Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୬ ମାର୍ଚ୍ଚ ୨୦୨୧, ଶନିବାର : କର୍କଟ ରାଶି ସହିତ ଏହି ୫ଟି ରାଶିକୁ ବେପାରରେ ମିଳିବ ବଡ଼ ସଫଳତା, ପଢନ୍ତୁ ଆଜିର ରାଶିଫଳ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶନିବାର ୦୬ ମାର୍ଚ୍ଚ ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୦୬ ମାର୍ଚ୍ଚ ୨୦୨୧।

ମେଷ ରାଶି:-

ଏହି ରାଶିର ଜାତକଙ୍କ ଜୀବନରେ ଅନେକ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ। ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ସାମାଜିକ ଦାୟିତ୍ୱ ବୃଦ୍ଧି ପାଇବ। ନୂତନ ଲୋକମାନଙ୍କ ସହିତ ବନ୍ଧୁ ହୋଇପାରନ୍ତି। କ୍ୟାରିୟରରେ ଆଗକୁ ବଢିବାକୁ ନୂଆ ସୁଯୋଗ ମିଳିବ। ସାଙ୍ଗମାନଙ୍କ ସହିତ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି। ମାର୍କେଟ ସହିତ ଜଡିତ ଲୋକମାନେ ଭଲ ଲାଭ ପାଇବେ। ପାରିବାରିକ ପରିବେଶ ଭଲ ରହିବ।

ବୃଷ ରାଶି:-

ବୃଷ ରାଶିର ଜାତକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହୋଇପାରେ। ଆପଣ ଯେତିକି ପରିଶ୍ରମ କରିବେ ସେତିକି ଅନୁଯାୟୀ ଫଳ ପ୍ରାପ୍ତ ହେବ। ପରିବାରର ସମସ୍ତ ସଦସ୍ୟ ଆପଣଙ୍କୁ ସହଯୋଗ କରିବେ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହୋଇପାରେ। ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରକୁ ବୁଝିବାକୁ ଚେଷ୍ଟା କରିବେ। ପ୍ରେମ ଜୀବନରେ ସମସ୍ୟା ଉପୁଜିପାରେ। କୌଣସି କଥାକୁ ନେଇ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ପିଲାମାନଙ୍କ ସହିତ ଏକ ଭଲ ସମୟ ବିତାଇବେ।

Google

ମିଥୁନ ରାଶି:-

ମିଥୁନ ର ରାଶିର ଜାତକଙ୍କର ଆଜିର ଦିନ ଭଲ ରହିବ।ଘରର ଅଟକି ରହିଥିବା କାମ ସହଜରେ ସମ୍ପନ୍ନ ହୋଇପାରିବ ତେଣୁ ଆପଣ ଶାନ୍ତି ଅନୁଭବ କରିବେ। ଚାକିରି କ୍ଷେତ୍ରରେ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡିବ କାରଣ କିଛି ଲୋକ ନିରାଶ ହେବାର ସମ୍ଭାବନା ଅଛି। ବଡ ଅଧିକାରୀଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା କରନ୍ତୁ। ଆର୍ଥିକ ପରିସ୍ଥିତି ସ୍ୱାଭାବିକ ହେବ। ଆୟ ଅନୁଯାୟୀ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ପଡିବ।

କର୍କଟ ରାଶି:-

ଆଜି କର୍କଟ ରାଶିର ଜାତକଙ୍କର ଦିନ ସାମାନ୍ୟ ରହିବ। କାର୍ଯ୍ୟରେ ଧ୍ୟାନ ଦେବା ଅତ୍ୟନ୍ତ କଷ୍ଟକର ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଳମ୍ବ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାହାରର ଖାଇବା ପିଇବା ଠାରୁ ଦୂରେଇ ରହିବାକୁ ପଡିବ। ପରିବାରରେ ଶାନ୍ତି ଏବଂ ସୁଖ ରହିବ। ଆପଣ ମାଙ୍କର ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ରହିବେ।ବଡ ଭାଇମାନଙ୍କ ସାହାଯ୍ୟରେ ଆପଣ ନିଜର କ୍ୟାରିୟରରେ ଆଗକୁ ବଢିପାରିବେ। ଜୀବନସାଥୀଙ୍କର ଭାବନା ବୁଝିବେ।

ସିଂହ ରାଶି:-

ଏହି ରାଶିର ଜାତକଙ୍କର ଆଜିର ଦିନ ଭଲ ରହିବାର ଦେଖାଯାଉଛି। ଚାକିରି କ୍ଷେତ୍ରରେ ସହକର୍ମିଙ୍କ ଆପଣଙ୍କୁ ସାହାଯ୍ୟ କରିବେ। ନିଜର କ୍ରୋ-ଧକୁ ନିୟନ୍ତ୍ରଣ କରିବା ଆବଶ୍ୟକ। କୌଣସି ପ୍ରକାରର ବିତର୍କକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ଗାଡି ବ୍ୟବହାର କରିବା ସମୟରେ ସତର୍କତା ବ୍ୟବହାର କରନ୍ତୁ ନଚେତ ଆ-ଘା-ତ ହୋଇପାରେ। ଟେଲି ଯୋଗାଯୋଗ ମାଧ୍ୟମରେ ଆପଣ ଦୁଃଖଦ ଖବର ପାଇପାରିବେ ଯେଉଁଥିପାଇଁ ଆପଣ ବହୁତ ଚିନ୍ତିତ ରହିବେ। ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖିବାକୁ ପଡିବ। ଅଦ୍ଭୁତ ପରିସ୍ଥିତିରେ ଧର୍ଯ୍ୟବାନ ହୁଅନ୍ତୁ।

କନ୍ୟା ରାଶି:-

ଏହି ରାଶିର ଜାତକଙ୍କ ପାଇଁ ଆଜିର ଦିନ ଉଜ୍ଜ୍ୱଳ ରହିବ।ଛାତ୍ରମାନେ ଅଧ୍ୟୟନ କରିବାକୁ ଇଚ୍ଛୁକ ଅନୁଭବ କରିବେ। ଆଜି ଆପଣ କିଛି ନୂଆ ଶିଖିବାକୁ ପାଇପାରନ୍ତି। ବ୍ୟବସାୟରେ ବିସ୍ତାର ସମ୍ବୋଦ୍ଧିତ ଜଡିତ ଏକ ନୂତନ ଯୋଜନା ଆପଣ କରିପାରନ୍ତି ଯାହା ଭବିଷ୍ୟତରେ ଲାଭଦାୟକ ହେବ। ଆପଣ ନିଜ ଜୀବନସାଥୀଙ୍କ ସହିତ ବୁଲିଯିବାର ଯୋଜନା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ଚାଲିବ। ଭାଇଭଉଣୀଙ୍କ ସହିତ ଚାଲିଥିବା ମତଭେଦ ସମାପ୍ତ ହେବ।

ତୁଳା ରାଶି:-

ଏହି ରାଶିର ଜାତକ ପାଇଁ ଆଜିର ଦିନ ଉତ୍ଥାନ ପତନ ଭରା ରହିବ। ଆପଣ ନିଜର କୌଣସି କାର୍ଯ୍ୟରେ ତତ୍ପର ହୋଇ ଯାଅନ୍ତୁ ନାହିଁ ନଚେତ କାମଟି ଖରାପ ହୋଇଯାଇପାରେ। ସାମାଜିକ ଦାୟିତ୍ୱ ବୃଦ୍ଧି ପାଇବ। ନୂତନ ଲୋକମାନଙ୍କ ସହିତ ପରିଚିତ ହେବ। କିନ୍ତୁ ଆପଣ ଅପରିଚିତ ଲୋକଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ଅତ୍ୟଧିକ ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ। କାର୍ଯ୍ୟ କ୍ଷେତ୍ରରେ ହଠାତ ପରିବର୍ତ୍ତନ ହୋଇପାରେ ଯାହା ଆପଣଙ୍କ କାର୍ଯ୍ୟକଳାପକୁ ପ୍ରଭାବିତ କରିବ। ପିଲାମାନଙ୍କଠାରୁ କିଛି ଭଲ ଖବର ପାଇବାର ସମ୍ଭାବନା ଅଛି।

ବିଛା ରାଶି:-

ବିଛା ରାଶିର ଜାତକଙ୍କୁ ଆଜିର ଦିନ ଖୁସି ପୂର୍ବକ ରହିବ। ଆପଣଙ୍କ ପାଇଁ ଆଜିର ଦିନ ନୂଆ ଉପହାର ଆଣିବ। ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟରେ ଆପଣ ଭଲ ଲାଭ ପାଇପାରିବେ। ଆର୍ଥିକ ସ୍ଥିତି ଭଲ ରହିବ। ପୁରୁଣା ସାଙ୍ଗମାନଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ବିଶେଷ ଲୋକଙ୍କ ସହଯୋଗରେ ଆପଣ ନିଜର କ୍ୟାରିୟରରେ ଅଗ୍ରଗତି କରିବେ। କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ଆପଣ ନିଜ ଜୀବନସାଥୀଙ୍କ ସହିତ ସର୍ବୋତ୍ତମ ସମୟ ବିତାଇବା ପାରିବେ। ପ୍ରେମ ଜୀବନରେ ଉନ୍ନତି ଆସିବ।

ଧନୁ ରାଶି:-

ଧନୁ ରାଶିର ଜାତକଙ୍କ ପାଇଁ ଆଜିର ଦିନ ଚୂନତିପୂର୍ଣ୍ଣ ରହିବ।କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ଅଧିକ ଚିନ୍ତା ରହିବ।ଆପଣଙ୍କୁ ନିଜ ଯୋଜନା ଉପରେ ଧ୍ୟାନ ଦେବାକୁ ପଡିବ। ଅନ୍ୟମାନଙ୍କ କଥାରେ ଆସି କୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ନଚେତ କ୍ଷତି ହୋଇପାରେ। ହଠାତ ଶଶୁର ଘର ତରଫରୁ ଲାଭ ମିଳିବାର ସମ୍ଭାବନା ଅଛି। ପ୍ରେମ ଜୀବନ ବ୍ୟତିତ କରୁଥିବା ଜାତକଙ୍କୁ ଟିକେ ସତର୍କ ରହିବାକୁ ପଡିବ। କାରଣ ଆପଣଙ୍କର ପ୍ରେମ ସମ୍ପର୍କ ପ୍ରକାଶ ହେବାର ଭୟ ଅଛି।

Google

ମକର ରାଶି:-

ମକର ରାଶିର ଜାତକଙ୍କ ପାଇଁ ଆଜିର ଦିନ ସାମାନ୍ୟ ହେବାକୁ ଯାଉଛି। ଆଜି ଆପଣଙ୍କୁ ନିଜର ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ। ପରିବାର ସଦସ୍ୟଙ୍କ ସହିତ ବୁଲି ଯିବାର ଯୋଜନା କରିପାରନ୍ତି। ମାଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି ଯେଉଁଥିପାଇଁ ଆପଣ ବହୁତ ଚିନ୍ତିତ ରହିବେ। ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦୌଡ଼ିବାକୁ ପଡିପାରେ। ଆପଣ ନିଜର କଥାକୁ ନିୟନ୍ତ୍ରଣ କରିବା ଜରୁରୀ। କାହା ସହିତ କଥାବାର୍ତ୍ତା କରିବାବେଳେ ନିଜର କଥା ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ବି-ବା-ଦ ହୋଇପାରେ। ଭବିଷ୍ୟତକୁ ନେଇ ଆପଣ ବହୁତ ଚିନ୍ତିତ ରହିବେ।

କୁମ୍ଭ ରାଶି:-

କୁମ୍ଭ ରାଶିର ଜାତକଙ୍କର ଭାଗ୍ୟ ଆଜି ସମ୍ପୂର୍ଣ୍ଣ ରୂପେ ସାଥ ଦେବ। ଆପଣ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରୁଥିବା କାର୍ଯ୍ୟକୁ ଆପଣ ସହଜରେ ସଂପୂର୍ଣ୍ଣ କରିପାରିବେ। ବନ୍ଧୁମାନଙ୍କ ସହିତ ସାକ୍ଷାତ ହେବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିବ। ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ ସାମାନ୍ୟ ଅଧିକ ହେବ। ଆପଣ ନିଜ ବାପାଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ।

ମୀନ ରାଶି:-

ଏହି ରାଶିର ଜାତକ ଟିକେ ଗମ୍ଭୀର ଦେଖାଯାଉଛନ୍ତି। କାର୍ଯ୍ୟରେ କଠିନ ପରିଶ୍ରମ କରିବା ସତେ ଆପଣ ନିଜ ମନ ଅନୁଯାୟୀ ଲାଭ ପାଇପାରିବେ ନାହିଁ। ଗୁପ୍ତ ଶତ୍ରୁମାନେ ସକ୍ରିୟ ରହିବେ ସେମାନେ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି ତେଣୁ ସତର୍କ ରୁହନ୍ତୁ। ପାରିବାରିକ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ। ବ୍ୟବସାୟ ସହ ଜଡିତ ଲୋକମାନେ ଉପକୃତ ହୋଇପାରନ୍ତି। ହଠାତ ଆପଣଙ୍କର ରୋଜଗାରର ମାଧ୍ୟମ ବଢ଼ିବ ଯାହା ଆପଣଙ୍କ ମନକୁ ଖୁସି କରିବ। ବାହାରର ଖାଇବା ପିଇବା ଠାରୁ ଦୂରେଇ ରୁହନ୍ତୁ ନଚେତ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *