Excuse Me Odisha

ଯାହା କହିବୁ ସତ କହିବୁ

ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ସୁନ୍ଦରତା ବଲିଉଡର ଅଭିନେତ୍ରୀଙ୍କ ତୁଳନାରେ କମ ନୁହେଁ, ଦେଖନ୍ତୁ ତାଙ୍କର ଫୋଟ

ସେୟାର୍ କରନ୍ତୁ

ସଚିନ ତେନ୍ଦୁଲକରଙ୍କୁ ଭାରତରେ କିଏ ନ ଜାଣନ୍ତି। ବର୍ତ୍ତମାନ ତାଙ୍କ ପିଲାମାନେ ମଧ୍ୟ ବଡ ହୋଇଗଲେଣି ଓ ନିଜର ପରିଚୟ ସୃଷ୍ଟି କରୁଛନ୍ତି। ସଚିନଙ୍କ ଝିଅ ସାରା ତେନ୍ଦୁଲକର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ବାସ୍ତବରେ, ସମଗ୍ର ଘଟଣାଟି ସାରାଙ୍କ ଭାଇ ଅର୍ଜୁନଙ୍କ ଆଇପିଏଲରେ ହେଇଥିବା ନିଲାମରୁ ଆରମ୍ଭ ହୋଇଥିଲା। ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ ୨୦ ଲକ୍ଷ ଟଙ୍କା ମୂଲ୍ୟରେ କିଣିଥିଲା, ଯାହାପରେ ସୋସିଆଲ ମିଡିଆରେ ଲୋକମାନେ ତାଙ୍କର ଟ୍ରୋଲ କରିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ଅର୍ଜୁନଙ୍କ ଉପରେ ନେପୋଟିଜମର ମଧ୍ୟ ଅଭିଯୋଗ କରାଯାଇଥିଲା।

ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ଅର୍ଜୁନ ତେନ୍ଦୁଲକରଙ୍କ ଚୟନକୁ ସମାଲୋଚନା କରୁଥିବାର ନଜରରେ ଆସିଛି, ସେମାନେ କହିଛନ୍ତିଯେ, ତେନ୍ଦୁଲକର ଉପନାମ ହେବା ଯୋଗୁଁ ଅର୍ଜୁନଙ୍କୁ ସହଜରେ ମୁମ୍ବାଇ ଦଳରେ ସ୍ଥାନ ମିଳିଗଲା। ଅର୍ଜୁନଙ୍କ ଉପରେ ଲୋକମାନଙ୍କ ଏହି ଅଭିଯୋଗ ପରେ ତାଙ୍କ ଭଉଣୀ ସାରା ତାଙ୍କ ଭାଇଙ୍କ ସୁରକ୍ଷା ପାଇଁ ଖୋଲାଖୋଲି ଭାବେ ବାହାରକୁ ଆସିଛନ୍ତି। ସାରା ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ତାଙ୍କ ଭାଇ ଅର୍ଜୁନଙ୍କୁ ରକ୍ଷା କରିଛନ୍ତି। ସାରା ନିଜ ଏହି ସୋସିଆଲ ମିଡିଆ ପୋଷ୍ଟରେ ଅର୍ଜୁନଙ୍କ ପାଇଁ ଲେଖିଛନ୍ତି ଯେ, ‘କେହି ମଧ୍ୟ ତୁମଠାରୁ ଏହି ସଫଳତାକୁ ଛଡ଼ାଇ ପାରିବେ ନାହିଁ, ଏହା କେବଳ ତୁମର ହିଁ ଅଟେ।’

Google

ମୁମ୍ବାଇ ଇଣ୍ଡିଆନସର ନିର୍ଦ୍ଦେଶକ ଅଫ କ୍ରିକେଟ ଜାହିର ଖାନଙ୍କ କହିବା କଥାକି, ଅର୍ଜୁନ ଜଣେ ପରିଶ୍ରମୀ ପିଲା ଅଟନ୍ତି ଓ ଏହା ତାଙ୍କୁ ନିଜକୁ ପ୍ରମାଣ କରିବାକୁ ପଡ଼ିବ। ୨୩ବର୍ଷୀୟ ସାରା ବର୍ତ୍ତମାନ ଲଣ୍ଡନରେ ପାଠ ପଢୁଛନ୍ତି। ସାରା ଓ ତାଙ୍କର ଭାଇ ଅର୍ଜୁନଙ୍କ ମଧ୍ୟରେ ସମ୍ବନ୍ଧ ଭଲ ଅଛି। ସାରା ପ୍ରାୟତଃ ଫୋଟ ସବୁବେଳେ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟରେ ସେୟାର କରନ୍ତି।

ସାରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବିଷୟରେ କହିଲେ, ଏଥିରେ ପ୍ରାୟ ୧୨ଲକ୍ଷ ଫୋଳର୍ଷ ଅଛନ୍ତି। ୨୩ବର୍ଷୀୟ ସାରା ଜଣେ ଉଦୀୟମାନ ଫ୍ୟାଶନିଷ୍ଟ୍ ଏବଂ ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡଲ୍ ତାଙ୍କର ଷ୍ଟାଇଲିସ୍ ଫଟୋରେ ପରିପୂର୍ଣ୍ଣ। ସରଳ କାଜୁଆଲ୍ ପୋଷାକ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଟ୍ରେଣ୍ଡି ପୋଷାକ ପର୍ଯ୍ୟନ୍ତ, ସାରା ପ୍ରତ୍ୟେକ ପୋଷାକରେ ସୁନ୍ଦର ଦେଖାଯାଆନ୍ତି। ସେ ପ୍ରାୟତଃ ପ୍ରାକୃତିକ ରୂପରେ ଦେଖାଯାନ୍ତି ଏବଂ ସଠିକ୍ ମ୍ୟାକ ଅପ ବ୍ୟବହାର କରନ୍ତି।

Google

ସାରା ଇନଷ୍ଟା ଏକାଉଣ୍ଟରେ ଅନେକ ଫୋଟ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ତାଙ୍କର ଷ୍ଟାଇଲିସ ଅନ୍ଦାଜରେ ଦେଖିହେବ। ସାରା ତେନ୍ଦୁଲକରଙ୍କ ଷ୍ଟାଇଲ ସେଂସ ବହୁତ ଭଲ ଅଟେ ଓ ପାଖାପାଖି ବଲିଉଡ ଷ୍ଟାରଙ୍କ ପରି ଅଟେ। ସାରାଙ୍କ ଫୋଟକୁ ଦେଖି ଅନ୍ଦାଜ ଲଗାଯାଇପାରିବକି ସାରାଙ୍କୁ ଟ୍ରାଭେଲିଂର କେତେ ସୌକ ଅଛି। ଏହା ସହିତ ଫ୍ୟାସନର ମଧ୍ୟ ବୁଝାମଣା ଭଲ ଅଛି।

ସାରାଙ୍କ କ୍ୟାରିୟର ବିଷୟରେ କହିଲେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁକି ସାରା ନିଜର ପଢା ଶେଷ କରିବା ପରେ କେଉଁ ଫିଲ୍ଡରେ ନିଜର କ୍ୟାରିୟର ବନାଇବାକୁ ପସନ୍ଦ କରିବେ। କିନ୍ତୁ ସେ ତାଙ୍କର ସୌନ୍ଦର୍ଯ୍ୟକୁ ନେଇ ବଲିଉଡ଼ର କୌଣସି ଅଭିନେତ୍ରୀଙ୍କ ସହ କମ୍ପିଟିସନ ଦେଇପାରିବେ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *