Excuse Me Odisha

ଯାହା କହିବୁ ସତ କହିବୁ

ପବିତ୍ର ମହାଶିବରାତ୍ରୀ ଦିନ ମ-ରିଗଲେ ବି କରନ୍ତୁ ନାହିଁ ଏହି କାମ

ସେୟାର୍ କରନ୍ତୁ

ବନ୍ଧୁଗଣ ମହାଶିବରାତ୍ରି ଦିନ ଆପଣଙ୍କୁ କଣ କରିବା ଉଚିତ କଣ କରିବା ଉଚିତ ନୁହେଁ। କାରଣ ମହାଶିବରାତ୍ରି ଏକ ମହାନ ଏବଂ ବଡ଼ ପର୍ବ ଭାବରେ ପାଳନ କରାଯାଇଥାଏ। ଏହି ପର୍ବ ଫାଲ୍ଗୁନ ମାସର କୃଷ୍ଣପକ୍ଷରେ ଚତୁର୍ଦ୍ଦଶୀ ତିଥିକୁ ଆସିଥାଏ। ଏହି ଦିନ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ପୂଜନ, ଅର୍ଚ୍ଚନ, ଅଭିଷେକ ବିଭିନ୍ନ ପ୍ରକାରର ଉପାୟ କରାଯାଏ। ମହାଶିବରାତ୍ରିର ବ୍ରତ,ଉପବାସ ଏବଂ ଉଜାଗର ବହୁତ ମହତ୍ତ୍ୱପୂର୍ଣ ମାନାଯାଇଥାଏ।

ଏହି ବ୍ରତ ଉପବାସରେ କିଛି ନିୟମ ଏମିତି ହୋଇଥାଏ ଯାହାର ପାଳନ ମନୁଷ୍ୟକୁ ଅବଶ୍ୟ କରିବା ଉଚିତ। ସର୍ବ ପ୍ରଥମେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମହାଶିବରାତ୍ରି ମହା ପର୍ବର ବହୁତ ବହୁତ ଶୁଭକାମନା ଏବଂ ଶୁଭେଚ୍ଛା। ଭଗବାନ ଭୋଳାନାଥଙ୍କର ଭରପୁର ଆଶୀର୍ବାଦ ଆପଣଙ୍କ ଜୀ-ବନ ଉପରେ ବନି ରହୁ। ଆପଣ ସବୁବେଳେ ସୁଖୀ ରୁହନ୍ତୁ, ସ୍ବାସ୍ଥ୍ୟ ରୁହନ୍ତୁ ଏବଂ ଆପଣଙ୍କ ଜୀ-ବନରେ ସମସ୍ତ ମନକାମନା ଭଗବାନ ଭୋଳାବାବା ପୂରଣ କରନ୍ତୁ। ଭଗବାନ ଭୋଳାନାଥଙ୍କ କୃପା ପାଇବା ପାଇଁ କଣ କରିବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଫାଲ୍ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥି ଏହି ବର୍ଷ ୧୧ ମାର୍ଚ୍ଚ ୨୦୨୧ କୁ ଅଛି। ଏହି ଦିନ ମହାଶିବରାତ୍ରିର ବିଶେଷ ମହାପର୍ବ ପାଳନ କରାଯିବ। ଭଗବାନ ଶିବ ଏବଂ ମା ପାର୍ବତୀଙ୍କର ବିବାହ ଏହି ଦିନ ସମ୍ପୂର୍ଣ୍ଣ ହୋଇଥିଲା। ସେଥିପାଇଁ ଏହି ଦିନକୁ ବିଶେଷ ରୁପରେ ଧୁମ ଧାମରେ ପାଳନ କରାଯାଇଥାଏ। ଭଗବାନ ଶିବ ଏବଂ ମା ପାର୍ବତୀଙ୍କୁ ଏହି ଦିନ ପୁଜା ଅର୍ଚ୍ଚନା କରାଯାଇଥାଏ। ତଥା ପୁରା ଦିନ ଉପବାସ ରଖାଯାଇଥାଏ। ପ୍ରାତଃ କାଳ ସମୟ ଠାରୁ ପରବର୍ତୀ ସକାଳ ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରାଯାଇଥାଏ। ଏବଂ ଏହି ବ୍ରତକୁ ଯେଉଁମାନେ କରୁଛନ୍ତି ସେମାନଙ୍କୁ କିଛି ନିୟମର ପାଳନ କରିବାକୁ ପଡ଼ିବ। ଆଉ ସେହି ନିୟମ ଗୁଡ଼ିକ କଣ କଣ ହୋଇଥାଏ ଆସନ୍ତୁ ସମ୍ପୂର୍ଣ ବିଷୟରେ ଜାଣିବା।

Google

ପ୍ରଥମ ନିୟମ ଆପଣ ଯଦି ମହାଶିବରାତ୍ରି ପାଳନ କରିବାକୁ ଚାହୁଁଛନ୍ତି ତାହେଲେ ସର୍ବ ପ୍ରଥମେ ଆପଣ ସୂର୍ଯ୍ୟ ଉଦୟ ପୁର୍ବରୁ ଆପଣଙ୍କୁ ଉଠି ସ୍ନାନ କରିବାକୁ ପଡ଼ିବ। ଏବଂ ସ୍ନାନ କରିବା ପରେ ଧ୍ୟାନ ରଖନ୍ତୁ ଧଳା ବସ୍ତ୍ର କିମ୍ବା ହଳଦିଆ ବସ୍ତ୍ର କିମ୍ବା ନାଲି ବସ୍ତ୍ର ପିଦ୍ଧନ୍ତୁ କିନ୍ତୁ ଭୁଲରେ ବି ଶିବରାତ୍ରି ଦିନ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ଏବଂ ଯେଉଁ ମନୁଷ୍ୟ ବ୍ରତ କରୁଛନ୍ତି ଜାଗର କରୁଛନ୍ତି ସେମାବେ ମାଛ ମାଂସ ଅଣ୍ଡା ଏବଂ ମଦର ସେବନ କରନ୍ତୁ ନାହିଁ। ଏହା ବି ଧ୍ୟାନ ରଖନ୍ତୁ ମହାଶିବରାତ୍ରି ଦିନ ଘରେ ଅନ୍ୟ ସଦସ୍ୟ ମାନେ ମାଛ ମାଂସ ଏବଂ ମଦର ସେବନ ଯେମିତି ନକରନ୍ତି। ସେମିତିରେ ମାଂସ ମଦିରାର ସେବନ ଧର୍ମଗ୍ରନ୍ଥରେ ସବୁଦିନ ପାଇଁ ବର୍ଜିତ କରାଯାଇଛି। ସେଥି ପାଇଁ ଏହି ପର୍ବ ଦିନ ଆପଣଙ୍କୁ ବିଶେଷ ରୁପରେ ଏହି କଥାକୁ ଧ୍ୟାନ ରଖିବା ଉଚିତ। ମହାଶିବରାତ୍ରି ଦିନ ଆପଣଙ୍କୁ ପୁରା ରାତି ଉଜାଗର ରହିବାକୁ ହେବ ଏବଂ ମହାଶିବରାତ୍ରି ଦିନ ଆପଣଙ୍କୁ ଅନ୍ନର ସେବନ ବିଲକୁଲ କରିବା ଉଚିତ ନୁହେଁ।

ଯଦି ସମ୍ଭବ ହୁଏ ତେବେ ଆପଣଙ୍କୁ ନିର୍ଜଳା ଏବଂ ନୀରାହାର ବ୍ରତ କରିବା ଉଚିତ। ଆପଣ ଚାହିଁଲେ ଫଳର ଆହାର କରିପାରିବେ।ମହାଶିବରାତ୍ରି ଦିନ ରାଗ, ହିଂସା କରନ୍ତୁ ନାହିଁ। ଲଢେଇ ଝ-ଗଡା କରନ୍ତୁ ନାହିଁ। କାହା ସହିତ ବି ଯୁକ୍ତି ତର୍କ କରିବା ଅନୁଚିତ ଅଟେ। ମହାଶିବରାତ୍ରି ଦିନ ବିବାହିତ ଦମ୍ଫତ୍ତିଙ୍କୁ ବ୍ରହ୍ମଚାରି ବ୍ରତ ପାଳନ କରିବା ଉଚିତ।ଏହି ଦିନ ଆପଣ ଦାଢ଼ି ସେବିଂ, ହେୟାର କଟିଂ କିମ୍ବା ନଖ କାଟିବା ଉଚିତ ନୁହେଁ। ମହାଶିବରାତ୍ରି ଦିନ ଦେବୀ ଦେବତାଙ୍କୁ ଖରାପ କୁହନ୍ତୁ ନାହିଁ। ବ୍ରାହ୍ମଣ ମାନଙ୍କର ନିନ୍ଦା କରନ୍ତୁ ନାହିଁ। ମହାଶିବରାତ୍ରି ଦିନ ବେଲ ପତ୍ର ତୋଳିବା ଉଚିତ ନୁହେଁ। ବେଲ ପତ୍ର ଆପଣଙ୍କୁ ଗୋଟେ ଦିନ ପୁର୍ବରୁ ତୋଳି ଆଣି ରଖିବା ଉଚିତ। କାରଣ ବେଲ ପତ୍ର ବିନା ଆପଣଙ୍କର ପୁଜା ସମ୍ପର୍ଣ୍ଣ ହୋଇପାରିବ ନାହିଁ।

ମହାଶିବରାତ୍ରି ଦିନ ରାତିରେ ସୁଅନ୍ତୁ ନାହିଁ। ପୁରା ରାତି ଜାଗର କରି ଦୀପ ଜ-ଳେଇ ଭଗବାନଙ୍କ ପୁଜା ଅର୍ଚ୍ଚନା କରିବା ଉଚିତ। ଯଦି ଆପଣ ପୁରା ରାତି ଜାଗର କରିବାକୁ ସକ୍ଷମ ନୁହନ୍ତି ତାହେଲେ ଆପଣ ପ୍ରଥମ ପ୍ରହର ୧୧ ତାରିଖ ସନ୍ଧ୍ୟା ୬ଟା ସମୟରୁ ରାତି ୯ ଟା ସମୟ ପର୍ଯ୍ୟନ୍ତ ରହିବେ।ତା ପରେ ଦିତୀୟ ପ୍ରହର ରାତି ୯ ଟା ରୁ ରାତି ୧୨ ଟା ପର୍ଯ୍ୟନ୍ତ ରହିବ। ଏବଂ ତୃତୀୟ ପ୍ରହର ରାତି ୧୨ ଟା ରୁ ରାତି ୩ ଟା ପର୍ଯ୍ୟନ୍ତ ରହିବ। ଶେଷରେ ଚତୁର୍ଥ ପ୍ରହର ଭୋର ୩ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ରହିବ। ୧୧ ଟା ୧୨ ଟା ସମୟରେ ଯେଉଁ ରାତି ରହିବ ସେହି ରାତିରେ ଏହି ସବୁ ନିୟମର ପାଳନ ଆପଣଙ୍କୁ କରିବାକୁ ପଡ଼ିବ।ଯଦି ଆପଣଙ୍କ ଘରେ ଜନ୍ମ ଏବଂ ମୃ-ତ୍ୟୁର ସୁତକ ଅଚାନକ ହୋଇଯାଏ ତେବେ ଆପଣ ବ୍ରତ ତ କରିପାରିବେ କିନ୍ତୁ ଆପଣ ପୁଜା ଅର୍ଚ୍ଚନା କରିପାରିବେ ନାହିଁ। ଯଦି ସଂକଳ୍ପ ନେବା ପରେ ଏହିପରି ସୁତକ ଆସିଥାଏ ତେବେ ଆପଣଙ୍କର ବ୍ରତ ପୁରା ମାନାଯିବ। ଏବଂ ଅଧୁରା ହେବ ନାହିଁ। କାରଣ ସୁତକ ସମୟରେ ପୁଜା ପାଠ କରାଯାଇ ନଥାଏ। ଏଥି ପାଇଁ ସୂତକ ଲାଗିବା ଆପଣ ଭଗବାନଙ୍କୁ ଛୁଅନ୍ତୁ ନାହିଁ, ଭଗବାନଙ୍କ ପୁଜା କରନ୍ତୁ ନାହିଁ କିନ୍ତୁ ଆପଣ ବ୍ରତ କରିପାରିବେ।

Google

ଏହିଭଳି ଯେଉଁ ମହିଳାମାନେ ମାସିକ ଧର୍ମରେ ରୁହନ୍ତି ସେମାନେ ମାନସିକ ରୁପେ ପୂଜନ କରିପାରିବେ କିନ୍ତୁ ଭଗବାନଙ୍କୁ ଛୁଇଁବେ ନାହିଁ। ମନରେ ପୁଜା ଆପଣ କରିପାରିବେ। ମନରେ ବ୍ରତ ଧାରଣ କରିପାରିବେ। ମନରେ ବ୍ରତର ସଂକଳ୍ପ କରିପାରିବେ। ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ବି ଏହି ବ୍ରତର ପାଳନ କରିବା ଉଚିତ। ଧ୍ୟାନ ରଖିବେ ପେଟରେ ଛୁଆର ଯେମିତି କୌଣସି କ୍ଷତି ନହୁଏ। ସେଥିପାଇଁ ଛୁଆର ଧ୍ୟାନ ରଖି ଭଲ ରୂପେ ଫଳର ଆହାର କରନ୍ତୁ। କ୍ଷୀରରେ ତିଆରି ମିଠା କିମ୍ବା କ୍ଷୀରର ସେବନ କରିପାରିବେ।ଲୁଣ ଆପଣ ଦୁଇ ସମୟ ଖାଇ ପାରିବେ କିମ୍ବା ଗୋଟେ ସମୟ ବି ଆପଣ ଖାଇ ପାରିବେ।ଯଦି ଆପଣ ଫଳ ଆହାର କରି ବ୍ରତ ପାଳନ କରିବେ ତାହେଲେ ଅତି ଉତ୍ତମ ରହିବ।

ମହାଶିବରାତ୍ରିରେ ଅନେକ ଭକ୍ତ ଏହି ବ୍ରତକୁ ନି-ର୍ଜ-ଳା ଏବଂ ନୀରା-ହାର ବି କରିଥାନ୍ତି କିନ୍ତୁ ଏହି ପ୍ରକାରର ବ୍ରତ ବଡ଼ କଠିନ ମାନା ଯାଇଥାଏ।ଯଦି ଆପଣଙ୍କର ଶରୀର ସକ୍ଷମ ନୁହେଁ ତେବେ ଏହି ପ୍ରକାରର କଠିନ ବ୍ରତ ଆପଣଙ୍କୁ କରିବା ଅନୁଚିତ ଅଟେ। ସେହିଦିନ ଯାହାବି ଆପଣ ଫଳ ଆହାର କରିବେ ସେହି ଫଳକୁ ଭଗବାନଙ୍କ ଠାରେ ନିଶ୍ଚୟ ପ୍ରଥମେ ଭୋଗ ଲଗେଇବେ। ତା ପରେ ସେହି ଫଳକୁ ଆହାର କରିବେ। ଭୋଳାବାବାଙ୍କୁ ଯାହାବି ଭୋଗ ଲଗେଇବେ ସେଥିରେ ବେଲ ପତ୍ର ରଖିବେ। ବିନା ବେଲ ପତ୍ର ଥିବା ଭୋଗକୁ ଭୋଳାବାବା ସିଉକାର କରିବେ ନାହିଁ। ମହାଶିବରାତ୍ରି ଦିନ ଯେକୌଣସି ମନକାମନା ପୁରଣ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଗୋଟିଏ ଉପାୟ ଆପଣ ନିଶ୍ଚୟ କରନ୍ତୁ। ଏହା ବହୁତ ସହଜ ଅଟେ। ସେଦିନ ଆପଣ ୨୧ ଟି ବେଲପତ୍ରରେ ଏହି ଉପାୟ ନିଶ୍ଚିତ କରନ୍ତୁ।ପ୍ରଥମେ ଆପଣ ୨୧ ଟି ବେଲପତ୍ର ମହାଶିବରାତ୍ରିର ପୂର୍ବ ଦିନରେ ତୋଳି ଆଣି ଘରେ ରଖିଦିଅନ୍ତୁ। ଧ୍ୟାନ ରଖିବେ ବେଲ ପତ୍ର ତିନି ଟିକିଆ ହୋଇଥିବା ଦରକାର। ଛିଣ୍ଡିବା ପତ୍ର ବା ଦୁଇ ଟିକିଆ ପତ୍ର ଯେମିତି ହୋଇନଥିବ। ସେହି ପତ୍ର ସବୁକୁ ଗଙ୍ଗା ଜଳରେ ଧୋଇ ଦିଅନ୍ତୁ। ବା ଶୁଦ୍ଧ ଜଳରେ ଧୋଇ ଦିଅନ୍ତୁ। ପତ୍ର କୁ ଟିକିଏ ଶୁଖେଇ ଦିଅନ୍ତୁ। ଯେମିତି ପତ୍ର ଦେହରେ ପାଣି ନରହିବା ଉଚିତ। ସେହି ତିନି ପତ୍ରରେ ଓଁ ନମଃ ଶିବାୟ ଲେଖିବେ ଏହାକୁ ଆପଣଙ୍କୁ ଚନ୍ଦନରେ ଲେଖିବାକୁ ପଡ଼ିବ। ଯେମିତି ପ୍ରଥମେ ଆପଣ ତିନି ପତ୍ରକୁ ନିଅନ୍ତୁ। ପ୍ରଥମ ପତ୍ରରେ ଓଁ ଲେଖନ୍ତୁ ଦିତୀୟ ପତ୍ରରେ ନମଃ ଲେଖନ୍ତୁ ତୃତୀୟ ପତ୍ରରେ ଶିବାୟ ଲେଖନ୍ତୁ। ସେହି ୨୧ ଟି ବେଲ ପତ୍ରକୁ ଆପଣ ମହାଶିବରାତ୍ରି ଦିନ ଭୋଳାନାଥଙ୍କୁ ଅର୍ପଣ କରନ୍ତୁ।ଏହାକୁ ଯଦି ଆପଣ ପ୍ରହର ହିସାବରେ ଚଢେଇବେ ତାହେଲେ ବହୁତ ଭଲ ହୋଇଥାଏ। ତେବେ ବେଲ ପତ୍ର ଚଢେଇବା ଆଗରୁ ଭୋଳାନାଥଙ୍କର ବିଧିବଧ ପୁଜା ଯେଉଁଟା ଶିବରାତ୍ରି ଦିନ କରାଯାଇଥାଏ ତାକୁ ଆପଣ ପ୍ରଥମେ କରିବେ। ତାପରେ ପ୍ରହର ହିସାବରେ ଆପଣ ବେଲ ପତ୍ର ଚଢେଇ ପାରିବେ। ଯେମିତି ଆପଣ ରାତିରେ ଜାଗର କରିବା ପୁର୍ବରୁ ଦୀପ ଜ-ଳାଯାଇଥାଏ। ଦୀପ ଜ-ଳେଇବା ପରେ ପ୍ରହର ଅନୁସାରେ କଞ୍ଚା କ୍ଷୀର ଅର୍ପଣ କରି ବେଲ ପତ୍ର ଚଢେଇଲେ ଭଗବାନ ଭୋଳାନାଥଙ୍କ ଉପରେ ତେବେ ଆପଣଙ୍କର ମନକାମନା ନିଶ୍ଚୟ ପୂରଣ ହେବ। ଏହି ଉପାୟଟି ବହୁତ ଚମତ୍କାରୀ ଅଟେ। ଆପଣ ଏହାକୁ ନିଶ୍ଚିତ କରନ୍ତୁ। ମହା ଶିବରାତ୍ରିରେ ଭଗବାନ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାରର ଉପାୟ କରିପାରିବେ।ଦାମ୍ପତ୍ୟ ଜୀ-ବନ ସୁଖ ମୟ,ଧନ ପ୍ରାପ୍ତି,ସନ୍ତାନ ପ୍ରାପ୍ତି, ଚାକିରି ପ୍ରାପ୍ତି, ବ୍ୟବସାୟରେ ଉନ୍ନତି ପାଇବା ପାଇଁ ଆମର ଏହି ପୋଷ୍ଟରେ ଅନେକ ପ୍ରକାରର ଉପାୟ କୁହାଯାଇଛି।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଭୋଲେନାଥ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *