Excuse Me Odisha

ଯାହା କହିବୁ ସତ କହିବୁ

ଆଜି କାଳାଷ୍ଟମୀରେ ବନୁଛି ବିଶେଷ ଯୋଗ , ଏହି ରାଶିର ଲୋକେ ରହିବେ ଭାଗ୍ୟବାନ, ଧନଲାଭର ଯୋଗ ରହିଛି।

ସେୟାର୍ କରନ୍ତୁ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳାଷ୍ଟମୀ ବ୍ରତର ତିଥି ରହିଛି। ଆପଣଙ୍କୁ କହି ରଖୁଛୁ କି କାଳାଷ୍ଟମୀ ତିଥି ଦିନ ଭଗବାନ ଶିବଙ୍କୁ କାଳ ଭୈରବ ସ୍ୱରୂପରେ ପୂଜା କରାଯାଏ। ଏହି ବର୍ଷ ଫାଲଗୁନ ମାସରେ କାଳାଷ୍ଟମୀ ତିଥି ୫ ମାର୍ଚ୍ଚ ଅର୍ଥାତ ଶୁକ୍ରବାର ଦିନ ପଡୁଛି। ଏହିଦିନ ଭକ୍ତ ଭଗବାନ ଶିବଙ୍କ କାଳ ଭୈରବ ସ୍ୱରୂପ ପୂଜା କରନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାଳାଷ୍ଟମୀ ଦିନ ଗ୍ରହ ନକ୍ଷତ୍ର ମିଶି ବିଶେଷ ଯୋଗ ର ନିର୍ମାଣ କରୁଛନ୍ତି। ଯାହାର ସବୁ ୧୨ଟି ରାଶି ଉପରେ ଶୁଭ ଓ ଅଶୁଭ ପ୍ରଭାବ ପଡ଼ିବ। ଏହି ବିଶେଷ ଯୋଗର ପ୍ରଭାବ କେଉଁ ରାଶିର ଲୋକଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ ଏବଂ କେଉଁ ରାଶିର ଲୋକଙ୍କୁ ଏହାର ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଚାଲନ୍ତୁ ଜାଣିବା ସେହି ବିଷୟରେ ।

ଆସନ୍ତୁ ଜାଣିବା କାଳାଷ୍ଟମୀରେ ବନୁଛି ବିଶେଷ ଯୋଗର  କେଉଁ ରାଶିକୁ ମିଳିବ ଶୁଭ ଫଳ।

କର୍କଟ ରାଶିର ଲୋକଙ୍କ ଉପରେ କାଳାଷ୍ଟମୀରେ ବନୁଛି ବିଶେଷ ଯୋଗର ଉତ୍ତମ ପରିଣାମ ପ୍ରାପ୍ତ ହେବ। ଭାଗ୍ୟ ତରଫରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। ଆପଣଙ୍କର କୌଣସି ମନସ୍କାମନା ପୂରଣ ହୋଇପାରେ। ବନ୍ଧୁଙ୍କ ସହିତ ଚାଲି ଥିବା ମତଭେଦ ଦୂର ହେବ। ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ରହିବ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ହେବ।

କନ୍ୟା ରାଶିର ଲୋକଙ୍କୁ କ୍ୟାରିୟରରେ ଆଗକୁ ବଢିବା ପାଇଁ ଉତ୍ତମ ଅବସର ମିଳିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ। କାଳାଷ୍ଟମୀରେ ବନିଥିବା ବିଶେଷ ଯୋଗ ଦ୍ଵାରା ଆପଣଙ୍କୁ ଫାଇଦା ମିଳିବ। କାର୍ଯ୍ୟରେ ବାଧା ଦୂର ହୋଇପାରେ। ବିବାହ ଯୋଗ୍ୟ ଲୋକଙ୍କୁ ବିବାହରେ ଉତ୍ତମ ସଫଳତା ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ।

Google

କୁମ୍ଭ ରାଶିର ଲୋକଙ୍କ ଉପରେ କାଳାଷ୍ଟମୀରେ ବନୁଥିବା ବିଶେଷ ଯୋଗର ଉତ୍ତମ ପରିଣାମ ପ୍ରାପ୍ତ ହେବ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ଯୋଗ ଦେଖା ଯାଉଛି। ଚାକିରି କ୍ଷେତ୍ରରେ ଚାପଗ୍ରସ୍ତ ରହି ପାରନ୍ତି। କ୍ୟାରିୟରରେ ଆଗକୁ ବଢିବା ପାଇଁ ମାର୍ଗ ପ୍ରାପ୍ତ ହେବ। ଯଦି ଆପଣ ଟଙ୍କା ଉଧାର ଦେଉଛନ୍ତି ତାହେଲେ ଟଙ୍କା ଖୁବ୍ ଶୀଘ୍ର ଫେରସ୍ତ ମିଳିପାରେ। ବିରୋଧୀ ପରାସ୍ତ ହେବେ। ମାନସିକ ଚିନ୍ତା ଦୂର ହେବ। ପ୍ରେମ ସମ୍ବନ୍ଧ ସୁଦୃଢ ରହିବ। ବୈବାହିକ ଜୀବନ ସୁଖମୟ ରହିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମେଷ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କ ମନରେ କୌଣସି ପୁରୁଣା ଚିନ୍ତା ବଢିପାରେ। ସାମାଜିକ ମାନସମ୍ମାନ ବୃଦ୍ଧି ପାଇବ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ ସମସ୍ୟାର ସ୍ଥିତି ଉତ୍ପନ୍ନ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମୀଙ୍କ ଭାବନାକୁ ବୁଝିବାକୁ ପ୍ରୟାସ କରି ପାରନ୍ତି। କୌଣସି ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ । ପିତାମାତାଙ୍କ ସହିତ କୌଣସି ତୀର୍ଥ ସ୍ଥାନକୁ ଯାତ୍ରା କରି ପାରନ୍ତି।

ବୃଷ ରାଶିର ଲୋକଙ୍କ ମନ ପୂଜାପାଠ ରେ ଅଧିକ ଲାଗିବ। ପରିବାର ଲୋକଙ୍କ ସହିତ ଧାର୍ମିକ କାର୍ଯ୍ୟକ୍ରମ ରେ ଯାଇ ପାରନ୍ତି। କୌଣସି ମହତ୍ୱପୂର୍ଣ୍ଣ ଯୋଜନାକୁ ନେଇ ଚିନ୍ତିତ ରହି ପାରନ୍ତି। ଅଚାନକ କୌଣସି ଅଟକି ରହିଥିବା କାର୍ଯ୍ୟ ପାଇଁ ଚିନ୍ତିତ ରହି ପାରନ୍ତି। କୌଣସି କାର୍ଯ୍ୟରେ ଶୀଘ୍ରତା କରନ୍ତୁ ନାହିଁ। ଅଚାନକ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ପାରିବାରିକ ମାହୋଲ ସୁଖମୟ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ ଉତ୍ତମ ପରାମର୍ଶ ମିଳିପାରେ। ବ୍ୟାପାର କରିଥିବା ଲୋକେ ବ୍ୟବସାୟରେ କିଛି ପରିବର୍ତ୍ତନ କରିବା ଉଚିତ ନୁହେଁ।

ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ଭଲ ରହିବ ନାହିଁ। ଭାଇଭଉଣୀଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ। ଆପଣଙ୍କୁ ନିଜ ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ। କଥାବାର୍ତ୍ତା ସମୟରେ ଖରାପ ଶବ୍ଦର ପ୍ରୟୋଗ କରନ୍ତୁ ନାହିଁ। ଶତ୍ରୁ ପକ୍ଷ ଆପଣଙ୍କ ପାଇଁ ଷଡ଼ଯନ୍ତ୍ର କରି ପାରନ୍ତି। ଚାକିରି କ୍ଷେତ୍ରରେ ମାହୋଲ ସାମାନ୍ୟ ରହିବ। ବରିଷ୍ଠ ଅଧିକାରୀଙ୍କ ସହିତ ଉତ୍ତମ ତାଳମେଳ ରଖନ୍ତୁ।

Google

ସିଂହ ରାଶିର ଲୋକଙ୍କ ପାଇଁ କାର୍ଯ୍ୟ ମାମଲାରେ ଅଧିକ ସାବଧାନ ରହିବା ଉଚିତ। ଆପଣଙ୍କୁ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ବିଳମ୍ବ ହୋଇପାରେ। କାର୍ଯ୍ୟର ଯୋଜନାକୁ ଆପଣ କାହା ସାମ୍ନାରେ ଉଜାଗର କରନ୍ତୁ ନାହିଁ। ଘରେ କୌଣସି ସଦସ୍ୟଙ୍କ ଠାରୁ ଦୁଃଖଦ ସମାଚାର ମିଳିପାରେ। କାରବାରରେ ଲାଭ ମିଳିବାର ସମ୍ଭାବନା ରହିଛି। ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି। ନୂଆ ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହୋଇପାରେ ।

ତୁଳା ରାଶିର ଲୋକଙ୍କ ପାଇଁ ସମୟ କଠିନ ରହି ପାରେ। ସନ୍ତାନଙ୍କ ତରଫରୁ କଷ୍ଟ ଅନୁଭବ ହୋଇପାରେ। ଆପଣ କାର୍ଯ୍ୟରେ କଠିନ ପରିଶ୍ରମ କରିବା ସତ୍ତ୍ୱେ ପରିଣାମ କମ୍ ମିଳିବାର ସମ୍ଭାବନା ରହିଛି। ଖରାପ ସଂଗତୀରୁ ଦୂରେଇ ରୁହନ୍ତୁ। ଆପଣ ଭବିଷ୍ୟତକୁ ନେଇ ଚିନ୍ତିତ ରହି ପାରନ୍ତି। ମାତାପିତାଙ୍କ ଠାରୁ ସହଯୋଗ ଏବଂ ଆଶିର୍ବାଦ ପ୍ରାପ୍ତ ହେବ।

ବିଛା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କୁ ନିଜ ବ୍ୟବହାର ପ୍ରତି ନିୟନ୍ତ୍ରଣ ରଖିବା ଆବଶ୍ୟକ। ପୁରୁଣା ଅଟକି ରହିଥିବା ଯୋଜନାକୁ ନେଇ ଚିନ୍ତିତ ରହି ପାରନ୍ତି। କୌଣସି ପ୍ରକାରର ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଚାକିରି କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। କୋର୍ଟ କଚେରୀ ମାମଲାରେ ଦୂରେଇ ରହିବା ଆବଶ୍ୟକ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଆପଣ କୌଣସି ମନ୍ଦିର ଦର୍ଶନରେ ଯାଇ ପାରନ୍ତି । ଆପଣଙ୍କ ମନକୁ ଶାନ୍ତି ମିଳିପାରେ।

ଧନୁ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ଘରୋଇ ଆବଶ୍ୟକତା ପଛରେ ଧନ ଖର୍ଚ୍ଚ ହୋଇପାରେ। ଚାକିରି କ୍ଷେତ୍ରରେ ଲୋକଙ୍କୁ ସମ୍ଭାଳି ଚାଲିବା ଆବଶ୍ୟକ। କିଛି ଲୋକେ ଆପଣଙ୍କ କାର୍ଯ୍ୟ ଉପରେ ନଜର ରଖି ପାରନ୍ତି। ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତା ବା ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

Google

ମକର ରାଶିର ଲୋକଙ୍କୁ ସୁଖର ପରିଣାମ ପ୍ରାପ୍ତ ହେବ ହେବ। ଅଚାନକ ଦୂର ସଞ୍ଚାର ମାଧ୍ୟମରେ ସୁଖଦ ପରିଣାମ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ଅଧିକ ବ୍ୟସ୍ତ ରହି ପାରନ୍ତି। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ମହାନ ଲୋକଙ୍କ ସହିତ ସମ୍ପର୍କ ବୃଦ୍ଧି ହୋଇପାରେ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି ବଡ଼ ବିବାଦ ହୋଇପାରେ। ଗାଡି ଚଳାଚଳ ସମୟରେ ସାବଧାନ ରହିବା ଉଚିତ।

ମୀନ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ସନ୍ତାନଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ବ୍ୟାପାର ରେ ଜଡ଼ିତ ଲୋକଙ୍କୁ ଉତ୍ତମ ପରାମର୍ଶ ମିଳିପାରେ। କ୍ୟାରିୟର ରେ ଆଗକୁ ବଢିବା ପାଇଁ ଉତ୍ତମ ଅବସର ମିଳିବ,ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇବା ପାଇଁ ପ୍ରୟାସ କରନ୍ତୁ। କୌଣସି ଯାତ୍ରାରେ ଯାଇ ପାରନ୍ତି । ଜୀବନସାଥୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି । ଅନ୍ୟ ମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *