Excuse Me Odisha

ଯାହା କହିବୁ ସତ କହିବୁ

ଗ୍ରହ ଏବଂ ନକ୍ଷତ୍ରଙ୍କ ଶୁଭ ଚଳନ ଯୋଗୁଁ ୫ ଟି ରାଶିଙ୍କୁ ମିଳିବ ଧନ, ଏହି ରାଶି ମାନଙ୍କର କାମ ଖରାପ ହୋଇପାରେ।

ସେୟାର୍ କରନ୍ତୁ

ବ୍ରହ୍ମାଣ୍ଡରେ ଗ୍ରହ ଏବଂ ନକ୍ଷତ୍ରଗୁଡିକର ଗତିବିଧି କ୍ରମାଗତ ଭାବରେ ବଦଳିଥାଏ ଯେଉଁ କାରଣରୁ ମଣିଷ ଜୀବନରେ ସୁଖ ଆସେ ଏବଂ ବେଳେବେଳେ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ଜ୍ୟୋତିଷଙ୍କ ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳିରେ ଗ୍ରହମାନଙ୍କର ଗତିବିଧି ଭଲ ହୁଏ ତେବେ ଏହା ଜୀବନରେ ସୁଖଦ ଫଳାଫଳ ଦେଇଥାଏ। କିନ୍ତୁ ଗ୍ରହମାନଙ୍କର ଗତିବିଧି ଭଲ ନଥିଲେ ଜୀବନରେ ଅସୁବିଧା ଉପୁଜେ। ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ ଏବଂ ଏହା କ୍ରମାଗତ ଭାବରେ ଚାଲିଥାଏ। ଏହାକୁ ଅଟକାଇବା ସମ୍ଭବ ନୁହେଁ। ସମସ୍ତଙ୍କୁ ପ୍ରକୃତିର ଏହି ନିୟମର ସାମ୍ନା କରିବାକୁ ପଡିବ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ଏବଂ ନକ୍ଷତ୍ରଗୁଡିକର ସ୍ଥିତି ଆଜି କିଛି ଲୋକଙ୍କ କୁଣ୍ଡଳିରେ ଶୁଭ ହେବ। ଏହା ବ୍ୟତୀତ ଆଜି ସିଦ୍ଧ ଯୋଗ ଏବଂ ଏହା ପରେ ବ୍ୟାତିପାତ ଯୋଗ ମଧ୍ୟ ପ୍ରସ୍ତୁତ ହେଉଛି ଯାହା ସମସ୍ତ ରାଶିର ଜାତକଙ୍କ ଉପରେ କିଛି ପ୍ରଭାବ ପକାଇବ। ସର୍ବଶେଷରେ କିଏ ଶୁଭ ଫଳାଫଳ ପାଇବ ଏବଂ କାହାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ଆସନ୍ତୁ ଜାଣିବା ଏହା ବିଷୟରେ।

ଆସନ୍ତୁ ଜାଣିବା ଗ୍ରହ ନକ୍ଷତ୍ରର ଶୁଭ ଚଳନ କେଉଁ ରାଶି ମାନଙ୍କୁ ମିଳିବ ଲାଭ।

ମେଷ ରାଶି:-

ମେଷ ରାଶିର ଲୋକଙ୍କୁ ଗ୍ରହ ନକ୍ଷତ୍ରଗୁଡିକର ସ୍ଥିତି ଶୁଭ ରହିବ ଯେଉଁ କାରଣରୁ ଭାଗ୍ୟରେ ବୃଦ୍ଧି ହେବାର ଏକ ଦୃଢ ସମ୍ଭାବନା ଅଛି। ବ୍ୟବସାୟରେ ବିପୁଳ ଅର୍ଥ ଲାଭ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ଭାଇଭଉଣୀଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ ହେବ। ଆପଣଙ୍କର ମନ ଖୁସି ହେବ। ପାରିବାରିକ ଆବଶ୍ୟକତା ପୂରଣ ହୋଇପାରେ।ଆପଣ କଠିନ ପରିଶ୍ରମର ସଠିକ ଫଳାଫଳ ପାଇବେ। ଚାକିରି କ୍ଷେତ୍ରର ପରିବେଶ ଆପଣଙ୍କ ସପକ୍ଷରେ ରହିବ।ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା ରାଶି:-

ଏହି ରାଶି ଥିବା ବ୍ୟକ୍ତିମାନେ ଗ୍ରହ ନକ୍ଷତ୍ରର ଶୁଭ ପ୍ରଭାବରୁ କିଛି ବଡ଼ ଲାଭ ପାଇପାରିବେ। ଆପଣ ନିଜର ଲକ୍ଷ୍ୟ ହାସଲ କରିପାରିବେ। ଆପଣ କ୍ୟାରିୟରରେ ଆଗକୁ ବଢିବାକୁ ସୁଯୋଗ ପାଇବେ। ଜୀବନସାଥୀଙ୍କ ସହିତ ଭଲ ସମନ୍ୱୟ ରହିବ। ଆପଣ ନିଜର ବିବାହିତ ଜୀବନକୁ ପୂର୍ଣ୍ଣ ଉପଭୋଗ କରିବାକୁ ଯାଉଛନ୍ତି। ପ୍ରେମ ଜୀବନରେ ଉନ୍ନତି ଆସିବ।ଆପଣ ନିଜର ପ୍ରିୟଙ୍କ ସହିତ ନିଜର ହୃଦୟର କଥା ସେୟାର କରିପାରନ୍ତି। ଭାଇଭଉଣୀଙ୍କ ସାହାଯ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହୋଇପାରିବ। ଯେଉଁଥିରେ ଆପଣ ବିପୁଳ ଲାଭ ପାଇବାର ସମ୍ଭାବନା ଅଛି।

ବିଛା ରାଶି:-

ଏହି ରାଶିର ଥିବା ଲୋକଙ୍କ ସମୟ ସକରାତ୍ମକ ରହିବ। ଗ୍ରହ ନକ୍ଷତ୍ରଗୁଡିକର ଶୁଭ ଚଳନ ଯୋଗୁ ଆପଣ ନିଜ କାର୍ଯ୍ୟରେ ସର୍ବୋତ୍ତମ ଫଳାଫଳ ପାଇବାର ଯୋଗ ଦେଖିବାକୁ ପାଇବେ। ଅଟକି ଥିବା କାର୍ଯ୍ୟ ଚାଲିବ। ବ୍ୟବସାୟରେ ଟଙ୍କା ହାସଲ ହୋଇପାରେ। କ୍ୟାରିୟରରେ ଆଗକୁ ବଢିବାକୁ ଅନେକ ସୁଯୋଗ ମିଳିବ। ଘରର ବଡ଼ ମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ଚାକିରି କ୍ଷେତ୍ରରେ ବଡ଼ ଅଧିକାରୀମାନେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରିବେ। ଆପଣଙ୍କର ଭାଗ୍ୟ ପ୍ରବଳ ରହିବ।

କୁମ୍ଭ ରାଶି:-

କୁମ୍ଭ ରାଶି ଥିବା ଲୋକମାନେ ପୁରୁଣା ନିବେଶରୁ ଲାଭବାନ ହେବାର ସମ୍ଭାବନା ଅଛି। ଯୋଜନା ଅନୁଯାୟୀ ଆପଣ ନିଜର ସମସ୍ତ କାର୍ଯ୍ୟ ସମାପ୍ତ କରିବେ। କ୍ୟାରିୟର ପ୍ରତି ପ୍ରୟାସ ସଫଳ ହୋଇପାରେ। ଗ୍ରହ ନକ୍ଷତ୍ରଗୁଡିକର ଶୁଭ ସ୍ଥିତି ଯୋଗୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ଋଣ ଦିଆଯାଇଥିବା ଟଙ୍କା ଫେରସ୍ତ ମିଳିପାରେ। ବ୍ୟବସାୟ ସହିତ ଜଡିତ ଥିବା ଲୋକମାନେ ଲାଭଜନକ ସମାଧାନ ପାଇବାର ସମ୍ଭାବନା ଅଛି। ଟେଲି ଯୋଗାଯୋଗ ମାଧ୍ୟମରେ ଭଲ ଖବର ମିଳିପାରେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ।

ମୀନ ରାଶି:-

ଏହି ରାଶିର ଥିବା ଲୋକମାନଙ୍କୁ ବହୁ ପରିମାଣର ଧନ ପ୍ରାପ୍ତିର ଯୋଗ ଦେଖିବାକୁ ପାଇବେ। ବ୍ୟକ୍ତିଗତ ଜୀବନରେ ଚାଲିଥିବା ଅସୁବିଧା ସମାପ୍ତ ହେବ। ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରିପାରନ୍ତି ଯେଉଁଥିରେ ଆପଣ ସଫଳତାର ଦୃଢ ସମ୍ଭାବନା ଦେଖିବେ। ପ୍ରଭାବଶାଳୀ ଲୋକମାନଙ୍କର ମାର୍ଗଦର୍ଶନ ପାଇବେ। ପୁରୁଣା ସମସ୍ୟାର ନୂତନ ସମାଧାନ ଖୋଜିବାର ସମ୍ଭାବନା ଅଛି। ଧାର୍ମିକ କାର୍ଯ୍ୟକଳାପରେ ଆପଣଙ୍କର ମନ ଅଧିକ ଲାଗିବ। ସନ୍ତାନ ତରଫରୁ ଚିନ୍ତା ଶେଷ ହେବ। ମୋଟ ଉପରେ ଜୀବନର ପୂର୍ଣ୍ଣ ଆନନ୍ଦ ନେବେ।

ଆସନ୍ତୁ ଜାଣିବା ଅନ୍ୟ ରାଶିମାନଙ୍କର ସ୍ଥିତି କିପରି ରହିବ।

ବୃଷ ରାଶି:-

ବୃଷ ରାଶିର ଲୋକମାନେ ମଧ୍ୟମ ଫଳପ୍ରଦ ସମୟ ପାଇବେ। ଆପଣ ନିଜ ବ୍ୟବସାୟରେ କିଛି ନୂଆ କରିବାର ଚିନ୍ତା କରିପାରନ୍ତି। ବିବାହିତ ଲୋକଙ୍କୁ ଟିକେ ସତର୍କ ରହିବାକୁ ପଡିବ କାରଣ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବି-ବା ଦ ହେବାର ସମ୍ଭାବନା ଅଛି ଯାହା ଆପଣଙ୍କ ସମ୍ପର୍କକୁ ଦୁର୍ବଳ କରିପାରେ। ବନ୍ଧୁମାନେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାହାର୍ଯ୍ୟ କରିବେ। ପିତାମାତାମାନଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିପାରେ। ଘରର କୌଣସି ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଯେଉଁଥି ପାଇଁ ଆପଣ ବହୁତ ଚିନ୍ତିତ ରହିବେ।

ମିଥୁନ ରାଶି:-

ମିଥୁନ ରାଶିର ଲୋକମାନେ ଭଲ ସମୟ ପାଇବେ କିନ୍ତୁ ଟଙ୍କା କାରବାରରେ ବିଶେଷ ଯତ୍ନ ନେବା ଆବଶ୍ୟକ ନଚେତ ଧନ ହାନି ହେବାର ସମ୍ଭାବନା ଅଛି। ପିଲାମାନଙ୍କଠାରୁ ଭଲ ଖବର ମିଳିପାରେ। ଯାହା ଖୁସିର ପାରିବାରିକ ପରିବେଶ ସୃଷ୍ଟି କରିବ। ନୂତନ ଲୋକମାନଙ୍କ ସହିତ ଆପଣଙ୍କର ପରିଚିୟ ହୋଇପାରେ। ଆପଣ ନିଜରର ଭବିଷ୍ୟତକୁ ନେଇ ଚିନ୍ତା କରିବେ। ଆପଣ କୌଣସି କାର୍ଯ୍ୟରେ ତତ୍ପର ହୋଇ ଯାଅନ୍ତୁ ନାହିଁ …

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *