Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବ ରାତ୍ରି ଘରକୁ ଆଣନ୍ତୁ଼ ଏହି ୫ ଟି ଜିନିଷ ମଧ୍ୟରୁ ଗୋଟିଏ। ଜାଗର ଦିନ କଣ ଖାଇବେ କଣ ନାହିଁ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଭଗବାନ ଶିବ ସର୍ବ ଶ୍ରେଷ୍ଠ ଅଟନ୍ତି। ସର୍ବଶକ୍ତିମାନ ଅଟନ୍ତି। ଶିବଙ୍କ ଭିତରେ ସମ୍ପୂର୍ଣ ଜ୍ଞାନ ଭରି ରହିଥାଏ। ଶିବ ହିଁ ଆଦି ଅଟନ୍ତି। ଶିବ ହିଁ ଅନ୍ତ ଅଟନ୍ତି। ଶିବ ହିଁ ପୃଥିବୀ ଶିବ ହିଁ ଆକାଶ ଅଟନ୍ତି। ଏବଂ ଶିବ ହିଁ ସମ୍ପୂର୍ଣ ବ୍ରହ୍ମାଣ୍ଡ ଅଟନ୍ତି। ବନ୍ଧୁଗଣ ୧୧ ମାର୍ଚ୍ଚ ୨୦୨୧ ଗୁରୁବାର ଦିନ ଭଗବାନ ଶିବଙ୍କର ବଡ଼ ପର୍ବ ତଥା ଶିବ ଭକ୍ତ ମାନଙ୍କର ପବିତ୍ର ପର୍ବ ମହା ଶିବରାତ୍ରି ଧୁମ ଧାମରେ ପାଳନ କରାଯାଏ। ମହା ଶିବରାତ୍ରି ଦିନ ସମ୍ପୂର୍ଣ ସଂସାରରେ ଏକ ପ୍ରକାର ମହା ଉତ୍ସବର ଦିନ ହୋଇଯାଇଥାଏ। ଦେଶର ଲକ୍ଷ ଲକ୍ଷ ଶିବ ମନ୍ଦିରରେ ଶିବ ଭକ୍ତ ମାନଙ୍କର ଭିଡ଼ ରହିଥାଏ। ଚାରିଆଡେ ଏହି ଉତ୍ସବକୁ ଖୁସି ମନରେ ପାଳନ କରାଯାଇଥାଏ। ସବୁ ଭକ୍ତ ଭୋଳାବାବାଙ୍କୁ ପୁଜା ଅର୍ଚ୍ଚନା କରିବା ପାଇଁ ଏହି ମହା ଉତ୍ସବକୁ ଧୁମ ଧାମରେ ଶ୍ରଦ୍ଧା ମନରେ ପାଳନ କରିଥାନ୍ତି।

ଏମିତି ଭଗବାନ ଶିବ ନିଜ ଭକ୍ତ ମାନଙ୍କ ଉପରେ ସର୍ବଦା ପ୍ରସନ୍ନ ରହିଥାନ୍ତି। କିନ୍ତୁ ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଦ୍ବାରା ମିଳୁଥିବା ପୁଣ୍ୟର ମହତ୍ତ୍ୱ ଏବଂ ହରି ନାମ ସବୁବେଳ ଠାରୁ ଅଧିକ ହୋଇଥାଏ।ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କ ଅନେକ ପ୍ରିୟ ଭକ୍ତ ଭଗବାନ ଶିବଙ୍କ ଉପସ୍ଥିତିକୁ ଅନୁଭବ କରିଥାନ୍ତି। ଅର୍ଥାତ ଭଗବାନ ଶିବ ନିଜ ଭକ୍ତଙ୍କ ସହ ମିଶିବା ପାଇଁ ପୃଥିବୀକୁ ଆସିଥାନ୍ତି। ଏଥି ପାଇଁ ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କର ଆରାଧନା ଭକ୍ତି ମନରେ ଏବଂ ସମ୍ପୂର୍ଣ ବିଧି ବିଧାନର ସହିତ ପୁଜା ଅର୍ଚ୍ଚନା କରନ୍ତୁ। ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କ ଉପରେ ବେଲ ପତ୍ର ଚଢାଇବାକୁ ଭୁଳନ୍ତୁ ନାହିଁ। ସେମିତିରେ ଭଗବାନ ଶିବଙ୍କ କୃପା ସୃଷ୍ଟିରେ ଛୋଟରୁ ଛୋଟ ପ୍ରାଣୀଙ୍କ ଉପରେ ଏକ ସମାନ ରହିଥାଏ। କିନ୍ତୁ ସେହି ମଧ୍ୟରୁ ଏମିତି କିଛି ବସ୍ତୁ ଅଛି ଯାହା ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଯଦି ଆମେ ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କ ସହିତ ଏହି ବସ୍ତୁ ଗୁଡ଼ିକ ଘରକୁ ଆଣି ତାଙ୍କର ପୁଜା କଲେ ତାହେଲେ ଭଗବାନ ଶିବ ଆପଣଙ୍କର ଉପରେ ପ୍ରସନ୍ନ ହେବେ। ଆଜି ଆମେ ଏହ ପୋଷ୍ଟରେ କିଛି ଏମିତି ଜିନିଷ ବିଷୟରେ କହିବୁ ଯାହାକୁ ମହା ଶିବରାତ୍ରି ଦିନ ଘରକୁ ଆଣିଲେ ଭଗବାନ ଶିବଙ୍କ ଅପାର କୃପା ବର୍ଷା ହୋଇଥାଏ। ଏବଂ ସୁଖ ସମୃଦ୍ଧି ଐଶର୍ଯ୍ୟର ପ୍ରାପ୍ତି ହୋଇଥାଏ। ତାହା ସହିତ ଆମେ ଆପଣଙ୍କୁ କହିବୁ ମହା ଶିବରାତ୍ରି ଦିନ ଆପଣ କଣ ଖାଇବା ଉଚିତ ଏବଂ କଣ ଅନୁଚିତ। ଖାଇବା ପିଇବାକୁ ନେଇ କଣ ସବୁ ନିୟମ ଅଛି ଆପଣ ଜାଣିବା ନିହାତି ଜରୁରୀ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ଆପଣ ମାନେ ଯଦି ଭଗବାନ ଶିବଙ୍କୁ ହୃଦୟରୁ ଭକ୍ତି କରୁଥାନ୍ତି ତାହେଲେ ତଳେ ଥିବା ଆମ କମେନ୍ଟ ବକ୍ସରେ ଓଁ ନମଃ ଶିବାୟ ଅବଶ୍ୟ ଲେଖନ୍ତୁ।

Google

ଶିବଲିଙ୍ଗ:-

ମହା ଶିବରାତ୍ରି ଦିନ ଯଦି ସମ୍ଭବ ହୁଏ ଘରକୁ ମାଟି ଆଣି ଶିବଲିଙ୍ଗ ତିଆରି କରି ପୂଜା କରନ୍ତୁ। ଆପଣ ଏହି ପବିତ୍ର ଦିନରେ ପାରଦ ଶିବଲିଙ୍ଗ କିମ୍ବା ସ୍ପୋଟିକ ଶିବଲିଙ୍ଗ ଆଣି ତାହାର ଅଭିମ-ନ୍ତ୍ରିତ କରି ପୁରା ବିଧିବିଧାନରେ ତାଙ୍କର ପୁଜା କରିପାରିବେ। ପରନ୍ତୁ ଶିବ ପୁରାଣ ଅନୁସାରେ ଏହି ଦୁଇଟି ଶିବଲିଙ୍ଗରେ ଅପାର ଉର୍ଜା ଏବଂ ଶକ୍ତି ରହିଥାଏ। ଯଦି ଆପଣ ଏହି ଶିବଲିଙ୍ଗକୁ ଘରେ କିମ୍ବା ବ୍ୟବସାୟ ସ୍ଥଳ ଉପରେ ଠିକ ସ୍ଥାନରେ ଏବଂ ଠିକ ଦିଗରେ ବିଧି ପୂର୍ବକ ରଖିବ ଦ୍ବାରା ଆପଣଙ୍କର ଜୀବନରେ ଅପାର ସୁଖ ସମୃଦ୍ଧି,ଚାକିରି ଏବଂ ବ୍ୟବସାୟରେ ଲାଭ ହୋଇପାରେ।

ରୁଦ୍ରାକ୍ଷ୍ୟ:-

ବନ୍ଧୁଗଣ ରୁଦ୍ରାକ୍ଷ୍ୟ ହିମାଞ୍ଚଳ ପ୍ରଦେଶରେ ଉତ୍ପାଦନ ହେଉଥିବା ଏକ ଆୟୁର୍ବେଦିକ ବନସ୍ପତି ଅଟେ। ଭଗବାନ ଶିବଙ୍କୁ ରୁଦ୍ରାକ୍ଷ୍ୟ ବହୁତ ପ୍ରିୟ ହୋଇଥାଏ। ଏକ ମୁଖି, ଦୁଇ ମୁଖି, ପଞ୍ଚ ମୁଖି ଏବଂ ଅଷ୍ଟ ମୁଖି ଇତ୍ୟାଦି ରୁଦ୍ରାକ୍ଷ୍ୟର ବିଭିନ୍ନ ପ୍ରକାରର ରହିଥାଏ। ଯାହାକୁ ଧାରଣ କରିବା ଦ୍ବାରା ଅଲଗା ଅଲଗା ପ୍ରଭାବ ପଡ଼ିଥାଏ। ଭଗବାନ ଶିବଙ୍କୁ ରୁଦ୍ରାକ୍ଷ୍ୟ ଅତି ପ୍ରିୟ ଅଟେ। ଏଥି ପାଇଁ ତାଙ୍କ ଶରୀରରେ ରୁଦ୍ରାକ୍ଷ୍ୟର ମାଳ ଧାରଣ କରି ରହିଥାନ୍ତି। ଅର୍ଥାତ ଆପଣଙ୍କୁ ମହା ଶିବରାତ୍ରି ଦିନ ରୁଦ୍ରାକ୍ଷ୍ୟର ପୁଜା କରିବା ଉଚିତ।

ଡ଼ମ୍ଵରୁ:-

ଭାରତୀୟ ସଂସ୍କୃତର ଡ଼ମ୍ଵରୁକୁ ଭଗବାନ ଶିବଙ୍କ ସହିତ ସମର୍ପିତ କରି ଏକ ପ୍ରକାର ମଙ୍ଗଳମୟ ଯନ୍ତ୍ର ରୁପରେ ଦେଖାଯାଇଥାଏ। ପୁରାଣ ଅନୁସାରେ ଶିବଙ୍କ ଡ଼ମ୍ଵରୁର ଶବ୍ଦରୁ ହିଁ ସୃଷ୍ଟିରେ ଧ୍ଵନି ଏବଂ ସଂଗୀତ ସ୍ୱରର ନିର୍ମାଣ ହୋଇଥିଲା। ଏଥିପାଇଁ ମହା ଶିବରାତ୍ରି ଦିନ ଡ଼ମ୍ଵରୁ ଘରକୁ ଆଣନ୍ତୁ। ମନ୍ତ୍ର ଉଚାରଣ କରି ତାକୁ ବଜାନ୍ତୁ। ଡ଼ମ୍ଵରୁର ବାହାରୁ ଥିବା ଧ୍ଵନିର ତରଙ୍ଗରୁ ଭଗବାନ ଶିବ ଟାଣି ହୋଇ ଆସିବେ।

Google

ତ୍ରିଶୂଳ:-

ବନ୍ଧୁଗଣ ଆପଣ ଯେବେବି ଭଗବାନ ଶିବଙ୍କ ଫୋଟ ଦେଖୁଥିବେ ସେଥିରେ ଆପଣ ଦେଖିଥିବେ ଭଗବାନ ଶିବଙ୍କ ସହିତ ତ୍ରିଶୂଳ ନିଶ୍ଚିତ ଥିବ। ତ୍ରିଶୂଳ ଏବଂ ଧନୁ ଭଗବାନ ଶିବଙ୍କର ଦୁଇଟି ଅସ୍ତ୍ର ଅଟେ।ମହା ଶିବରାତ୍ରି ଦିନ ଘରକୁ ଛୋଟ ତ୍ରିଶୂଳ ଆଣି ପୁଜା ନିଶ୍ଚିତ କରନ୍ତୁ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କର ଜୀବନରେ ସୁଖ ସମୃଦ୍ଧି ମିଳିବ।

ଚନ୍ଦ୍ର ଏବଂ ନାଗ:-

ବନ୍ଧୁଗଣ ଆପଣ ଶିବଙ୍କ ମୁଣ୍ଡରେ ଚନ୍ଦ୍ର ଏବଂ ବେକରେ ନାଗ ଦେଖିଥିବେ। ଭଗବାନ ଶିବ ଧାରଣ କରିରଖିଥାନ୍ତି। ଏଥି ପାଇଁ ମହା ଶିବରାତ୍ରି ଦିନ ଚନ୍ଦ୍ରମା ଏବଂ ନାଗର ପ୍ରତିକାରତ୍ମକ ରୁପ ଆଣିବା ଉଚିତ। ଆଉ ଏହି ସବୁକୁ ପୁଜା କରିବା ଉଚିତ। ଯଦି ଆପଣ ରୂପାର ବନା ଯାଇଥିବା ନାଗ କିମ୍ବା ଚନ୍ଦ୍ର ଆଣୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ଆପଣଙ୍କର ଜୀବନରେ ସୁଖ ସମୃଦ୍ଧି ଏବଂ ଧନର ପ୍ରାପ୍ତି ହେବ।

ଏବେ ଆସନ୍ତୁ ଜାଣିବା ମହା ଶିବରାତ୍ରି ଦିନ କେଉଁ ଜିନିଷ ଖାଇବା ଉଚିତ ଏବଂ କେଉଁ ଜିନିଷ ଖାଇବା ଅନୁଚିତ ହୋଇଥାଏ।

ମହା ଶିବରାତ୍ରିରେ ଶିବ ଭକ୍ତମାନେ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ବ୍ରତ ଏବଂ ଉପବାସ ରଖିଥାନ୍ତି। ମହା ଶିବରାତ୍ରିରେ ବ୍ରତ ରଖିବାର ଅଲଗା ମହତ୍ତ୍ୱ ଅଛି। କୁହାଯାଏ କି ଭୋଳାନାଥଙ୍କ ପରି ବର ଇଛାରେ କୁଆଁରୀ କନ୍ୟା ମାନେ ଏହି ବ୍ରତ କରିଥାନ୍ତି। ଏହି ବ୍ରତ କରିବା ଦ୍ବାରା ତାଙ୍କୁ ଭଲ ବର ମିଳିଥାଏ। ସେହିଭଳି ବିବାହିତ ମହିଳା ମାନେ ମହା ଶିବରାତ୍ରି ଦିନ ବ୍ରତ ରଖିଥାନ୍ତି। ଏମିତି କରିବା ଦ୍ବାରା ତାଙ୍କର ସ୍ୱାମୀର ଜୀବନ ଏବଂ ସ୍ବାସ୍ଥ୍ୟ ଭଲ ରହିଥାଏ। ବନ୍ଧୁଗଣ କିଛି ଲୋକ ଏହି ବ୍ରତକୁ ନିର୍ଜଳ ରଖିଥାନ୍ତି ଆଉ କିଛି ଲୋକ ବ୍ରତ କରିବା ସମୟରେ ଫଳର ଆହାର କରିଥାନ୍ତି। ଏମିତି ମାନ୍ୟତା ଅଛି ମହା ଶିବରାତ୍ରି ଦିନ ବ୍ରତ ରଖୁଥିବା ଲୋକେ ଚାଉଳ,ଡାଲି ଏବଂ ଗହମରେ ତିଆରି ଖାଦ୍ୟ ଖାଇବା ଉଚିତ ହୋଇନଥାଏ। ତାହା ସହିତ ବ୍ରତ ରଖୁଥିବା ଲୋକେ ଏହି କଥାର ଧ୍ୟାନ ରଖିବା ଉଚିତ କି ସେମାନେ ଦିନ ତମାମ ଖାଇବା ଅନୁଚିତ ଅଟେ। କିଛି ଲୋକ ବ୍ରତ ଦିନ ଅଧିକ ଖାଇ ଦିଅନ୍ତି। କିମ୍ବା ଅଳ୍ପ ଅଳ୍ପ କରି କିଛି ନାଁ କିଛି ଖାଇଥାନ୍ତି। ଏମିତି ଆପଣ କରନ୍ତୁ ନାହିଁ। ଆପଣ ଜଳଖିଆ ଏବଂ ଖାଇବାର ଠିକ ସମୟରେ ହିଁ ଫଳର ଆହାର କରନ୍ତୁ। ବନ୍ଧୁଗଣ ବ୍ରତ କରିବ ସମୟରେ ଆପଣ ଜୁସ କିମ୍ବା କ୍ଷୀରର ସେବନ କରିପାରିବେ। ମହା ଶିବରାତ୍ରି ଦିନ ୧୦ ଟାରୁ ୧୧ଟା ଭିତରେ ଫଳର ଆହାର କରିପାରିବେ। ଫଳ ଆହାରରେ କମଳା, ଅମୃତଭଣ୍ଡା, ସେଓ ବା ଯାହା ବଜାରରେ ଫଳ ମିଳୁଛି ଆପଣ ତାକୁ ଖାଇପାରିବେ। ମହା ଶିବରାତ୍ରି ବ୍ରତରେ ସାତିକ ଭୋଜନ କରିବା ଉଚିତ। ଆପଣ ଚାହିଁଲେ କୌଣସି ଫଳର ଖିରି ଆପଣ ଖାଇ ପାରିବେ। ମହା ଶିବରାତ୍ରି ବ୍ରତରେ ଲହୁଣୀ ଖାଇ ପାରିବେ। ଏହାର ବ୍ୟବହାର ଅନେକ ପ୍ରକାରରେ କରିପାରିବେ। କିଛି ଲୋକେ କ୍ଷୀର ମିଶାଇ ଖିରି ବନେଇ ଖାଇଥାନ୍ତି। ଆଉ କିଛି ଲୋକ କ୍ଷୀରରେ ତିଆରି ଖାଦ୍ୟ ଖାଇଥାନ୍ତି। ଆପଣ ଏହି ଦିନ ଡ୍ରାୟ ଫ୍ରୁଟସ ବି ଖାଇ ପାରିବେ। ଏହି ବ୍ରତରେ ଆଳୁବି ଆପଣ ଖାଇପାରିବେ। ଆଳୁର ଫ୍ରାୟ ବନେଇ ପାରିବେ। ଏହି ବ୍ରତରେ ସାଗୁ ଦାନା ବି ଖାଇପାରିବେ। ସାବୁ ଦାନାର ପାମ୍ପଡ, ଖିରି, ପାମ୍ପୁଡ଼ୀ କିମ୍ବା ଖେଚୁଡ଼ି ବନେଇ ଖାଇପାରିବେ। ମହା ଶିବରାତ୍ରିରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ଦିନ ଅଟେ। ଏଥି ପାଇଁ ଏହିଦିନ ଆପଣ ଖାଇବା ପିଇବା ଠାରୁ ଅଧିକ ପୁଜା ପାଠରେ ମନ ଲଗାନ୍ତୁ। ଏହିଦିନ ପୁରା ପରିବାର ସହିତ ରୁଦ୍ରଭିଷେକ କରିବା ଦ୍ବାରା ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ। ମହା ଶିବରାତ୍ରିରେ ରାତ୍ରୀ ଜାଗରରେ ହିଁ ଭଜନ କୀର୍ତ୍ତନ କରିବାର ମାନ୍ୟତା ରହିଛି। ଏହା ସହିତ ଶିବ ପୋଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ତଥା ମହା ମୃତଞ୍ଜୟ ମନ୍ତ୍ରର ଜପ କରିବା ଉଚିତ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *