Excuse Me Odisha

ଯାହା କହିବୁ ସତ କହିବୁ

ପୂଜା କରିବା ସମୟରେ ଆଖିରୁ ଲୁହ ଆସିବା କଣ ରହସ୍ୟ ଅଛି।

ସେୟାର୍ କରନ୍ତୁ

ପୂଜା କରିବା ସମୟରେ କିଛି ଲୋକଙ୍କ ଆଖିରୁ ଲୁହ ଆସିଥାଏ ଏବଂ କେତେ ଲୋକଙ୍କୁ ହାଇ ଆସିଥାଏ। ଏହା ସହିତ କିଛି ଲୋକଙ୍କୁ ଛିଙ୍କ ମଧ୍ୟ ଆସିଥାଏ ଏବଂ କିଛି ଲୋକଙ୍କୁ ଖରାପ ବି-ଚା-ର ମଧ୍ୟ ଆସିଥାଏ। ଆପଣଙ୍କ ସହ ଯଦି ଏହିପରି କିଛି ହେଉଥାଏ ତେବେ ଏହାର ରହସ୍ୟ କଣ ରହିଛି ଆସନ୍ତୁ ଜାଣିବା।

ଆମ ପ୍ରାଚୀନ ଗ୍ରନ୍ଥ ଅନୁସାରେ ଏହି ବ୍ରହ୍ମାଣ୍ଡ ପୂର୍ବରୁ ଖାଲି ଥିଲା। ଚାରିଆଡେ କେବଳ ଅନ୍ଧକାର ଥିଲା। ଏହାପରେ ଏକ ବିଶାଳ ଶିବଲିଙ୍ଗ ପ୍ରକଟ ହେଲା। ଯାହାଦ୍ୱାରା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଉର୍ଜାରେ ପୁର୍ଣ୍ଣ ହୋଇଗଲା। ଧୀରେ ଧୀରେ ଏହି ବ୍ରହ୍ମାଣ୍ଡରେ ଧାତୁ ,ପଦାର୍ଥ ନିର୍ମାଣ ହେଲା। ସେହି ପଦାର୍ଥ ମଧ୍ୟରେ ଜଳ, ଧାତୁ ,ବାୟୁ ,ଅ-ଗ୍ନି ପରି ଅନେକ ଜିନିଷ ନିର୍ମାଣ ହେଲl। ସେଥିପାଇଁ ଏହା ଜଣା ଯାଏ ଯେ ଏହି ସବୁ ପଦାର୍ଥରେ ଭଗବାନ ଶିବଙ୍କର ବାସ ରହୁଛି। ସମସ୍ତ ବ୍ରହ୍ମାଣ୍ଡର କୋଣ କୋଣରେ ଭଗବାନ ଶିବ ଅଛନ୍ତି। ଆପଣ ଯେତେବେଳେ ପୂଜା କରିବାକୁ ବସନ୍ତି ସେତେବେଳେ ଆପଣଙ୍କ ମନର ସମ୍ପର୍କ ଈଶ୍ୱରଙ୍କ ସଂଗେ ହୋଇଥାଏ। ସମସ୍ତ ପ୍ରକାର ସଜୀବ ଏବଂ ନିର୍ଜୀବ ବସ୍ତୁରେ ଈଶ୍ୱରଙ୍କ ବାସ ରହିଥାଏ। ସେଥିପାଇଁ ଆପଣଙ୍କ ଆତ୍ମା ଯେତେବେଳେ ଈଶ୍ୱରଙ୍କ ସଂଗେ ଯୋଡି ହୋଇଥାଏ ସେତେବେଳେ ଆପଣଙ୍କୁ ନିଶ୍ଚିତ ଭାବେ କିଛି ସଂକେତ ମିଳିଥାଏ। ଏହି ସଂକେତ ବହୁତ ସାଧାରଣ ହୋଇଥାଏ ସେଥିପାଇଁ ଆମେ ଏହାକୁ ଅଣଦେଖା କରିଥାଉ। ଫଳରେ ଆମେ ଈଶ୍ୱରଙ୍କ ସଂକେତକୁ ବୁଝିପାରୁ ନଥାଉ।

ଯେତେବେଳେ ଆମେ ପୂଜା କରିଥାଉ ସେତେବେଳେ ଆମ ଚାରିପାଖ ସ-କାର-ତ୍ମ-କ ଉର୍ଜାରେ ପୁର୍ଣ୍ଣ ହୋଇଯାଏ। ସେଥିପାଇଁ ଆମକୁ ସେହି ସମୟରେ ସୁଖଶାନ୍ତିର ଅନୁଭବ ହୋଇଥାଏ। ଅନେକ ବିଦ୍ୟାର୍ଥୀ ପାଠ ପଢିବା ସମୟରେ ମାଆ ସରସ୍ବତୀଙ୍କ ଧ୍ୟାନ କରିଥାନ୍ତି। ତେବେ ତାଙ୍କ ଆଖିରୁ ଲୁହ ଆସିଯାଇଥାଏ କିମ୍ବା ତାଙ୍କୁ ଅଚାନକ୍ ନିଦ ଆସିବାରେ ଲାଗେ। ଏହାର ଅର୍ଥ ମାଆ ସରସ୍ବତୀଙ୍କ କୃପା ସେ ବିଦ୍ୟାର୍ଥୀଙ୍କ ଉପରେ ପଡ଼ିଥାଏ। ବେଳେବେଳେ ଆମେ ଭଗବାନଙ୍କ ଗାଥା ସୁଣିବା ସମୟରେ ଆମ ରୁମ ଛିଡାହୋଇଯାଏ କିମ୍ୱା ଆଖିରୁ ଲୁହ ଆସିଯାଇଥାଏ। ଫଳରେ ଆମର ଭଗବାନଙ୍କ ପ୍ରତି ବିଶ୍ଵାସ ଦୃଢ ହୋଇଯାଏ। ଏହିପରି କିଛି ଜିନିଷ ଆପଣଙ୍କ ସହ ହେଲେ ଆପଣ ଜାଣିନିଅନ୍ତୁ ଯେ ଭଗବାନ ଆପଣଙ୍କୁ କିଛି ସଂକେତ ଦେଉଛନ୍ତି।

Google

ସର୍ବ ପ୍ରଥମ କଥା ହେଉଛି ଆଖିରୁ ଲୁହ ଆସିବା। ଯଦି ଆପଣ ଭଗବାନଙ୍କ ପୂଜା କରିବା ସମୟରେ ଅଚାନକ ଆଖିରୁ ଲୁହ ଆସିଯାଏ ତେବେ ଏହା ଈଶ୍ୱରଙ୍କ ସଂକେତ ଅଟେ। ଆପଣଙ୍କ ଆତ୍ମା ସହ ଈଶ୍ୱରଙ୍କ ମିଳନ ହେଉଛି। ଏପରି ସମୟରେ ଆପଣଙ୍କ ଇଛା ଈଶ୍ୱର ନିଶ୍ଚିତ ପୁର୍ଣ୍ଣ କରିଥାନ୍ତି। ଅଧିକାଂଶ ଲୋକ ଏହାକୁ ଅଣଦେଖା କରିଥାନ୍ତି ଏବଂ ଈଶ୍ୱରଙ୍କୁ ପୂଜା କରିବାରେ ଲାଗିପଡନ୍ତି କିନ୍ତୁ ଲୁହ ଆସିବା ସମୟ ହେଉଛି ସବୁଠାରୁ ଶୁଭ ସମୟ ଯେଉଁସମୟରେ ଆପଣ ଭଗବାନଙ୍କୁ କିଛି ବି ମାଗିପାରନ୍ତି। ଯେତେବେଳେ ଆପଣଙ୍କ ଆଖିରେ ପୂଜା କରିବା ସମୟରେ ଲୁହ ଆସିଥାଏ ସେ ସମୟରେ ଆପଣ ଭଗବାନଙ୍କୁ ନିଜର ସୁଖଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ ।

ଦ୍ୱିତୀୟଟି ହେଉଛି ଜଳା ଯାଇଥିବା ଦ୍ବୀପର ତେଜ ଅଧିକ ବଢିବା। ଅଗ୍ନି ପଂଚତତ୍ୱ ମଧ୍ୟରୁ ଏହା ଏକ ଅନ୍ୟତମ ଅଟେ। ଯଦି ଆପଣ ପୂଜା କରିବା ସମୟରେ ଦ୍ବୀପର ଉଜ୍ବଳତା ବଢିଯାଏ ତେବେ ଏହା ଈଶ୍ୱରଙ୍କ ସଂକେତ ହୋଇଥାଏ। ଏହି ସମୟରେ ଆମକୁ ଈଶ୍ୱରଙ୍କ ପ୍ରାର୍ଥନା କରିବା ଉଚିତ ଏବଂ ନିଜର ଇଛା ପ୍ରକାଶ କରିବା ଉଚିତ।

ତୃତୀୟଟି ହେଉଛି ଧୂପକାଠିର ଧୂଆଁ। ଯଦି ଧୁପକାଠି ଜ-ଳି-ବା ସମୟରେ ତାହାର ଧୂଆଁ ଈଶ୍ୱର ଆଡକୁ ଗତି କରୁଛି ତେବେ ଆପଣ ଜାଣିନିଅନ୍ତୁ ଯେ ଆପଣଙ୍କ ପ୍ରାର୍ଥନା ଭଗବାନ ସ୍ୱୀକାର କରିଛନ୍ତି।

ଚତୁର୍ଥ କଥାଟି ହେଉଛି ଫୁଲ ପଡିବା। ଯଦି ଆପଣ ଭଗବାନଙ୍କୁ ଫୁଲ ଚଢାଇଛନ୍ତି ଏବଂ ତାହା ପୂଜା ସମୟରେ ଆପଣଙ୍କ ପାଖେ ପଡିଲା ତେବେ ଏହାର ଅର୍ଥ ଆପଣଙ୍କ ଆରଧନାକୁ ଭଗବାନ ସ୍ୱୀକାର କରିଛନ୍ତି।

ପଞ୍ଚମ କଥା ହେଉଛି ଘର ପାଖକୁ ଗାଈ ଆସିବ। ଭଗବାନ ଶିବଙ୍କ ପୂଜା ସମୟରେ ଘର ପାଖକୁ ଗାଈ ଆସିଲେ ତାହା ଶୁଭ ସଂକେତ ଜଣାଯାଏ। ଘର ପାଖକୁ ଆସିଥିବା ଗାଈକୁ ପୂଜା କରନ୍ତୁ ଏବଂ ତାକୁ କିଛି ଖାଇବାକୁ ଦିଅନ୍ତୁ ଏବଂ ନମସ୍କାର କରି ନିଜର ଇଛାକୁ ପ୍ରକାଶ କରନ୍ତୁ । ଆପଣଙ୍କ ଇଛା ନିଶ୍ଚୟ ପୁର୍ଣ୍ଣ ହେବ।

Google

ଏବେ ଆସନ୍ତୁ ଜାଣିବା ପୂଜା ସମୟରେ ଆଖିରୁ ଲୁହ ଆସିବା, ହାଇ ଆସିବା କିମ୍ବା ଖରାପ ଚିନ୍ତା ଆସିବାର କାରଣ। ଜେତେବେଳେ ଆମ ମନ ଭଗବାନଙ୍କ ସହ ସଂଯୋଗ ହୋଇନଥାଏ ଅର୍ଥାତ ଆମ ମନ ଭଗବାନଙ୍କ ପାଖେ ବସିବାକୁ ଇଛା କରିନଥାଏ ସେତେବେଳେ ଆପଣ ଜାଣିନିଅନ୍ତୁ ଯେ ଆପଣଙ୍କ ସହ ନ-କାରା-ତ୍ମ-କ ଶକ୍ତିର ବାସ ରହିଛି। ଟିଭି ,ରେଡ଼ିଓ କିମ୍ବା ମୋବାଇଲ୍ ରେ ଭକ୍ତି ଜିନିଷ ସୁଣିବା ଉଚିତ। ଫଳରେ ଆପଣଙ୍କ ମାନରେ ସକା-ର-ତ୍ମ-କ ଉର୍ଜା ଜନ୍ମ ନେବ। ହାଇ ଆସିବା ସମୟରେ ଆଖିରୁ ଲୁହ ଆସିଥାଏ । ଅଧିକ ପରିଶ୍ରମ କରିବା କିମ୍ବା କମ ସମୟ ଶୋଇବା କିମ୍ବା ଅଳସୁଆମୀ ଯୋଗୁ ହାଇଆସିପରେ। ହାଇଆସିବାର ସେପରି କିଛି ବିଶେଷ କାରଣ ନଥାଏ। କିନ୍ତୁ ଯେଉଁମାନେ ଅଧିକ ଶୁଅନ୍ତି ତଥା ଅଳସୁଆରେ ପ୍ରାୟ ସମୟ ହାଇ ମାରନ୍ତି ସେମାନଙ୍କୁ ପୂଜା କରିବା ଉଚିତ ନୁହେଁ। ପୂଜା କରିବା ସମୟରେ ଆପଣ ବହୁତ କିଛି ଯଦି ଭାବନ୍ତି ତେବେ ତାହା ଉଚିତ ନୁହେ । ଏହା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି ନାହିଁ। ଫଳରେ ଆମ ଚାରିପଟେ ନା-କାର-ତ୍ମ-କ ଶକ୍ତି ଘୁରିବୁଲେ ଏବଂ ଆତ୍ମାର ସୁଧି ହୁଏନାହିଁ। ଖାଲି ଖାଲି କଥାରେ ରାଗିବା ସବୁଠାରୁ ବଡ ଅବଗୁଣ ଅଟେ ।ଯେଉଁମାନେ ସର୍ବଦା କ୍ରୋ-ଧରେ ରୁହନ୍ତି ସେମାନେ କୌଣସି କାମରେ ମନ ଲଗାଇପାରନ୍ତି ନାହିଁ। ପୂଜା କରିବା ପାଇଁ ମାନରେ ଶାନ୍ତି ଏବଂ ଏକାଗ୍ରତା ନିହାତି ଆବଶ୍ୟକ । ଅଶାନ୍ତ ମନରେ କରାଯାଇଥିବା ପୂଜା କେବେ ମଧ୍ୟ ଫଳ ଦେଇନଥାଏ। ସେଥିପାଇଁ ମଣିଷ ପୂଜା କରିବା ସମୟରେ ନିଜ ମନରୁ କ୍ରୋ-ଧ ,ହିଂ-ସା, ଅହଂ-କା-ରକୁ ବାହାର କରି ପୂଜା କରିବା ଉଚିତ। ଏହାସହିତ ଘରର ସୁଧିକରଣ ପାଇଁ ପ୍ରଥମେ ଆପଣ କିଛି କର୍ପୁର ନେଇ ତାହାକୁ ଜ-ଳାନ୍ତୁ ଏହାପରେ ସେଥିରେ ଦୁଇଟି ଲବଙ୍ଗ ପକାଇଦିଅନ୍ତୁ। ଏହାକୁ ଦିନରେ ଯେକୌଣସି ସମୟରେ ଆପଣ କରିପାରିବେ। ପୂଜା ସମୟରେ ଛିଙ୍କିବା ଦ୍ୱାରା ଆପଣଙ୍କ ମୁଖ ଅପବିତ୍ର ହୋଇଥାଏ ଏବଂ ସେହି ମୁଖରେ ଈଶ୍ୱର ନାମ ଧରିବା ଉଚିତ ନୁହେଁ। ଛିଙ୍କ ଆସିବା ଏକ ପ୍ରାକୃତିକ କଥା ଅଟେ । ଯଦି ଆପଣଙ୍କୁ ଛିଙ୍କ ଆସେ ତେବେ ଛିଙ୍କିବା ପରେ ଆପଣ ପୁନର୍ବାର ସୁଧୀହୋଇ ଭଗବାନଙ୍କୁ ପୂଜା କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *