Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରୀ ଦିନ ଅର୍ପଣ କରନ୍ତୁ ଏହି ଦୁଇଟି ଜିନିଷ, ତାପରେ ହେବ ସବୁ ଇଚ୍ଛା ପୂରଣ।

ସେୟାର୍ କରନ୍ତୁ

ସାଙ୍ଗମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ। କେବଳ ସରଳ ଉପାୟରେ ବେଲପତ୍ରରେ ଜଳ ଚଢାଇ ଆମେ ପୂଜାର୍ଚ୍ଚନା କରିବା ଉଚିତ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ମହାଶିବରାତ୍ରୀ ବହୁତ ଉତ୍ତମ ଦିନ ଅଟେ। ଯେଉଁ ଭକ୍ତ ଏହି ଦିନ ଶିବଙ୍କୁ ପୂଜା କରିଥାଏ, ବେଲପତ୍ର ଓ ଜଳ ଅର୍ପଣ କରିଥାଏ, ତାଙ୍କ ଉପରେ ଭଗବାନ ଶିବଙ୍କ କୃପା ରହିଥାଏ। ଏହି ବର୍ଷ ମହାଶିବରାତ୍ରୀ ମାର୍ଚ୍ଚ ୧୧ ତାରିଖରେ ହେବାକୁ ଯାଉଛି। ହିନ୍ଦୁଧର୍ମ ଅନୁସାରେ ମହାଶିବରାତ୍ରୀ ମାଘ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଅନୁସାରେ ପାଳନ କରାଯାଏ। ଦକ୍ଷିଣ ଭାରତୀୟ ଅନୁସାରେ ମାଘ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ ହୁଏ। କିନ୍ତୁ ଏବର୍ଷ ଏହି ଦୁଇଟି ତିଥି ଏକ ସହିତ ପଡୁଛି। ଏହା ସହିତ ଶିବଯୋଗ ସହିତ ଘନିଷ୍ଠ ନକ୍ଷତ୍ର ପଡ଼ିବ ଏବଂ ଚନ୍ଦ୍ରମା ମକର ରାଶିରେ ପଡ଼ିବ। ଅର୍ଥାତ ମହାଶିବରାତ୍ରୀ ରେ ଉତ୍ତମ ଶିବ ସଂଯୋଗ ବନିବାକୁ ଯାଉଛି।

Google

ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ବେଲପତ୍ର, ଜଳ ଅର୍ପଣ କରନ୍ତୁ। ଏହାସହିତ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ଜଡିତ ରହିଛି। ସମୁଦ୍ର ମନ୍ଥନ ସମୟରେ କାଳାକୁଟ ନାମକ ଏକ ବିଷ ବାହାରି ଥିଲା ଯାହା ଦେବତା ମାନଙ୍କ ଭାଗରେ ପଡି ଥିଲା। ଦେବତା ମାନଙ୍କୁ ଏହି ବିଷରୁ ରକ୍ଷା କରିବା ପାଇଁ ଭଗବାନ ଶିବ ଏହି ବିଷ କୁ ପାନ କରି ନୀଳକଣ୍ଠ ହୋଇ ଯାଇଥିଲେ। ଏହାଦ୍ବାରା ତାଙ୍କ କଣ୍ଠ ମଧ୍ୟ ନୀଳ ହୋଇ ଯାଇଥିଲା। ଭଗବାନ ଶିବ ବିଷ ପାନ କରିବା ପରେ ତାଙ୍କ ଶରୀର ନୀଳ ହୋଇ ଉତ୍ତପ୍ତ ହୋଇ ଉଠିଲା। ଏହାଦେଖି ଦେବତା ମାନେ ତାଙ୍କ ମୁଣ୍ଡରେ ପାଣି ଢାଳିଲେ। ତାଙ୍କୁ ଥଣ୍ଡା ଅନୁଭବ ହେବା ପାଇଁ ତାଙ୍କୁ ବେଲପତ୍ର ଅର୍ପଣ କରିଥିଲେ। ଶାସ୍ତ୍ର ଅନୁସାରେ ଦେବୀ ପାର୍ବତୀ ନିଜ ଶରୀରରୁ ଝାଳ ପୋଛି ଭୂମି ଉପରେ ପକାଇ ଥିଲେ। ଏହାର କିଛି ବୁନ୍ଦାରୁ ମନ୍ଦାର ପର୍ବର ଉପରେ ପଡ଼ିଥିଲା। ସେହି ଝାଳରୁ ଏକ ବେଲ ଗଛର ସୃଷ୍ଟି ହୋଇଥିଲା। ଏହି ବେଲଗଛରେ ଅନେକ ଦେବାଦେବୀ ବାସ କରି ଥାନ୍ତି। ଯେଉଁ ମାନେ ଭଗବାନ ଶିବଙ୍କୁ ବେଲ ଓ ଜଳ ଅର୍ପଣ କରନ୍ତୁ ତାଙ୍କ ଉପରେ ଶିବଙ୍କ କୃପା ସବୁବେଳେ ରହିଥାଏ। ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ଆପଣଙ୍କର ସମସ୍ୟା ଦାରିଦ୍ର୍ୟତା ଦୂର ହୋଇ ଯାଇଥାଏ । ଏହାସହିତ ବ୍ୟକ୍ତି ସୌଭାଗ୍ୟଶାଳୀ ହୋଇଥାଏ।

Google

ଯେଉଁ ବ୍ୟକ୍ତିଙ୍କର ବାହାଘର ହୋଇ ପାରୁ ନାହିଁ, ସେ ଶିବ ଭଗବାନଙ୍କୁ ଜଳ ଏବଂ ବେଲପତ୍ର ଚଢ଼ାଇଲେ ତାଙ୍କର ସବୁ ସମସ୍ୟା ଦୂର ହୁଏ ଏବଂ ବହୁତ ଭଲ ଜୀବନସାଥୀ ମିଳିଥାଏ। ଆହୁରି ମଧ୍ୟ ବହୁତ ଲୋକ ବ୍ରତ ମଧ୍ୟ କରନ୍ତି, ଏହା କେବଳ ଫଳ ଓ କ୍ଷୀର ସେବନ କରି କରନ୍ତି। ଯାହାଦ୍ଵାରା ତାଙ୍କର ମନସ୍କାମନା ପୂରଣ ହୋଇଥାଏ। ତେବେ ଆପଣ ଏହି ବ୍ରତ କରନ୍ତୁ ଏବଂ ନିଜର ମନସ୍କାମନା ପୁରାଣ କରନ୍ତୁ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଭୋଲେନାଥ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *