Excuse Me Odisha

ଯାହା କହିବୁ ସତ କହିବୁ

ଘରର ମୁଖ୍ୟଦ୍ଵାରରେ ଏହି ୫ଟି ଜିନିଷ ରଖନ୍ତୁ ନାହିଁ, ପୁରା ଘର ବ-ର୍ବା-ଦ ହୋଇଯିବ

ସେୟାର୍ କରନ୍ତୁ

ଯଦି ଆପଣଙ୍କ ଘରର ପ୍ରବେଶ ଦ୍ଵାରରେ ଏହି ପାଞ୍ଚୋଟି ଜିନିଷ ମଧ୍ୟରୁ ଯେକୌଣସି ଗୋଟିଏ ଜିନିଷ ରଖିଛନ୍ତି, ତେବେ ଉକ୍ତ ଘରେ କେବେବି ସୁଖ, ସମୃଦ୍ଧିର ବୃଦ୍ଧି ହେବନାହିଁ । ଘରକୁ ଧନର ଆଗମନ ହେବନାହିଁ। ମାତା ଲକ୍ଷ୍ମୀ ସେହି ଘରକୁ କେବେବି ମଧ୍ୟ ପ୍ରବେଶ କରିବେ ନାହିଁ। ଏହି ଘରର ଲୋକମାନେ ସର୍ବଦା ଚିନ୍ତାରେ ରହିବେ। ଆସନ୍ତୁ ଜାଣିବା ଘରର ସୁଖ, ସମୃଦ୍ଧି ବଢିବା ପାଇଁ କେଉଁସବୁ ଜିନିଷ କରିବା ଉଚିତ।

ଘରର ପ୍ରବେଶ ଦ୍ଵାର ଏକ ମୁଖ୍ୟ ଦ୍ଵାର ହୋଇଥାଏ। ତାହାରି ମାଧ୍ୟମରେ ଘରକୁ ଶୁଭ-ଅଶୁଭ ଶକ୍ତି ଓ ଭଲ-ମନ୍ଦ ଲୋକ ପ୍ରବେଶ କରିଥାନ୍ତି। ଯଦି ମୁଖ୍ୟଦ୍ବାରର ବାସ୍ତୁ ଠିକ ହୋଇନଥିବ ଓ ମୁଖ୍ୟଦ୍ବାରରେ ଏମିତି କିଛି ଜିନିଷ ଠିକ ରଖିନଥିବେ ତେବେ ଘର ମଧ୍ୟକୁ ନକ-ରା-ତ୍ମ-କ ଶକ୍ତି ପ୍ରବେଶ କରିଥାଏ। ଘରେ ସବୁବେଳେ ତିକ୍ତତା ଆସି ରହିଥାଏ ଓ ଘରେ ଧନର ହାନି ହୋଇଥାଏ। ଘରର ଲୋକେ ବିଭିନ୍ନ ପ୍ରକାର ଚିନ୍ତାରେ ରହିଥାନ୍ତି। ଏଥିପାଇଁ ଘରର ବାସ୍ତୁଉପରେ ବହୁତ ଧ୍ୟାନ ଦେବା ଉଚିତ।

Google

ଘରର ମୁଖ୍ୟଦ୍ଵାରକୁ ଏମିତି ରଖିବା ଉଚିତ ଯାହାଦ୍ୱାରା ଆପଣଙ୍କ ଘରେ ସବୁବେଳେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ସବୁବେଳେ ସକ-ରା-ତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିବ। ଘରର ମୁଖ୍ୟଦ୍ଵାରକୁ ସର୍ବଦା ସଫା ରଖିବା ଉଚିତ। ଲୋକମାନେ ଘରର ମୁଖ୍ୟଦ୍ଵାରରେ ଗଛ ଲଗାଇଥାନ୍ତି ଯାହା ପରେ ବଡ ହୋଇ ଘରର ଦ୍ଵାରରେ ଛାଇ ସୃଷ୍ଟି କରିଥାଏ। ଲୋକମାନେ ଘରର ମୁଖ୍ୟଦ୍ଵାର ନିକଟରେ ଜୋତା ରଖନ୍ତି ଓ କିଛି ଲୋକ ଘରର ମୁଖ୍ୟଦ୍ଵାର ନିକଟରେ ଡଷ୍ଟବିନ ମଧ୍ୟ ରଖିଥାନ୍ତି। ଏମିତି ଆଦୌ କରନ୍ତୁ ନାହିଁ। ଘରର ମୁଖ୍ୟ ଦ୍ଵାରକୁ ପରିଷ୍କାର ରଖନ୍ତୁ।

ଘରର ମୁଖ୍ୟଦ୍ଵାରରେ ରଙ୍ଗଲୀରେ ଶୁଭ-ଲାଭ ଲେଖନ୍ତୁ ଓ ଗାଧୋଇ ସାରିବା ପରେ ଗଙ୍ଗାଜଳ ସିଂଚନ କରନ୍ତୁ। ଯାହାଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘର ଆଡକୁ ଆକର୍ଷିତ ହେବେ । ଘରର ଦ୍ଵାରରେ ଜୋତା ଥିଲେ ତାହାକୁ ଘୋଡାଇ ରଖନ୍ତୁ। ଘରର ଦ୍ଵାର ମୁହଁରେ ଅଶୋକ ପତ୍ର ଲଗାଇ ରଖନ୍ତୁ। ଘରର ମୁଖ୍ୟ ଦ୍ଵାରକୁ ଫୁଲ ମାଳରେ ସଜାଇବେ। ଏମିତି କରିବା ଦ୍ଵାରା ସକା-ରା-ତ୍ମ-କ ଶକ୍ତି ଗୁଡିକ ଆପଣଙ୍କ ଘର ଆଡକୁ ଆକର୍ଷିତ ହୋଇଥାନ୍ତି ଏବଂ ମନେ ରଖନ୍ତୁ ଘରର ମୁଖ୍ୟ ଦ୍ଵାରକୁ କେବେବି ଅନ୍ଧାର ରଖିବେ ନାହିଁ। ଯଦି ଆପଣଙ୍କ ଘରର ମୁଖ୍ୟଦ୍ଵାର ଅନ୍ଧାର ରହୁଥାଏ ତେବେ ସେଠାରେ ଗୋଟିଏ ବଲବ ଜଳାନ୍ତୁ। ସବୁବେଳେ ନିଜର ଘରର ମୁଖ୍ୟ ଦ୍ଵାରକୁ ଆଲୋକିତ ରଖିବେ। ଯେଉଁଥିପାଇଁ ସେଠାକୁ ନକ-ରା-ତ୍ମ-କ ଶକ୍ତି ପ୍ରବେଶ କରିପାରିବ ନାହିଁ। ଘରର ମୁଖ୍ୟ ଦ୍ଵାରରେ ଭଗବାନ ଶ୍ରୀ ଗଣେଶଙ୍କର ମୂର୍ତ୍ତି ଲଗାଇଦେଇଥାନ୍ତି। ମାତା ଲକ୍ଷ୍ମୀଙ୍କର ମଧ୍ୟ ଫୋଟ ଲଗାଇଥାନ୍ତି, ତାଙ୍କର ଚରଣର ପାଦୁକା ମଧ୍ୟ ଲଗାଇଥାନ୍ତି। ଏହା ସମସ୍ତ ଘର ପାଇଁ ଶୁଭ ହୋଇଥାଏ। ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ। କିନ୍ତୁ ପାଦ ଭୁଲ ଦିଗରେ ଲଗାନ୍ତୁ ନାହିଁ। ଏହା ବହୁତ ଅଶୁଭ ହୋଇଥାଏ। ଆପଣଙ୍କୁ କେମିତି ଲଗାଇବାର ଅଛି, ତାହା ଆପଣଙ୍କୁ ଜଣାଇବୁ|

Google

ଯଦି ଆପଣ ଗଣେଶଙ୍କର ଫୋଟ କିମ୍ବା ଟାଇଲ ଲଗାଇଥିବେ ଏବଂ ଗଣେଶଙ୍କର ମୁହଁ ଘରର ବାହାର ଆଡକୁ ଓ ପିଠି ଭିତର ଆଡକୁ ଥିବ, ଯାହାକି ଆମେ ଚାହୁଁନା। ଆମେ ଚାହିଁଥାଉକି ପ୍ରଭୁ ଗଣେଶ ଆମ ଘର ଭିତରେ ରୁହନ୍ତୁ। ଯଦି ଆପଣ ଗଣେଶଙ୍କ ଫୋଟ ବାହାର ଆଡକୁ ଲଗାଇଥାନ୍ତି ତେବେ ଏହାର ଅର୍ଥ ହେଉଛି ଗଣେଶ ଆପଣଙ୍କ ଘରୁ ବାହାରି ଯାଉଛନ୍ତି। ମାତା ଲକ୍ଷ୍ମୀଙ୍କର ଫୋଟ ଲଗାଇଥିଲେ ଯାହାକୁ ଦେଖିଲେ ଲାଗିବ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରୁଛନ୍ତି। ଅର୍ଥାତ ଚରଣ ଘରର ଭିତର ଆଡକୁ ଥିବ। ମାତା ଲକ୍ଷ୍ମୀଙ୍କର ଚରଣ ଏମିତି ସ୍ଥାନରେ ଲଗାଇବେ ନାହିଁ, ଯେମିତି ଲୋକଙ୍କର ପାଦ ପଡିବ।

ଲୋକେ ଘରର ମୁଖ୍ୟ ଦ୍ଵାରକୁ ସଜାଇବା ପାଇଁ ବିଭିନ୍ନ ଗଛ, ଫୁଲ ଗଛ ଲଗାଇଥାନ୍ତି। ଯାହାଦ୍ୱାରା ତାଙ୍କ ଘର ଆକର୍ଷିତ ଲାଗିବ। କିନ୍ତୁ ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ ଭୁଲ ଗଛ କିମ୍ବା ଫୁଲ ଗଛ ଲଗାଇବେ ତେବେ ତାହାର ଭୁଲ ପ୍ରଭାବ ଘର ଉପରେ ପଡିଥାଏ। ଯେମିତି ଆପଣ ଘରର ମୁଖ୍ୟଦ୍ଵାରରେ ଗୋଲାପ ଗଛ ଲଗାଇଥାନ୍ତି। ଏମିତି କଣ୍ଟାଜାତୀୟ ଫୁଲଗଛ ଲଗାଇବା ଉଚିତ ନୁହଁ। ମନିପ୍ଲାଣ୍ଟକୁ ମଧ୍ୟ ଆମେ ଘରର ଭିତରେ ଲଗାଇବାକୁ ଚାହିଁଥାଉ, ଯାହାଦ୍ୱାରା ଆମ ଘରକୁ ପଇସା ଆସିବ। ମନିପ୍ଳାଣ୍ଟକୁ ପଇସା ଦେବା ଗଛ ମଧ୍ୟ କୁହାଯାଇଥାଏ। ଏଥିପାଇଁ ଏହାକୁ ସବୁବେଳେ ଘର ଭିତରେ ଲଗାଇବା ଉଚିତ। ଘରର ବାହାରେ ନୁହଁ। ଘରର ବାସ୍ତୁକୁ ଠିକ ରଖିବା ପାଇଁ ଘରର ମୁଖ୍ୟ ଦ୍ଵାରରେ ତୁଲସୀ ଗଛ ଲଗାଇବା ଉଚିତ। ବିଶ୍ବାସ କରାଯାଏକି ଯେଉଁଠି ମା ତୁଲସୀଙ୍କର ଗଛ ହୋଇଥାଏ ସେଠାରେ ସକାରାତ୍ମକ ଶକ୍ତି ବାସ କରିଥାଏ। ଏଥିଲାଗି ଘରର ପ୍ରବେଶ ଦ୍ଵାରରେ ତୁଲସୀ ଗଛ ଲଗାଇବା ଉଚିତ। ଘରର ସମ୍ମୁଖରେ ସୁଗନ୍ଧିତ ଫୁଲ ଲଗାଇ ପାରିବେ ଏବଂ ଘରର ସମ୍ମୁଖକୁ ଆକର୍ଷିତ ରଙ୍ଗ ଦେଇପାରିବେ।

Google

ଘରର ପ୍ରବେଶ ଦ୍ଵାର କବାଟରେ ଧ୍ୟାନ ଦେବେକି ଯେମିତି ଏହାକୁ ଖୋଲିବା ଓ ବନ୍ଦ କରୁଥିବା ସମୟରେ କୌଣସି ଶବ୍ଦ ଆସୁନଥିବ। ଯାହାକି ନକ-ରା-ତ୍ମ-କ ଧ୍ୱନି ଉତ୍ପନ କରିଥାଏ। ଘରର ମୁଖ୍ୟ ଦ୍ଵାରରେ କଲିଙ୍ଗ ବେଲ ଲଗାଯାଇଥାଏ। ଯାହାଏ ଶବ୍ଦ ମଧ୍ୟ ମଧୁର ହୋଇଥିବା ଉଚିତ। ଯାହାକି, ଘର ମଧ୍ୟରେ ସକା-ରା-ତ୍ମ-କ ଶକ୍ତି ଉତ୍ପନ କରିଥାଏ।

ଘରର ପ୍ରବେଶ ଦ୍ଵାରାରେ ନିହାତି ପାପୋଛ ରଖିଥିବେ। ଯାହାଦ୍ୱାରା ଘରକୁ ପ୍ରବେଶ କରୁଥିବା ସମୟରେ ଏହି ପାପୋଛ ଜରିଆରେ ଘର ମଧ୍ୟକୁ କୌଣସି ନକ-ରା-ତ୍ମ-କ ଶକ୍ତି ପ୍ରବେଶ କରିନଥାଏ। ମନେରଖନ୍ତୁ, ଏହି ପାପୋଛ ଆୟତାକାର ହୋଇଥିବା ଦରକାର। ଘରର ମୁଖ୍ୟଦ୍ଵାରା ପୂର୍ବ ଓ ଉତ୍ତରକୁ ରହିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *