Excuse Me Odisha

ଯାହା କହିବୁ ସତ କହିବୁ

କଇଁଛ ଘରେ କିପରି ଏବଂ କେଉଁଠି ରଖିଲେ ଧନର ବର୍ଷା  ହୋଇଥାଏ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ କଇଁଛକୁ ଘର ଅଫିସ ଏବଂ ଦୋକାନର କେଉଁ ସ୍ଥାନ, କେଉଁ ଦିଗ ଏବଂ କିପରି ରଖିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ରୋଗ ଏବଂ ଋଣରୁ ମୁକ୍ତି ଦେଇଥାଏ। ଏହି ବିଷୟରେ ଆଜି ଆମେ ଜାଣିବା ସେଥି ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ବନ୍ଧୁଗଣ ଧର୍ମଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ରରେ ଏହା ମାନ୍ୟତା ଅଛି କି କଇଁଛକୁ ଘରେ ରଖିବା ଅବା କଇଁଛର ପ୍ରତିମୂର୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯେଉଁ ଘରେ କଇଁଛର ମୂର୍ତି ଥାଏ ସେହି ଘରେ ସଦା ସର୍ବଦା ମା ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି। କାରଣ ଶ୍ରୀ ବିଷ୍ଣୁଙ୍କର ଏକ ଅବତାର ଏହି କଇଁଛ ଅଟେ। ଭଗବାନ ବିଷ୍ଣୁ କଇଁଛର ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦରାଚଳ ପର୍ବତକୁ ନିଜ ପିଠିରେ ଧାରଣ କରିଥିଲେ। ଏହା ଦ୍ବାରା ସମୁଦ୍ର ମନ୍ଥନର ସମସ୍ତ ସମସ୍ୟା ଦୂର କରିଥିଲେ। ଏହା ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଯେଉଁ ଘରେ କଇଁଛ ଅବା କଇଁଛର ପ୍ରତିମା ରହିଥାଏ ସେହି ଘରେ ଶ୍ରୀ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ଅପାର କୃପା ମିଳିଥାଏ। ଏବଂ ଆଜି ଆମେ ଜାଣିବା କଇଁଛ ଅବା କଇଁଛର ପ୍ରତିମା ଘରେ ରଖିବା ଦ୍ବାରା କଣ ସବୁ ଲାଭ ମିଳିଥାଏ। କଇଁଛ ହେଉ ଅବା କଇଁଛର ପ୍ରତିମା ହେଉ କେବଳ ଗୁରୁବାର ଦିନ ଘରକୁ ଆଣିବା ଏବଂ ସ୍ଥାପନ କରିବା ଉଚିତ ହୋଇଥାଏ। କୁହାଯାଏକି ଘରେ କଇଁଛକୁ ରଖି ତାକୁ ଖାଦ୍ୟ ଦେଇ ତାର ଯତ୍ନ ନେଲେ କଇଁଛଟି ଯେତେ ଯେତେ ବଡ଼ ହୋଇଥାଏ ଘରୁ ସେତେ ସେତେ ଦୁଃଖ କଷ୍ଟ ଦୁର ହୋଇଥାଏ। ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। କିନ୍ତୁ ସମସ୍ତଙ୍କର ଘରେ କଇଁଛକୁ ରଖି ପାଳନ କରିବା ସେତୋଟା ସମ୍ଭବ ହୋଇନଥାଏ। ସେଥି ପାଇଁ କଇଁଛକୁ ଘରେ ଅଫିସରେ ଏବଂ ଦୋକାନରେ ରଖିପାରିବେ। ଯାହା ଦ୍ବାରା ସେତିକି ଫଳ ମିଳିଥାଏ। ଯେତିକି ଜିବତ କଇଁଛ ରଖିବାରେ ମିଳିଥାଏ।

Google

ବନ୍ଧୁଗଣ ଆପଣମାନେ ପ୍ରାୟ ସ୍ଥାନରେ ଦେଖିଥିବେକି ଦୋକାନ ଅଫିସ ଏବଂ ଘର ମାନଙ୍କରେ କଇଁଛର ପ୍ରତିମା ରଖା ଯାଇଥାଏ। ଏହା ଖୁସିରେ ରଖାଯାଇନଥାଏ। ବରଂ ବାସ୍ତୁ ଅନୁସାରେ ରଖା ଯାଇଥାଏ। ଅବା ବାସ୍ତୁର ନିୟମକୁ ମାନି ରଖାଯାଇଥାଏ। ଏହି କଇଁଛ ବିଭିନ୍ନ ସାଇଜର ବିଭିନ୍ନ ଧାତୁରେ ହୋଇଥାଏ। ଏହା ଠିକ ସେହି ଧାତୁ ଅନୁସାରେ ଫଳ ଦେଇଥାଏ। ପ୍ରଥମେ ଏହା ଜଣାଇବୁ କଇଁଛର ପ୍ରତିମା କିପରି ଏବଂ କେଉଁଠି ରଖିବେ। ତା ପରେ ଜଣାଇବୁ କେଉଁ ଧାତୁର କଇଁଛ କେଉଁ ପ୍ରକାରର ଫାଇଦା ଦେଇଥାଏ। କଇଁଛବି ଯେକୌଣସି ଧାତୁରେ ହେଉ ନାଁ କାହିଁକି ସେହି କଇଁଛକୁ ରଖିବାର ଦିଗ ହେଉଛି ଉତର ଦିଗ, ପୂର୍ବ ଦିଗ ଏବଂ ଉତର- ପୂର୍ବ କୋଣ, ଐଶନ୍ୟ କୋଣ ଶ୍ରେଷ୍ଠ ହୋଇଥାଏ। ତାହା ଅଫିସ ହେଉ, ଦୋକାନ ହେଉ ଅବା ଘରେ ହେଉ ସେହି କଇଁଛର ମୁଖକୁ ମଧ୍ୟ ଉତର-ପୂର୍ବ କିମ୍ବା ଐଶନ୍ୟ କୋଣକୁ ରଖିବେ। କିନ୍ତୁ ଯେଉଁ ଦିଗରେ କବାଟ କିମ୍ବା ମୁଖ୍ୟଦ୍ୱାର ଥିବ ସେହି ଦିଗକୁ କଇଁଛର ମୁଖ କେବେବି ରଖିବେ ନାହିଁ। କଇଁଛକୁ ରଖୁଥିବା ବୋୟଲ ବା ପାତ୍ର ପ୍ରତିଦିନ ପୁରୁଣା ପାଣିକୁ କାଢି ନୁଆ ପାଣି ରଖିବେ। ଏବଂ କଇଁଛଟି ଯେମିତି ଅଧା ବୁଡିକି ରହିବ। ସେହିପରି ପାତ୍ରଟିଏ ନେବା ଉଚିତ ହୋଇଥାଏ। ଏବଂ ଯେଉଁ ପାଣିରେ ରଖିବେ ତାହା ଗଙ୍ଗାଜଳ ଅବା ଗଙ୍ଗାଜଳ ମିଶ୍ରିତ ସାଧାରଣ ଜଳ ହେବା ଆବଶ୍ୟକ ହୋଇଥାଏ। କିନ୍ତୁ ଯେଉଁ କଇଁଛଟି ବେଡ଼ରୁମରେ ଅବା ଶୟନ କକ୍ଷରେ ରଖିବେ ସେଥିରେ ପାଣି ଦେବେ ନାହିଁ। ତାକୁ ଶୁଖିଲା ରଖିବେ। ଏବଂ ପ୍ରତିଦିନ ପରିଷ୍କାର କପଡାର ପୋଛି ପରିଷ୍କାର ଭାବରେ ରଖିବେ। ଏହା ଦ୍ବାରା ଅନେକ ପ୍ରକାରର ଫାଇଦା ହୋଇଥାଏ। ଏବଂ ପ୍ରଥମ ଦିନ ଅନଲାଇନରେ ହେଉ କିମ୍ବା କେଉଁ ଦୁକାନ ବଜାରରେ ଆଣିଲେ ସେହି ପ୍ରଥମ ଦିନ ସେହି କଇଁଛ ଏବଂ ପାତ୍ରଟିକୁ ଗଙ୍ଗାଜଳରେ ଭଲ ଭାବରେ ଧୋଇ ଧୂପ,ଦୀପ, ଫୁଲ ଦେଇ ବିଧିବଧ ଭାବରେ ରଖିବା ଉଚିତ ହୋଇଥାଏ।

ଏବେ ଆସନ୍ତୁ ଜାଣିବା କେଉଁ ଧାତୁର କଇଁଛ ଘରେ କିମ୍ବା ଅଫିସରେ କିମ୍ବା ଦୁକାନରେ ରଖିବା ଦ୍ବାରା କେଉଁ ପ୍ରକାରର ଫାଇଦା ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ସମସ୍ତ ପ୍ରକାରର ଧାତୁର କଇଁଛ ଅତ୍ୟନ୍ତ ଶୁଭ ହୋଇଥାଏ। ଏବଂ ସମସ୍ତ ପ୍ରକାରର କଇଁଛରେ ନକାରାତ୍ମକ ଉର୍ଜାକୁ ନଷ୍ଟ କରି ସାକାରାତ୍ମକ ଉର୍ଜାର ସଂଚାର କରିବାର କ୍ଷମତା ଥାଏ। କଇଁଛ ଘରେ ଥିଲେ ମନ ପାଇଁ ଶାନ୍ତି ଏବଂ ଜୀବନ ପାଇଁ ଧନ ଆଣିଥାଏ। କଇଁଛ ଘରେ ଥିଲେ ଅନେକ ପ୍ରକାରର ଲାଭ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଇଁଛ ରଖିବା ଦ୍ବାରା ଘରର ସମସ୍ତ ସଦସ୍ୟଙ୍କର ଆୟୁଷ ବୃଦ୍ଧି ହୋଇଥାଏ ଏବଂ ସୌଭାଗ୍ୟ ମଧ୍ୟ ବୃଦ୍ଧି ହୋଇଥାଏ। ଏଥିପାଇଁ ଘର ଅଫିସ ଏବଂ ଦୁକାନରେ ଏହା ରହିବା ଲାଭଦାୟକ ହୋଇଥାଏ। ଆଜିକାଲି ଅନେକ ପ୍ରକାରର ଧାତୁର ଏବଂ ଅନେକ ପ୍ରକାରର ସାଇଜର ଏବଂ ଅନେକ ପ୍ରକାର ରଙ୍ଗର କଇଁଛ ବଜାରରେ ମିଳୁଛି ଏଣୁ ଏହି ବିଷୟରେ ଜାଣିବା ଏବଂ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ କି କେଉଁ ଧାତୁର କଇଁଛ କେଉଁ ପ୍ରକାରର ଇଛାକୁ ପୁରଣ କରିଥାଏ ଏବଂ କେଉଁ ଧାତୁର କଇଁଛ ଘର, ଅଫିସ ଏବଂ ଦୁକାନ ପାଇଁ ସଠିକ ଏବଂ ଶୁଭଦାୟକ ହୋଇଥାଏ।

ଏବେ ଆସନ୍ତୁ ଜାଣିବା କେଉଁ ଧାତୁର କଇଁଛ କେଉଁ ଫଳ ଦେଇଥାଏ।

Google

ସନ୍ତାନ ପ୍ରାପ୍ତି:-

ଯେଉଁ ମାନଙ୍କର ସନ୍ତାନ ହେଉନଥାଏ ଅବା ସନ୍ତାନ ହେବାରେ ବିଳମ୍ବ ହେଉଥାଏ ସେମାନେ ଏହିପରି କଇଁଛଟିଏ ରଖିବା ଉଚିତ ହୋଇଥାଏ। ଯାହାର ପିଠି ଉପରେ ଛୁଆ କଇଁଛ ବସିଥିବ। ଏହିପରି ନିର୍ମିତ କଇଁଛ ସନ୍ତାନ ପ୍ରାପ୍ତି ପାଇଁ ଶ୍ରେଷ୍ଠ ମାନିଥାନ୍ତି। ଯେଉଁ ଦମ୍ଫତ୍ତି ସନ୍ତାନ ସୁଖରେ ବଞ୍ଚିତ ଅଛନ୍ତି ସେମାନେ ଏପରି କଇଁଛ ନିଜ ଶୟନ କକ୍ଷରେ ରଖିବା ଅତ୍ୟନ୍ତ ଶୁଭ ଫଳ ଦାୟକ ହୋଇଥାଏ।

ଧନ ପ୍ରାପ୍ତି ପାଇଁ:-

ଯେଉଁ ବ୍ୟକ୍ତି ସମସ୍ତ ଚେଷ୍ଟା କରି ମଧ୍ୟ ଧନର ସମସ୍ୟା ଲାଗି ରହୁଥାଏ ସେହି ବ୍ୟକ୍ତି ଏକ କ୍ରିସଟାଲ ଧାତୁର କଇଁଛ ଏବଂ କ୍ରିସଟାଲ ଧାତୁର ବୟଲରେ ଜଳ ନେଇ ଦୁକାନ ଅଫିସ ଅବା ଘରେ ରଖି ପାରିବେ। ଏହାକୁ ସିନ୍ଦୁକ ଉପରେ ମଧ୍ୟ ରଖିପାରିବେ। ଏପରି ରଖିବା ଦ୍ବାରା ଧନର ସମସ୍ୟା ମାନ ଦୂର ହୋଇଥାଏ। ଏବଂ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

ବ୍ୟବସାୟରେ ଉନ୍ନତି ପାଇଁ:-

ବ୍ୟବସାୟରେ ଅବା ଅଫିସରେ ଲଗାତାର କ୍ଷତି ହେଉଥିଲେ ତାହାକୁ ଦୂର କରି ଉନ୍ନତି ପାଇବା ପାଇଁ ମେନ୍ଟାଲର କଇଁଛକୁ ମେନ୍ଟାଲର ପାତ୍ରରେ ପାଣି ଦେଇ ରଖିବା ଉଚିତ ହୋଇଥାଏ। ଏହାକୁ ଦୋକାନ ଅଫିସ ଏବଂ ଘରେ ରଖିପାରିବେ। ଏପରି କରିବା ଦ୍ବାରା ସମସ୍ତ ଧନର ସମସ୍ୟା ଦୂର ହୋଇଥାଏ। ଏବଂ କରଜ ଗ୍ରସ୍ତ ହୋଇଥିଲେ ମଧ୍ୟ ସମସ୍ତ କରଜରୁ ମୁକ୍ତ ହୋଇ ଧନ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।

Google

ରୋଗରୁ ମୁକ୍ତି ପାଇବା ପାଇଁ:-

ଯଦି ପ୍ରତିଦିନ କୌଣସି ନାଁ କୌଣସି ରୋଗରେ ପରିବାରର ସଦସ୍ୟମାନେ ରୋଗ ଗ୍ରସ୍ତ ହେଉଥାନ୍ତି ତେବେ ଏଥିରୁ ରକ୍ଷା ପାଇବା ପାଇଁ ତେବେ ଘରେ ଏକ ମାଟିର କଇଁଛ ରଖିବା ଲାଭଦାୟକ ହୋଇଥାଏ।

ନୁଆ ବ୍ୟବସାୟ ବା ଦୋକାନ ଆରମ୍ଭ କରିବା ପାଇଁ:-

ଯଦି ଆପଣ ନୁଆ ବ୍ୟବସାୟ ବା ଦୋକାନ ଆରମ୍ଭ କରୁଛନ୍ତି ବା କରିବା ପାଇଁ ଚାହୁଁଛନ୍ତି ତେବେ ସେହି ନୁଆ ଦୋକାନରେ ରୂପାର କଇଁଛ ରୂପର ପାତ୍ରରେ ପାଣି ଦେଇ ରଖିଲେ ଅନେକ ଲାଭ ଫଳ ଦେଇଥାଏ।ଏପରି ରଖିବା ଦ୍ବାରା ବ୍ୟବସାୟରେ ଉନ୍ନତି ହେବା ସହିତ ଜୀବନ ଧନ ସୁଖ ସମୃଦ୍ଧିରେ ଭରି ଯାଇଥାଏ।

ପରୀକ୍ଷାରେ ସଫଳତା ପାଇବା ପାଇଁ:-

ଆଜିକାଲି ପିଲା ମାନଙ୍କ ସହିତ ବଡ଼ ମାନେ ମଧ୍ୟ ଚାକିରୀରେ ପ୍ରୋମସନ ପାଇବା ପାଇଁ ପ୍ରତିଦିନ ପ୍ରସ୍ତୁତ ହେଉଥାନ୍ତି ଏହି ପରି ସମୟରେ ପିତଳର କଇଁଛ ପିତଳର ପାତ୍ରରେ ପାଣି ଦେଇ ଘରେ ରଖିପାରିବେ। ଏମିତି କଲେ ଶୁଭ ଫଳ ମିଳିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *