବଂ କପାଳରୁ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ଠାରୁ ଆରମ୍ଭ କରି ଅତୀତ ଏବଂ ଭବିଷ୍ୟତ ସମ୍ପର୍କରେ ଜାଣି ହୋଇଥାଏ। ହାତ ପାପୁଲି ରେ ଥିବା ରେଖା ମାନେ ଭୂତ ଭବିଷ୍ୟତ ବିଷୟରେ ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରି ଥାନ୍ତି। କହିବାକୁ ଗଲେ ବର୍ତ୍ତମାନ ସମସ୍ତେ ଧନୀ ହେବାକୁ ଚାହୁଁଛନ୍ତି। କିନ୍ତୁ ଧନୀ ହେବା ସମସ୍ତଙ୍କର ଭାଗ୍ୟରେ ରହି ନଥାଏ। କିଛି ଲୋକ ଦିନରାତି କଠିନ ପରିଶ୍ରମ କରିଥାନ୍ତି। ତଥାପି ସେମାନଙ୍କ ପାଖରେ ଯଥେଷ୍ଟ ସଞ୍ଚୟ ହୋଇ ପାରି ନଥାଏ । କିନ୍ତୁ କିଛି ଲୋକେ ଏଭଳି ଥାନ୍ତି, ସେମାନଙ୍କ ଭାଗ୍ୟରେ ଧନୀ ହୋଇ ଥାନ୍ତି ଏବଂ ଅଳ୍ପ ପରିଶ୍ରମରେ ସେମାନଙ୍କୁ ସଫଳତା ମିଳି ଥାଏ। ଜ୍ୟୋତିଷ ଶାସ୍ତ୍ରରେ ଶରୀରର କିଛି ଅଙ୍ଗ ଉପରେ ଥିବା ଚିହ୍ନ ବହୁତ ଶୁଭ ହୋଇ ଥାଏ। ତେଣୁ ଆସନ୍ତୁ ଜାଣିବା ଯେ ଶରୀରରେ କେଉଁ ଚାରୋଟି ଚିହ୍ନ ରହିଥିଲେ ବ୍ୟକ୍ତି ଧନୀ ହୋଇ ଥାଏ।

୧/ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ହାତର ମଝିରେ  ରଥ , ଚକ୍ର କିମ୍ବା ଧ୍ଵଜ ଇତ୍ୟାଦି ଆକାରର ଚିହ୍ନ ହୋଇ ଥାଏ। ସେହି ଲୋକେ ଅଧିକ ଭାଗ୍ୟବାନ ହୋଇ ଥାନ୍ତି। ଏହିଭଳି ଲୋକଙ୍କ ଜନ୍ମ ଅନ୍ୟ ଲୋକଙ୍କ ଉପରେ ଶାସନ କରିବାର ହୋଇଥାଏ। ଏମାନଙ୍କର ସମାଜରେ ଅଧିକ ମାନସମ୍ମାନ ବୃଦ୍ଧି ପାଇ ଥାଏ। ଏମାନଙ୍କର ଦାମ୍ପତ୍ୟ ଜୀବନରେ ତାଳମେଳ ଏବଂ ଭଲ ପାଇବା ରହିଥାଏ। ଏମାନଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳି ଥାଏ ଏବଂ ଉନ୍ନତି ମଧ୍ୟ କରି ଥାନ୍ତି।

Google

୨/ ଯେଉଁ ବ୍ୟକ୍ତିଙ୍କ ହାତର ପାପୁଲିର ମଝିରେ କଳାଜାଇ ରହିଛି,ଏହା ସେମାନଙ୍କ ପାଇଁ ଅଧିକ ଶୁଭାଦୟକ ହୋଇଥାଏ। ଏହି ବ୍ୟକ୍ତି ଧନବାନ ଏବଂ ହୃଦୟରୁ ବହୁତ ଭଲ ହୋଇ ଥାନ୍ତି। ଏମାନଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ। କିନ୍ତୁ ଦିନେ ନା ଦିନେ ଏମାନଙ୍କୁ ସଫଳତା ନିଶ୍ଚିତ ରୂପରେ ମିଳି ଥାଏ।

୩/ ଯେଉଁ ଲୋକଙ୍କ ଗୋଡ଼ରେ ଚକ୍ର ବା ପଦ୍ମ ଚିହ୍ନ ହୋଇଥାଏ। ତେବେ ସେମାନଙ୍କ ପାଖରେ କେବେବି ଟଙ୍କାର ଅଭାବ ହୁଏ ନାହିଁ। ଏହି ଲୋକେ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ପସନ୍ଦ କରି ଥାନ୍ତି। ଏମାନେ ନିଜର ମଧୁରବାଣୀ ଦ୍ୱାରା ଲୋକଙ୍କ ହୃଦୟ ଜିତି ପାରନ୍ତି। ଅପାର ଧନ ଥିବାରୁ ଏମାନଙ୍କର ନିଜର ଲୋକ ଅଳ୍ପ ଏବଂ ଶତ୍ରୁ ଅଧିକ ହୋଇଥାନ୍ତି।

Google

୪/ ଯେଉଁ ଲୋକଙ୍କ ଗୋଡ଼ର ତଳ ପାଦରେ କଳା ଜାଇ ହୋଇଥାଏ, ସେମାନେ ଭଲ ଶାସକ ହୋଇଥାନ୍ତି। ଏମାନେ ଜୀବନରେ ଆଗକୁ ବଢିବା ପାଇଁ ପସନ୍ଦ କରି ଥାନ୍ତି । ଏମାନେ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ କିଛି ହେଲେ କରି ପାରନ୍ତି। ଟଙ୍କା ମାମଲାରେ ଏମାନେ ଭାଗ୍ୟବାନ ହୋଇ ଥାନ୍ତି। ଏମାନେ ସବୁ କାର୍ଯ୍ୟ ମନ ଲଗାଇ କରି ଥାନ୍ତି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *