Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୪ ମାର୍ଚ୍ଚ ୨୦୨୧, ଗୁରୁବାର : କୁମ୍ଭ ରାଶିର ଲୋକଙ୍କୁ ମିଳିପାରେ ଲାଭ, ଏହି ରାଶିର ଲୋକମାନେ ନିବେଶ କରିବାରେ ବଞ୍ଚନ୍ତୁ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଗୁରୁବାର ୦୪ ମାର୍ଚ୍ଚ ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୦୪ ମାର୍ଚ୍ଚ ୨୦୨୧।

ମେଷ ରାଶି:-

ମେଷ ରାଶିର ଲୋକଙ୍କ ଜୀବନରେ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ। ଯଦି ଆପଣ କେଉଁଠି ନିବେଶ କରିବାକୁ ଚାହୁଞ୍ଚନ୍ତି ତେବେ ଭବିଷ୍ୟତରେ ଲାଭ ମିଳିବ। ନୂଆ-ନୂଆ ଜାତକର ଲୋକଙ୍କ ସହିତ ସମ୍ପର୍କ ସୃଷ୍ଟି ହୋଇପାରେ। ସମାଜରେ ଆପଣଙ୍କର ଅଲଗା ପରିଚୟ ସୃଷ୍ଟି ହେବ। ଉନ୍ନତିର ନୂଆ ଅବସର ହାସିଲ ହେବ। ସାଙ୍ଗମାନଙ୍କ ସହିତ ମିଶି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଯେଉଁ ଲୋକମାନେ ମାର୍କେଟିଂରେ ଜଡିତ ଅଛନ୍ତି ସେମାନଙ୍କୁ ଭଲ ଫଳ ମିଳିବାର ସମ୍ଭାବନା ଅଛି। ଘରର ଅସୁବିଧାର ସମାଧାନ ମିଳିପାରେ।

ବୃଷ ରାଶି:-

ବୃଷ ରାଶିର ଲୋକଙ୍କୁ ଜୀବନରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ। ଆଜି ଆପଣ ପଇସା ନିବେଶ କରନ୍ତୁ ନାହିଁ। ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କର ସମର୍ଥନ ମିଳିବ। ଛାତ୍ରଙ୍କ କ୍ଯାରିୟର ସହ ସମ୍ବନ୍ଧିତ ଶୁଭ ସୂଚନା ମିଳିବାର ସମ୍ଭାବନା ଅଛି। ଘରର ମାହୋଲ ଭଲ ରହିବ। ଜୀବନସାଥିଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇପାରେ, ସେଥିପାଇଁ ଆପଣ ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶ୍ଵଶୁର ପକ୍ଷରେ ଶୁଭ ସମାଚାର ମିଳିପାରେ। ସାମାଜିକ କାର୍ଯ୍ୟରେ ବଢି ଚଢି ଅଂଶଗ୍ରହଣ କରିବେ।

Google

ମିଥୁନ ରାଶି:-

ମିଥୁନ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ସମସ୍ତ ଅଟକିଥିବା କାମ ସମ୍ପୂର୍ଣ ହେବ। ମାନସିକ ଅଶାନ୍ତି କମ ରହିବ। ପ୍ରଭବଶାଳୀ ଜାତକ ସହ ସମ୍ପର୍କ ସୃଷ୍ଟି ହେବ, ଯାହା ଭବିଷ୍ୟତରେ ଲାଭ ମିଳିବ। ଆପଣ କୌଣସି ଯୋଜନା ଆଡକୁ ଆକର୍ଷିତ ହେବେ। ଚାକିରିର ବାତାବରଣ ଆପଣଙ୍କ ପକ୍ଷରେ ରହିବ। ବେରୋଜଗାର ଜାତକଙ୍କୁ ଭଲ କମ୍ପାନୀରୁ ଚାକିରି ପାଇଁ ପ୍ରସ୍ତାବ ମିଳିପାରେ। ଆର୍ଥିକ ସ୍ଥିତି ମଜବୁତ ରହିବ।

କର୍କଟ ରାଶି:-

କର୍କଟ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ସାମାନ୍ୟ ରହିବ। ମାନସିକ ଅଶାନ୍ତି ଅଧିକ ହେବା କାରଣରୁ କାମ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବାକୁ କଠିନ ହେବ। ବିପରୀତ ପରିସ୍ଥିତିରେ ଆପଣ ଧୈର୍ଯ୍ୟ ବଜାୟ ରଖନ୍ତୁ। ଆପଣ ନିଜର କୌଣସି କାମକୁ ତରବରରେ କରନ୍ତୁ ନାହିଁ ଅନ୍ଯଥା କାମ ବିଗାଡି ପାରେ। ସ୍ୱାସ୍ଥ୍ୟ ଠିକ-ଠାକ ରହିବ। ଖାଇବା ପିଇବାରେ ପରିବର୍ତ୍ତନ ଆଣିବାକୁ ପଡିବ। ମାତା-ପିତାଙ୍କର ସହଯୋଗ ମିଳିବ। ଅଚାନକ କ୍ଯାରିୟର ସମ୍ବନ୍ଧିତ କୌଣସି ସୂଚନା ମିଳିପାରେ।

ସିଂହ ରାଶି:-

ସିଂହ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ସାମାନ୍ୟ ରହିବ। ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କ ସହିତ କୌଣସି ମହତ୍ଵପୂର୍ଣ କଥା ଉପରେ କଥାବାର୍ତ୍ତା କରିପାରନ୍ତି। କାହାରି ସହ ଝଗଡା କରନ୍ତୁ ନାହିଁ। ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କିଛି ପୁରୁଣା ସାଙ୍ଗଙ୍କ ସହ ଫୋନରେ ଲମ୍ବା ସମୟ ଧରି କଥାବାର୍ତ୍ତା ହୋଇପାରନ୍ତି, ଯାହାଦ୍ବାରା କିଛି ପୁରୁଣା ସ୍ମୃତି ତାଜା ହୋଇଯିବ। ବାହାରେ ଖିଆ-ପିଆ କରନ୍ତୁ ନାହିଁ। ଅଚାନକ ପିଲାଙ୍କର ସଫଳତାର ଖୁସି ଖବର ଶୁଣିବାକୁ ମିଳିବ।

କନ୍ୟା ରାଶି:-

କନ୍ୟା ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ଛାତ୍ରମାନେ ଅଧ୍ୟୟନ କରିବାକୁ ଇଚ୍ଚୁକ ହେବେ। ଆପଣ କିଛି ନୂଆ ଶିଖିବାକୁ ପାଇବେ। ଅଳ୍ପ ପରିଶ୍ରମ ଦ୍ୱାରା କାର୍ଯ୍ୟରେ ସଫଳ ହେବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବେ। ଆପଣଙ୍କର ଚିନ୍ତାଧାରା ସକରାତ୍ମକ ରହିବ। କୌଣସି ପୁରୁଣା ବିନିଯୋଗରୁ ବିପୁଳ ଲାଭ ମିଳିବାର ସମ୍ଭାବନା ଅଛି।

ତୁଳା ରାଶି:-

ତୁଳା ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ମିଳାମିଶା ରହିବ। ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ହେବ। ନୂଆଲୋକଙ୍କ ସହିତ ପରିଚିତ ହୋଇପାରନ୍ତି କିନ୍ତୁ ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ। ଆୟ ଅନୁଯାୟୀ ଅପବ୍ୟବହାର ବଜାୟ ରଖନ୍ତୁ, ନଚେତ ଭବିଷ୍ୟତରେ ଆର୍ଥିକ ସଙ୍କଟ ଦେଖାଯିବ। ଆପଣଙ୍କ ସାଥୀଙ୍କ ଭଲ ଆଚରଣରେ ଆପଣଙ୍କ ମନ ବହୁତ ଖୁସି ହେବ। ଆପଣ ନିଜର ଯୋଜନାଗୁଡ଼ିକୁ ଗୁପ୍ତ ରଖନ୍ତୁ।

ବିଛା ରାଶି:-

ବିଛା ରାଶିର ଲୋକଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଅଛି। ନୂତନ ଲୋକଙ୍କ ସହ ମିତ୍ରତା କରିପାରନ୍ତି। ସ୍ଵାମୀ-ସ୍ତ୍ରୀଙ୍କ ସହ ସମ୍ପର୍କ ମଜବୁତ ହେବ। ବ୍ୟବସାୟ ଭଲ ହେବ। ବ୍ୟକ୍ତିଗତ ଜୀବନର ଅସୁବିଧା ଦୂର ହେବ। ଆପଣ ନିଜର କାମରେ ସନ୍ତୁଷ୍ଟ ହେବେ। ଆପଣ ସହଜରେ ଏକ କଠିନ କାର୍ଯ୍ୟ ସଂପୂର୍ଣ୍ଣ କରିପାରିବେ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଆଜି ଆପଣ କିଛି ନୂତନ ଅନୁଭୂତି ପାଇବେ, ଯାହା ଭବିଷ୍ୟତରେ ବହୁତ ଉପଯୋଗୀ ହେବ।

ଧନୁ ରାଶି:-

ଧନୁ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଖୁସିର ଦିନ ହେବାକୁ ଯାଉଛି। ଭବିଷ୍ୟତକୁ ଆଗକୁ ନେବା ପାଇଁ ଆପଣ ଯୋଜନା ପ୍ରତି ଧ୍ୟାନ ଦେଇପାରନ୍ତି। ପିତାମାତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ରହିବ। ଘରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବ। ନିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ଆପଣଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ବେରୋଜଗାର ଲୋକଙ୍କୁ ଭଲ ଚାକିରି ମିଳିପାରିବ।

Google

ମକର ରାଶି:-

ମକର ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ସାଧାରଣ ଦିନ ହେବ। ଭବିଷ୍ୟତ ପାଇଁ ଆପଣଙ୍କୁ କିଛି ଟଙ୍କା ସଞ୍ଚୟ କରିବାକୁ ପଡିବ। ଅଯଥା ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଶୀଘ୍ର କାମ କରିବାକୁ ପଡିବ। ସମ୍ପର୍କୀୟମାନଙ୍କ ସହିତ କୌଣସି ପ୍ରକାରର ବିବାଦର ସମ୍ଭାବନା ଅଛି, ତେଣୁ ଯାହାବି କହିବେ ଚିନ୍ତା କରି କହିବେ। ପିଲାମାନଙ୍କର ନକାରାତ୍ମକ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ। ଆପଣ ନିଜର ଭବିଷ୍ୟତ ବିଷୟରେ ବହୁତ ଚିନ୍ତା କରିବେ। ଜୀବନ ସାଥୀଙ୍କ ସପୂର୍ଣ୍ଣ ସମର୍ଥନ ମିଳିବ।

କୁମ୍ଭ ରାଶି:-

କୁମ୍ଭ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ଭାଗ୍ୟ ଆପଣଙ୍କର ସହଯୋଗ ଦେବ। କାରୋବାରରେ ଭଲ ଲାଭ ମିଳିବ। ସାଙ୍ଗ ମାନଙ୍କ ସହିତ ମିଶି କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ଆର୍ଥିକ ସ୍ଥିତି ମଜବୁତ ରହିବ। ପରିବାରରେ ମଧୁରତା ବଢିବ। ଆପଣ ନିଜର ଲକ୍ଷ୍ୟକୁ ହାସିଲ କରିବା ପାଇଁ ପ୍ରୟାସ କରିପାରନ୍ତି। ପିତାଙ୍କର ସମ୍ପୂର୍ଣ ସହଯୋଗ ମିଳିବ। ପ୍ରେମ ଜୀବନରେ ଆପଣଙ୍କୁ ଶୁଭ ପରିଣାମ ମିଳିବ। ଆପଣଙ୍କର ପ୍ରେମ ସମ୍ବନ୍ଧରେ ମଜବୁତ ଆସିବ।

ମୀନ ରାଶି:-

ମୀନ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ମଧ୍ୟମ ଫଳଦାୟକ ରହିବ। ଆପଣଙ୍କୁ ଅନ୍ୟ କାହାରି ପରାମର୍ଶ ଉପରେ ଧ୍ୟାନ ଦେବାକୁ ଆବଶ୍ୟକ। ଶିକ୍ଷାକ୍ଷେତ୍ରରେ ଏହି ରାଶିର ଲୋକଙ୍କୁ ସଫଳତା ମିଳିବ। କାମ କାର୍ଯ୍ୟରେ ଆପଣ କୌଣସି ଯାତ୍ରା କରିପାରନ୍ତି, ସେଥିପାଇଁ ସତର୍କ ରୁହନ୍ତୁ। ଆପଣଙ୍କୁ ନିଜର ବିଚାରକୁ ସକାରାତ୍ମକ ରହିବାକୁ ହେବ। କାରୋବାରରେ ଲାଭ ମିଳିବ। ବେରୋଜଗାର ଲୋକ ରୋଜଗାରର ଅବସର ପାଇବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *