Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତୁ ଜାଣିବା ଆଜିର ୧୦ ଟି ଅନୁଚିନ୍ତା। ଯାହାକି ଆପଣଙ୍କ କାମରେ ଆସିବ

ସେୟାର୍ କରନ୍ତୁ

ବନ୍ଧୁଗଣ ମନେ ରଖନ୍ତୁ ଯେଉଁ ବ୍ୟକ୍ତିମାନେ ଏଠି ସେଠୀ ଛେପ ପକାଇବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କୁ କେବେବି ମାନ ସମ୍ମାନ ପ୍ରାପ୍ତ ହୋଇନଥାଏ ଏବଂ ସେମାନଙ୍କୁ ପୁର୍ବରୁ ମିଳିଥିବା ମାନ ସମ୍ମାନ ନଷ୍ଟ ହୋଇଯାଇଥାଏ। ତେଣୁ ଉପଯୁକ୍ତ ସ୍ଥାନରେ ଛେପ ପକାଇବା ପାଇଁ ଚେଷ୍ଟା କରନ୍ତୁ।ଏମିତି କଲେ ଆପଣଙ୍କର ମଙ୍ଗଳ ହୋଇଥାଏ।

ମନେ ରଖନ୍ତୁ ଯେଉଁମାନଙ୍କର ଖାଇବା ସାରିବା ପରେ ଅଇଁଠା ବାସନ ଛାଡ଼ିକି ଯିବାର ଅଭ୍ୟାସ ଥାଏ ସେମାନଙ୍କୁ ମିଳିଥିବା ସଫଳତା ଶୀଘ୍ର ନଷ୍ଟ ହୋଇଯାଇଥାଏ କିମ୍ବା ସଫଳତା ପାଇବା ପାଇଁ ବହୁତ ଚେଷ୍ଟା କରିବାକୁ ପଡ଼ିଥାଏ। ଏଣୁ ମନେରଖନ୍ତୁ ଖାଇବା ସାରିବା ପରେ କେବେବି ଅଇଁଠା ବାସନ ଛାଡ଼ିକି ଯାଆନ୍ତୁ ନାହିଁ। ନଚେତ ଏହା ଦ୍ବାରା ମା ଲକ୍ଷ୍ମୀ ମଧ୍ୟ କ୍ରୋ-ଧି-ତ ହୋଇଥାନ୍ତି।

Google

ସର୍ବଦା ମନେରଖନ୍ତୁ ଯେଉଁ ବ୍ୟକ୍ତିମାନେ ସୂର୍ଯ୍ୟଉଦୟ ସମୟରେ ଏବଂ ସୂର୍ଯ୍ୟ ଅସ୍ତ ସମୟରେ ଏବଂ ଦିନ ୧୨ ଟାରେ ଖାଇବା, ଶୋଇବା କିମ୍ବା ଝଗଡା କରିବା ଭୋଳି ଅଭ୍ୟାସ ରଖିଥାନ୍ତି ସେମାନଙ୍କ ସର୍ବଦା ଦୁ-ର୍ଭା-ଗ୍ୟରେ ପରିଣତ ହେବା ସହ ସେମାନଙ୍କ ଘରେ ସର୍ବଦା ଦରିଦ୍ରତା ବୃଦ୍ଧି ପାଇଥାଏ।

ଯେଉଁ ବ୍ୟକ୍ତିମାନେ ସର୍ବଦା ଦାନ୍ତରେ ନଖ ଛିଡାଇଥାନ୍ତି ଏବଂ ଖାଇ ସାରିବା ପରେ ଥାଳିରେ ହାତ ଧୋଇଥାନ୍ତି ସେମାନେ ଜୀ-ବ-ନରେ ସର୍ବଦା ଦରିଦ୍ରତାର ଶି-କା-ର ହୋଇଥାନ୍ତି। ଏଣୁ ଆପଣ କେବେବି ଏପରି ଭୁଲ କରନ୍ତୁ ନାହିଁ।

ଯେଉଁ ବ୍ୟକ୍ତିମାନଙ୍କର ଅମାବାସ୍ୟା ଦିନ ମାଂ-ସ ଏବଂ ମ-ଦ ଖାଇବାର ଅଭ୍ୟାସ ଥାଏ ସେମାନଙ୍କର ଖୁବ ଶୀଘ୍ର ଦୁ-ର୍ଘ-ଟ-ଣା ହେବାର ସମ୍ଭାବନା ଥାଏ ଏବଂ ସେମାନଙ୍କ ଘରେ ସର୍ବଦା ଦରିଦ୍ରତା ବୃଦ୍ଧି ପାଇଥାଏ।

ଯେଉଁ ପରିବାରରେ ବାହାରୁ ଆସୁଥିବା ଲୋକମାନଙ୍କୁ ସ୍ୱଛ ପାଣି ପିଇବାକୁ ଦିଆଯାଏ ସେ ପରିବାର ପ୍ରତି ରାହୁ ଗ୍ରହଙ୍କର ଅଶୁଭ ପ୍ରଭାବ ପଡ଼ିନଥାଏ ଏବଂ ପରିବାରର ସର୍ବଦା ମଙ୍ଗଳ ହୋଇଥାଏ।

Google

ଯେଉଁ ବ୍ୟକ୍ତିମାନେ ମଙ୍ଗଳବାର, ଗୁରୁବାର, ଶନିବାର, ଏକାଦଶୀ ଚତୁର୍ଦଶୀ, ଅମାବାସ୍ୟା ଏବଂ ପୂର୍ଣ୍ଣିମାରେ ବାଳ କାଟିବାର ଅଭ୍ୟାସ ଥାଏ ସେମାନଙ୍କୁ ଘୋର ଦୁଃଖ ଦରିଦ୍ରତାର ଶି-କା-ର ହେବା ପାଇଁ ପଡ଼ିଥାଏ।

ଖାଇବା ସମୟରେ ଖାଦ୍ୟ ପଦାର୍ଥରେ ଚୁଟି ବାହାରିଲେ ଏହା ବହୁତ ଅମଙ୍ଗଳ ହୋଇଥାଏ। ଏବଂ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଖରାପ ହେବା ସହ ଅନେକ ରୋଗର କାରଣ ମଧ୍ୟ ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ବାରମ୍ବାର ଚୁଟି ଛୁଇଁବା ବା ଚୁଟିରେ ହାତ ମାରିବାର ଖରାପ ଅଭ୍ୟାସଥାଏ ତେବେ ସେମାନଙ୍କର ବହୁତ ଅମଙ୍ଗଳ ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ଚୁଟିକୁ ନବାନ୍ଧି ଚୁଟିକୁ ଖୋଲାକରି ରଖିବାର ଖରାପ ଅଭ୍ୟାସ ରହିଥାଏ ଏହା ସେମାନଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ ଏବଂ ମନେରଖନ୍ତୁ ଯଦି ଆପଣ ଚୁଟି ବାନ୍ଧି କରି ରଖୁଛନ୍ତି ତେବେ ଆପଣଙ୍କ ଚେହେରାରେ ସର୍ବଦା ଚମକ ଆସିଥାଏ।

Google

ଘରେ ଠାକୁର ପୁଜା କରିବା ସମୟରେ ପୁରୁଷ ବା ସ୍ତ୍ରୀ ଲୋକମାନେ କେବେବି ମୁଣ୍ଡ ଖୋଲା କରି ଠାକୁର ପୁଜା କରିବା ଉଚିତ ହୋଇ ନଥାଏ ନଚେତ ଏହା ଆପଣଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ରାତିରେ ମୁଣ୍ଡ କୁଣ୍ଡାଇବାର ଖରାପ ଅଭ୍ୟାସ ରଖିଥାନ୍ତି ଏହା ସେମାନଙ୍କ ପାଇଁ ବହୁତ ଅମଙ୍ଗଳ ହୋଇଥାଏ ଏବଂ ସର୍ବଦା ମନେରଖନ୍ତୁ ମୁଣ୍ଡ କୁଣ୍ଡାଇଲା ବେଳେ ସର୍ବଦା କାଠ ପାନୀଆ ବ୍ୟବହାର କରିବା ଉଚିତ।ଏହା ଦ୍ବାରା ମୁଣ୍ଡର ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଆପଣ କେବେ ମୁଣ୍ଡ କୁଣ୍ଡାଇଲା ବେଳେ ଯଦି ହାତରୁ ପାନୀଆ ଖସିଯିବ ତେବେ ଏହା ବହୁତ ଅଶୁଭ ହୋଇଥାଏ ଏବଂ କାନରେ ଯଦି ଆପଣଙ୍କର ଚୁଟି ଉଠୁଛି ତେବେ ଏହା ମଧ୍ୟ ବହୁତ ଅଶୁଭ ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ସର୍ବଦା ଗରମ ପାଣିରେ ଗାଧୋଇବାର ଅଭ୍ୟାସ ରଖିଥାନ୍ତି ସେମାନଙ୍କର ବାଳ ଝଡ଼ିବା ସହିତ ଆଖି ଖରାପ ହେବାର ବହୁତ ଅଧିକ ରହିଥାଏ।

ଯେଉଁ ବ୍ୟକ୍ତିମାନେ ଘରେ ଲାଗିଥିବା ଗଛକୁ ସକାଳେ ସନ୍ଧ୍ୟାରେ ପାଣି ଦିଅନ୍ତି ସେମାନଙ୍କର ସବୁ ଦୁଃଖ କଷ୍ଟ ଓ ସମସ୍ୟା ସହିତ ଲଢ଼ିବା ପାଇଁ ଶକ୍ତି ଆସିଥାଏ। ସେମାନଙ୍କର ଅବସାଦ ଏବଂ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଯାଇଥାଏ।

Google

ଯେଉଁ ଲୋକମାନେ ବାହାରୁ ଆସି ଜୋତା, ଚପଲ ଓ ମୋଜା ଏଠି ସେଠି ପକାଇବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କର ସର୍ବଦା ଶତୃ ବୃଦ୍ଧି ହୋଇଥାଏ ଏବଂ ସେମାନଙ୍କ ପାଇଁ ବହୁତ ଅମଙ୍ଗଳ ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ସକାଳେ ଉଠିବା ପରେ ଶେଯକୁ ଅସଜଡ଼ା କରି ଛାଡ଼ି ଦେଇଥାନ୍ତି ସେମାନଙ୍କୁ ଦିନ ସାରା ବହୁତ ଅଶାନ୍ତି ମିଳିଥାଏ ଏବଂ ସେମାନେ ଅନ୍ୟ ମାନଙ୍କୁ ମଧ୍ୟ ଅଶାନ୍ତ କରିଥାନ୍ତି।

ଗାଧୋଇବା ସମୟରେ ପାଦକୁ ଭଲ ଭାବରେ ସଫା କରିବା ଉଚିତ ଏବଂ ବାହାରୁ ଆସିଲେ ପାଦ ଭଲ କରି ଧୋଇବା ଉଚିତ। ଏହା ଦ୍ବାରା ମନସ୍ଥିର ହୋଇଥାଏ ଏବଂ ମାନସିକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଆପଣଙ୍କୁ କ୍ରୋଧ ମଧ୍ୟ କମ ଆସିଥାଏ।

ଯେଉଁ ବ୍ୟକ୍ତିମାନେ ଦୂରକୁ ଯାଇଥିବା ସମୟରେ ଘରକୁ ଫେରିଲା ବେଳେ ଖାଲି ହାତରେ ଘରକୁ ଫେରି ଥାନ୍ତି ସେମାନଙ୍କ ଘରେ ଦରିଦ୍ରତା ଧୀରେ ଧୀରେ ବୃଦ୍ଧି ପାଇଥାଏ ଏବଂ ସର୍ବଦା ଘରେ ଅଶାନ୍ତି ଦେଖା ଦେଇଥାଏ। ଏଣୁ ଘରକୁ ଫେରିବା ସମୟରେ ସର୍ବଦା କିଛି ନାଁ କିଛି ଜିନିଷ ନେଇ କରି ଆସନ୍ତୁ।ଏହା ଦ୍ବାରା ଆପଣଙ୍କ ଘର ଉପରେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହେବା ସହ ଆପଣଙ୍କ ଘରେ ଧନ ବୃଦ୍ଧି ହୋଇଥାଏ।ଏବଂ ପରିବାରରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ନାକରେ ବାରମ୍ବାର ଆଙ୍ଗୁଠି ଭର୍ତି କରିଥାନ୍ତି କିମ୍ବା ଦାନ୍ତ ରଗଡି ଥାନ୍ତି ସେମାନଙ୍କର ସର୍ବଦା ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ଏବଂ ସେମାନଙ୍କର ସାମାଜିକ ପ୍ରତିଷ୍ଠା ମଧ୍ୟ ନଷ୍ଟ ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ପ୍ରତି କଥାରେ ମିଛ କହିବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କର ଅନ୍ତର ନିହିତ ଶକ୍ତି ହ୍ରାସ ପାଇଥାଏ ଏବଂ ଭାଗ୍ୟ କେବେବି ତାଙ୍କର ସାଥ ଦେଇନଥାଏ। ଏଣୁ ଆପଣ ଯଥା ସମ୍ଭବ ଚେଷ୍ଟା କରନ୍ତୁ ମିଛ ନକହିବା ପାଇଁ।

Google

ଯେଉଁ ଲୋକମାନେ ଛୋଟ ଛୋଟ ସମସ୍ୟାରେ ଔଷଧ କିଣି ଆଣି ଖାଇବାର ଅଭ୍ୟାସ ରଖିଥାନ୍ତି ସେମାନଙ୍କର ସ୍ବାସ୍ଥ୍ୟ ଗତ ସମସ୍ୟା ଖୁବ ଶୀଘ୍ର ଦେଖା ଦେଇଥାଏ। ତେଣୁ ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *