Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୮ ଫେବୃଆରୀ ୨୦୨୧, ଗୁରୁବାର : ଆଜି ଏହି ୫ଟି ରାଶିକୁ ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ପଡିବ, ବାକି ରାଶି ବି ଜାଣି ନିଅନ୍ତୁ ନିଜର ହାଲ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଗୁରୁବାର ୧୮ ଫେବୃଆରୀ ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୮ ଫେବୃଆରୀ ୨୦୨୧।

ମେଷ ରାଶି:-

ଏହି ରାଶିର ଜାତକଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ଅଳ୍ପ ଯତ୍ନ ନେବାକୁ ପଡ଼ିବ କାରଣ ପାଣିପାଗ ପରିବର୍ତ୍ତନ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ଅନେକ ଉତ୍ସରୁ ଆର୍ଥିକ ଲାଭର ସମ୍ଭାବନା ଅଛି। ଜୀବନରେ ମଧ୍ୟ ପରିବର୍ତ୍ତନ ଆସିବ। ପରିବାର ସହିତ ଆପଣ ଭଲ ସମୟ ବ୍ୟତିତ କରିବେ। ଆପଣ କଥା ଉପରେ ନିଜକୁ ଟିକିଏ ନିୟନ୍ତ୍ରଣ ରଖିବା ଆବଶ୍ୟକ ନଚେତ କାହା ସହିତ ବିବାଦ ହୋଇପାରେ। କିଛି ଟଙ୍କା ସହିତ ସାବଧାନ ରୁହନ୍ତୁ। ବିବାହିତ ଜୀବନ ଭଲ ରହିବ। ପ୍ରେମ ଜୀବନରେ କିଛି ସମସ୍ୟା ସୃଷ୍ଟି କରିପାରେ।

ବୃଷ ରାଶି:-

ବୃଷ ରାଶିର ଥିବା ଜାତକଙ୍କୁ ଆଜିର ଦିନ ଚିନ୍ତାଜନକ ରହିବ। ଆପଣଙ୍କର ନିଜ ଜିବନସାଥୀଙ୍କ ସହିତ ଝଗଡା ହେବାର ସମ୍ଭାବନା ଅଛି। ଆଜି କୌଣସି ବଡ ବିନିଯୋଗ କରନ୍ତୁ ନାହିଁ ନଚେତ କ୍ଷତି ହୋଇପାରେ। ଆର୍ଥିକ ମାମଲାଗୁଡ଼ିକୁ ଧ୍ୟାନ ଦେବା ଆବଶ୍ୟକ। ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ। ଆପଣ ବ୍ୟକ୍ତିଗତ ଜୀବନର ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବେ। ହଠାତ ଆପଣ ଟେଲି ଯୋଗାଯୋଗ ମାଧ୍ୟମରେ ଭଲ ଖବର ପାଇପାରନ୍ତି ଯାହା ଆପଣଙ୍କ ମନକୁ ଖୁସି କରିବ।

ମିଥୁନ ରାଶି:-

ମିଥୁନ ରାଶିର ଲୋକଙ୍କୁ ଆଜି କାମର ମାମଲାରେ ଯାତ୍ରା କରିବାକୁ ପଡ଼ିବ। ନିଜର ଯାତ୍ରା ଲାଭଦାୟକ ପ୍ରମାଣିତ ହେବ। ପୁରୁଣା ରୋଗରୁ ମୁକ୍ତି ପାଇପାରିବେ। ଭାଇଭଉଣୀଙ୍କ ସହିତ ଚାଲିଥିବା ମତଭେଦ ସମାପ୍ତ ହେବ। ଆପଣ ନିଜର ପାରିବାରିକ ଦାୟିତ୍ୱକୁ ସଠିକ ଭାବରେ କାର୍ଯ୍ୟକାରୀ କରିବେ। ଯଦି ଆପଣ ଏକ ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଘରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତ।ଜୀବନସାଥୀଙ୍କ ସହିତ ଉତ୍ତମ ସମନ୍ୱୟ ରହିବ
ଆପଣଙ୍କର ସମ୍ପର୍କ ମଜବୁତ ହେବ। ଆଜି ପ୍ରେମୀଯୁଗଳଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି। ଆପଣ ନିଜର ହୃଦୟ କଥା ନିଜର ପ୍ରିୟ ବ୍ୟକ୍ତିଙ୍କ ସହିତ ସେୟାର କରିପାରନ୍ତି।

କର୍କଟ ରାଶି:-

ଏହି ରାଶିର ଜାତକଙ୍କୁ ଆଜିର ଦିନ ଭଲ ସାବ୍ୟସ୍ତ ହେବ। ଆପଣ ଧାର୍ମିକ କାର୍ଯ୍ୟକଳାପରେ ଅଧିକ ଆଗ୍ରହୀ ହେବେ। ମାନସିକ ଚାପ ଦୂର ହେବ।ଆପଣ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଜନା ଉପରେ ଧ୍ୟାନ ଦେଇପାରନ୍ତି। ହଠାତ ପିଲାମାନଙ୍କଠାରୁ ପ୍ରଗତିର ଖୁସି ଖବର ମିଳିବାର ସମ୍ଭାବନା ଅଛି ଯାହା ପାରିବାରିକ ପରିବେଶକୁ ଅଧିକ ଖୁସି କରିବ। ଆପଣ କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡିପାରେ। ଶତ୍ରୁମାନେ ପରାସ୍ତ ହେବେ। ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିବ। ବଡ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିପାରନ୍ତି। ଯଦି ଆପଣ କାହାକୁ ଋଣ ଦେଇଛନ୍ତି ତେବେ ଆପଣ ସେହି ଟଙ୍କା ଫେରସ୍ତ ପାଇବେ।

ସିଂହ ରାଶି:-

ଏହି ରାଶିର ଜାତକଙ୍କୁ ଆଜି ଟିକେ ନିରାଶାଜନକ ରହିବ।ଆପଣଙ୍କର ବ୍ୟବହାରକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ସାଙ୍ଗମାନଙ୍କ ସହିତ ବିବାଦ ହେବାର ସମ୍ଭାବନା ଅଛି।ଆପଣଙ୍କର ଆୟ ଏବଂ ଖର୍ଚ୍ଚକୁ ସନ୍ତୁଳିତ କରିବାକୁ ପଡିବ ନଚେତ ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଘରେ ହଠାତ ଅତିଥି ମାନଙ୍କର ଆଗମନ ଯୋଗୁ ବହୁତ ବ୍ୟସ୍ତ କରିପାରେ। ଜୀବନସାଥୀଙ୍କ ପୂର୍ଣ୍ଣ ସାହାର୍ଯ୍ୟ ପାଇବେ। ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଖୁସି ଏବଂ ଦୁଃଖରେ ସାହାଯ୍ୟ କରିବେ। ଆଜି ପ୍ରେମୀଯୁଗଳଙ୍କ ପାଇଁ ଅତ୍ୟନ୍ତ ରୋମାଣ୍ଟିକ ଦିନ ରହିବ।

କନ୍ୟା ରାଶି:-

ଏହି ରାଶିର ଜାତକଙ୍କୁ ଆଜିର ଦିନ ଭାଗ୍ୟବାନ ସାବ୍ୟସ୍ତ ହେବ। କୌଣସି ଅସମାପ୍ତ ସ୍ୱପ୍ନ ପୂରଣ ହୋଇପାରେ।ଘର ପରିବାରରେ ସୁଖ ଶାନ୍ତି ବନି ରହିବ। ବ୍ୟକ୍ତିଗତ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହୋଇପାରିବ। ଆୟରେ ବୃଦ୍ଧି ହେବ। ସାମାଜିକ ସ୍ତରରେ ମାନ ସମ୍ମାନ ପ୍ରାପ୍ତ ହେବ।କୌଣସି ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଆପଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରନ୍ତି। ଆପଣ ସାଙ୍ଗମାନଙ୍କ ସହିତ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବେ ଯାହା ଆପଣଙ୍କୁ ପରେ ବହୁତ ଲାଭ ଦେବ। ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ହେବ। ଛାତ୍ରମାନେ ଅଧ୍ୟୟନରେ ଆଗ୍ରହୀ ହେବେ। କଠିନ ବିଷୟଗୁଡ଼ିକରେ ଶିକ୍ଷକମାନଙ୍କର ସହାୟତା ମିଳିବ। ଆପଣ କୌଣସି ଅଭାବୀ ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରନ୍ତି।

ତୁଳା ରାଶି:-

ଏହି ରାଶିର ଜାତକଙ୍କୁ ଆଜିର ଦିନ ମଜାଦାର ରହିବାକୁ ଯାଉଛି। ଆପଣ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରହିବେ।ବିନିଯୋଗ ଯୋଜନାଗୁଡିକ ଆପଣଙ୍କୁ ଆକର୍ଷିତ କରିବ କିନ୍ତୁ କୌଣସି ସ୍ଥାନରେ ବିନିଯୋଗ କରିବା ପୂର୍ବରୁ ବୁଝି ବିଚାରି କରନ୍ତୁ ନଚେତ ଏହା ପରେ ସମସ୍ୟା ସୃଷ୍ଟି କରିପାରେ। ଯଦି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ଦସ୍ତଖତ କରୁଛନ୍ତି ତେବେ ଏହାକୁ ସଠିକ ଭାବରେ ପଢନ୍ତୁ। ଅପରିଚିତ ଲୋକଙ୍କ ଉପରେ ଅତ୍ୟଧିକ ବିଶ୍ୱାସ କରିବା ଠିକ ନୁହେଁ।

ବିଛା ରାଶି:-

ଏହି ରାଶିର ଜାତକଙ୍କୁ ଆଜିର ଦିନ ସର୍ବୋତ୍ତମ ରହିବ। ଆପଣଙ୍କର ଭାଗ୍ୟ ପ୍ରବଳ ରହିବ। ଭାଗ୍ୟର ସାହାଯ୍ୟରେ ଅନେକ ଲାଭଜନକ ସୁଯୋଗ ଆସିପାରେ । କ୍ୟାରିୟରରେ ଆଗକୁ ବଢିବେ। ପୁରୁଣା କାର୍ଯ୍ୟଗୁଡ଼ିକ ଭଲ ଫଳାଫଳ ଦେଇପାରେ। ଆୟରେ ବୃଦ୍ଧି ପାଇବ। ପାରିବାରିକ ଅସୁବିଧା ସମାପ୍ତ ହେବ। ପ୍ରେମ ଜୀବନରେ ଆପଣ ରୋମାନ୍ସର ସୁଯୋଗ ପାଇପାରିବେ। ଆପଣ ନିଜର ପ୍ରିୟଙ୍କ ସହିତ କୌଣସି ସ୍ଥାନକୁ ବୁଲିଯିବାର ଯୋଜନା କରିପାରନ୍ତି। ଅଫିସ କାର୍ଯ୍ୟଗୁଡ଼ିକ ଠିକ ସମୟରେ ସମାପ୍ତ ହେବ। ବଡ ଅଧିକାରୀମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବେ।

ଧନୁ ରାଶି:-

ଧନୁ ରାଶିର ଜାତକଙ୍କୁ ଆଜିର ଦିନରେ ଟିକେ ଅସୁବିଧା ଭରା ରହିବ। କୌଣସି ପୁରୁଣା ରୋଗକୁ ନେଇ ଆପଣ ବହୁତ ଚିନ୍ତିତ ରହିବେ। ଏହି ରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ। ଆପଣଙ୍କର ଆୟ ଭଲ ରହିବ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତ ହେବ। ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଆଜିର ଦିନ ସାମାନ୍ୟ ରହିବ। କଠିନ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ। ବାହାରର ଖାଇବା ପିଇବା ଠାରୁ ଦୂରେଇ ରୁହନ୍ତୁ। ସମ୍ପତ୍ତି କାର୍ଯ୍ୟରେ ଲାଭ ମିଳିବାର ସମ୍ଭାବନା ଅଛି।

ମକର ରାଶି:-

ମକର ରାଶିର ଜାତକଙ୍କୁ ଆଜିର ଦିନ ସ୍ବାସ୍ଥ୍ୟ ଦୃଷ୍ଟିରୁ ଭଲ ନୁହେଁ ତେଣୁ ଆପଣ କଣ ଖାଉଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଆପଣ କାର୍ଯ୍ୟରେ ବହୁତ ଭଲ ଫଳାଫଳ ପାଇବେ। ଚାକିରି ପରିବେଶ ଆପଣଙ୍କ ସପକ୍ଷରେ ରହିବ। ସରକାରୀ କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ଅଛି। ଘରୋଇ ମାମଲାରେ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ। ପିତାମାତାଙ୍କଠାରୁ ଆଶୀର୍ବାଦ ଏବଂ ସହଯୋଗ ମିଳିବ। ସମାଜର ନୂତନ ଲୋକମାନଙ୍କ ସହିତ ପରିଚିତ ହୋଇପାରେ ଯାହା ଆପଣଙ୍କୁ ଲାଭ ଦେଇପାରେ। ବ୍ୟବସାୟ ଭଲ ଚାଲିବ।

କୁମ୍ଭ ରାଶି:-

କୁମ୍ଭ ରାଶିର ଜାତକଙ୍କୁ ଆଜିର ଦିନ ଭଲ ନଜର ଆସୁଛି। ଆପଣ ଭାଗ୍ୟ ଉପରେ ନିର୍ଭର କରି ବସନ୍ତୁ ନାହିଁ। ଆପଣଙ୍କୁ ନିଜର କଠିନ ପରିଶ୍ରମରେ ବିଶ୍ୱାସ କରିବାକୁ ପଡିବ।କୌଣସି ପୁରୁଣା କାର୍ଯ୍ୟ ସମାପ୍ତ ହୋଇପାରେ। ବ୍ୟବସାୟରେ ବିସ୍ତାର ହେବାର ଜଣାପଡୁଛି। କୋର୍ଟ କଚେରୀ ମାମଲାଗୁଡ଼ିକର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିବ। ସମ୍ପତ୍ତି ସହିତ ଜଡିତ ବଡ ଲାଭ ପାଇବାର ସମ୍ଭାବନା ଅଛି। ବ୍ୟବସାୟ ସଂପର୍କରେ ଆପଣ ଏକ ଯାତ୍ରାକୁ ଯାଇପାରନ୍ତି।ଆପଣଙ୍କର ଯାତ୍ରା ଲାଭଦାୟକ ପ୍ରମାଣିତ ହେବ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଚାଲିଥିବା ମତଭେଦ ସମାପ୍ତ ହେବ। ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ।

ମୀନ ରାଶି:-

ଏହି ରାଶିର ଜାତକ ଆଜି ଶାରୀରିକ ଭାବେ ଦୁର୍ବଳ ଅନୁଭବ କରିବେ। ଖାଇବା ପିଇବା ଉପରେ ନିୟନ୍ତ୍ରଣ କରିବାକୁ ପଡିବ। ଅଧିକ ତେଲ ଏବଂ ମସଲା ଜନିତ ଜିନିଷ ଖାଆନ୍ତୁ ନାହିଁ। ହଠାତ ଖର୍ଚ୍ଚର ବୃଦ୍ଧି ହୋଇପାରେ ଯାହାକୁ ନେଇ ଆପଣ ବହୁତ ଚିନ୍ତିତ ରହିବେ। ପ୍ରେମ ଜୀବନରେ ଭୁଲ ବୁଝାମଣା ସୃଷ୍ଟି ହେବାର ସମ୍ଭାବନା ଅଛି। ଅନ୍ୟ କାହାକୁ ଋଣ ଦିଅନ୍ତୁ ନାହିଁ ନଚେତ ଋଣ ଦେଇଥିବା ଟଙ୍କା ଫେରସ୍ତ କରିବାରେ ଅସୁବିଧା ହେବ। କାର୍ଯ୍ୟ କ୍ଷେତ୍ରରେ ଆପଣ କିଛି ନୂତନ ଚେଷ୍ଟା କରିପାରନ୍ତି। ବଡ଼ ଅଧିକାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିବ। ଉଚ୍ଚ କର୍ମଚାରୀଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା କରନ୍ତୁ ଏଥିରୁ ଆପଣଙ୍କୁ ଲାଭ ମିଳିପାରେ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *